ମାୟା ମରିଚିକା ( ପଞ୍ଚମ ଅଂଶ)
ମାୟା ମରିଚିକା ( ପଞ୍ଚମ ଅଂଶ)
୫ମ ଅଂଶ
ପରଦିନ ସକାଳେ ପ୍ରକାଶ, ସୁରେଶ, ସିବୁନ୍ ଏବଂ ଅନ୍ଯ ସହପାଠୀ ମାନେ ରବି ସାରଙ୍କ ନିକଟରେ ଗଣିତ ଟିଉସନ ହେଉଥିବା ସମୟରେ କେହି ଜଣେ ଆସି ସାରଙ୍କୁ ବାହାରକୁ ଡାକିଲା। ସାର୍ ବାହାରକୁ ଗଲେ ଆଉ ପାଞ୍ଚ ମିନିଟ୍ ପରେ ଜଣେ ଝିଆକୁ ସାଙ୍ଗରେ ଧରି ଭିତରକୁ ଆସିଲେ ଆଉ ତାକୁ ଅନ୍ଯମାନଙ୍କ ସହ ବସି ଅଙ୍କ କରିବା ପାଇଁ କହିଲେ। ଝିଅଟି ସୁନ୍ଦର ଥିଲା ତେଣୁ ସବୁ ପିଲାଙ୍କ ନଜର ଗଣିତ ପାଖରେ କମ୍ ତାକୁ ଦେଖିବାରେ ଅଧିକ ଥିଲା। ପ୍ରକାଶ ଚିନ୍ତା କଲା ଆରେ ଏଇତ ସେଇ ଝିଅ ଯାହାକୁ କାଲି ମୁଁ ରାସ୍ତାରେ ଦେଖିଥିଲି। ମାତ୍ର ଝିଅଟି ଭିତରକୁ ଆସିବା ବେଳେ ସୁରେଶ ଥରେ ମାତ୍ର ତା'ଆଡକୁ ଅନେଇ ଥିଲା ତାପରେ ନିଜ ଗଣିତ କରିବାରେ ଲାଗିପଡିଲା। ଶେଷରେ ସାର୍ ଖାତା ଦେଖିବା ବେଳକୁ ସୁରେଶକୁ ଛାଡି ଅନ୍ଯମାନେ ବହୁତ୍ କମ୍ ଗଣିତ କରିଥିଲେ ତେଣୁ ସାର୍ ସମସ୍ତଙ୍କୁ ବହୁତ୍ ରାଗିଲେ, ତାପରେ ଛୁଟି ହେଲା।
ସ୍କୁଲ୍ ଟାଇମ୍ ରେ ସବୁ ସ୍କୁଲ୍ ଆସିଲେ, ସେ ଝିଅଟି ମଧ୍ଯ ଆସିଲା। ସ୍କୁଲରେ ସବୁ ପିଲା ତାର ହିଁ ଚର୍ଚ୍ଚା କରିବାକୁ ଲାଗିଲେ। ଏସବୁ କିନ୍ତୁ ସୁରେଶକୁ ଆଦୌ ଭଲ ଲାଗୁନଥାଏ।
ସନ୍ଧ୍ଯାରେ ସଞ୍ଜୟ ସାରଙ୍କ ଟିଉସନକୁ ସେ ଝିଅଟି ସାର ସହ ଆସିଲା। ସେମାନେ ଆସିବା ବେଳକୁ ଏକା ପ୍ରକାଶ ଆସିଥାଏ। ଆଉ ଅନ୍ଯମାନେ କେହି ଆସି ନଥାନ୍ତି। ସାର ପ୍ରକାଶ ସହ ସେଇ ଝିଅଟିକୁ ପରିଚିତ କରାଇଦେଲା। ପ୍ରକାଶ ଜାଣିଲା ଝିଅଟିର ନାଁ ପ୍ରୀତିରେଖା। ତାଙ୍କ ଘର ଯାଜପୁର ଓ ସେ ଏଠି ତା ମାମୁଁ ଘରେ ରହି ପଢିବାକୁ ଆସିଛି। ପ୍ରକାଶ ତାର ସାଙ୍ଗ ହେଲା। ଏକଥା ଯେତେବେଳେ ସୁରେଶ, ସିବୁନ୍,ନଟିଆ ଓ ଅନ୍ଯମାନେ ଜାଣିଲେ ପ୍ରକାଶକୁ ନୁଙ୍ଗୁରା, ନାଳୁଆ ଏମିତି ଅନେକ କଟୁ କଥା କହି ତାର ମଜାକ୍ ଉଡେଇଲେ। ବିଚରା ପ୍ରକାଶ ମନ ଦୁଃଖରେ ସେଠାରୁ ଚାଲିଗଲା।
