STORYMIRROR

TASNEEM SULTANA LADLEE

Children Stories

4  

TASNEEM SULTANA LADLEE

Children Stories

ମୀନା ମଞ୍ଚ

ମୀନା ମଞ୍ଚ

3 mins
421

ବଣ ପାହାଡ ଘେରା ଆଦିବାସି ଗାଁଟିର ନାଁ ରତନପୁର । ଏହି ଗାଁର ରତ୍ନମଞ୍ଜୁଳା ପିଲାଠୁ ବୁଢାଯାଏ ସମସ୍ତଙ୍କ ପ୍ରିୟପାତ୍ରୀ ଥିଲା ।ଶ୍ରଦ୍ଧାରେ ସମସ୍ତେ ତାକୁ ରତ୍ନା ଡାକୁଥିଲେ । ପ୍ରକୃତରେ କହିବାକୁ ଗଲେ ସିଏ ଥିଲା ରତନପୁରର ରତ୍ନ । ଗାଁର ଶେଷମୁଣ୍ଡରେ ପାହାଡର ପାଦଦେଶରେ ଥିଲା ସ୍କୁଲଟିଏ । ଲକଡାଉନର ଦେଢବର୍ଷ ପରେ ସ୍କୁଲଟି ଯଥାରିତି ଖୋଲିଥିଲା । ଛୋଟ ଛୋଟ ପିଲାଙ୍କ କୋଳାହଳରେ ବିଦ୍ୟାଳୟ ପରିବେଶ ହସି ଉଠିଲା । ଲଣ୍ଡା ପାହାଡଟି କେଉଁକାଳରୁ ଅନେକ ଅର୍ଧଗୋଲାକାର ବିରାଟ ପଥରରେ ପରିପୁର୍ଣ ଥିଲା । ଟାଙ୍ଗରା ଭୁଇଁରେ ବିଦ୍ୟାଳୟ ପରିସରରେ ମଧ୍ୟ ଏପରି ଅନେକ ପଥର ରହିଥିଲା ।ଯେଉଁଥି ପାଇଁ ବିଦ୍ୟାଳୟରେ ଖେଳାଖେଳି କରିବାରେ ପିଲାମାନଙ୍କୁ ବହୁତ ଅସୁବିଧା ହେଉଥିଲା । ରତ୍ନମଞ୍ଜୁଳାର ଉଦ୍ୟମରେ ସ୍କୁଲର ଝିଅପିଲାଙ୍କୁ ନେଇ 'ମିନାମଞ୍ଚ ' ନାମରେ ଏକ ସଂଗଠନ ଗଢାହେଲା । ବିଦ୍ୟାଳୟ ବହୁତ ଦିନ ବନ୍ଦ ରହିବାଫଳରେ ପିଲାମାନଙ୍କର ପାଠଘର ଶୁନ ଥିଲା । ଗାଁର ଅନେକ ଝିଅ କେନ୍ଦୁପତ୍ର ତୋଳିବା ,ମହୁଲିଫୁଲ ସଂଗ୍ରହ କରିବା ଆଦି କାମରେ ନିୟୋଜିତ ହୋଇ ଯାଇଥିଲେ । ମିନାମଞ୍ଚ ମାଧ୍ୟମରେ ଗାଁର ମୁଖିଆକୁ ଅନୁରୋଧ କରାଯାଇ ଢୋଲ, ତୁରୀ ଆଦି ବାଦ୍ୟଯନ୍ତ୍ର ବିଦ୍ୟାଳୟ ପାଇଁ ସଂଗ୍ରହ କରାଯାଇଥିଲା । ସ୍କୁଲରେ ବହୁତ ଝିଅପିଲାଙ୍କ ଅନୁପସ୍ଥିତି ରତ୍ନାକୁ ବହୁତ ବାଧୁଥିଲା । ଗାଁର ସମସ୍ତ ଝିଅ ପାଠପଢି ଆଗକୁ ବଢନ୍ତୁ ।ଆଦିବାସୀ ସମାଜରେ ସମସ୍ତେ

