STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

#ନଦୀର ନାଁ ଅଳସୀ କନ୍ୟା***

#ନଦୀର ନାଁ ଅଳସୀ କନ୍ୟା***

2 mins
14.2K


#ନଦୀର ନାଁ ଅଳସୀ କନ୍ୟା***
                    {କାଶ୍ୟପ}
ଅନାମିକା ନା ତୁମେ ଅଭିମାନୀ,
ନା କାହାର ପ୍ରେମିକା ହୋଇପାର
କିନ୍ତୁ କଦାପି ଅଭିଶପ୍ତା ନୁହଁ ।
ଏକ ସୁନ୍ଦରଭାବନା,
ସାବଲୀଳ ଶବ୍ଦର ସମାହାର ଏକ କବିତା
ଯାହାର ଶୀର୍ଷକ; 
#ଅନାମିକା-ଢେଉ ଢେଉକା
ପ୍ରତୀତ ସତ୍ୟର ନାଟକେ ତୁମେ ଓ ମୁଁ  ଦୁହେଁ ଅଛେ ,
କାଲି ପ୍ରତୀତ ସତ୍ୟ ଦୁହେଁ ଥିଲେ
ଆଜି କିନ୍ତୁ ତୁମେ ବନିଗଲ ପ୍ରତୀତ ମିଥ୍ୟା ,
ରହିଗଲି ହୋଇ ମୁଁ ଏକା ନିଶିକାନ୍ତ 
ପ୍ରତୀତ ସତ୍ୟର ପରିପୂରକ ଚରିତ୍ର;
ପୁଣି ସେଇ ଅପେକ୍ଷା ଓ ସେଇ ଜୀବନର ଦୋ ଛକିରେ ଠିଆ,
               ଆନମିକା  କେବଳ ଏକ  ଅଫେରନ୍ତା ନଈ ,
ପ୍ରତି କୂଳେ ତାର ଶ୍ଣଶାନ ଆଉ ଅସରନ୍ତି ଜ୍ୱଳନ୍ତା
ଅନେକ ଶରୀର କଣ୍ଟାଫୁଲର ଘେରା ଭିତରେ ,
ଜିଅନ୍ତା ଜୁଇରୁ ବି ଉଠିବାକୁ ପଡେ ଖାଇବାକୁ ପ୍ରହାର,
ଅଭିଶପ୍ତ ପ୍ରେମର ମତ୍ୟୁ ପରେ ବି ନିଷ୍କୃତି ନାହିଁ ,
କ୍ରମରୁ ନିଶିକାନ୍ତ କେମିତି ବାଦ ପଡିଥାନ୍ତେ
ତଥାପି କହି ଚାଲିଥାଏ ;
ମୋ ଶରୀର ପାଉଁଶ ହେଲାପରେ ବନ୍ଧୁ,
ଅନାମିକାକୁ କହିଦେବ 
କିଛି ଶୀତଳ ଜଳ ତା ଦେହରୁ ଢାଳି ଦେବ
ମୋ  ସଦ୍ୟ ସଂଗୃହିତ ଉଷ୍ମ ପାଉଁଷରେ ,
କେହି ତ ଜଣେ ନେଇ ଢ଼ାଳି ଦେବ ତା ଭସା ପାଣିରେ
ବିଲୀନ ହୋଇଯିବି ସେ ହେଲେ ହେଉ ପଛେ  
ଅଭିଶପ୍ତା ଗନ୍ଧର୍ବକନ୍ୟା
ମୁଁ  ନିଶିକାନ୍ତ ଥିଲି ଅଛି,ରହିଥିବି
ହୋଇ ଅଦୃଶ୍ୟ ସତ୍ତା ଅନୁଭୂତିର,
ଭସାଇ ନେଇ ଚାଲୁ ଦୂରକୁ ଆହୁରି ଦୁରୁକୁ,
ଏମିତି ଅନେକ ନିଶିକାନ୍ତ ଭସାଇ ନେଇ ଯାଇଛି ଅତୀତ,
ସାଗର ବି ଅନେକ ନିଶିକାନ୍ତଙ୍କୁ ଗିଳିସାରିଛି ,
ଅନାଇ ବସିଛି ଲବଣାକ୍ତ କରିବାକୁ ଅନାମିକାର ସାମଗ୍ରିକ ସତ୍ତା ,
ଅନାମିକା ତୁମେ ଖୋଜ ନିଶିକାନ୍ତଙ୍କୁ ସମୟର ଅନ୍ତ ପୂର୍ବରୁ ,
ଜାଳି ବି ଦିଅ 
ତାଙ୍କୁ ତିଳତିଳ କରି, 
ଅନାମିକା ତୁମେ,ଅଭିଶପ୍ତ ଗନ୍ଧର୍ବୀ ନୁହଁ ବରଂ ଯାଜ୍ଞସେନୀ,ଅଗ୍ନିହୋତ୍ରୀ ପବିତ୍ର ହୋମାଗ୍ନି,
ବେଦ ମନ୍ତ୍ର ଉପନିଷଦର ନିଷ୍କର୍ଷ ବୀଜ ମନ୍ତ୍ର ସ୍ୱୟଂଭୁ ,
କଳାହାଣ୍ଡି ପେଟ ଚିରି ବହିଯାଉଥିବା ନଦୀ;
#ନାଁ ଟି ଯାହାର ଅଳସୀ କନ୍ୟା***
©®କାଶ୍ୟପ,ରାୟଗଡା
ମୋ-୯୪୩୭୨୩୪୪୭୩


Rate this content
Log in