ମନୁଆର କୁକୁର
ମନୁଆର କୁକୁର
ମଧୁପୁର ଗାଁ ରେ ମନୁଆର ଘର । ଗାଁ ଟି ବହୁତ ସୁନ୍ଦର ଆଉ ମନୋରମ ପରିବେଶରେ ସୁଶୋଭିତ ହୋଇଥାଏ । ଗାଁ ମଝିରେ ଗୋଟିଏ ଛୋଟ ମନ୍ଦିର ମଧ୍ୟ ଥାଏ ଯେଉଁଠି କି ମହାଦେବ ପୂଜା ପାଉଥାନ୍ତି । ମଧୁପୁର ଉଚ୍ଚ ବିଦ୍ୟାଳୟରେ ପଢୁଥାଏ ମନୁଆ । ବିଦ୍ୟାଳୟ ପାଖକୁ ଲାଗି ଗୋଟିଏ ପଡ଼ିଆ ଥାଏ ଯେଉଁଠି ମନୁଆ ଆଉ ତାର ସାଙ୍ଗମାନଙ୍କ ସହ ଖେଳିଥାଏ । ଏମିତିକି ଗାଁଟିର ସୁନ୍ଦର ପରିବେଶକୁ ଲୋକ ମାନଙ୍କର ଆଚରଣ ,ବ୍ୟବହାର ଆଉ ଭଦ୍ରାମି ସଂଜ୍ଞାହୀନ ଥିଲା । ଗାଁ କୁ କେଉଁ ଅତିଥି ଆସିଲେ ସେହି ଗାଁରେ ଲୋକମାନଙ୍କ ସହ ଏମିତି ଜଡି ଯାଉଥିଲେ ଯେ କେହି ଆଉ କିଛି ଦିନ ରହିବାକୁ ମନେ କରୁଥିଲେ ।
ଗାଁଟିରେ କେହିବି ଥରେ ଝଗଡା ହେବାର ଶୁଣିନଥିବେ । ଗାଁର ଲୋକ ମାନେ ଏମିତି ସ୍ୱଭାବର ଥିଲେ ଯେ କେହି ଜଣେ ଯଦି କେହି ବିପଦରେ ଅଛି ସମସ୍ତ ଗ୍ରାମବାସୀ କାନ୍ଧକୁ କାନ୍ଧ ମିଳାଇ ତାର ଦୁଃଖ ଲାଘବ କରୁଥିଲେ । କାହାରି କୌଣସି ଡାକ୍ତରୀ ଆର୍ଥିକ ସହାୟତାରେ ସମସ୍ତେ ଚାନ୍ଦା କରି ଲୋକଟିର ରୋଗର ଉପଶମର ନିରାକରଣ କରୁଥିଲେ । ସେହି ଗାଁ ରେ ମନୋରଞ୍ଜନ ଯେ କେହି ଡାକ ନାମ ମନୁଆ ଗୋଟିଏ ଭଉଣୀ ଆଉ ସେ । ମନୁଆ ବାପା ସହରରେ ରହି କାମ କରନ୍ତି ଆଉ ମାସକୁ ମାସ ମାଙ୍କ ବ୍ୟାଙ୍କ ବହିକୁ ପଇସା ପଠେଇ ଦିଅନ୍ତି । ଯେମିତି ହେଉ ଦୁଇ ବଖରା ଇନ୍ଦିରା ଆଭାସ ଯୋଜନା ରୁ ମିଳିଥିବା ଘରେ କେବଳ ମା ଭଉଣୀ ଓ ଜେଜେ ମା ସହ ରହେ ମନୁଆ ।ଜେଜେ ବାପା ଦୁଇ ବର୍ଷ ହେଲା ମରିଯାଇଛନ୍ତି ।
ମନୁଆ ଆଦରରେ ରଖିଥାଏ ଗୋଟିଏ କୁକୁର । ନାଁ ତାର ରଖିଥିଲା କାଳିଆ । ବେଳେ ବେଳେ ବି ଟିପୁ କହି ଡାକିଦିଏ । ଗାଁ ସାରା ଲୋକ କୁକୁରଟି କାଳିଆ ଦେଖା ଯାଉଥିବାରୁ ତେଣୁ କାଳିଆ କାଳିଆ ବୋଲି ଡାକୁଥିଲେ । ମନୁଆ ଏକୁଟିଆ ଟିପୁ ଡାକିଲେ କାଳିଆ କୁ ଭଲ ଲାଗେନିକି କଣ ଟିକେ ଡେରିରେ ଶୁଣୁଥିଲା । ମନୁଆ ସ୍କୁଲ ଯାଏ କାଳିଆ ତା ସାଥିରେ ଯାଏ ଆଉ ଫାଟକ ପାଖରେ ବସିରହେ । କାଳିଆ ବି ବହୁତ ଶକ୍ତିଶାଳୀ ଥିଲା ଅନ୍ୟ ଜାତିଭାଇ ମାନେ ତା ପାଖକୁ ଆସିବାକୁ ସାହସ କରନ୍ତି ନାହିଁ । ଦୂରରୁ ଆକ୍ରମଣ ସ୍ୱରୂପ ଭୋ ଭା ହୁଅନ୍ତି। କାଳିଆ ସେ ସବୁକୁ ନଜର ଦିଏନି କାରଣ ତା ମନରେ ମୁଁ ତ ତୁମକୁ କିଛି କହୁ ନାହିଁ ତୁମେ ଅଯଥାରେ ଭୋ ଭା ହେଲେ କିଏ ଶୁଣେ। କୁକୁର ଭୋକି ଭୋକି ମଲା କାଳିଆ ନଶୁଣିଲେ ଗଲା ବୋଲି ଜଣେ ଜଣେ କହିପକାନ୍ତି ।
ମନୁଆର ଜଣେ ଖାସ ସାଙ୍ଗ ଥିଲା ରଘୁ ସ୍ୱଭାବରେ ବହୁତ ଭଲ ସାଙ୍ଗ ହେଲେ ଟିକେ ଈର୍ଷାଳୁ । କାରଣ ସବୁବେଳେ ମନୁଆ ଭଲ ନମ୍ବର ରଖି ପରୀକ୍ଷାରେ ପ୍ରଥମ ହଉଛି । କିନ୍ତୁ ରଘୁର ସବୁବେଳେ ମନୁଆର ଘରେ ଖାଇବା ପିଇବା । ମନୁଆ ମା ବହୁତ ପିଲା ସ୍ନେହୀ । ସେ ମନୁଆ ସାଥିରେ ରଘୁ ପଢୁଛି ଆଉ ସାଙ୍ଗ ହେଉଛି ଶୁଣି ବହୁତ ଖୁସି ହୁଏ ଆଉ ରଘୁକୁ ବି ବହୁତ ଗେହ୍ଲା କରେ। ମନୁଆକୁ କମ ଖାଇବାକୁ ଦେଇ ରଘୁକୁ ମା ଅଧିକ ଦେଇଥାନ୍ତି । ମା ସବୁବେଳେ କୁହନ୍ତି ପୁଅ ସାଥିରେ ସବୁବେଳେ ସାଙ୍ଗ ହେଉଥିବୁ । ଝଗଡା ଲାଗିବନି । ସାଥୀହେଇ ଖେଳିବ । ଏମିତି ବହୁତ ବୁଝାଏ ରଘୁକୁ ମନୁଆର ମା ।
ପିଲା ଦୁଇଟିର ଝଗଡା ଲାଗିବାର କେବେବି ମା ଶୁଣିନାହାନ୍ତି । ଆଜି ରବିବାର ପିଲାଦୁଇଜଣ ମନ୍ଦିର ଯିବେ ବାହାରିଛନ୍ତି । ମନ୍ଦିରଟି ପାଖ ଗାଁ ର ମା ଜାଗୁଳେଇ ପୂଜା ପାଉଛନ୍ତି । ଚାଲି ଚାଲି ଗଲେ ଅଧ ଘଣ୍ଟାଏ ଲାଗିବ । ସଖାଳ ଆଠଟାରେ ଦୁଇ ସାଙ୍ଗ ବାହାରିଲେ କାଳିଆ ମଧ୍ୟ ସାଙ୍ଗ ଛାଡୁ ନଥାଏ ।
ବାଟରେ ଚାଲି ଚାଲି ଯାଉ ଯାଉ ସେମାନେ ଗୋଟିଏ ପଦ୍ମ ପୋଖରୀ ପାଖରେ ପହଁଚିଲେ । ପୋଖରୀଟିରେ କାଚ କେନ୍ଦୁପରି ସ୍ୱଚ୍ଛ ନିର୍ମଳ ପାଣି ଦେଖି ରଘୁ କହିଲା ଏଠି ଦେଖୁଛୁ ଏଇ ଯଉଁ ପୋଖରୀ ଏଥିରେ ଗୋଟିଏ ପାଖରେ ପଦ୍ମ ଫୁଟିଛି ଆଉ ଗୋଟିଏ ପାଖରେ କେତେ ସୁନ୍ଦର ପାହୁଚରେ ତୁଠଟିଏ ତିଆରି ହୋଇଛି । ମନୁଆ ଦେଖି କହିଲା ଚାଲ ପଳେଇ ଯିବା । ପୋଖରୀଟି ବହୁତ ଗଭୀର ଆଉ ଏଥିରେ ନେଉଳା ମଗର ଅଛି ଏକୁଟିଆ ଦେଖିଲେ ଭିତରକୁ ଟାଣିନିଏ । କିନ୍ତୁ ରଘୁ କହିଲା ବେକାର କଥା ଚାଲ ଟିକିଏ ଦେଖିବା ଆଉ ମୋତେବି ଭୀଷଣ ଶୋଷ ଲାଗିଲାଣି । ମୁଁ ଚଉଳେ ପାଣି ପିଇବି । ଦୁଇ ସାଙ୍ଗ ଗଲେ ସେହି ପାହୁଚ ଉପରକୁ ଆଉ ଯାଇ ପାଣି ପିଇଲେ । ଠିକ ଏହି ସମୟରେ ରଘୁ ମନେ ମନେ କଣ ଭାବିଲା କେଜାଣି ମନୁଆକୁ ପୋଖରୀକୁ ଗୋଟେ ଧକ୍କା ମାରିଲା । ମନୁଆ ସିଧାଯାଇ ପୋଖରୀ ଭିତରେ । ଚଉଳା ଚଉଳା ପାଣି ପିଇଯାଉଥାଏ । ରଘୁ ଧୀରେ ଛିଡାହେଇ ଚାରିଆଡକୁ ଅନାଉଥାଏ । କାରଣ କେହି ଯଦି ଆସି ଦେଖିନିଏ ତାହା ହେଲେ ମନୁଆ ବଂଚିଯିବ ଆଉ ସେ ବି ଶ୍ରେଣୀର ପ୍ରଥମ ହେଇଯିବ ଆଉ ମୁଁ ତାକୁ ମାରିଦେବାକୁ ଚାହିଁଥିବାରୁ ଦଣ୍ଡ ପାଇବି ।
କାଳିଆ ପଶୁ ହେଲେ କଣ ହେଲା ସିଧା ପୋଖରୀ ଭିତରକୁ ମାଇଲା କୁଦେ । ମନୁଆ କଳିଆକୁ ଧରି ପକାଇଲା ଆଉ କାଳିଆ ମନୁଆକୁ ଉଠାଇ ପାରୁନଥିଲେ ମଧ୍ୟ ଆପ୍ରାଣ ଚେଷ୍ଟାକରି ତୁଠ ଆଡକୁ ନେଇ ଆସିଲା । କାଳିଆ ମଧ୍ୟ ପାଣି ପିଇଯାଇଥାଏ । ଫଁ ଫଁ ହେଉଥାଏ । ଯେତେବେଳେ ରଘୁ ଦେଖିଛି କୁକୁରଟି କୂଳକୁ ଆଣି ମନୁଆକୁ ବଞ୍ଚେଇ ଦେବ । ସେ ସିଧା ପାଣି ଆଡକୁ ଖଣ୍ଡେ ଲାଠି ଧରି ପହଁଚିଲା ଆଉ କଳିଆକୁ ବାଡେଇବାରେ ଲାଗିଲା ମନୁଆ ଯେତେ ନେହୁରା ହେଲେ ମଧ୍ୟ ଛାଡୁନଥାଏ । ପୋଖରୀରେ ରହୁଥାନ୍ତି ମା କମଳାଙ୍କର ନେଉଳା ମଗର । ମା ଭାବିଲେ ଏହି ମଣିଷ ଜାତି ଏତେ ବେଇମାନ । ଯାହାର ଖାଇବେ ତାହାରି ଅନିଷ୍ଟ କରିବେ । ଛି ଜଣେ ଯଦି ଗୋଟିଏ କୁକୁରକୁ ତିନି ଦିନ ଭଲକରି ଖାଇବାକୁ ଦିଏ ସେ ତିନିବର୍ଷ ଯାଏ ପାଖେ ପାଖେ ରହିଥାଏ । ହେଲେ ଯଦି ଜଣେ ମଣିଷକୁ ଜନ୍ମରୁ ଖାଇବାକୁ ଦିଏ ତାହାହେଲେ ସେତ ଗୋଟିଏ ସେକେଣ୍ଡ ରେ ଜୀବନ ନେବାକୁ ପଛାଉନାହିଁ । ଏକୁ ଏମିତି ପାନେ ଦେବୀ ଯେକି ଜୀବନ ସାରା ଆଉକାହାରି ଅମଙ୍ଗଳ କରିବନାହିଁ । ଏମିତିରେ ନେଉଳା ଆସି ରଘୁକୁ ଧରିନେଲା ଆଉ ଗାୟବ ହୋଇଗଲା । କାଳିଆ ଆଉ ମନୁଆ ଦୁହେଁ ଉପରକୁ ଆସିଲେ ଆଉ ଗାଁର ଲୋକ ମାନଙ୍କ ସହାୟତା ନେବାକୁ ମନୁଆ ଯାଇ ଗାଁ ରେ ପହଁଚିଲା। ଗାଁ ର ଲୋକ ମାନେ ଆଉ ରଘୁର ବାପା ମା ଆସି ପୋଖରୀ ପାଖରେ ପହଁଚିଲେ । ଆସି ଦେଖେ ତ ରଘୁ ପାହୁଚ ଉପରେ ବସିଛି ତା ଦେହରେ ଟିକିଏବି ପାଣି ଲାଗିନଥାଏ । ଆଉ କହୁଥାଏ ମା......ବାପା......ମୁଁ ମନୁଆର ସାଙ୍ଗ କିନ୍ତୁ ମନୁଆର କୁକୁର କାଳିଆ ଠାରୁ ହୀନ ।
