Dipti lekha Mishra

Children Stories Others

5.0  

Dipti lekha Mishra

Children Stories Others

ମୋ ସୁନା ଜେଜେ ମାଆ

ମୋ ସୁନା ଜେଜେ ମାଆ

1 min
263


ମୁଁ ହେତୁ ପାଇବା ପରେ ଜାଣିଲି ମୋ ଜେଜେ ମା ର ଚୁଟି ସବୁ ଚିନିଭଳି ଧଳା ରଙ୍ଗ,ଚମ ଧୁଡୁଧୂଡୁ,ଧଳା ରଙ୍ଗ ଲୁଗାଟି ଭାରୀ ସୁନ୍ଦର ଭାବେ ପିନ୍ଧନ୍ତି ।ଆଉ ସେ ଆମମାନଙ୍କ ସେବା ପାଇଁ ଭୋର ଚାରି ଟା ରୁ ଉଠାଉଥାନ୍ତି ॥ସକାଳୁ ଉଠିଲେ ମୁଣ୍ତରେ ତେଲ ଲଗାଇଦିଅନ୍ତି,ଯତ୍ନର ସହ କୁଣ୍ଡାଇ ଦିଅନ୍ତି ଆଉ ମା ଧନ ବାପ ଧନ କରି ଗାଧୋଇ ଦିଅନ୍ତି ।ତା ପରେ ଆରମ୍ଭ ହୂଏ ଆମ ମାନଙ୍କର ଜିଦ ।ସବୁବେଳେ କହନ୍ତି ଗୀତରେ ଗୀତରେ


" ମୋ ଦଶ ନାତୁଣୀ ଛଅ ନାତି

ମଲାବେଳେ ପାଶେ କେହି ନାହାଁନ୍ତି ।"


"ରଘୁନାଥ,ଭଗବାନ ,ବାଞ୍ଛାନିଧି ,ବୃନ୍ଦାବନ

ଭରତ ଯେ ସବୁଠାରୁ ଅଟେ ସାନ

ରକ୍ଷାକର ରକ୍ଷାକର ସବୁ ବିପଦରେ

ଆହେ ପ୍ରଭୂ ଚକାନୟନ ଭଗବାନ ॥"


ଗୀତ ସରିବା ପରେ ଭଗବାନଙ୍କ ନାମ ନେଇ ଗପ

କହନ୍ତି ।ଗପ ନ କହିଲେ ଆମେ ଖାଉନଥିଲୁ କି କାହା କଥା ବି ଶୁନୁନଥିଲୁ ଆଉ ଶେଯ ପାରିଲେ ବି ଶୋଉ ନଥିଲୁ ।ଜେଜେ ମାଆ ଠାରୂ ଗପ ଶୁଣିବା ପାଇଁ ଛଟପଟ ହେଉଥିଲୁ ।ଏବର ଜେଜେମା ମାନଙ୍କୁ ଦେଖ କିଏ ନୂଆ ପିନ୍ଧିଦେଲା ,କିଏ କାହାର କଣ ନେଇଗଲା,ମୋବାଇଲ ଧରି ଟିକଟକ କରିବା,ସିରଏଲ ଦେଖିବା ତା ସହ ପୁଣି କେଚେରେ କେଚେରେ ଖାଲି ହେବା ।ଏଣୁ ପିଲାମାନଙ୍କୂ ପୁଣି ସେମିତି ଜେଜେମା ମାନେ ନାଚନ୍ତୁ ଆଉ ଗପ ଶୁଣାନ୍ତୂ ତା ହେଲେ ଯାଇ ସମସ୍ତେ ଠିକ୍ ମାର୍ଗରେ ଚାଲିବେ ।

ବୁଢୀ ଅସୁରୁଣୀ ଗପ ଶୁଣିଦେଲେ ସବୁ ଖାଇବା ଗଳ ଗଳ ହୋଇ ପେଟକୁ ପଳାଉଥିଲା ହେଲେ ଏବେ ମୋବାଇଲ ଦେବି କହିଲେ ସବୁ ଖାନ୍ତି ଆଉ ଉଠବସ କରାନ୍ତି ।

ଆଠଉଲା ଗପ ଶୁଣିଲେ କାମ କରିବା ପାଈଁ ମନ ହେଉଥିଲା ଆଉ ଶୀଘ୍ର ସାରିବା ପାଇଁ ବାଦବୁଦିଆ ଲାଗୁଥିଲୁ ହେଲେ ଏବେ ଖାଲି ଶୋଇବା ଆଉ ଫେସନ ଛାଡିଦେଲେ ଆଉ କିଛି ନାହିଁ ।


ପୁଣି ଜେଜେମା ମାନଙ୍କୁ ନେଇ ଏକ ସଭା ଯଦି ହୁଅନ୍ତା ହୁଏତ ପୁରୁଣା ଦିନ ଫେରି ଆସନ୍ତା ।ଆମ ପିଲାମାନେ ବି ଗପ ଶୁଣି ଶୁଣି କେତେ ଗଳ୍ପ ମନରୁ କହିପାରନ୍ତେ ।


Rate this content
Log in