TASNEEM SULTANA

Children Stories

4.5  

TASNEEM SULTANA

Children Stories

ମଧୁ ଓ ମହୁମାଛି

ମଧୁ ଓ ମହୁମାଛି

2 mins
424


ସେଦିନ ଖାଇବା ଛୁଟି ସମୟରେ ସାର , ମଧୁ ଓ ତା'ର ଦୁଇ ଜଣ ସାଙ୍ଗକୁ ଖୋଜୁଥିଲେ । ସେମାନେ ସ୍କୁଲ ଆସିଥିଲେ କିନ୍ତୁ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ। ଏଇ ସମୟରେ ମଧୁର ସେଇ ଦୁଇ ଜଣ ସାଙ୍ଗ ଧଇଁସଇଁ ହୋଇ ଆସି ସାରଙ୍କୁ କହିଲେ ମଧୁକୁ ଜଙ୍ଗଲି ମହୁମାଛି ଦଂଶନ କରିଛନ୍ତି । ସେ ଜଙ୍ଗଲରେ ବେହୋସ ହୋଇ ପଡିଛି ।ସେମାନେ ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଆସିଲାବେଳେ ମହୁମାଛି ବସା ଦେଖିଥିଲେ । ମହୁ ସଂଗ୍ରହ ଲୋଭରେ ସେଠିକି ଯାଇଥିଲେ । ଏକଥା ଶୁଣି ଶିକ୍ଷକ ବ୍ୟସ୍ତ ହୋଇପଡିଲେ । ସେ ସଙ୍ଗେ ସଙ୍ଗେ ଗାଁର କିଛି ବଡ ପିଲାଙ୍କୁ ଧରି ମଧୁକୁ ଖୋଜିବାକୁ ବାହାରି ପଡିଲେ । ଜଙ୍ଗଲ ମଝିରେ ମଧୁ ଏକା ପଡି ରହିଥିଲା । ପିଲାମାନେ ସଙ୍ଗେ ସଙ୍ଗେ ମଧୁକୁ ଆହତ ଓ ଅଚେତ ଅବସ୍ଥାରେ ଉଦ୍ଧାର କରି ଗାଁ ଡାକ୍ତରଖାନାକୁ ନେଇଗଲେ । ତିନି ଦିନ ଡାକ୍ତରଖାନାରେ ରହିବା ପରେ ମଧୁ ସମ୍ପୁର୍ଣ ସୁସ୍ଥହୋଇ ସ୍କୁଲକୁ ଆସିଲା । ମହୁ ସଂଗ୍ରହ ଲୋଭରେ ତା'ର ସାଙ୍କମାନେ ତାକୁ କିପରି ଭାବେ ଅସହାୟ ଅବସ୍ଥାରେ ଜଙ୍ଗଲରେ ଛାଡି ଆସିବେ ସେକଥା ସେ କେବେବି ସ୍ବପ୍ବରେ ଭାବି ନଥିଲା ।ମଧୁକଥା ଶୁଣି ଶିକ୍ଷକ ମଧୁସହ ଶ୍ରେଣୀର ସମସ୍ତ ପିଲାଙ୍କୁ କହିଲେ -" ପିଲାମାନେ, ସବୁକାମ ମଣିଷ ପାଇଁ ସେତେବେଳେ ସହଜ ହୋଇଯାଏ ଯେତେବେଳେ ସେ ସେଇ କାମ ପାଇଁ କୌଶଳ ତାଲିମ ଶିକ୍ଷା ହାସଲ କରିଥାଏ "। ବିନା ତାଲିମରେ ସେ କାମ କଲେ ଆମକୁ ମଧୁଭଳି ବିପଦର ସମ୍ମୁଖିନ ହେବାକୁ ପଡିପାରେ । ଆଉ ଏଥିପାଇଁ ଜୀବନ ଚାଲି ଯିବାର ମଧ୍ୟ ସମ୍ଭାବନା ରହିଛି । ମହୁଭରାରୁ ମହୁ ସଂଗ୍ରହ ଓ ମହୁମାଛି ପାଳନ ପାଇଁ ମଧ୍ୟ ତାଲିମ ପ୍ରଦାନ କରାଯାଉଛି ।ମଧୁ ଓ ତା ସାଙ୍ଗ ପିଲାମାନଙ୍କ ମହୁମାଛି ପ୍ରତି ଆଗ୍ରହ ଦେଖି ମୁଁ ବହୁତ ଖୁସି । ଆଗାମୀ ଦିନରେ ସେମାନେ ବଡ ହୋଇ ଏସବୁ ବିଷୟରେ କୃଷି ବିଶ୍ବବିଦ୍ୟାଳୟରୁ ଅଧିକ ତାଲିମ ନେଇ ଜୀବନରେ ସଫଳ ହୁଅନ୍ତୁ ।


ମଧୁ ବିଷୟରେ ତା'ର ସାଙ୍ଗମାନେ ଠିକ ସମୟରେ ଆମକୁ ଖବର ଦେଇଥିବାରୁ ମଧୁର ଉଚିତ ଚିକିତ୍ସା ସମ୍ଭବ ହୋଇପାରିବାସହ ତା'ର ଜୀବନ ରକ୍ଷା ହୋଇ ପାରିଲା ।ବିପଦରୁ ଉଦ୍ଧାର କରିଥିବା ବନ୍ଧୁହିଁ ପ୍ରକୃତ ବନ୍ଧୁ । ମଧୁ ,ସାରଙ୍କ ମୁହଁରୁ ଏସବୁ କଥା ଶୁଣି ତା'ର ସାଙ୍ଗମାନଙ୍କ ପ୍ରତି ଥିବା ଖରାପ ଭାାବନା ତା'ମନରୁ ଦୁରେଇ ଗଲା ।ଏହାସହ ଶ୍ରେଣୀର ସମସ୍ତ ପିଲା ଶପଥ ନେଲେ ଏଣିକି ସ୍କୁଲରେ ବା ଘରେ ଥିବା ସମୟରେ ଗୁରୁଜନଙ୍କ ବିନା ଅନୁମତିରେ ଅନ୍ୟ କେଉଁଠି ଯିବେ ନାହିଁ ।



Rate this content
Log in