ସେପଟେ ଗାଁ କୁ ଗୋଟେ ସୁନ୍ଦରୀ ଝିଅ ଆସିଥିବାର ଖବର ବହୁତ୍ ଶୀଘ୍ର ବ୍ଯାପିଗଲା। ତେଣୁ ଦେଖୁଦେଖୁ ପ୍ରୀତିରେଖାର ଯିବା ଆସିବା ସମୟରେ ଛକରେ ଗାଁ ପିଲାଙ୍କର ଭିଡ ହେବାକୁ ଲାଗିଲା। ଯେଉଁ ପିଲା ଦିନ ନଅଟା ନବାଜିଲେ ବିଛଣା ଛାଡୁ ନଥିଲା ସିଏ ଆଜି ପ୍ରୀତିରେଖାର ଗୋଟିଏ ଝଲକ ପାଇଁ ସକାଳ ପାଞ୍ଚଟାରୁ ଅପେକ୍ଷା କରୁଛି। କିଏ ପୁଣି ପ୍ରୀତିରେଖାକୁ ଦେଖି ମୋବାଇଲରେ ନବମ ଶ୍ରେଣୀ ଝିଅଟା ଛାତିକୁ ମୋ ହଟ୍ କରୁଛି ଗୀତ ବଜଉଛି। ସବୁ ରୋମିଓଙ୍କ ମଧ୍ଯରେ ଦୁଇଯଣ ବଡ ରୋମିଓ ଥିଲେ। ସେମାନେ ତାଙ୍କର ପାରୁ ପର୍ଯ୍ଯନ୍ତ ଚେଷ୍ଟା କରୁଥିଲେ କେମିତି ପ୍ରୀତିରେଖାକୁ ପଟେଇବେ। ଜଣଙ୍କ ନାଁ ଥିଲା ସାଜନ, ଆଉଜଣେ ତାପସ। ତାପସ ଯଦି ଆଜି ନୂଆ ଡ୍ରେସ୍ ପିନ୍ଧିକି ଆସୁଥିଲା ତେବେ କାଲି ସାଜନ୍ ନୂଆ ଡ୍ରେସ୍ ସହ ସୁନା ମୁଦି ପିନ୍ଧିକି ଆସିଥିଲା। ତାପରଦିନ ତାପସ ସୁନାଚେନ୍ ପିନ୍ଧିକି ଆସୁଥିଲା। ଆଉ ଉଭୟ ଏମିତି ପିନ୍ଧୁଥିଲେ ଯେମିତି ସେମାନେ ସେସବୁ ପିନ୍ଧିଛନ୍ତି ବୋଲି ପ୍ରୀତି ଦେଖିପାରିବ। ଉଭୟ କେବଳ ଲାଇନ୍ ମାରିବାରେ ସମୟ ବିତେଇଲେ ସତ କିନ୍ତୁ କେହି ମଧ୍ଯ ସାହସ କରି ପ୍ରୀତିକୁ ନିଜର ମନର କଥା ଜଣେଇ ପାରିଲେ ନାହିଁ।
ଏସବୁ ଘଟଣା ବିଷୟରେ ଯେତେବେଳେ ଟିଉସନ ଓ ସ୍କୁଲରେ ପ୍ରୀତିର ସାଙ୍ଗମାନଙ୍କ ମଧ୍ଯରେ ଚର୍ଚ୍ଚା ଚାଲିଲା ସୁରେଶ ପ୍ରୀତିର ନାଁ ଶୁଣିଲେ ପ୍ରବଳ ରାଗୁଥିଲା। ପ୍ରୀତିବି ସୁରେଶର ନାଁ ଶୁଣି ବହୁତ୍ ଚିଡିଯାଏ। ଯେମିତି ପରସ୍ପର ମଧ୍ଯରେ ପୂର୍ବ ଜନ୍ମର କିଛି ଶତୃତା