STORYMIRROR

TASNEEM SULTANA LADLEE

Children Stories

4  

TASNEEM SULTANA LADLEE

Children Stories

ମିରା ଓ ପର୍ସ

ମିରା ଓ ପର୍ସ

2 mins
601


ସେଦିନ ମିରା ସ୍କୁଲରୁ ଘରକୁ ସାଇକେଲରେ ଫେରୁଥାଏ ।ତା ନଜର ବାଟରେ ପଡିଥିବା ଏକ ପର୍ସ ଉପରେ ପଡିଲା ।ସାଇକେଲରୁ ଓହ୍ଲାଇ ମନିପର୍ସ ଖୋଲି ଦେଖେତ ସେଥିରେ କିଛି ଟଙ୍କା ରହିଛି ।ସେ ବହୁତ ଖୁସି ହୋଇଗଲା ।ଗଲା ତିନିମାସ ହେଲା ସେ ତା ବାବାଙ୍କୁ ତା ପାଇଁ ଜ୍ୟାମିତି ବାକ୍ସ ଓ ଆଟଲାସ ଆଣିବା ପାଇଁ କହିଥିଲା।ବାବା ତା ପାଇଁ ଏସବୁ ଆଣି ପାରି ନଥିଲେ ।ଏଥର ତା'ର ଦୁଃଖ ଦୂର ହେବ ।ସେ ମନେ ମନେ ବହୁତ ଖୁସି ହେଉଥିଲା ।ହେଲେ ତା'ର ଏ ଖୁସି ବେଶି ସମୟ ରହିଲା ନାହିଁ।ତାମନକୁ ପ୍ରଶ୍ନ ଆସିଲା-' ଯାହାର ଏ ଟଙ୍କା ହଜିଥିବ ,ସେ କେତେ ବ୍ୟସ୍ତ ହେଉ ଥିବ' ! ମୀରା ସଂସ୍କାରୀ ପରିବାରର ଝିଅ ଥିଲା । ସେ ସେମିତି ରାସ୍ତାରେ ଠିଆ ହୋଇ ହଜିଥିବା ପର୍ସ ଫେରାଇବା ପାଇଁ ଲୋକଟିକୁ ଅପେକ୍ଷା କରିବାକୁ ଲାଗିଲା। ଏପଟେ ସେ ଘରେ ଠିକ ସମୟରେ ନପହଞ୍ଚିବାରୁ ଘରେ ସମସ୍ତେ ବ୍ୟସ୍ତ ହୋଇ ପଡିଲେ ।ଏଇ ସମୟରେ ତା ମାମୁଁ ଅଫିସରୁ ଆସି ପହଞ୍ଚିଲେ ।ମାମାଠୁ ମୀରା ନଆସିବାର ଖବର ପାଇ ସେ ବ୍ୟସ୍ତ ହୋଇ ତାକୁ ଖୋଜିବା ପାଇଁ ବାହାରି ପଡିଲେ ।ହଠାତ ମିରାକୁ ରାସ୍ତାକଡରେ ପ୍ରବଳ ଖରାରେ ସାଇକେଲ ଧରି ଏକୁଟିଆ ଠିଆ ହୋଇଥିବା ଦେଖି ସେ ଚମକି ପଡିଲେ ।ମୀରା ଦେହରୁ ଗମ ଗମ ଝାଳ ବାହାରୁଥାଏ ।ମାମୁଁଙ୍କୁ ଦେଖି ମୀରା ସବୁ ଘଟଣା କହିଲା।ମାମୁଁ ମନେ ମନେ କହିଲେ- ବିବେକର ପ୍ରଶ୍ନ ଓ ସଂସ୍କାର ଭାବନା ମୀରା ଭଳି ଝିଅକୁ ରାସ୍ତାରେ ଠିଆ ହେବାକୁ ବାଧ୍ୟ କରିଛି ।ମାମୁଁଙ୍କ ସହିତ ମୀରା ଘରେ ଆସି ପହଞ୍ଚିଲା ।ରାତିରେ ସମସ୍ତେ ଖାଇପିଇ ଶୋଇବାକୁ ଗଲେ ।ମୀରାର ମନ ଜମାରୁ ବୁଝୁ ନଥିଲା । 


ମାମୁଁ ସକାଳୁ ଉଠି ଅଫିସକୁ ଚାଲିଗଲେ ।ଆର ଦିନ ସକାଳୁଆ ସ୍କୁଲ ଥିଲା ।ସେ ସ୍କୁଲକୁ ଗଲା ।ପ୍ରାର୍ଥନା ସଭାରେ ପ୍ରଧାନଶିକ୍ଷକ ପିଲାମାନଙ୍କୁ କହିଲେ - 'ପିଲେ !ଗତକାଲି ଆମ ସ୍କୁଲର ଜଣେ ଝିଅ ମାଟ୍ରିକ ପରୀକ୍ଷା ଫର୍ମ ପୁରଣା ପାଇଁ ଆସିଥିଲା '।ସେ ଟଙ୍କା ଆଣିଥିବା ମନି ପର୍ସଟି କେଉଁଠି ହଜେଇ ଦେଇଛି ।କାନ୍ଦି କାନ୍ଦି ବହୁତ ମନ ଦୁଃଖ କରି ଘରକୁ ଫେରିଛି ।ସେ ଫର୍ମ ପୁରଣ କରି ପାରିନାହିଁ ।ଆଜି ହେଉଛି ଫର୍ମ ପୁରଣର ଶେଷ ତାରିଖ ।ଯଦି କେହି ପିଲା ସେଇ ପର୍ସଟି ପାଇଛ ,ତେବେ ଏବେ କୁହ ।ଏ ଖବର ଶୁଣି ମୀରା ଦେହରେ ଶିହରଣ ସୃଷ୍ଟି ହେଲା।ଏଇ ସମୟରେ ପୁଲିସ ଅଫିସର ମନିପର୍ସରୁ ତା ସ୍କୁଲର ନାମ ପାଇ ସ୍କୁଲକୁ ଆସି ପହଞ୍ଚିଗଲ ମୀରା ନାମକ ଏଇ ସ୍କୁଲର ଝିଅଟି ଏହି ପର୍ସଟି ତା' ମାମୁଁ ମାଧ୍ୟମରେ ଥାନାରେ ଫେରେଇଛି ।ପୁଲିସ ଅଫିସରଙ୍କ ମୁହଁରୁ ମୀରାର ସଚୋଟ୍ଟ ପଣିଆ କଥା ଶୁଣି ସମସ୍ତେ ତାଳିମାରି ତା'ର ପ୍ରଶଂସା କଲେ ।ମୀରାର ସଚୋଟ୍ଟପଣିଆ ପାଇଁ ତାକୁ ପୁରସ୍କୃତ କରାଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