STORYMIRROR

Ajit Kumar Raut

Others

4  

Ajit Kumar Raut

Others

ମିତ୍ରତାର ପରିଚୟ

ମିତ୍ରତାର ପରିଚୟ

1 min
200

ମିତ୍ରତାର ମୂଲ୍ୟ ଅମୂଲ୍ୟ ଅଟଇ

ପଟାନ୍ତର ନାହିଁ ତାରେ,

ନିଃସ୍ୱାର୍ଥର ଭାବ ଜଡ଼ିତ ତହିଁରେ

ସ୍ୱାର୍ଥ ହିଁ ନାହିଁ ତାହାରେ।୧।


ଭ୍ରମଣରେ ମିତ୍ର ସଙ୍ଗ ହୋଇ ସର୍ବେ

ଯାଆନ୍ତି ଭ୍ରମଣ ପଥେ,

ପ୍ରାକୃତିକ ଛଟା ଦେଖୁଥାନ୍ତି ନେତ୍ରେ

ନିଃସ୍ୱାର୍ଥର କର୍ମ ପଥେ।୨।


ସ୍ୱାର୍ଥ ହିଁ ତହିଁରେ ନାହିଁ ହିଁ ତାଙ୍କରି

ନିଃସ୍ୱାର୍ଥର ଭାବ ଯହିଁ,

ଖୁସି ଆନନ୍ଦରେ ସମୟ ବ୍ୟତୀତ

ଅପୂର୍ବ ସନ୍ଦେଶ ତହିଁ।୩।


ଜନକଲ୍ୟାଣରେ ଜଡ଼ିତ ହୋଇଣ

କରୁଥାନ୍ତି ଜନ ସେବା,

ଏକତାର ମନ୍ତ୍ର ହୄଦୟେ ଧରିଣ

କରୁଥାନ୍ତି ଦେଶ ସେବା।୪।


ଦୁଃଖିଜନ ଅଶ୍ରୁ ପଛୁ ଥାନ୍ତି ନିତ୍ୟେ

ସଙ୍ଗଠିତ ହୋଇ ତହିଁ,

ନିଃସ୍ୱାର୍ଥ କର୍ମରେ ଜଡ଼ିତ ହୋଇଣ

ଗୌରବ ଆଣନ୍ତି ଏହି।୫।


ମିତ୍ରତାର ମୂଲ୍ୟ ଅପୂର୍ବ ସନ୍ଦେଶ

କର୍ଣ୍ଣ ପରି ସତ୍ୟ ନିଷ୍ଠା,

ପ୍ରାଣ ସମର୍ପଣ ମିତ୍ରର ସଂସ୍କାର

ସ୍ଥାପିତ କରନ୍ତି ନିଷ୍ଠା।୬।


ମିତ୍ରହିଁ ସ୍ୱର୍ଗ ହିଁ ମିତ୍ର ସର୍ବୋପରି

ମିତ୍ର ଅମୂଲ୍ୟ ରତନ,

ପଟାନ୍ତର ନାହିଁ ଜୀବନ ଯାତ୍ରାରେ

ମିତ୍ର ହିଁ ଅମୂଲ୍ୟ ଧନ।୭।


ଏକତ୍ରିତ ମନ୍ତ୍ର ଏ ଭବ ସଂସାରେ

 କର୍ତ୍ତବ୍ୟ କରନ୍ତି ଭବେ

ମିତ୍ର ପରି ସର୍ବେ ସଂଗଠିତ ହୋଇ

ପରାକ୍ରମୀ ହେବା ଏବେ।୮।


ହସି ହିଁ ଉଠିବେ ଦେଶର ଜନତା

ବିପଦ ଛାୟାଟି ଯିବ,

କରୋନାର ରୋଗ ଅତି ଭୟଙ୍କର

କରୋନା ନିଶ୍ଚେ ହାରିବ।୯।


ମିତ୍ରତାର ମୂଲ୍ୟ ଅପୂର୍ବ ଅଟଇ

ପଟାନ୍ତର ନାହିଁ ତାରେ,

ନିଃସ୍ୱାର୍ଥର ମନ୍ତ୍ର ଜଡ଼ିତ ତହିଁରେ

ସ୍ୱାର୍ଥ ହିଁ ନାହିଁ ତାହାରେ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