Satyabati Swain

Others

3  

Satyabati Swain

Others

ମାୟା

ମାୟା

4 mins
57



ଧନରେ !ତୋତେ ଯେଉଁ ଦିନ ପ୍ରଥମ ଥର ମୋଠାରୁ ଅଲଗା କରି କଟକ ଟାଙ୍ଗି ପାଖେ ଥିବା ଟେଟ୍ରା ହେଡ୍ରେନ କଲେଜ ହଷ୍ଟେଲରେ ଛାଡି ଆସିଲି।ଲାଗିଲା ତୋ ପାଖେ ହୃଦୟଟି ଛାଡି ଦେଇ ଆସିଲି କି!ଗେଟ୍ କୁ ଧରି ତୁ ଛିଡା ହୋଇଥିଲୁ ଆମେ ଫେରିଲା ବେଳକୁ.ମୁହଁଟା ତୋର ଶୁଖି ଯାଇଥିଲା।


ଭଲ ଲାଗିଲା ନାହିଁ କିଛି।ତୋ ପାପାଙ୍କୁ କହି ପନ୍ଦର ଦିନ ଯାଏ ପ୍ରତିଦିନ ତୋତେ ଦେଖା କରିବାକୁ ଗଲି।କଲେଜ ଓ ହଷ୍ଟେଲ କର୍ତ୍ତୃପକ୍ଷ ବାରମ୍ବାର ତାଗିଦା କରୁଥିଲେ କି ଏମିତି କଲେ ପିଲାର ପଢା ଉପରେ ପ୍ରଭାବ ପଡିବ।ତୋ ପାପା ବି ସେମାନଙ୍କ କହୁଥିବା କଥା ସତ ବୋଲି ମୋତେ ବୁଝାଇଲେ।ଆଠ ଦିନକୁ ଥରେ ରବିବାର ତୋତେ ଦେଖା କରିବାକୁ ଗଲି।ଆସ୍ତେ ଆସ୍ତେ ଦେଖା କରିବା ଦିନର ଦୂରତା ବଢିଗଲା।ମୁଁ ନିଜକୁ ବୁଝେଇ ନେଉଥିଲି ପିଲା ବଡ଼ ହେଲେ ଆଉ କଣ ପାଖରେ ରହିବ?


ଜାଣିଛୁ !ତୋ ପ୍ରତି ମୋର ଅହେତୁକ ମମତା ଟା ଅନ୍ଧ ନୁହେଁ।ମୋ ଅସହାୟତା।କାହିଁକି ନା ସମସ୍ତେ କହୁଥିଲେ ସ୍ୱାଇଁ ଘର ବୋହୁ ଟି ଏତେ ସରୁ ପୁଣି ରୋଗୀଣାଟା,କଣ ଦେଖି ୟାକୁ ଏଡ଼େ ସୁନ୍ଦର ପୁଅ ପାଇଁ ବାଛି ଛନ୍ତି କେଜାଣି।ପୁଣି କିଏ ଗୁଜବ ଉଠାଇଥିଲା ମୋର କୁଆଡେ ସ୍ତ୍ରୀ ସୁଲଭ କୌଣସି ଗୁଣ ନାହିଁ।ଏମିତି କି ମୁଁ କୁଆଡେ ମା ହୋଇ ପାରିବି ନାହିଁ।ଏ ଭୟଟି ମୋ ଶାଶୁ ଶଶୁରଙ୍କୁ ଅହରହ ଡରାଇଥିଲା।ବାହାଘର ତ ସରିଲାଣି କଣ କରିବେ ସେମାନେ।ରସ ହାଣ୍ଡି ନା ବାଲ୍ଟି ହୋଇଛି ମୋତେ ବଦଳେଇ ଆଉ ଗୋଟେ ଭଲ କିଣି ଆଣିବେ?ସଭିଙ୍କ ଅନୁମାନ ଓ ଗୁଜବକୁ ସତ କରି ବିବାହର ତିନି ବର୍ଷ ଯାଏ ମୋର ଛୁଆ ପିଲା ହେଲେନି। ସମସ୍ତେ କାନ ଛିଟିକା,ନାକ ଛିଟିକା କଲେ।କିନ୍ତି ମୋ ଶାଶୁ ,ତୋ ଜେଜେ ଓ ତୋ ପାପା ମୋତେ ନେଇ ସୁରକ୍ଷା ନର୍ସିଂ ହୋମ୍ ରେ ଦେଖାଇଲେ।ଔଷଧ ପତ୍ର ଖାଇଲା ପରେ ତୁ ପେଟରେ ରହିଲୁ।


