padmaja pati

Others

3  

padmaja pati

Others

ମୋ ପୁଷି ଫେରି ଆ

ମୋ ପୁଷି ଫେରି ଆ

2 mins
534


ଆଦିତ୍ୟ ବାବୁଙ୍କ ଛୋଟ ପରିବାର । ସେ, ତାଙ୍କ ସ୍ତ୍ରୀ ଓ ଛୋଟ ଝିଅ ମିତା । ଘରେ ପୁଷି ବିଲେଇ ମଧ୍ୟ ତା 'ର ଉପସ୍ଥିତି ଜାହିର କରୁଛି ମିଆଁଉ ମିଆଁଉ କରି । ଭାରି ବିରକ୍ତ ତାଙ୍କ ସ୍ତ୍ରୀ ଏଇ ପୁଷିକୁ ନେଇ । ବାହାର ସ୍ତ୍ରୀ ଲୋକମାନେ ତାଙ୍କୁ ବିଲେଇବାଲୀ ବୋଲି କହନ୍ତି । କାରଣ ସେ ଘରୁ ଗୋଡ଼ କାଢିଲା ମାତ୍ରେ ବିଲେଇ ଆଗ ଦାଣ୍ଡରେ ହାଜର । ସେ ମନେ ମନେ ଭାବନ୍ତି ଏ ବିଲେଇଟା କୁଆଡେ ପଳାନ୍ତା କି ?


ଆଦିତ୍ୟ ବାବୁ ସରକାରୀ ଚାକିରିଆ । ଥରେ ତାଙ୍କ ସହକର୍ମୀମାନେ ନିଜ ପରିବାରସହ ଚାରି ଧାମ ଯିବା ପାଇଁ ଯୋଜନା କଲେ । ଭାରି ଖୁସିଥିଲେ ଆଦିତ୍ୟ ବାବୁଙ୍କ ସ୍ତ୍ରୀ lସେହି ଶୁଭ ଦିନ ଆସି ପହଞ୍ଚିଲା । ରାତିରୁ ଉଠି ସବୁ ନିତ୍ୟ କର୍ମ ସାରି ବାହାରି ପଡିଲେ ସେମାନେ । ପୁଷି ମଧ୍ୟ ଯାଇ ଗାଡି ପାଖେ ହାଜର । ଆଦିତ୍ୟ ବାବୁ ଗାଳି ଦେଉଥିଲେ ସ୍ତ୍ରୀଙ୍କୁ । ବିଲେଇ ଗୋଟାଏ ଅଶୁଭ ଜୀବ । ତାକୁ ତଡିବା ନିହାତି ଦରକାର । ଯେତେ ଘଉଡାଇଲେ ବି ଗଲା ନାହିଁ ସେ । ମିତା ବଡ଼ ଆଗ୍ରହରେ ବିଲେଇକୁ ଦେଖୁ ଥିବାର ଆଦିତ୍ୟ ବାବୁ ଦେଖୁଥିଲେ । ତାଙ୍କ ସ୍ତ୍ରୀ କହିଲେ, " ତୁମ ଝିଅ ବିଲେଇକୁ ନ ଦେଖିଲେ କିଛି ଖାଉନି । ତୁମେ ତ ଅଫିସ ଗଲ । ଜାଣିବ କେମିତି ? ବିଲେଇ ବି ସାଙ୍ଗରେ ଯିବ ନା କ'ଣ ? ତାକୁ ଜଲଦି ତଡିଦିଅ l"

ଆଦିତ୍ୟ ବାବୁ ବିଲେଇକୁ ତଡିବାକୁ ଚେଷ୍ଟା କରୁ କରୁ ସେ ଡରିଯାଇ ରାସ୍ତା ଆରପଟକୁ ଯିବ କ'ଣ ଏକ ଅଟୋ ରିକ୍ସା ତଳେ ପଶିଗଲା । ତା'ପରେ ସବୁ ଶେଷ । ପୁଷିର ନିର୍ଜୀବ ଦେହ ରାସ୍ତା ଉପରେ ପଡି ରହିଲା । ଏହା ଦେଖି ଉଚ୍ଚ ସ୍ୱରରେ କାନ୍ଦି ଉଠିଲା ମିତା । ଆଦିତ୍ୟ ବାବୁଙ୍କ ସ୍ତ୍ରୀ ନା କହି ପାରୁଥିଲେ ନା ସହି ପାରୁଥିଲେ । ସେ ଆଦିତ୍ୟ ବାବୁଙ୍କୁ କହିଲେ, " ତୁମେ ଟିକେଟ ପଇସା ଫେରେଇ ଆଣ । ଆମର କୁଆଡେ ଯିବା ଦରକାର ନାହିଁ l"

ଘରକୁ ମନ ଦୁଃଖରେ ଫେରିଗଲେ ସମସ୍ତେ । ହେଲେ ଆଦିତ୍ୟ ବାବୁଙ୍କ ସ୍ତ୍ରୀଙ୍କୁ ଚାରିଆଡେ ପୁଷିର ମୁହଁ ଦିଶୁଥିଲା । ସେ ଭାବୁଥିଲେ ପୁଷି ପୁଣି ଥରେ ଫେରି ଆସନ୍ତା କି lମିତା ମଧ୍ୟ ମନେ ମନେ କାହାକୁ ଖୋଜୁଥିଲା ଭଳି ଚାରିଆଡକୁ ଚାଁହୁଥିଲା l


Rate this content
Log in