Prabhas Mohapatra

Others

1  

Prabhas Mohapatra

Others

ମୋ ବାପା

ମୋ ବାପା

2 mins
368


ବାପା, ଯାହାଙ୍କ ଚରଣ ଧୂଳିରେ ଗଢା ଏ ଶରୀର l ଯାହାଙ୍କ ହୃଦୟ ରେ ଭରି ରହିଥାଏ ସନ୍ତାନ ପାଇଁ ଅସରନ୍ତି ଭଲପାଇବା ,ଯେ ନିଜେ କାନ୍ଦି ସିଖାନ୍ତି ହସିବା ସେ ବାପା l ବାପା ଯେ କବଚ ପରି ରକ୍ଷା କରନ୍ତି ଦୁନିଆର ସବୁ ବିପଦରୁ l ଯେ ସନ୍ତାନ କୁ ଉପରକୁ ଉଠାଇବା ପାଇଁ ଦେଖାଇ ଦିଅନ୍ତି ନିଜ କାନ୍ଧକୁ ସେ ହେଉଛନ୍ତି ବାପା l


ପ୍ରତିଟି ମଣିଷ ଜୀବନରେ ବାପା ହେଉଛନ୍ତି ଜଣେ ଦେବତା l ଠିକ୍ ମୋର ବି ଜଣେ ଦେବତା ଅଛନ୍ତି, ସେ ମୋ ବାପା ଯେକି ଦେବତାଠାରୁ ବଳି l କହିବାକୁ ଗଲେ ସେ ମୋ ପାଇଁ ଚଳନ୍ତି ଠାକୁର l ଯାହାଙ୍କୁ ବାପା ଡାକିଲେ କୋଳେଇ ନିଅନ୍ତି l ଆଉ ସବୁ ଅଳି ପୂର୍ଣ୍ଣ କରନ୍ତି l ମୁଁ ଯଦି ଦୁଷ୍ଟାମୀ କରେ କାଳେ ଭବିଷ୍ୟତରେ ଅବାଟକୁ ଚାଲିଯିବି ସେଥିପାଇଁ ଶାସନ ଯେ କରନ୍ତି ସେ ବାପା l ମୁଁ ନଖାଇଥିଲେ ମା ସହ ଝଗଡ଼ା କରିଥାନ୍ତି, ସେ ମୋ ବାପା ଯେ ନିଜେ ନଖାଇ ବଜାରରୁ ଦେଇଆସନ୍ତି ମୋ ପାଇଁ ନାନା ଜିନିଷ l ସେ ମୋ ବାପା l


ମୋ ବାପା ଦୁନିଆର ସବୁଠୁ ନିଆରା ଯିଏ ମୋ ହାତ ଧରି ଚାଲି ଶିଖାଇଲେ , ଯେବେ ଚାଲୁ ଚାଲୁ ଝୁଣ୍ଟି ଯାଏ ସେ ଟେକି ନେଇ ଛାତିରେ ଜାବୁଡ଼ି ଧରି କୁହନ୍ତି ଆରେ ତୁପରା ମୋ ପୁଅ ତୁ ଏତିକିରେ କାନ୍ଦୁଛୁ l ଜୀବନରେ ଆଗକୁ ବହୁତ୍ ପଡିବୁ ନହେଲେ ଜୀବନର ଚଲାପଥରେ ଚାଲିବା କିପରି ଶିଖିବୁ ସେ ମୋ ବାପା ଯେ ନିଜ ସାଇକେଲରେ ବସାଇ ପୃଥିବୀ ବୁଲାନ୍ତି l ଯାହାଙ୍କ ପରିଚୟରେ ଆଜି ମୁଁ ଦୁନିଆ ଆଗରେ ପରିଚିତ ସେ ମୋ ବାପା l ଯାହାଙ୍କ ଚରଣ ତଳ ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ l ଯେ ଛତା ପରି ବର୍ଷାରୁ ଚାଦର ପରି ଶୀତରୁ ରକ୍ଷା ଆଉ ହାତ ହୋଇ ଆଖିର ଲୁହକୁ ପୋଛି ଦିଅନ୍ତି ସେ ମୋ ବାପା l


ସତରେ ବାପା ସବୁବେଳେ ବାପା ଯାହାଙ୍କ ବିଷୟରେ ଲେଖିବା ମୂର୍ଖାମିର ପରିଚୟ ହେବ , ଯେତେ ଲେଖିଲେ ବି ଶେଷ ନାହିଁ l ଯେ ବାହାରେ ପଥର ହେଲେ ବି ଭିତରେ ରହିଥାଏ କୋମଳତା ସେ ମୋ ବାପା ,ମୋ ବାପା , ମୋ ବାପା l



Rate this content
Log in