ସେଥିରେ ବି ସମସ୍ୟା ଥିଲା।ମୋର ଓଜନ ମାତ୍ର ତେତିଶି କିଲୋଗ୍ରାମ ଥିଲା।ଆଉ ମୋ ଆଭ୍ୟନ୍ତରୀଣ ଅର୍ଗାନ୍ ଏତେ ଛୋଟ ଥିଲା ଯେ ଡ଼କ୍ଟର କହିଲେ ଜନ୍ମ ତାରିଖ ମାସକ ଆଗରୁ ନର୍ସିଂହୋମ୍ ରେ ଆଡ୍ମିସନନ୍ ନେବାକୁ ପଡ଼ିବ।କାରଣ ଜନ୍ମ ବେଳେ ବୁହୁତି ଅସୁବିଧା ଦେଖା ଦେବ ମା ଓ ଛୁଆଙ୍କ ଜୀବନ ପ୍ରତି ବିପଦ ଅଛି।ତୁ ଜନ୍ମ ହେବା ଆଗରୁ ଘରେ ସମସ୍ତେ ଡରରେ ରହିଲେ।

 

ମୋତେ ଏସବୁ କିଛି ଜଣାଇଁ ନଥିଲେ।କିନ୍ତୁ ମୋର ଦେହ ସବୁବେଳେ ଅସୁସ୍ଥ ରହୁଥିଲା।କି ବାନ୍ତି ! ହେ ଭଗବାନ. ଯାହା ଖାଉଥିଲି ସାତ ଭାଗ ହୋଇ ବାହାରୁଥିଲା।ତା ସହ କାଶ ଓ ଥଣ୍ଡା।ବେଦମ ହୋଇ ଯାଉଥିଲି।ଲାଗୁଥିଲା ଜନ୍ମ ହେବା ପୂର୍ବରୁ ତୁ ଖସି ପଡ଼ିବୁ।ଡାକ୍ତର ପାରୁ ପର୍ଯ୍ୟନ୍ତ ମୋତେ ଲିକୁଡି ପିଆଇ ରଖିଲେ ସାତ ମାସ ପର୍ଯ୍ୟନ୍ତ।ଠିକ୍ ସାତ ମାସ ପୁରୁ ପୁରୁ ଆଉ ମୁଁ ଉଠି ବସି ପାରିଲି ନାହିଁ।ସାତ ମାସ ପୁରି ତିନି କି ଚାରିଦିନ ହୋଇଛି ମୋର ପେନ ଆରମ୍ଭ ହୋଇଗଲା।ସେଦିନ ବାହାଘରଟିଏ ଥାଏ ଗାଁରେ।ରାତି ନ ଟା।ଘରେ ବି କେହି ନ ଥାଆନ୍ତି।ସମସ୍ତେ ବରଯାତ୍ରୀ ହୋଇ ଯାଇଥାନ୍ତି।ମୋ ଶାଶୁ ଯେତେବେଳେ ମୋତେ ଖାଇବାକୁ ଡାକି ବାକୁ ଗଲେ ଦେଖିଲେ କି ମୁଁ ବେଡ୍ ସାରା ଯନ୍ତ୍ରଣା ରେ ଛଟପଟ ହୋଇ ଆକୁଳ ହେଉଛି।ଧିମା ସ୍ୱରରେ କାନ୍ଦୁଛି।ମୋ ଶାଶୁ ଭୟରେ ପରିସ୍ରା କରି ପକାଇଲେ।ଘରେ କେହି ନାହାନ୍ତି।ରାତି ଗାଡି ଗୋଟିଏ ମିଳିବା ମୁସ୍କିଲ ।ସବୁ ବାହାଘରିଆ କଲ୍ ରେ ଲାଗି ଯାଇଛି।କଣ କରିବେ।ତୋ ପାପାଙ୍କୁ ଫୋନ୍ କଲେ।


