The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sanuja Meghamala

Others

5.0  

Sanuja Meghamala

Others

ମୋ ବାପା

ମୋ ବାପା

4 mins
721


ବାପା ଶବ୍ଦ ଉଚ୍ଚାରଣ ମାତ୍ରେ ଯେମିତି ଦେହ ଭିତରେ କମ୍ପନ ସୃଷ୍ଟି ହୁଏସେମିତି  ଆନନ୍ଦ ରେ ଭରି ଯାଏ ମନ। ଆତ୍ମୀୟତା ର ସୁଗନ୍ଧ ରେ ପୁଲକିତ ହେଇଯାଏ ଶରୀର।ପ୍ରତ୍ୟେକ ବାପା ହେଉଛନ୍ତି ତାଙ୍କ ସନ୍ତାନ ର ଆଦର୍ଶ।ସବୁ ଅସମ୍ଭବକୁ ସମ୍ଭବ କରି ପାରୁଥିବା ଯାଦୁଗର ।ଦ୍ଵିତୀୟ ଇଶ୍ଵର । ମଥା ଉପରେ ବାପାଙ୍କ ମଙ୍ଗଳ ମୟ ହାତର ସ୍ପର୍ଶ ସବୁ ସଙ୍କଟ ର ଅଭୟ ତାବିଜ୍।ଏବଂ ଅନୁଶାସନ,ସଂସ୍କାର ଓ କର୍ତ୍ତବ୍ୟ ର ପାଣ୍ଡୁଲିପି ।ଆଉ "ମୋ ବାପା", ତାଙ୍କ ବିଷୟ ରେ ଲେଖିବି ! କୋଉଠୁ ଆରମ୍ଭ କରିବି କେମିତି ଶେଷ କରିବି । ଶୁଣା କଥା ତ ଯାହା, ହେତୁ ପାଇବା ଦିନରୁ ଆଜି ପର୍ଯ୍ୟନ୍ତ ଅନେକ ସୁଖ ଦୁଃଖ ହସ ଲୁହ ର ଘଟଣା ଯେମିତି ଚଳଚ୍ଚିତ୍ର ପରି ଭାସିଯାଇଛି।ଗୋଟେ ପଦରେ କହିବି ବାପା ଅବର୍ଣ୍ଣନୀୟ।

ମୋ ବାପା ତାଙ୍କ ଛାତ୍ର ଜୀବନରେ ଜଣେ ସୁଛାତ୍ର, ସୁବକ୍ତା, ନେତୃତ୍ୱ ସମ୍ପନ୍ନ ,ପରୋପକାରୀ ,ସୁସଂଗଠକ ଭାବରେ ତାଙ୍କ ଶିକ୍ଷକ, ସହପାଠୀ, ଉପର ଓ ତଳ ଶ୍ରେଣୀ ର ଛାତ୍ର ତଥା ସ୍ଥାନୀୟ ଅଞ୍ଚଳ ର ଅନେକ ପ୍ରତିଭା ସମ୍ପନ୍ନ ,ଧନୀ ଓ ଗୁଣୀ ବ୍ୟକ୍ତି ଙ୍କ ଦ୍ଵାରା ଆଦୃତ ଓ ସମ୍ମାନିତ ହୋଇଥିଲେ।। ସେମିତି ସୁ ଦୀର୍ଘ ଚାକିରୀ ଜୀବନ ରେ ଅନେକ ସମ୍ମାନ ର ଅଧିକାରୀ। ଅବସର ନେବା ପରେ ଆଜି ବି ମୋ ବାପା ଙ୍କ ସହକର୍ମୀ ବନ୍ଧୁ ମାନଙ୍କ ସହିତ ସୁସମ୍ପର୍କ ରହିଛି।ନୂଆ ଯୋଗଦାନ କରୁଥିବା କର୍ମଚାରୀ ମାନେ ବାପାଙ୍କ ଠାରୁ ଅନେକ ଶିଖିବାର ସୁଯୋଗ ପାଇଥିଲେ। ଯାହା ସେମାନେ ଆମ କୁ ଆଜି ବି କୋଉଠି ଦେଖା ହେଲେ ଖୁସି ରେ କୁହନ୍ତି ସେତିକି ବାପାଙ୍କ ସନ୍ତାନ ହିସାବ ରେ ଆମ ପାଇଁ ବଡ଼ ଉପଲବ୍ଧି।ବାପା ମା ମାନେ ଯେମିତି ତାଙ୍କ ସନ୍ତାନ ର କୃତିତ୍ୱ ରେ ଆତ୍ମହରା ହୁଅନ୍ତି,ସେମିତି ଛୁଆ ମାନେ ମଧ୍ୟ ନିଜ ପିତା ମାତାଙ୍କୁ ନେଇ ଗର୍ବିତ ହୁଅନ୍ତି।