ବାକି ରହି ଯାଇଥିଲା। ପ୍ରୀତିକୁ ଏତେ ପିଲା ଲାଇନ୍ ମାରୁଥିବାର ଶୁଣି ସୁରେଶ କହିଲା ମୁଁ ବୁଝିପାରୁନି ଆଜିକାଲି ଲୋକ କଣ ସବୁ ଦେଖିକି ଝିଅ ପସନ୍ଦ କରୁଛନ୍ତି? ଯେଉଁ ଝିଅର ଅଖା ନାହିଁ କି ଗଉଣୀ ନାହିଁ ତାର ବି ଏଠି ହଜାରେ ପ୍ରେମିକ। ପ୍ରୀତି ସେମିତି କୁହେଯେ କିଛି ଲୋକ ନିଜ ଧନ ଗର୍ବରେ ଅନ୍ଧ, ତେଣୁ ସେମାନେ ନିଜକୁ ଗୋଟେ ଗୋଟେ ଗଜପତି ବୋଲି ଭାବନ୍ତି ଆଉସେମାନଙ୍କୁ କିଛି ଦେଖାବି ଯାଏନି। ପ୍ରୀତି ପୁଣି କହେ ମୁଁ ବୁଝିପାରୁନି କି ଅଖା ଆଉ ଗଉଣୀ ନଥିବା ଝିଅ ପଛରେ ହଜାରେ ରୋମିଓ ଟା କାହାପାଇଁ ସମସ୍ଯା ହଉଛି ନା ସେ ନିଜେ ଏଇ ଅଖା ଓ ଗଉଣୀ ନଥିବା ଝିଅକୁ ପଟେଇ ପାରୁନି ବୋଲି ସମସ୍ଯା ହେଉଛି। ମୋଟା ମୋଟି ଭାବେ କହିବାକୁ ଗଲେ ସୁରେଶ ଓ ପ୍ରୀତି ଭିତରେ ଜମା ପଡେନି। ସୁଯୋଗ ପାଇଲେ କେହି ମଧ୍ଯ ଝଗଡା କରିବାର ସୁଯୋଗ ହାତଛଡା କରୁନଥିଲେ। ପରସ୍ପର ପରସ୍ସରର ନାଁରେ ରକ୍ତ ଚାଉଳ ଚୋବାଉ ଥିଲେ। ଜଣଙ୍କ ଛାଇ ଅନ୍ଯଜଣଙ୍କ ଉପରେ ପଡିଲେ ଉଭୟଙ୍କର ନାହି ଡେଉଁଥିଲା। ଉଭୟ ଉଭୟଙ୍କୁ ପ୍ରତ୍ଯେକ କ୍ଷେତ୍ରରେ ବିରୋଧ କରୁଥିଲେ। କିନ୍ତୁ ଏ ଦୁଇଜଣ ଏମିତି କାହିଁକି କରୁଥିଲେ ସେ କଥା ସେମାନଙ୍କର ଅନ୍ଯ ସାଙ୍ଗ ମାନେ ବୁଝିପାରୁ ନଥିଲେ।
ଦିନେ ରତିରେ ସଞ୍ଜୟ ସାରଙ୍କ ପାଠ କରିସାରି ସବୁ ପିଲା ବାହାରକୁ ଗଲେ। ପାଖ ରୁମ୍ ରେ ରବି ସାର୍ ଦଶମ ଶ୍ରେଣୀ ପିଲାଙ୍କୁ ଟିଉସନ କରନ୍ତି ସେଦିନ କିନ୍ତୁ ରବିସାର୍ ଆସି ନଥିଲେ। ତେଣୁ ଦଶମ ଶ୍ରେଣୀର ସବୁପିଲା ଘରକୁ ଫେରିଗଲେ। ମାତ୍ର ଦୁଇଜଣ ପୁଅ ଆଉ ଜଣେ ଝିଅ ସେହି ରୁମ୍ ରେ ବସି ପଢୁଥିଲେ। ନବମ ଶ୍ରେଣୀପିଲା ବାହାରକୁ ଗଲାବେଳେ ସେ ଦୁଇଜଣ ବି ସେମାନଙ୍କ ସହ ବାହାରକୁ ପଳେଇଗଲେ। କିଛି