ତୋ ପାପା ଆସିଲେ।କିନ୍ତୁ ମେଡ଼ିକାଲ ଯାଏ ନେବେ କେମିତି?ମୋର ପେନ୍ ସେତେବେଳେକୁ ଅସହଣି ଉପରେ।ମୁଁ ବେହୋସ୍ ହୋଇ ଯାଇଛି।ତାପରେ କଣ ହୋଇଛି ମୁଁ ଜାଣିନି।କିନ୍ତୁ ହୋସ୍ ଆସିଲା ବେଳକୁ ତୁ ଦୋଳିରେ ଝୁଲୁଛୁ।ତୁ ପେଟରେ ରହିଲା ଦିନୁ ଯେଉଁ କଷ୍ଟ ସବୁ କେମିତି ତୋ ମୁହଁ ଦେଖୁ ଦେଖୁ ଉଭାନ ହୋଇଗଲେ।ନର୍ସ ତୋତେ ମୋ ପାଖକୁ ଟେକି ଆଣିଲେ।ବଡ଼ ଧରଣର ଅପରେସନ ହୋଇ ତୁ ଜନ୍ମ ହୋଇଥିଲୁ।ହଲି ପାରୁ ନଥିଲି ମୁଁ।ଯେତେବେଳେ ତୁ ମୋ ବକ୍ଷରେ ପ୍ରଥମେ ତୋ ମୁହଁ ଥାପିଲୁ କ୍ଷୀର ଖାଇବା ପାଇଁ ସେ ମୁହୂର୍ତ୍ତର ଅନୁଭବ କେବଳ ଜଣେ ଅନୁଭବୀ ହିଁ ବୁଝି ପାରିବ।ତୁ କ୍ଷୀର ଟାଣି ନ ପାରି କାନ୍ଦୁଥିଲୁ।ମୁଁ ଉଠି ନ ପାରି ଯନ୍ତ୍ରଣା ରେ ଛଟପଟ ହେଉଥିଲି।ନର୍ସ କ୍ଷୀର ଟାଣି ତୋ ମୁହଁରେ ଚାମଚ ରେ ଦେଉଥିଲେ।ତୁ ଟିକେ ପାଟି ପାକୁ ପାକୁ କରି ଓଠ ଚାଟୁଥିଲୁ ଓ ଶୋଇ ପଡିଥିଲୁ।ତୋର ଓଜନ ତିନି କିଲୋ ପାଞ୍ଚ ଶହ ଗ୍ରାମ ହୋଇଥିଲା।ଖୁବ୍ ସୁନ୍ଦର ଡଉଳ ଡାଉଳ ଦେଖା ଯାଉଥିଲୁ ତୁ।


ମୋ ଶାଶୁ ଘର ଲୋକେ ବହୁତି ଖୁସି ଥିଲେ ଏଇଥି ପାଇଁ ଯେ ତାଙ୍କ ବୋହୁ ବନ୍ଧ୍ୟା ନୁହେଁ ଯାହା ଅନ୍ୟ ମାନେ ଟୀକା ଟିପ୍ପଣୀ ଦେଉଥିଲେ।ତୋ ଜନ୍ମ ସଭିଙ୍କ ପ୍ରାଣରେ ପୁଲକ ଭରି ଦେଇଥିଲା।ଏଣୁ ତୋ ନାମ ରଖା ଗଲା ପୁଲକ ପ୍ରୀତମ୍,ଡାକ ନାମ ଥିଟା।


