Laxman Kumar Behera

Others

3  

Laxman Kumar Behera

Others

ମଦ ଭାଟି

ମଦ ଭାଟି

4 mins
7.4K


ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)

ପ୍ରେମରେ ହାରି ଯାଉଥିବା ମଣିଷକୁ ଭାରି କଷ୍ଟ ଲାଗେ ଆଉ ଜିତୁ ଥିବା ମଣିଷ ପରମ ଆନନ୍ଦ ପ୍ରାପ୍ତ ହୋଇଥାଏ । କୌଣସି ପରିସ୍ଥିତିରେ ପଡି ଯିଏ ନିଜ ଭଲ ପାଇବାକୁ ତ୍ଯାଗ କରେ ବା ଜାଣିଶୁଣି ହାରିଯାଏ ସେ ସଂସାରରେ ଶ୍ରେଷ୍ଠ ତଥା ମହାନ ପ୍ରେମୀ ବୋଲାଇ ଥାଏ । ଯେଉଁଠି ସମ୍ମାନ - ସୁଖ - ଅମୃତ - ମିଳନ - ସୌନ୍ଦର୍ଯ୍ଯ ••• ଥାଏ, ସେଇଠି ପ୍ରେମ ଥାଏ । ଭଲ ପାଇବା ହିଁ ପ୍ରେମ ଆଉ ଖରାପ ଭାବନା ହିଁ ପ୍ରତାରଣା । ପ୍ରେମ ଶାନ୍ତିର ଗୁଣଗାନ କରେ । ଯୌବନ ହିଁ ପ୍ରେମର ସୌନ୍ଦର୍ଯ୍ଯ ବଢାଏ । ଯେଉଁଠି ସୌନ୍ଦର୍ଯ୍ଯ ଥାଏ ସେଇଠି ସୁଖ ଆଉ ଯେଉଁଠି ସୁଖ ଥାଏ ସେଇଠି ଶାନ୍ତି । ଶାନ୍ତିର ପ୍ରଥମ ଶିଡି ( ପାଉଛ ) ହିଁ ପ୍ରେମ ।

ସେଦିନ ଗାଆଁ ର ମଣ୍ଡପରେ ରଘୁ ଦାସ ଲୋକମାନଙ୍କୁ ସବୁ ପ୍ରେମ ସମ୍ବନ୍ଧରେ ଏମିତି ବୁଝାଇ ଚାଲିଥାନ୍ତି, ଆଉ ମୁଁ ଦୂରରେ ଥିବା ବର ଗଛ ମୂଳ ପିଣ୍ଡା ଉପରେ ବସି ସବୁ ନିରବରେ ଶୁଣୁଥାଏ ।

ଏଇ ସମୟରେ ମଣ୍ଡପ ପାଖରେ ଥିବା ଘରୁ ଦୁଲ୍ ଭୁସ୍ ••• ଠୋ ଠା ଶବ୍ଦ ଶୁଣିବାକୁ ମିଳିଲା । କ'ଣ ହେଲା ଭାବି ଶ୍ରୋତା, ବକ୍ତା ସମସ୍ତେ ଦଉଡିଗଲେ । ମୁଁ ବସିଥିଲି ସେଠାକୁ ଗଲି ନାହିଁ । କାରଣ ମୋତେ ତାଙ୍କ ଘରର ଚିତ୍ର ସବୁ ସ୍ପଷ୍ଟ ଦେଖା ଯାଉଥିଲା । ସମସ୍ତେ ପାଞ୍ଚ ମିନିଟ୍ ତାଙ୍କ ଘରେ ରହି ବୁଝାସୁଝା କରି ପୁଣି ମଣ୍ଡପକୁ ଫେରି ଆସିଲେ । ରଘୁ ଦାସ ପୁଣି ପ୍ରେମ ଉପରେ ଆଲୋଚନା କଲେ । ସମସ୍ତେ ହୁଁ ମାରି ଚାଲିଥାନ୍ତି ।

ସେଦିନର ଆଲୋଚନାରୁ ମୋତେ ଲାଗୁଥିଲା ଯେ' ରଘୁ ଦାସ ନିଶ୍ଚିତ ରସିକ ଥିବେ । ପ୍ରେମ ଉପରେ ସେ ଯେଉଁ ବକ୍ତବ୍ଯ ରଖୁଥିଲେ ସତରେ ମୁଁ କ'ଣ ଯିଏ ବି ସେଦିନ ଶୁଣିଥାନ୍ତା ମନ ତା'ର ପ୍ରେମ ପୂର୍ଣ୍ଣ ହେଇ ଯାଇଥାନ୍ତା ।