    ମୋ ବାପାଙ୍କ ର କଡା ଅନୁଶାସନ ଭିତରେ ଆମେ ଭାଇ ଭଉଣୀ ବଡ଼ ହେଇଚୁ।ଠିକ୍ ସମୟରେ ଉଠିବା , ଶୋଇବା,ପାଠ ପଢିବା,  ମାପି ଚୁପି କଥା ,ବଡ଼ ମାନଙ୍କୁ ସମ୍ମାନ ଦେବା ଆମର ଅଲିଖିତ ନିୟମ ଥିଲା।ଆମ ଘରେ ବାପାଙ୍କ ବନ୍ଧୁ ମାନଙ୍କ ର ଯେତିକି ସମ୍ମାନ ଲକ୍ଷୀମା( କାମବାଲୀ) paper ଦେଉଥିବା ହରି ଭାଇ ର ସେତିକି ସମ୍ମାନ ।କିନ୍ତୁ ,ବିନା ଅନୁମତି ରେ ପଡିଶା ଘର ବା କୌଣସି ସାଙ୍ଗ ମାନଙ୍କ ଘରକୁ ଯାଇ ପାରୁ ନଥିଲୁ।ଯୁଆଡେ ଯାଉଥିଲୁ ବାପାଙ୍କ ସହିତ।ବାପା ଙ୍କ ର LTC ସୁବିଧା ଥିବାରୁ ଆମେ ବାପାଙ୍କ ସହିତ ରାଜ୍ୟ ବାହାରକୁ ବହୁ ଥର ଯାଇ ପାରିଥିଲୁ। ସେଥିପାଇଁ ସାଙ୍ଗ ମାନେ ଆମକୁ ଚିଡାନ୍ତି, ପରକଟା ଚଢ଼େଇ ନିଜ ଇଚ୍ଛା ରେ କିଛି କରି ପାରି ବନି।ସ୍ଵାଧୀନତା ନାହିଁ। ସେତେବେଳେ ମନ କେବେ ବିଦ୍ରୋହ କରିନାହିଁ।।କିନ୍ତୁ ସେ ନିୟମ ଆମକୁ, ଶୃଙ୍ଖଳିତ , କର୍ତ୍ତବ୍ୟ ନିଷ୍ଠ ,ସମୟାନୁବର୍ତିତା ଶିଖାଇ ଥିଲାଓ ମାର୍ଜିତ କରିଥିଲା। ପରିବାର ପ୍ରତି ସମ୍ମlନ ବୋଧ ସୃଷ୍ଟି କରୁଥିଲା । ପରବର୍ତ୍ତୀ ଜୀବନ ରେ ଆମକୁ ଆଗକୁ ବଢ଼ିବାରେ  ସହାୟକ ହୋଇଛି ।ଯାହା ଆମେ ଏବେ ଅନୁଭବ କରୁ। 