ତିନି ମାସ ବେଳର ଛୁଆ ତୁ ସାତ ମାସର ଛୁଆ ପରି ଦିଶୁଥିଲୁ।ସମସ୍ତେ ହାଇଁ ସାଇଁ ହୋଇ କହୁଥିଲେ ତିନି ମାସର ଛୁଆ ବର୍ଷକ ପରି ଦେଖା ଯାଉଛି।ତୋ ଜେଜେ ମା ଏ କଥା ଶୁଣି ବହେ ଗାଳି କରିକହୁଥିଲେ"କିଡାହାଣୀ ଆଖି ଲୋ ମା ମୋ ଛୁଆଟା ଠେଇଁ ଗଳି ଯାଉଛି!"ଏଥି ସହ ଛେପ ଥୁ ଥୁ କରି ତିନି ଥର ପକାଉଥିଲେ ଓ ତୋ ମଥାରେ ମସ୍ତବଡ ଏକ କଳାଗୋଲ ଠୋପା ମୁଣ୍ଡରେ ଲଗାଇ ଦେଉଥିଲେ।ତୁ ପେଟ କାବୁରା ଟା ଥିଲୁ।ମୁଣ୍ଡ ଉପରେ ବଟଲ ରଖିଦେଉଥିଲେ ଗୋଡ଼ରେ ଆଣି ପିଇ ଦେଉଥିଲୁ।


ମୋ ଚାକିରି ଭୁବନେଶ୍ୱରରେ।ସେଠି ତୁ ଗୋଟେ ଇଂଗିଲିସ ମିଡିୟମ ସ୍କୁଲରେ ପଢୁଥିଲୁ।ସାତ ମାସ ହେବା ଦିନୁ ବହି ପ୍ରତି ତୋର ଖୁବ୍ ଆକର୍ଷଣ ଥିଲା।ଯେଉଁ ଚିତ୍ର ଦେଖେଇଲେ ବି ତୁ ତାର ପ୍ରଥମ ନାଁ ଟି କହି ଦେଉ।ଯେଉଁ ଶବ୍ଦ ପଚାରିଲେ କହି ତ ପାରୁ ନଥିଲୁ,ହାତ ଧୋଇ କହି ଦେଉଥିଲୁ।


ସମସ୍ତେ ଆଶ୍ଚର୍ଯ୍ୟ ଦିଦିଙ୍କ ସାତ ମାସର ପୁଅ ପାଠ ପଢିଲାଣି।


ଘରର ଅସୁବିଧା ପାଇଁ ମୁଁ ଟ୍ରାନ୍ସଫର ହୋଇ ଘରକୁ ଆସିଲି।ତୁ ସେଠି ଗୋଟିଏ ଶିଶୁ ମନ୍ଦିର ଗଲୁ।ବାର୍ଷିକ ପରୀକ୍ଷା ଦେଉଥାଉ ତୁ।ଗଣିତ ପରୀକ୍ଷା ଦିନ ପଚାରିଲି ସବୁ କରିଛୁ?ତୁ ହସି ହସି କହିଲୁ ହଁ ମାମା।


ମୁଁ ପଚାରିଲି ମନେ ଅଛି ପ୍ରଶ୍ନ?


