Basanti Pattnaik

Others

3  

Basanti Pattnaik

Others

ନାଲୁ ପ୍ରିତୀ

ନାଲୁ ପ୍ରିତୀ

2 mins
211



ସକାଳୁ ସକାଳୁ ବିଲେଇଟା ରାବ ଛାଡୁଥାଏ,ଆମ ଘରେ ସେ ମୋ ଦିଅର କହିଲେ ଭୁଲ ହେବନି, କାରଣ ମୋ ଶାଶୁଙ୍କର ଅତି ପ୍ରିୟ, ସେ ତାକୁ ପାଖରେ ଗେଲ କରି ଶୁଅନ୍ତି, ସେ ପରିସ୍ରା ଆମ ବାଥରୁମରେ କରେ, କେବେ ବି ଘରେ ଅସନା କରେନି,ଧୋବ ଫରଫର ଚେହେରା ନାଁ ଟି ତାର ନାଲୁପୁଅ ।

       ଆମ ଘରକୁ ଶାଶୁ ରାଜକୀୟ ‌‌‌‌‌‌ଶୈଳୀରେ ସଜାଇଛନ୍ତି, କାରଣ ଶଶୁର ଜଣେ ଉଚ୍ଚପଦସ୍ଥ ଅଧିକାରୀ,

ଘରେ ଚାକର ବାକର,ମାଳି, ଜଗୁଆଳୀ ରହିବା ପାଇଁ ବାଡ଼ିରେ ବ୍ୟବସ୍ଥା କରାଯାଇଛି,‌‌‌‌‌‌‌‌‌‌‌‌‌‌‌‌‌‌‌ ଉଚ୍ଚ ଶ୍ରେଣୀର ଠାଣିରେ

ଚଳଣି କିନ୍ତୁ ଏସବୁ ଭିତରେ ଏହି ନାଲୁପୁଅର ଖାଦିଟା ଅଧିକ, ଆଗରୁ ଚାରୋଟି କୁ‌କୁର ଥିଲେ, ସେମାନଙ୍କର

କ୍ରମାନ୍ୱୟରେ ଦେହାନ୍ତ ପରେ ଏହି ଯୁବରାଜଙ୍କ ଆଗମନ।ଏଙ୍କର ଆଗମନ କେଉଁଠୁ ହୋଇଥିଲା ମନେ ପଡୁନି କିନ୍ତୁ ଚଳଣି ଓ ତାକୁ ଖୁଆଇବା ଶୁଆଇବା ଶୈଳୀ ଦେଖିଲେ ଆମ ପରିବାରର ଅନ୍ୟ ସଦସ୍ୟଙ୍କୁ ଇର୍ଷା ହୁଏ।

        ମୋର ମନେପଡେ ଗୋଟିଏ ଦିନର କଥା -

ଆମ ଘରକୁ ଗ୍ରାମରୁ ଅତିଥିମାନେ ଆସିଥିଲେ, ସେମାନେ ସୋଫା ଉପରେ ବସି କଥାବାର୍ତ୍ତା ହେଉଥାନ୍ତି

ଏହି ସମୟରେ ଶାଶୁ ନାଲୁପୁଅକୁ କାଖେଇ ପାଖରେ ବସି ଗପସପ ଆରମ୍ଭ କରିଲେ, ମୁହୁର୍ତ୍ତ ପାଇଁ ପାଖରୁ ଛାଡ଼ୁ ନଥାନ୍ତି, ସେ କିନ୍ତୁ ଛାଟିପିଟି ହେଉଥାଏ, ଅତିଥି ଭିତରୁ ଜଣେ କେହି କହିଲେ.. ଭାଉଜ ତାକୁ ଜାକିକି କାହିଁକି ଧରିଛ?ଛାଡୁନ ସେ ଟିକିଏ ଡିଆଁ ମାରି ଖୋଲାରେ ବୁଲିବ.. ଶାଶୁ କିନ୍ତୁ ଶୁଣିଲେନି.. କହିଲେ