ଏମିତି ସବୁଦିନେ ମଣ୍ଡପକୁ ଆସି ରଘୁ ଦାସ କେବଳ ପ୍ରେମ ଉପରେ ଆଲୋଚନା କରନ୍ତି । ତାଙ୍କର ସୁନ୍ଦର ତଥା ମଜାଦାର କଥା ଶୁଣିବା ପାଇଁ ଗାଁ ଲୋକଙ୍କ ଭିଡ ବଢୁଥାଏ । ମଣ୍ଡପରେ ଆଗରୁ ଯେଉଁ ଭାଗବତ, ମହାଭାରତ ସମ୍ବନ୍ଧରେ ଆଲୋଚନା ହେଉଥିଲା ତାହା ଧିରେ ଧିରେ ବନ୍ଦ ହେଇ ଯାଇଥାଏ । ଯଦି କେବେ କେହି ରାମାୟଣ କଥା କହେ, ରଘୁ ଦାସ ସଙ୍ଗେ ସଙ୍ଗେ ସୀତା ଚୋରି କଥା କହି ମଜାକ୍ କରନ୍ତି । ଆଉ ଯଦି ମହାଭାରତ କଥା ପଡେ ତେବେ ସେ ହସି ହସି ରାଧା, ଗୋପୀ ମାନଙ୍କ ସହ ଯମୁନାରେ ଗାଧୋଇଲା ବେଳେ କୃଷ୍ଣ ତାଙ୍କର ବସ୍ତ୍ର ଚୋରି କରୁଥିଲେ, କୌରବ ମାନେ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରୁଥିଲେ, ହଁ କି ନାହିଁ ? ଏମିତି କହି ସମସ୍ତଙ୍କୁ ହସାନ୍ତି । ମୋ ଘରଟା ମଣ୍ଡପ ପାଖରେ ଥିବାରୁ ମୁଁ ପ୍ରତିଦିନ ସବୁ ଶୁଣେ ସବୁ ଦେଖେ, ସବୁ କଥା ଶୁଣି ମୁଁ ପ୍ରବଳ ହସେ ।

ସବୁଦିନେ ରତନା ଘରେ ଝଗଡା ହୁଏ । ରତନାଟା ଘୋଡା ମଦୁଆ । ପିଇକି ଆସିଲେ ତା' ସ୍ତ୍ରୀ କୁ ପ୍ରବଳ ବାଡାଏ । ତା' ସ୍ତ୍ରୀ ସୁକୁମାରୀ କ'ଣ ହେଲେ କରିବ ବିଚାରି, ନିଜ ସ୍ବାମୀ ନା ! ଦେବତା ବୋଲି ମାନେ, ଆଉ କିଏ ନିଜର ଅଛି ଯେ' ତା' ର । ସେଥିପାଇଁ ସବୁ ସହିଯାଏ ।

ଦୁଇ ପରାଣୀର କଳି ଶୁଣିଲେ ରଘୁ ଦାସ ଯେଉଁ ଦିନ ମଣ୍ଡପରେ ଥାଏ ଶିଘ୍ର ପହଞ୍ଚି ବୁଝାସୁଝା କରେ । ରତନା କିନ୍ତୁ ରଘୁ ଦାସକୁ ମନେ ମନେ ବହୁତ ରାଗେ । ରାଗିବାର କାରଣଟା ହେଲା ତା' ସ୍ତ୍ରୀ ସୁକୁମାରୀକୁ ବୁଝାଇବା ବାହାନାରେ ରଘୁ ଦାସ ଟିକେ ଦେହ ଛୁଇଁ ଆଉଁସି ଦିଏ । ରତନା ମଦ ପିଇଲେ ବି ସେ ସବୁ ଜାଣୁଥାଏ । ହେଲେ କିଛି କହି ପାରେନାହିଁ । ଖାଲି ସୁକୁମାରୀ ଉପରେ ରାଗ ସୁଝାଏ ।

ଏମିତି ସବୁଦିନେ ଦୁଇ ପରାଣୀଙ୍କ କଜିଆ ଭିତରେ ରଘୁ ଦାସ ଆଉ ସୁକୁମାରୀର ନିବିଡତା ବଢିବାକୁ ଲାଗେ ।

ରଘୁ ଦାସ ଆଉ ସୁକୁମାରୀ ଏକା କଲେଜରେ ପାଠ ପଢୁଥିଲେ । ରଘୁ ୩ କଲାବେଳେ ସୁକୁମାରୀ ସେତେବେଳେ ୨ କରୁଥିଲା । କଲେଜରେ ସେମାନେ ପରସ୍ପରକୁ ଅନେକ ଥର ଦେଖିଛନ୍ତି ହେଲେ କେବେ କଥା ହେଇ ନଥିଲେ । ଏବେ ରଘୁ ଦାସର ଗାଆଁ ରେ ପାଞ୍ଚ ବର୍ଷ ହେଲାଣି ବିବାହ କରିଛି ରତନାକୁ । ସବୁଦିନ ଦେଖା ଚାହାଁ ଭିତରେ ରଘୁ ଦାସ ସୁକୁମାରୀକୁ ଆଉ ସୁକୁମାରୀ ରତନାକୁ ଭଲ ପାଇ ବସିଛନ୍ତି ।