ତୁ କହିଲୁ ହଁ।ଗୋଟେ ଘୋଷ୍ଟ କରିବାକୁ ପଡିଥିଲା କରି ଦେଇଛି।


ଆଉ ଗୋଟେ ସୁଗାର ସୁଟ୍ କରିବାକୁ କହିଥିଲା ,କରି ଦେଇଛି।


କୋଶ୍ଚିନ ଦେଖିବାରୁ ବୃତ୍ତ ପଡିଥିଲା ତୁ ଭୂତ କରିଛୁ ଓ ତ୍ରିଭୁଜ ପଡିଥିଲା ତୁ ତରଭୁଜ କରି ଦେଇ ଆସିଛୁ।


ମୋ ମୁଣ୍ଡ ଖରାପ ହୋଇ ଗଲା।ଦୋଷ ମୋର।ତୁ ଠିକ୍ ରେ ଓଡ଼ିଆ ପଢା କି ଲେଖା କରି ପାରୁନାହୁଁ।ଯାହା ପଢ଼ିଲୁ କଲୁ।ସେଥିରେ ତୋର କଣ ଭୁଲ୍।ଇଙ୍ଗିଲିଶ ମିଡ଼ିୟମ ଛୁଆ ଓଡ଼ିଆ ମିଡ଼ିୟମରେ ପଢିଲେ ଅବସ୍ଥା ତୋ ପରି ହୁଏ।ବୃତ୍ତକୁ ଭୂତ ତ୍ରିଭୁଜକୁ ତରଭୁଜ ହି ପଢ଼ନ୍ତି।


କିଲି ବିଲି ହୋଇ ତୋତେ ଧରି ପୁଣି ଜଗତସିଂହପୁର ପଳେଇ ଆସିଲି।ତୁ ସେଠି ଗୋଟେ ଭଲ ସ୍କୁଲରେ ପଡ଼ିଲୁ।ଏଣ୍ଟ୍ରାନ୍ସ ପରିକ୍ଷାରେ ତୁ ଶହେରୁ ଅନେଶୋତ ନମ୍ବର ରଖି ଥିଲୁ।ସାର୍ ମାନେ ଏତେ ଖୁସି ହେଲେ ଯେ ସମସ୍ତେ କହିଲେ ତାଙ୍କ ସେକ୍ସନ ରେ ନେବାକୁ। 


କି ମନେ ରଖିବା ଶକ୍ତି ତୋର?ମୁଁ ରୋଷେଇ କରୁ କରୁ ତୋତେ ଯେଉଁ ବିଷୟରୁ ଯେଉଁ ପ୍ରଶ୍ନ ପଚାରିଲେ ବି ତୁ ସବୁ ଠିକ୍ ଠିକ୍ କହିଦେଉ।ଏସବୁ ଖୁବ୍ ମନେ ପଡୁଛି ଏବେ।ବହୁତି କଷ୍ଟ ଲାଗୁଛି ଯେ ତୁ ହୁଏତ ତୋ ଭବିଷ୍ୟତ,ପାଠ ପଢା ନେଇ ମୋତେ ଭୁଲି ହଷ୍ଟେଲରେ ରହିଯିବୁ,କିନ୍ତୁ ମୁଁ କେମିତି ରହିବି ତୋ ବିନା।ତୁ ଟିକେ ବି ପେଟ ଖାଲି କରି ପାରୁ ନାହିଁ।କେମିତି ସେଠି ଏଣୁ ତେଣୁ ଖାଇବା ଖାଇବୁ?


ବିଚିତ୍ର ପିଲାମାନେ ବାବାବମାମାଙ୍କୁ ଭୁଲି ଯାଆନ୍ତି।କିନ୍ତୁ ବାବା ମାମା ଭୁଲି ପାରନ୍ତି ନାହିଁ କୌଣସି କଥା ପିଲାର।ଜାଣିଲୁ ତୁ ଯେତେବେଳେ ବାପା ହେବୁ ଆମ ମନ କଥା ବୁଝି ପାରିବୁ।


ଏଇ ବୋଧେ ପ୍ରତି ବାବା ମାଙ୍କ ସନ୍ତାନ ପ୍ରତି ଥିବା ମମତାର ମାୟା।

   



Rate this content
Log in