ଶିକ୍ଷିତ ହୁଅନ୍ତୁ ।ଆଦିବାସୀ ସଂସ୍କାର ଓ ସଂସ୍କୃତିର ପ୍ରଚାର ହେଉ , ଏହାଥିଲା ଏଇ ସୁନା ଝିଅର ସ୍ବପ୍ନ । 


ସେଦିନ ପ୍ରାର୍ଥନାରେ ପରେ ପୁର୍ବ ଯୋଜନା ଅନୁସାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ପିଲାମାନେ ପିଲାମାନଙ୍କ ମଧ୍ୟରେ ଶିକ୍ଷାର ସଚେତନତା ପାଇଁ ଜଙ୍ଗଲ ମଧ୍ୟରେ ଢୋଲ ଓ ତୁରୀ ବଜାଇ ଝିଅପିଲାଙ୍କ ନାଚଗୀତର ତାଳେ ତାଳେ ଆଗକୁ ବଢିଲେ । ଆଦିବାସୀମାନେ ପ୍ରକୃତିପ୍ରେମୀ ଓ ସଂଗୀତ ପ୍ରିୟ ।ମହୁଲ ଫୁଲ ସଂଗ୍ରହ କରୁଥିବା ଝିଅଙ୍କ କାନରେ ବାଜା ଓ ତୁରୀର ଶବ୍ଦ ପଡିବା କ୍ଷଣି ସେମାନେ ସମସ୍ତେ ଜଙ୍ଗଲର ଏକ ଖୋଲା ଯାଗାରେ ଏକାଠି ହେଲେ । କେଳା କେଳୁଣି ନାଚ ଗୀତରେ ସମସ୍ତେ ମସଗୁଲ ହୋଇଗଲେ । ରତ୍ନା ଓ ତା'ର ସାଙ୍ଗ ଝିଅମାନେ ଢୋଲ ବଜେଇ ସ୍କୁଲ ଆଡକୁ ବଢିଲେ । ସମସ୍ତେ ସ୍କୁଲରେ ଆସି ପହଞ୍ଚ ିଲେ ।ମିନାମଞ୍ଚର ପୁର୍ବ ଯେଜନା ଅନୁସାରେ ଆଗରୁ ଗାଁ ମୁଖିଆମାନଙ୍କ ସହ କିଛି ପଥର କାରିଗର ବିଦ୍ୟାଳୟରେ ପହଞ୍ଚ ିସାରିଥିଲେ । ବିଦ୍ୟାଳୟରେ ସାର,ଗୁରୁମାଙ୍କସହ ସମସ୍ତ ଝିଅପିଲାଙ୍କୁ ଦେଖି ସମସ୍ତେ ଖୁସି ହୋଇଗଲେ । ମଧ୍ୟାହ୍ନ ସମୟ ହୋଇ ଯାଇଥାଏ । ମଧ୍ୟାହ୍ନଭୋଜନ ପରେ ସଭାଟିଏ ଆୟୋଜନ କରାଗଲା । ଉକ୍ତ ସଭାରେ ରତ୍ନମଞ୍ଜୁଳା ଆଦିବାସୀଙ୍କୁ ସାରାଦୁନିଆକୁ ନିଜ ସଂସ୍କୃତିର ପ୍ରଚାର, ପ୍ରସାର , ଆଦିବାସୀ ନାଚଗୀତର ଆସର ଓ ପ୍ରକୃତିପ୍ରେମି ପର୍ବ ବିଷୟରେ ଜଣାଇବା ପାଇଁ ସମାଜରେ ନାରୀଶିକ୍ଷାର ଆବଶ୍ୟକତା ରହିଛି ବୋଲି ବୁଝାଇଲା । ତାସହ ପାହାଡ ଓ ବିଦ୍ୟାଳୟ ପରିସରରେ ରହିଥିବା ଅର୍ଦଗେଲାକାର ପଥରକୁ କାଟି ବିର୍ସାମୁଣ୍ଡା, ଗାନ୍ଧୀଜୀ ଆଦି ମହାପୁଋଷଙ୍କ ମୁର୍ତିସ୍ଥାପନ କରିବା ଓ ଟାଙ୍ଗରାଭୂମିରେ ମାଟି ପକାଇ ଘାସ ଓ ସବୁଜିମା ସୃଷ୍ଟି କରିବାସହ ପଥର ଖୋଲ ଥିବା ଯାଗାରେ ବୃକ୍ଷରୋପଣ କରିବା । ଝରଣାର ପାଣିକୁ ପାଇପଦ୍ବାରା ସ୍କୁଲ ପରିସର ପର୍ଯ୍ୟନ୍ତ ଆଣିବା ବିଷୟରେ ସମସ୍ତଙ୍କୁ ବୁଝାଇଲା । ସ୍କୁଲର ସମସ୍ତ ଶିକ୍ଷକ ,ଗାଁ ମୁଖିଆ ଓ ପଥର କାରିଗରମାନେ ରତ୍ନାର ପ୍ରସ୍ତାବକୁ ଖୁବ ପ୍ରସଂଶାକଲେ । ଏଥିପାଇଁ ସମସ୍ତେ ମିଳିମିଶି କାମ କରିବେ ବୋଲି ପ୍ରଧାନଶିକ୍ଷୟତ୍ରୀଙ୍କୁ ପ୍ରତିସୃତି ଦେଲେ ।ଏଥିସହ ଲଣ୍ଡା ପାହାଡରେ ସବୁଜିମା ସୃଷ୍ଟକରିବା ପାଇଁ ମାଟିରେ ଗୋଲି ତିଆରି କରି ସେଥରେ ମଞ୍ଜ ି ଭରି ବାଟୁଳିଖଳାରେ ପାହାଡରେ ନିକ୍ଷେପ କରାଯିବ ବୋଲି ସେମାନେ କହିଲେ ।ସେମାନଙ୍କ ଏହି କୌଶଳକୁ ସଭାରେ ପ୍ରଶଂସା କରାଗଲା । ଏତିକିବେଳେ ଉକ୍ତବିଦ୍ୟାଳୟକୁ ସ୍ଥାନୀୟ ବିଧାୟକ ମଧ୍ୟ ଆସି ପହଞ୍ଚିଲେ । ବିଧାୟକ ପାଣ୍ଠୀ ବିନିଯୋଗ କରାଯାଇ ବିଦ୍ୟାଳୟ ପର୍ଯ୍ୟନ୍ତ ପାଇପଲାଇନ ସଂଯୋଗ ଖୁବ ଶିଘ୍ର କରାଯିବ ବୋଲି ବିଧାୟକ ମିନାର ପ୍ରସ୍ତାବକୁ ତତକ୍ଷଣାତ ମଞ୍ଜୁରୀ ମଧ୍ୟକଲେ ।