କେତେ ଦିନ ଅବା ସହିଥାନ୍ତା ! ପାଞ୍ଚ ବର୍ଷ ହେଲାଣି ପିଲାଛୁଆ ନାହିଁ । ଏପଟେ ସବୁଦିନେ ଉତ୍ତମ ମଧ୍ଯମ ମାଡ । ମୂଲ ଲାଗି ଯିବାକୁ ପଡୁଛି । ଘରର ପାଇଟି ନିଜେ କରୁଛି । ରତନା ଟିକିଏ ବି କେବେ ଗେଲରେ ଦୁଇ ପଦ ଭଲମନ୍ଦ ସୁଖଦୁଃଖ କଥା ହେଲା ନାହିଁ । କେବେ ଶାଢୀଟିଏ ବି ମାଗିନି ବିଚାରି, କି ରତନା କେବେ ଆଣି ଦେଇଛି ବୋଲି ସେ ଜାଣିନି ।

ସବୁଦିନେ ଦୁଃଖରେ ଭାଙ୍ଗି ପଡୁଥାଏ ସୁକୁମାରୀ । ଆଉ ପାଟି କରି କରି କହେ, ସବୁ ମଦ ପାଇଁ ଏମିତି ହେଉଛି ଆମ ଘରେ । ଏ ମଦୁଆ ସେ ଭାଟିମଦ ପିଇତା ନାହିଁ ଆଉ ଘରେ କେବେ କଳି ହେଇତା ନାହିଁ । ବଳମ, ବାରକୋଟ, ଆଉ କଲା ମଦ ଭାଟିରୁ ତ ସବୁଦିନେ ଏ ଗାଆଁକୁ ମଦ ଆସୁଛି । କିଏ ଏଇ ମଦ ବିକିବାକୁ ଅନୁମତି ଦେଉଛି ଯେ' ଏମାନଙ୍କୁ କେଜାଣି ? କେହି କେମିତି ବିରୋଧ ବି କରୁନାହାନ୍ତି ଏମିତି କାମକୁ ? ଏମିତି କହି କହି ବିଚାରି ସବୁଦିନେ କାନ୍ଦେ ।

ମଦ ପିଇ ପିଇ ରତନାର ଦେହ ଦିନକୁ ଦିନ ଖରାପ ହେବାରୁ ସୁକୁମାରୀ ତା'କୁ ଡାକ୍ତରଖାନା ନେଇ ନେଇ ଔଷଧ କିଣି କିଣି ନୟାନ୍ତ ହେଇ ଯାଇଥାଏ । ପାଖରେ ଟଙ୍କାଟିଏ ବି ନ ଥିବାରୁ ମୁଣ୍ଡରେ ତା'ର କିଛି ବୁଦ୍ଧି ବାଟ ଦେଖା ଯାଉ ନଥାଏ । ଏପଟେ ରଘୁ ଦାସର ସ୍ପର୍ଶ ତା'କୁ ଅଥୟ କରୁଥାଏ ।

ଆର ଦିନ ଗାଆଁରେ ହୁରି ପଡିଲା ସୁକୁମାରୀ ଆଉ ରସିକ ରଘୁ ଦାସ ଧରିପଳା ପଳାଇଲେ ।

▪ ▪▪▪▪▪▪▪▪▪▪▪▪▪▪▪▪

ଦୁଇ ବର୍ଷ ପରେ ଗାଆଁ କୁ ଫେରିଛନ୍ତି ରଘୁ ଦାସ ଆଉ ସୁକୁମାରୀ । ମୁହଁରେ ତାଙ୍କର ହସ ଝଲକୁ ଥାଏ । ସୁକୁମାରୀ ର କୋଳରେ ଏକ ଶିଶୁ ପୁତ୍ର । ଗାଆଁରେ ସଭିଏଁ ଦେଖି ଭାରି ଖୁସି ହେଉଥାନ୍ତି ।

ଏପଟେ ରତନା ଲୋକ ଲଜ୍ଯାରେ ଆଉ ଗାଆଁରେ ନ ରହି ' କଲା ' ମଦ ଭାଟିକୁ ପଳାଇ ସେଠାରେ କାମ କଲା । ମନ ହେଲେ ପିଇଲା । ବେଶି ନିଶା ଚଢିଗଲେ •••• ରଘୁ ଦାସ, ତତେ ଆଉ ସୁକୁମାରୀକୁ ଏଠୁ ଗଲେ ଉଡେଇ ଦେବି ••• ଏମିତି କହି କହି ସେ ଶୋଇ ପଡେ ।

□ □ □

ଆଗ ଭଳି ଆଜି ଆଉ ରଘୁ ଦାସ ଲାଜରେ ଗାଆଁ ମଣ୍ଡପକୁ ଆସୁ ନାହିଁ, କି କୌଣସି ସଭା ସମିତିରେ ବସି ଭାଷଣ ଦେଉନାହିଁ ।

ଆଜି ମୋ ଗାଆଁର ସମସ୍ତଙ୍କ ମୁହଁରେ ଗୋଟିଏ କଥା ମୁଁ ଶୁଣିବାକୁ ପାଉଛି, " ସତରେ, ମଦ ପାଇଁ ରତନା ସର୍ବହରା ହେଇଗଲା । "

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ପିନ୍- ୭୬୮୧୦୮

ମୋ - ୦୯୬୬୮୨୪୨୭୨୦


Rate this content
Log in