ରବିବାର ଛୁଟିଦିନ ହେଲେ ସକାଳ ବେଳା ମୋର ଚୋପା ଛାଡେ ଜାଣ। ନାନୀକୁ ,ଭାଇକୁ ଓ ମୋତେ ଓଡ଼ିଆ , ଇଂରାଜି ନିୟୁଜ୍ ପେପର ରୁ ଶୃତ ଲିଖନ ଡକା ହେବ ।ସେମାନେ ଯାହା ଲେଖିବେ ମୁଁ ବି ଲେଖିବି ମୋର ନିଶ୍ଚୟ ଅଧିକ ଭୁଲ୍ ହେଉଥିଲା। ବାପା ବୁଝେଇ ଦିଅନ୍ତି,ଏହାର ଉଦ୍ଦେଶ୍ୟ ସୁନ୍ଦର ତ୍ରୁଟି ରହିତ ହସ୍ତାକ୍ଷର ।ସେତେବେଳ ର  ସେହି  ଲିଖନ ଅଭ୍ୟାସ ଭବିଷ୍ୟତ ରେ କେତେ ସାହାଯ୍ୟ କରିଚି କହି ହେବନି। ନିଜେ ପାଠ ବହି ଗପ ବହି ,ଧର୍ମ ଶାସ୍ତ୍ର ପୁରାଣ ଆଦି ବହୁତ୍ ପଢନ୍ତି।ସେହି ଗୁଡ଼ିକ ଆମ ସହିତ ଆଲୋଚନା କରନ୍ତି।ମୁଁ ବାପାଙ୍କୁ ଲାଇବ୍ରେରୀ ଡାକେ ।କେତେ ଜ୍ଞାନ ସତେ,ମୋ ପାଖରେ ସେଥିରୁ କାଣିଚାଏ ଥାଆନ୍ତା ହେଲେ।।ଆଜି ବି ଆମ ଭାଇ ଭଉଣୀ ମାନଙ୍କର ଯାହା ସୁବିଧା ଅସୁବିଧା ହେଲେ ଆମ ବାପା ହି ଆମର ପ୍ରଥମ ପରାମର୍ଶ ଦାତା।କଣ ଜାଣି ନାହାନ୍ତି ସତେ ! ବିଜ୍ଞାନ, ସାହିତ୍ୟ ଜୀବନ ଦର୍ଶନ ,management । ଦେଶ ,ବିଦେଶ ପାଣିପାଗ। ପ୍ରତିଦିନ ଫୋନ ରେ କଥା ହେଲା ବେଳେ , ସାମାନ୍ୟ ଔପଚାରିକା ରୁ ଆରମ୍ଭ ହୋଇଥିବା କଥୋପଥନଗୋଟେ ବଡ଼ ଆଲୋଚନା ରେ ହିଁ ସରେ।ବାପା ଙ୍କ ସହିତ କଥା ହେଇଗଲେ ଦିନଯାକର ଥକାପଣ କମିଯାଏ।ସାହସ ଓ ଶକ୍ତି ମିଳେ। କେମିତି ବୁଝି ପାରନ୍ତି ଏତେ ଦୂରରୁ ମନ କଥା।ମୁଁ ଏବେ ବି ଆଶର୍ଯ୍ୟ ହୁଏ।

