Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Aminilu Ray

Others


2  

Aminilu Ray

Others


ମାଟି କହେ ଜୀବନ

ମାଟି କହେ ଜୀବନ

1 min 447 1 min 447


କିଛି ସମୟ ଚୁପ୍ ରହି ମୋହନ ବାବୁ ଦୀର୍ଘ ନିଶ୍ୱାସଟିଏ ଛାଡି ପୁ’ଣି କହିଲେ – “ବୁଝିଲେ, ବିଦେଶରେ ମୋ’ର ଚାକିରି ଜୀବନ କାଳରେ ଅନୁଭବ କରିଛି, ମୋତେ ମୋ ମାଟି ମାଆଠାରୁ ସବୁ କିଛି ଅଲଗା ଅଲଗା ଲାଗିଛି । କାରଣ ଏହାରି କୋଳରେ ମୋ ଜନ୍ମ, ମୋ ଜୀବନ । ସ୍ନେହ, ଆଦର, ଭଲପାଇବା ଓ ଆତ୍ମିୟତା ଏଠି ଭରିରହିଛି । ଏହାର ପାଣି ପବନରେ ଗଢା ହେଇଛି ମୁଁ । ସତରେ ମୋ ଭାରତ ମାଟିର ବାସ୍ନାରେ ସ୍ୱତନ୍ତ୍ରତା ଅଛି । ଯାହାକୁ କେବେ ବି ମରିବା ପର୍ଯ୍ୟନ୍ତ ଭୁଲି ହେବ ନାହିଁ । ଏଇ ମାଟି ମା’ କୋଳ ମୋ ପାଇଁ ଅମୃତ ସମାନ । ତା’ରି କୋଳରେ ଜନ୍ମ ନେଇଛି, ଜୀବନର ଶେଷ ଘଣ୍ଟା ବାଜିଲେ ପୁ’ଣି ତା’ରି କୋଳକୁ ଛ’ଖଣ୍ଡ କାଠରେ ଚାଲିଯିବି । ସେଥିପାଇଁ ମୁଁ ନିଜକୁ ଗୈାରବାନ୍ୱିତ ମନେକରେ ।” ଏଇ ସବୁ କଥା କହି ସେ ଆଖିରୁ ଲୁହ ପୋଛୁଥିଲାବେଳେ, ଗାଁ ମୁଖିଆ ଦିଗମ୍ବର ବାବୁ ତାଙ୍କ ମୁହଁକୁ ଅବାକ୍ ହୋଇ ଚାହିଁରହିଥିଲେ ।



Rate this content
Log in