Dharitri Das

Children Stories Horror Inspirational

4.0  

Dharitri Das

Children Stories Horror Inspirational

ମଣିଷ ପଣିଆ

ମଣିଷ ପଣିଆ

2 mins
261


         ଶୀତଦିନ ସକାଳୁ ସକାଳୁ ସବିତା ଦେବୀ ଅଗଣାରେ ବସି ଖରା ପୁଇଁ ହେଉଥାନ୍ତି। ହଠାତ୍ ଫୋନ୍ ବାଜି ଉଠିଥିଲା। ଫୋନ୍ ଉଠାଇ ହଲୋ କହିବା ମାତ୍ରକେ ତାଙ୍କ ମୁହଁର ଭାବଭଙ୍ଗୀ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ କାନ୍ଦି ପକାଇ ପୁଅ ସୁବ୍ରତକୁ ଡାକି ଜଲଦି ଗାଡ଼ି ବାହାର କରିବାକୁ କହି ନିଜେ ପର୍ସଟିକୁ ଧରି ଧାଇଁ ଯାଇଥିଲେ ଗେଟ୍ ପାଖକୁ।

     ପୁଅ ଗାଡ଼ି ବାହାର କରି କିଛି ପଚାରିବା ପୂର୍ବରୁ ସବିତା ଦେବୀ କହିଲେ ହସପିଟାଲ ଚାଲ।ପୁଅ କିଛି ନ ପଚାରି ଚାଲିଲେ। ହସ୍ପିଟାଲରେ ପହଞ୍ଚି ଦେଖିଲେ ସବିତା ଦେବୀଙ୍କ ସ୍ଵାମୀ ସିରୀୟସ ଅବସ୍ଥାରେ ବେଡରେ ପଡି ଛଟପଟ ହେଉଛନ୍ତି। ସବିତା ଦେବୀ ସ୍ଵାମୀଙ୍କ ପାଖରେ ରହିଲେ ଏବଂ ପୁଅ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରି ବାପାଙ୍କୁ କଟକ ନେବାର ବ୍ୟବସ୍ଥା ଯଥାଶୀଘ୍ର କରିଥିଲେ।         ସେତେବେଳକୁ ସାମ୍ବାଦିକମାନେ ଦୁର୍ଘଟଣା ସ୍ଥାନରୁ ଆସି ହସପିଟାଲରେ ପହଞ୍ଚି ତା ବାପାଙ୍କୁ କିଛି ପଚାରିବାକୁ ଚାହୁଁଥିଲେ। କିନ୍ତୁ ସୁବ୍ରତ ଦେଖିଲେ ଯେ ସେତିକି ସମୟ ବି ତା ବାପାଙ୍କ ଜୀବନ ରକ୍ଷା ପାଇଁ ଗୁରୁତ୍ଵପୂର୍ଣ୍ଣ ଥିଲା। ତେଣୁ ସେ ସେମାନଙ୍କୁ ସେ ସୁଯୋଗ ନ ଦେଇ ସମୟ ନଷ୍ଟ ନ କରି ଯଥାଶୀଘ୍ର ଆମ୍ବୁଲାନ୍ସରେ ନେଇ କଟକ ବଡ ମେଡିକାଲ ପଳାଇ ଗଲେ। ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଠିକ୍ ସମୟରେ ସେମାନଙ୍କ ପାଖରେ ରୋଗୀକୁ ପହଞ୍ଚାଇ ଥିବାରୁ ସବିତା ଦେବୀ ଏବଂ ତାଙ୍କ ପୁଅ ସୁବ୍ରତ,ମହେଶ ବାବୁଙ୍କୁ ବଞ୍ଚାଇ ପାରିଥିଲେ।

      ଦୀର୍ଘ ଏକମାସ ହସପିଟାଲରେ ରହି ସେମାନେ ମହେଶ ବାବୁଙ୍କୁ ଧରି ଘରକୁ ଫେରିଲେ। ଏଥିପାଇଁ ସବିତା ଦେବୀଙ୍କର ଉପସ୍ଥିତ ବୁଦ୍ଧି, ଧୈର୍ଯ୍ୟ ଏବଂ ସମୟର ସଦୁପଯୋଗ ହିଁ ସହାୟକ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

      ମାତ୍ର ଯେତେବେଳେ ମହେଶ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କଲେ ସେତେବେଳେ ସେ ପ୍ରଥମେ ଖୋଜିଥିଲେ କିଏ ତାଙ୍କୁ ଦୁର୍ଘଟଣା ସ୍ଥଳରୁ ହସ୍ପିଟାଲ୍ ନେଇଥିଲା। ଅନେକ ସନ୍ଧାନ ନେବା ପରେ ସେ ଜାଣିବାକୁ ପାଇଲେ ଯେ ଦୁର୍ଘଟଣା ସ୍ଥଳରେ ପଡି ଛଟପଟ ହେଉଥିବାର ଦେଖି ଅନେକ ଲୋକ ମୁଁହ ଫେରାଇ ଚାଲିଯାଉଥିବା ବେଳେ ଜଣେ ରିକ୍ସା ବାଲା ହିଁ ତାଙ୍କୁ ରିକ୍ସା ସାହାଯ୍ୟରେ ହସ୍ପିଟାଲ୍ ନେଇଥିଲା ଏବଂ ତାଙ୍କ ପକେଟରୁ ଫୋନ୍ ବାହାର କରି ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ଜଣାଇ ଥିଲା ଏବଂ ତାର ଏକ ହସ୍ପିଟାଲ୍ ଭଡ଼ା ଥିବାରୁ ସେ ତୁରନ୍ତ ସେ ସ୍ଥାନରୁ ଚାଲି ଯାଇଥିଲା। କାରଣ ଆଉ ଜଣଙ୍କ ଜୀବନ ବଞ୍ଚାଇବା ଥିଲା ତାର ଏକମାତ୍ର ଲକ୍ଷ୍ୟ। ଏକଥା ଜାଣିବା ପରେ ସବିତା ଦେବୀ ଓ ମହେଶ ଯାଇ ସେ ରିକ୍ସାବାଲା ଘରେ ପହଞ୍ଚି ତାକୁ ଧନ୍ୟବାଦ୍ ଜଣାଇବା ସହିତ ତାକୁ ଦଶ ହଜାର ଟଙ୍କା ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିଥିଲେ। ବାସ୍ତବରେ ସେହି ରିକ୍ସାବାଲା ନିକଟରେ ହିଁ ମଣିଷ ପଣିଆ ଥିଲା।ତାର ସେହି ମଣିଷ ପଣିଆ ଟିକକ ପାଇଁ ଆଜି ମହେଶ ବାବୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଗଲେ।



Rate this content
Log in