ସେ ମୋର ଜୀବନ ଧନଟା,ତା ଦେହଟା ଆଜି ଭଲ ନାହିଁ, କିଛି ଖାଇନି ସକାଳୁ, ଏତିକି ବେଳେ ଶଶୁର

କହିଲେ… ମାଂସ କଲିଜା,ଭାତ ସବୁ ପରା ଖାଇଛି, ଚାରିଟା ବେଳେ ଏତେ କ୍ଷୀର ପିଇଛି, ଶାଶୁ ରାଗିଗଲେ

କହିଲେ... ତୁମେ କିଛି ଜାଣିନ... ବେଶୀ ଖାଇନି ସବୁ ଛାଡିଦେଲା ... ମୁଁ ପାଖରେ ବସିଥିଲି ଶାଶୁଙ୍କର ପ୍ରୀତି

ବୁଝିପାରିଲି, ମାଆ ମନ ବୁଝୁନି,ତା ପାଇଁ ଅର୍ଥାତ୍ ନାଲୁଦେବ ସନ୍ତାନମାନଙ୍କ ଠାରୁ ବଡ଼,ତାଙ୍କ ପାଇଁ ଏହି ସନ୍ତାନ ନାଲୁପୁଅ ସବୁଠାରୁ ମୂଲ୍ୟବାନ, ସତରେ ସେ ଭଲପାଇବାର ପଟାନ୍ତର ନାହିଁ, ଅତି ନିବିଡ଼, ଅତିଥି ମାନେ ହସିକରି ଗଡ଼ିଗଲେ, କହିଲେ.... ବହୁତ ଭାଗ୍ୟବାନ ଏହି ବିଲେଇଟା.... ଶାଶୁ କହିଲେ .... ମୁଁ ଭାଗ୍ୟବାନ ତାକୁ ପାଇଛି ।


           ଏବେ କୋରୋନା କାଳ.... ସମସ୍ତେ ଭାକ୍ସିନ୍ ନେଲେଣି, କିନ୍ତୁ ନାଲୁପୁଅ ନେଇନି, ବାହାରକୁ ଗଲେ କାଳେ କୋରୋନା ହେଇଯିବ ସେ ଗୋଡ଼େ ଗୋଡ଼େ ଜଗିଛନ୍ତି, ଲୋକମାନଙ୍କୁ କୋରୋନା ପାଇଁ ଭିତରକୁ ମନା,ସେ ଭାରି ବ୍ୟସ୍ତ,କିଏ କିଏ କହୁଛନ୍ତି ପଶୁମାନଙ୍କୁ ମଧ୍ୟ ଏହି କୋରୋନା ଗ୍ରାସ କରୁଛି, ଏଥିପାଇଁ ଶାଶୁ ଶଶୁରଙ୍କୁ ଦିନକୁ କେତେ ଥର

ଘୋଷି ହେଉଛନ୍ତି....ହ‌ଇଓ ଶୁଣମ... ବିଲେଇମାନଙ୍କ ପାଇଁ ଭାକ୍ସିନ୍ ସୁବିଧା ନାହିଁ?ମୋ ନାଲୁପୁଅ କେତେବେଳେ ଲୁଚିକି ବାହାରକୁ ପଳ‌ଉଛି, ବୁଲିକି ଆସୁଛି.... ତାକୁ ଯଦି କୋରୋନା ହେଇଯିବ? ମୁଁ ବଞ୍ଚି ପାରିବିନି କହି ଆକୁଳ ହେଲେ ।  ମୁଁ ଏହି ଯୁବରାଜଙ୍କ ପ୍ରତି ପ୍ରୀତି ଭାବ ଦେଖି ଖୁସି ବି ହେଲି.... ଯାହା ହେଉ ଶାଶୁଙ୍କର ପଶୁ ପ୍ରେମ କେତେ ଗଭୀର ।



Rate this content
Log in