ବିଧାୟକ ମୀନାମଞ୍ଚ ସଂଗଠନର ପ୍ରୟାସକୁ ଖୁବ ପ୍ରଶଂସା କରିବାସହ ଆଗାମୀ ଦିନରେ ରାଜ୍ୟର ସମସ୍ତ ବିଦ୍ୟାଳରେ ଥିବା ମୀନାମଞ୍ଚ ସଂଗଠନକୁ ଅଧିକ କ୍ରିୟାଶିଳ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଗଲେ ରାଜ୍ୟରେ ବାଳିକାଶିକ୍ଷାର ପ୍ରସାର ସହଜ ହୋଇପାରିବ ବୋଲି ବିଧାୟକଙ୍କ କଥାକୁ ସମସ୍ତେ ତାଳିମାରି ସ୍ବାଗତ କରିଥିଲେ । ରତ୍ନାର ପ୍ରୟାସରେ ଏହି ସଭାରେ ସମସ୍ତେ ଏକଜୁଟ ହୋଇଥିବାରୁ ପ୍ରଧାନଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ସାର ଓ ଗୁରୁମାଙ୍କ ତରଫରୁ ତାକୁ ପୁରସ୍କୃତ କରାଗଲା ।ଏଇ ଦିନଟି ଆମ ସମସ୍ତଙ୍କୁ 'ବାଳିକା ଶିକ୍ଷାରମହତ୍ବ'ଓ ପରିବେଶ ପାଇଁ ସବୁଜିମାର ଆବଶ୍ୟକତା ବିଷୟରେ ଚେତେଇ ଦେଲା ।


Rate this content
Log in