ସମୟ ପରେ ଦଶମ ଶ୍ରେଣୀର ପିଲାଟିଏ ଏକ ଛୋଟ ଟର୍ଚ୍ଚ ନୂଆ କରି କିଣି ଆଣିଥିଲା। ତେଣୁ ତାର ଅନ୍ଯ ସାଙ୍ଗ ଜଣଙ୍କ ଟର୍ଚ୍ଚଟି କେତେବାଟ ପର୍ଯ୍ଯନ୍ତ ଆଲୋକ ଦେଇପାରୁଛି ଦେଖିବା କହି ବାରଣ୍ତା ଉପରେ ଠିଆ ହୋଇ ଚାରିଆଡକୁ ଟର୍ଚ୍ଚ ମାରି ବୁଲେଇବାକୁ ଲାଗିଲା। ତାଙ୍କ ପାଖରେ ନବମ ଶ୍ରେଣୀର ପିଲା ମଧ୍ଯଥିଲେ। ଟର୍ଚ୍ଚ ଲାଇଟ୍ ପଡିବାରୁ ପାଖ ପଡିଆକୁ ଏକ କରିବାକୁ ବସିଥିବା ଦୁଇଜଣ ଝିଅ ଉଠି ଦୌଡି ପଳାଇଲେ। ସେ ଦୁଇଜଣ ଝିଅ ମଧ୍ଯରୁ ଜଣେ ଥିଲା ପ୍ରୀତି ଆଉ ଅନ୍ଯଜଣେ ଥିଲା ଦଶମ ଶ୍ରେଣୀର ସେ ଝିଅଟି। ଦୁହେଁ ସଞ୍ଜୟ ସାରଙ୍କୁ ଯାଇ କହିଲେ ସାର୍ ଆମେ ବାହାରକୁ ଯାଇଥିଲୁ ନବମ ଶ୍ରେଣୀ ପିଲା ଆମ ଉପରକୁ ଲାଇଟ୍ ମାରୁଛନ୍ତି। ତେଣୁ ସାର୍ ପିଲାମାନଙ୍କୁ ବହୁତ୍ ବାଡେଇଲେ। ଅଭିଭାବକଙ୍କୁ ଡାକି ଏସବୁ ବଷୟରେ କହିବେ ବୋଲି କହିଲେ। ସୁରେଶ କହିଲା ସାର ଆମେ କିଛି କରିନୁ ସବୁ ଦଶମ ଶ୍ରେଣୀର ଭାଇମାନେ କରିଛନ୍ତି। ସାର୍ ସୁରେଶକୁ ବେଶି ମାଡ ଦେଲା ପରେ ଦଶମ ଶ୍ରେଣୀର ଦୁଇଟି ଯାକ ପିଲାଙ୍କୁ ଡାକି ପଚାରିବା ସହ ସେମାନଙ୍କୁ ପ୍ରବଳ ପିଟିଲେ। କିନ୍ତୁ ସେମାନେ କହିଲେ ସାର୍ ଆମେ ଜାଣିନଥିଲୁ କି ଏମାନେ ସେପଟେ ବାହାରକୁ ଯାଇଛନ୍ତି। କାରଣ ଏମାନେ ଯେଉଁଠିକୁ ଯାଇଥିଲେ ସେଠାକୁ ସବୁବେଳେ ପୁଅପିଲା ହିଁ ଯାଇଥାନ୍ତି। ଏମାନେ ଝିଅପିଲା ପଟକୁ ନଯାଇ ସେପଟକୁ କାହିଁକି ଯାଇଥିଲେ? ତାଛଡା ଏମାନେ ସେଠାକୁ ଯାଇଛନ୍ତି ବୋଲି ଆମେ କେମିତି ଜାଣିବୁ? ଏକଥା ଶୁଣି ସାର୍ ସେ ଦୁଇଜଣଙ୍କୁ ବହୁତ୍ ରାଗିଲେ। ସେହି ଦିନଠାରୁ ସୁରେଶ ଓ ପ୍ରୀତି ମଧ୍ଯରେ ସମ୍ପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଗଲା। ତାପରେ... କ୍ରମଶଃ...