 ମୋ ବାପାଙ୍କ କଠୋର ଅନୁଶାସନ ର ଛୋଟ ଛୋଟ କଥା ଆଜି ବି ମନେ ପଡେ।ଷଷ୍ଠ ଶ୍ରେଣୀ ରେ ପଢୁଥାଏ। ସ୍କୁଲ୍ ଛୁଟି ପରେ ବର୍ଷା ରେ ସାଙ୍ଗ ମାନଙ୍କ ସହିତ ଭିଜି ଭିଜି ଘରେ ଆସି ପହଞ୍ଚିଲି,ଗେଟ୍ ଖୋଲିଲେ ବାପା , ଚାହିଁ ଦେଇ ଭିତରକୁ ଗଲେ ,ଅବସ୍ଥା ଅସମ୍ଭାଳ।ବାପାଙ୍କୁ ଦେଖି ଛାନିଆ ,ଜାଣିଗଲି ବେଳା ଖରାପ, ବୋଉ ତାୱେଲ୍ ଧରି ଆସିଲା,ତାକୁ ପଚାରିଲି ,ଆସ୍ତେ ବାପା କଣ ଏତେବେଳେ, ବୋଉ କହିଲା ବାପାଙ୍କୁ ଜର ।ତୁ ବର୍ଷାତି କଣ୍ ପାଇଁ ନେଇନୁ। ତୋର ଥଣ୍ଡା ଦେହ।ଜର ହେଲେ ଜମା କମିବନି।

ଭିତରୁ ମୋ ବାପା ରେନିକୋଟ ଟା ଆଣି ପାଚେରୀ ସେପଟେ  ଫିଙ୍ଗିଲେ।ବୋଉକୁ କହିଲେ ତା ଖାଇବା ବନ୍ଦ।

ମୋତେ କହିଲେ ଶୀଘ୍ର ଲୁଗାପଟା ବଦଳା। ମୁଁ ମେସିନ ପରି ଚାଲିଥାଏ।ମୋ ମନଟା ରେନି କୋଟ ପାଖରେ ଅଟକି ଥିଲା।ବୋଉ ଉପରେ ରାଗୁଥିଲି ,ବୋଉ ହସୁଥିଲା। ତା ଭିତରେ ବୋଉ କୁ ଭାତ ଖାଇବାକୁ ଦେବା ବଦଳ ରେ ଗରମ୍ ରୁଟି ତରକାରୀ କରିବାକୁ କହିଲେ।ଟାଇମ୍ ଲାଗିବ କରିବା ,ସେଇ ବ୍ୟବଧାନ ପୂରଣ ପାଇଁ ମୋତେ ଦଣ୍ଡ ମିଳିଲା,।ସେଇ ଛୋଟ ବୟସ ରେ ବି ମୋ ବାପାଙ୍କ ଯତ୍ନ ଓ ବ୍ୟସ୍ତତା କୁ ବୁଝି ପାରିଥିଲି, ବାପାଙ୍କୁ କାନ ଧରି ମୋର ଭୁଲ୍ ହେଇ ଯାଇଚିବୋଲି କହିଥିଲି। ମୋତେ ବହୁତ ଜର ହୋଇଥିଲା, ବାପା ଦିନ ରାତି ଏକା କରିଦେଇଥିଲେ । ତା ପରଠୁ ମୁଁ କେବେ ଜାଣି ଜାଣି ବର୍ଷା ରେ ଓଦା ହୁଏନି। ପିଲାଦିନର ଆଉ ଗୋଟେ ଘଟଣା ବି ମନକୁ ଆସୁଛି, ଆମେ ସାଙ୍ଗମାନେ ସ୍କୁଲ ରୁ ଫେରି ପଡିଶା ଘର ଦୁଇ ମହଲା ଛାତ ଉପରେ ଖେଳିବା ରେ ବ୍ୟସ୍ତ, ସଂଜ ହେଇ ହେଇ ଆସୁଥାଏ,ବାପା ଅଫିସ ରୁ ଫେରି ଘରକୁ ନ ଯାଇ ଛାତ ଉପରେ ହାଜର।କିଛି ନ କହି ମୋ କାନକୁ ଭିଡ଼ି ଧରିଲେ ଚଟକଣା ଉପରେ ଚଟ କଣା ଦେଇ ଘର ପର୍ଯ୍ୟନ୍ତ ନେଲେ।ମୋର ଯାହା ମନେ ଅଛି ୟା ପୂର୍ବରୁ କେବେ ମାଡ଼ ଖାଇ ନ ଥିଲି କି ପରେ ମଧ୍ୟ ବାପା କେବେ ମାଡ଼  ମାରି ନ ଥିଲେ। ଦୋଷ ହେଲା ଛାତ ଉପରେ ପାରା ପେଟ୍ ନ ଥିଲା। ବୋଉ ବାପା ରାଗିଲେ କିଛି କୁହେନି, ସେଦିନ କିନ୍ତୁ କହିଲା, ଛୁଆ ଟାକୁ ମାରିଦେବ ନା କଣ। ବାପା ଙ୍କ ର ରାଗ ଥମି ଗଲା,ମୋତେ କୁଣ୍ଢେଇ ଧରି କାନ୍ଦିଲେ।ଅଳ୍ପ ଦିନ ପୂର୍ବରୁ ଗୁଡି ଉଡ଼େଇ ଆମ ସାହି ରୁ ଜଣେ ଭାଇ ଛାତରୁ ପଡି ଜୀବନ ହରାଇଥିଲେ। ଏଠି ବି ମୋ ବାପାଙ୍କର ଭୟ କୁ ସ୍ପଷ୍ଟ ରୂପେ ଦେଖିପାରୁଥିଲି।ସେବେ ଠାରୁ ମୁଁ ମଧ୍ୟ ମନେ ମନେ ଶପଥ କରିଥିଲି ଏମିତି କିଛି କାମ କରିବିନି ଯାହା ପାଇଁ ମୋ ବାପା କଷ୍ଟ ପାଇବେ।

