STORYMIRROR

Sagar Kumar Parida

Others

3  

Sagar Kumar Parida

Others

ମୋ ପ୍ରିୟଅଭିନେତା ବିଜୟ ମାହାନ୍ତି

ମୋ ପ୍ରିୟଅଭିନେତା ବିଜୟ ମାହାନ୍ତି

1 min
223

ବଞ୍ଚିବାର ଇଚ୍ଛା ସମସ୍ତଙ୍କର ଥାଏ। ଆଉ ସେହି ବଞ୍ଚିବାରେ ଜୀବନରେ ଅନେକ ସୁଖ ଓ ଦୁଃଖ ଭରି ରହିଥାଏ । କର୍ମମୟ ଜୀବନରେ ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ମଣିଷ ବିଭିନ୍ନ ଖେଳ, ଚଳଚ୍ଚିତ୍ର ଦେଖିବା, ଭ୍ରମଣ କରିବା ଇତ୍ୟାଦି କରିଥାଏ। ଠିକ୍ ସେହିପରି ମୁଁ ମନ ଭଲ ନଥିବା ସମୟରେ ଚଳଚିତ୍ର ଦେଖି ମୋର ସମୟ କଟାଇଥାଏ ଏବଂ ସେଥିରୁ ଅନେକ କିଛି ଶିଖେ।ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଯେତେ ମହାନ କଳାକାର ଅଛନ୍ତି ସେମାନଙ୍କ ମଧ୍ୟରୁ ବିଜୟ ମାହାନ୍ତି ମୋର ଅତି ପ୍ରିୟ ଚଳଚ୍ଚିତ୍ର ତାରକା।ତାଙ୍କର ଜୀବନ୍ତ ଅଭିନୟ ମୋତେ ବହୁତ ଭଲଲାଗେ। କୋଟିଏ ମଣିଷ ଗୋଟିଏ ଜଗାରେ ତାଙ୍କର ଅଭିନୟ ପରାକାଷ୍ଠା ଏତେ ଭଲ ଯେ ତାହା ମୋ ହୃଦୟକୁ ଛୁଇଁ ଯାଇଥିଲା। ଯେଉଁଥିରେ ସେ ନାଗାର ଅନ୍ୟାୟ ଅନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ଶେଷରେ ତାହାକୁ ବିନାଶ କରିଥିଲେ। ଆହୁରି ଅନେକ ଚଳଚ୍ଚିତ୍ର ଯଥା ଭୀଷ୍ମ ପ୍ରତିଜ୍ଞା, ପଥର ଖସିଲା ବଡ଼ ଦେଉଳୁ, କି ହେବ ଶୁଆ ପୋଷିଲେ, ସହରୀ ବାଘରେ ତାଙ୍କର ଅଭିନୟ ଅଭୂତପୂର୍ବ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଜୟ ମାହାନ୍ତିଙ୍କ ନାମ ସର୍ବଦା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ଏହିପରି କଥା ସାଗର ତା ସାଙ୍ଗ ଲୋକେଶ କୁ କହୁଥାଏ। 


ଲୋକେଶ ମଧ୍ୟ ଏହି କଥା ଶୁଣି ବଡ ହେଲେ କିପରି ବିଜ ମାହାନ୍ତି ଭଳି ହିରୋ ହେବ ଚିନ୍ତା କରୁଥାଏ।

ଏହି ସମୟରେ ଲୋକେଶର ମାଆ ଡାକ ପକାଇଲେ ଧାଇଁ

ଆସ ପିଲାମାନେ ପାଠ ପଢିବ। ସାଗର ଲୋକେଶ ଧାଇଁଲେ ମାଆ କହିଲେ ବସି ପଢୁଥା, ମୁଁ ଯାଏ ସଜନା ଶାଗ ଦୁଇଟା ତୋଳି ଆଣେ।


ଏହି ସମୟରେ ଟିଭିରେ ଚଳଚିତ୍ରରର ଗୋଟେ ଶବ୍ଦ ଶୁଭିଲା ସାପ ଲାଙ୍ଗୁଡରେ ହାତ ମାରିଦେଲୁ। ଲୋକେଶ , ସାଗର ଦଉଡି ଗଲେ। ଦେଖିଲେ ଫିଲିମି ଚାଲିଛି ଆଉ ଏହି ଫିଲିମିର ହିରୋ ହେଉଛି ତାଙ୍କର ପ୍ରିୟ ବିଜୟ ମାହାନ୍ତି । ୫ ମିନିଟ ଦେଖିଛନ୍ତି କି ନାହିଁ ମା ଡାକ ପକାଇଲେ ଆରେ ବହି ଛାଡି କୁଆଡେ ଗଲ। ଦୁହେଁ ବହି ପାଖକୁ ଦୌଡ଼ିଲେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