STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ମୋ ଡାଇରୀ -ରୀତା ଅପରାଜିତା

ମୋ ଡାଇରୀ -ରୀତା ଅପରାଜିତା

1 min
236

ଆଜି ଲକ ଡାଉନର ଦ୍ଵିତୀୟ ଦିନ। ଅନେକ ଦିନ ପରେ ଆମ ଘରେ ଆମେ ସମସ୍ତେ ଏକାଠି ଥିଲୁ। ମୁଁ ଆଜି ତର ତର ହେଇ କର୍ମ କ୍ଷେତ୍ରକୁ ବାହାରି ନଥିଲି।ମୋ ସ୍ତ୍ରୀ ଆଜି ପରଟା,କୋବି ଆଳୁ କଷl କରିଥିଲା।ଆଜି ଭଲ କରି ଜଳଖିଆ ଖାଇଲି।ମୁଁ ଆଜି ମୋ ପୁଅ କୁ ପଢେଇଲି। ମୋ ବାପାଙ୍କ ସହ ସମୟ ବିତେଇଲି। ଆଜି ଦିନ ମୋ ପାଇଁ ମୋ ପାଇଁ ଭିନ୍ନ ଅନୁଭବ ର ଥିଲା । ଆଜି ମୋ ପୁରୁଣା ଆଲବମରେ ପୁରୁଣା ଫଟୋ ଦେଖିଲି ସତେ ନିଜ ସହ ନିଜର ଭେଟ ହେଲା। ଆଜି ବାପା ଡାଲମା କରିଥିଲେ। ମୋ ସ୍ତ୍ରୀ ପରିବା କଟକଟିରେ ।ମା ଯୋଗାଡିଆ ଭୂମିକା ରେ ଥିଲେ। ପୁଣି ଶାଗ,ଟମାଟୋ ଖଟା ବି କରିଥିଲେ। ଘର ଖାଇବାରେ ଯେଉଁ ଆନନ୍ଦ ତାହl ଭାଷା ରେ ବ୍ୟକ୍ତ କରି ହେବନି। ଦ୍ବୀପହର ବଢିଆ ନିଦ । ସନ୍ଧ୍ୟା ବେଳେ

ସମସ୍ତଙ୍କ ମିଶି ଚା ପିଇଲି ଅନେକ ଦିନ ପରେ। ମୁଁ ଘରେ ରହିଲି। ପ୍ରଧାନମନ୍ତ୍ରୀ ମୋଦୀ ଙ୍କ କଥl ମାନିବି। ନିଜ ଘର ଆଗରେ ଲକ୍ଷ୍ମଣାଗାର ଟାଣିଲି ମୁଁ ଏକୋଇଶ ଦିନ ଘରେ ରହିବି। ଆପଣ ବି ରହିଛନ୍ତି ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