Bidulata Sahoo

Children Stories Inspirational Others

4.0  

Bidulata Sahoo

Children Stories Inspirational Others

ମିଛ

ମିଛ

1 min
183


ମୁଁ ପ୍ରତିଦିନ ସକାକେ ଆମ ବଗିଚାରୁ ଠାକୁରପୂଜା ପାଇଁ ଫୁଲ ତୋଳେ |ମୁଁ ଫୁଲତୋଳିଲା ବେଳେ ଏବେ ପ୍ରାୟ ଚାରିମାସ ହେଲାଣି ଆମ ଘରପାଖର ସାହୁବାବୁଙ୍କ ତିନି ବର୍ଷର ଝିଅ ବିନି ଗୋଟିଏ ଚାଙ୍ଗୁଡି ଧରି ଆସେ | ମୋଠୁ କିଛି ଫୁଲନିଏ |ମୋ ସହିତ ବହୁତ ଗପେ |ତା ଗୁଲୁଗୁଲୁ କଥା ମୋତେ ଭାରି ଭଲ ଲାଗେ |


ଦିନେ ସେ ଆସିଲାନି |ମୁଁ ତାକୁ ମନେମନେ ବହୁତ ଖୋଜିଲି |ଦ୍ୱିତୀୟଦିନ ବି ଆସିଲାନି |ମୁଁ ଚାଲିଚାଲି ତାଙ୍କ ଗେଟ୍ ପାଖକୁ ଯାଇ ପଚାରିଲି |ବିନି କାହିଁକି ଆସୁନି ?ତା ଜେଜେମା କହିଲେ ତାର ଦେହ ଭଲନାହିଁ,ବହୁତଜର ହୋଇଛି |ତାକୁ ତା ବାପାମା କଟକ ନେଇ ଯାଇଛନ୍ତି |

ମୋ ମନ ଭାରି ଦୁଃଖ ହେଲା |ମୁଁ ଘରକୁ ଆସି ତା ବାପାଙ୍କୁ ଫୋନ୍ କଲି |ସେ କହିଲେ ତା ଜର କମିନି |ଆହୁରି ତିନି,ଚାରି ଦିନ ରହିବାକୁ ଡାକ୍ତର କହୁଛନ୍ତି |


          ମୁଁ ଠାକୁର ପୂଜା କଲାବେଳେ ଦୀପଟିଏ ଜାଳି ବିନିର ଆଶୁ ଆରୋଗ୍ୟ କାମନା କଲି |ଘରେ ତା ଜେଜେମା ଏକା |ତା ବାପା ମା କଟକ ଯାଇଛନ୍ତି |ତାଙ୍କ ଘରକୁ ଯାଇ ପଚାରିଲି କାଲିଠୁତ ସଟ୍ ଡାଉନ |ବଜାର ବନ୍ଦ |କଣ ଆସିବ ମୋତେ କୁହ |ମୁଁ ଆଣିଦେବି |


       ସେ ଟିକିଏ ଥତମତ ହେଲେ | ମୁଁ ମିଛରେ କହିଲି ବ୍ୟସ୍ତ ହୁଅନି |ତୁମ ପୁଅ ମୋତେ ଫୋନ୍ କରି କହିଛନ୍ତି ସେ ଆସିଲେ ମୋତେ ଟଙ୍କା ଦେଇଦେବେ |

ତୁମର କଣ ଦରକାର କୁହ |ସେ ସଙ୍ଗେସଙ୍ଗେ ଘର ଦେଖି କିଛି ଜିନିଷର ତାଲିକାଟିଏ ମୋତେ ଦେଲେ | ମୁଁ ତାଙ୍କୁ ସେ ଜିନିଷତକ ଆଣି ଦେଲି |


ବିନି ଭଲ ହେଲା ପରେ ତା ବାପା ଆମ ଘରକୁ ଆସି ମୋତେ ଟଙ୍କା ଦେବା ସହିତ ତାଙ୍କର କୃତଜ୍ଞତା ଜଣାଇ ଗଲେ |


Rate this content
Log in