STORYMIRROR

TASNEEM SULTANA LADLEE

Children Stories Inspirational

3  

TASNEEM SULTANA LADLEE

Children Stories Inspirational

ମାଟିର ଝିଅ

ମାଟିର ଝିଅ

2 mins
149

ମୟୁରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଆଦିବାସୀ ଗାଁ ଉପରବେଡା ।ଏଇ ଗାଁର ମୁଖିଆ ବିରଞ୍ଚି ନାରାୟଣ ଟୁଡୁଙ୍କ ପରିବାରରେ ଏକ ଶିଶୁକନ୍ୟା ଆଖି ଖୋଲିଲା ।ସେଦିନ ଥିଲା ଶୁକ୍ରବାର ୧୯୫୮ ମସିହା ଜୁନ ୨୦ ତାରିଖ । ।ଆଦିବାସୀ ସଂସ୍କୃତିରେ କନ୍ୟାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆ ଯାଇଥାଏ । ପରିବାରରେ ଖେଳିଗଲା ଖୁସିର ଲହରି। ବିରଞ୍ଚ ି ଥିଲେ ଉକ୍ତ ସାନ୍ତାଳୀ ଗାଁର ମୁଖିଆ ।ଆଦିବାସୀ ସମ୍ପ୍ରଦାୟରେ ପୁର୍ବ ପୁର୍ବପୁରୁଷଙ୍କ ନାମସବୁ କେବେ ମରେନି ।ତେଣୁ ଉତ୍ତରାଧିକାରି ସୁତ୍ରେ ଏହି ଝିଅଟିର ନାମ ତା ଜେଜେମାଆଙ୍କ ନାମ ରଖାଗଲା ।ପୁତିମୟୀ ତା ପିଲାଦିନର ନାମ ଥିଲା । ତା'ର ପ୍ରାଥମିକ ଶିକ୍ଷା ଗାଁରୁ ଆରମ୍ଭ ହୋଇଥିଲା ।ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଉପର ଶ୍ରେଣୀର ପିଲାଙ୍କ ପୁରୁଣା ବହୀରେ ତା'ର ପାଠପଢା ଆରମ୍ଭ ହୋଇଥିଲା । ଆଦିବାସୀମାନେ ଉପଯୁକ୍ତ ଶିକ୍ଷା ଓ ନେତୃତ୍ବର ଅଭାବରୁ ସମାଜର ମୂଖ୍ୟସ୍ରୋତରେ ସାମିଲ ନହୋଇ ପାରିବା କଥା ଏଇ ଝିଅଟି ପିଲାଦିନୁ ଖୁବ କମ ବୟସରେ ବୁଝି ପାରିଥିଲା । ତେଣୁ ଉଚ୍ଚ ଶିକ୍ଷା ହାସଲ କରି ସେ ସମାଜରେ ଶିକ୍ଷାର ଦୀପ ପ୍ରଜ୍ଜୋଳନ କରିବାର ସ୍ବପ୍ନ ଦେଖିବାକୁ ଲାଗିଲା ।ଏହି ନିଶା ତାକୁ ରାଜଧାନୀ ଭୂବନେଶ୍ବରକୁ ଟାଣି ଆଣିଲା ।ତା'ର ଭୂବନେଶ୍ବର ୟୁନିଟ୨ ରେ ଥିବା ବାଳିକା ଉଚ୍ଚବିଦ୍ୟାଳୟରେ ଚାରି ବର୍ଷ ହାଇସ୍କୁଲ ଶିକ୍ଷା ଜାରି ରହିଥିଲା । ସେ ସେଇ ବିଦ୍ୟାଳୟର ହଷ୍ଚେଲରେ ରହିବାର ସୂଯୋଗ ପାଇଥିଲା ।୧୯୭୯ ମସିହାରେ ସେ ରମାଦେବୀ ମହିଳା କଲେଜରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମରେ କୃତିତ୍ବରସହ ଉତ୍ତ ିର୍ଣ ହେଲ।ସେଇ ବର୍ଷ ସଚିବାଳୟରେ କନିଷ୍ଠ ସହକାରୀ ପଦ ପାଇ ବେଶ ଖୁସି ଥିଲା ।ସେ ପାଖ ଗାଁର ଯୁବ ବ୍ୟାଙ୍କ ଅଧିକାରି ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲା । ତାଙ୍କର ତିନୋଟି ସନ୍ତାନ ଥିଲେ ।ସ୍ବାମୀଙ୍କ ଅସୁସସ୍ଥତା ଯୋଗୁଁ ତାଙ୍କ ସେବା ପାଇଁ ତାକୁ ଚାକିରୀ ଛାଡିବାକୁ ପଡିଥିଲା ।ପରେ ସେ ବିନା ବେତନରେ ଶିକ୍ଷୟିତ୍ରୀ ଭାବେ ରାଇରଙ୍ଗପୁରର ଅରବିନ୍ଦ ପୁର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଯୋଗ ଦେଲା । ଏତିକିରେ ସେ ଅଟକି ଗଲାନି ।୧୯୯୭ ମସିହାରେ ରାଜ୍ୟକୁ ଉପଯୁକ୍ତ ନେତୃତ୍ବ ପ୍ରଦାନ କରିବା ପାଇଁ ଜନସେବା ଉଦ୍ଦେଶ୍ୟରେ ରାଜନୀତିରେ ଯୋଗଦାନ କଲା । ଘଟଣାକ୍ରମେ ତାଙ୍କ ଦୁଇ ପୁତ୍ର ସନ୍ତାନଙ୍କ ମୃତ୍ୟୁ ହୋଇଥିଲା ।୨୦୧୪ ମସିହାରେ ସ୍ବାମୀ ମଧ୍ୟ ଚାଲିଗଲେ ।ତା ପାଇଁ ପିଲା ଏବଂ ସ୍ୱାମୀଙ୍କ ମୃତ୍ୟୁ ଏକ କଷ୍ଟକର ସମୟ ଥିଲା କିନ୍ତୁ ସେ ହାର ମାନିନଥିଲା । ସେ କାଉନସିଲରରୁ ବିଧାୟକ , ମନ୍ତ୍ରୀ ଓ ପରେ ପଡୋଶି ଝାଡଖଣ୍ଡ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ ପଦବୀ ଅଳଙ୍କୃତ କରିଥିଲେ । ତାଙ୍କର ସେବାକୁ ସମଗ୍ର ଦେଶବାସୀଙ୍କୁ ସମର୍ପଣ କରିବାର ସୂଯୋଗ ସ୍ବଋପ ସେ ୨୦୨୨ ଜୁଲାଇ ୨୫ ତାରିଖରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି(ରାଷ୍ଟ୍ରନେତ୍ରୀ) ପଦରେ ଅଧିଷ୍ଟିତ ହେବାର ଗୌରବ ଅର୍ଜନ କରିଛନ୍ତି ।ପିଲାଏ ,ସେ ଆଉ କେହି ନୂହଁନ୍ତି, ଆମ ଓଡିଶା ମାଟିର ଝିଅ ତଥା ଆମ ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ।



Rate this content
Log in