  ଆମ ଛୁଆ ବେଳେ ଝିଅ ମାନଙ୍କୁ ଏତେ ସ୍ନେହ ଆଦର ମିଳୁ ନ ଥିଲା।କିନ୍ତୁ ମୋ ବାପା ତାର ବ୍ୟତିକ୍ରମ ଥିଲେ।

ଆମେ ଝିଅ ମାନେ ବେଶ୍ ଗେହ୍ଲା ରେ ବାପାଙ୍କ ପାଖରେ ବଢିଥିଲୁ। ମୁଁ ତ ଆହୁରି..ଅତି ଛୋଟ କଥାରେ ରାଗି ଯାଇଥିଲି, ଅଭିମାନ ରେ କାନ୍ଦିବି...ଖାଇବିନି,। ବାପା ସୁନ୍ଦର ଭାବରେ ବୁଝେଇ ଦେଉଥିଲେ , ଅତି ଛୋଟ ଛୋଟ ଆବଶ୍ୟକତାକୁ ପୂରଣ କରନ୍ତି।ମୋବାପାଙ୍କ ଦୃଷ୍ଟିକୋଣ ଭିନ୍ନ ।ଝିଅ ମାନେ ବାହା ହେଲା ପରେ କେମିତି ଘର ମିଳିବ, କେମିତି ରହିବେ ଜଣା ନାହିଁ।ମୋ ଝିଅ ମୋ ଘରେ ଖୁସି ରେ ରହୁ।  

ଝିଅ ଟି ଯେଉଁଠି ଜନ୍ମ ହୋଇ ବାପା ମା ଭାଇ ଭଉଣୀର ସ୍ନେହ ନେଇ ବଡ଼ ହୁଏ, ସେଇ ଘର ଦିନେ ତା ପାଇଁ ପର ହେଇଯାଏ। କେହି କେବେ ଝିଅ କୁ ପଚାରି ବୁଝେନା ସେ କଣ ଚାହେଁ।କିନ୍ତୁ ମୋ ବାପା ଆଜି ବି କହନ୍ତି ଏଇଟା ତୁମ ଘର, ତୋ ରୁମ୍ଏମିତି କି ଖଟ ବିଛଣା ବି।  ସେତିକି ଖୁସି ଲାଗେ, ମନ ଭରିଯାଏ କୃତଜ୍ଞତା ରେ। ଆଖିରେ ଲୁହ ଆସି ଯାଏ। 


Rate this content
Log in