Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Kalyani Nanda

Others

1  

Kalyani Nanda

Others

ମାଁ ହାତ ରନ୍ଧା

ମାଁ ହାତ ରନ୍ଧା

2 mins
2.9K


ତା..04/04/2020,ଶନିବାର,

ଲକ୍ ଡାଉନ...ଏକାଦଶ ଦିବସ,

ଡିଅର ଡାଏରୀ,

ଆଜି ମାଁ ସୁଜାତା କୁ ରୋଷେଇ ରୁ ଛୁଟି ଦେଇ ନିଜେ ରୋଷେଇ କରିବ ବୋଲି ଘୋଷଣା କରିଛି । ସକାଳୁ ଗାଧୋଇ ସାରି, ପୂଜାପାଠ ଶେଷ କରି ରାମାୟଣ ଦେଖି ରୋଷେଇ ଘରେ ପଶିଛି । ସୁଜାତା ଓ ମୁଁ ମାଁ କୁ ସାହାଯ୍ଯ କରିବାକୁ ଗଲାରୁ ,ସେ ପୁରା ମନା କରିଦେଲା। ସବୁ କାମ ସେ ଏକା କରୁଥାଏ। ଆଜି ଆମ ସୋସାଇଟି କୁ ଟ୍ରକ ରେ ସଜ ପନିପରିବା ଆସିଥିଲା । ମୁଁ ଯାଇ ସକାଳୁ ପରିବା, ଶାଗ, କ୍ଷୀରଦହି,ମାଛ ବି ଭଲ ପାଇଲି, ସବୁ ନେଇ ଆସିଥିଲି । ବୋଧହୁଏ ସେଇ ତଟକା ପନି ପରିବା ଦେଖି ମାଁ ବୋଧେ ମନ ବଳାଇଛି ନିଜେ ରାନ୍ଧିକି ସମସ୍ତଙ୍କୁ ଖୁଆଇବ । ଠିକ୍ ସମୟରେ ରୋଷେଇ ସାରି, ବଢା ବଢି କରି ମାଁ ସମସ୍ତଙ୍କୁ ଖାଇବାକୁ ଡାକିଲା । ସୁଜାତା କୁ ବି ଜବରଦସ୍ତି ଖାଇବା ପାଇଁ ବାଢି ଦେଲା । ସୁଜାତା ଟିକିଏ ଇତଃସ୍ତତ ହେଉ ଥାଏ, ଶାଶୁ ନ ଖାଉଣୁ ସେ କେମିତି ଖାଇ ଦେବ । ହେଲେ ମାଁ ତାକୁ କହୁଥାଏ,"ତୁ ବସିଲୁ, ସବୁଦିନ ତ ରାନ୍ଧି କି ସଭିଁଙ୍କୁ ଖୁଆଉଛୁ। ଦିନେ ତ ମାଁ ହାତ ରନ୍ଧା ଖାଇ କି ଦେଖ।"ମାଁ କୁ ବି ଖାଇବାକୁ କହିଲୁ, କିନ୍ତୁ ସେ ତ ଆଜି ମାଁ ଅନ୍ନପୂର୍ଣ୍ଣା ସାଜିଥାଏ । ଗରମ ଯୋଗୁଁ ମାଁ ଆଜି ପଖାଳ କରିଥିଲା । ପଖାଳ ରେ ଟମାଟୋ,ରସୁଣ, ଭୃସଙ୍ଗ ପତ୍ର, କଞ୍ଚା ଲଙ୍କା,ସୋରିଷ ଦେଇ ବଘାରି ଦେଇଥିଲା। ତା ବାସ୍ନାରେ ଆମ ସମସ୍ତଙ୍କ ଭୋକ ଆହୁରି ବଢିଗଲା । ପଖାଳ ସାଂଗରେ ଆମ୍ବୁଲ ଦେଇ ମାଛ ବେସର, ପୋଇ ପତ୍ର ଭଜା, ଶାଗ ଖରଡା, ବାଦାମ ଚଟଣୀ ଏମିତି କେତେ କଣ କରିଥାଏ । ଆମେ ଆଉ ଅପେକ୍ଷା ନ କରି ଖାଇବା ଆରମ୍ଭ କରିଦେଲୁ ।ମାଁ ବି ଆମ ପାଖରେ ଛିଡା ହୋଇ ଦେଖୁଥାଏ।ତା ଆଖିରେ ତୃପ୍ତି ଓ ସନ୍ତୋଷ ର ଝଲକ । ସବୁ ମାଁ ବୋଧେ ଏମିତି । ନିଜ ହାତରେ ରାନ୍ଧି ନିଜ ଛୁଆଙ୍କୁ ଖୁଆଇ ବାରେ ତାଙ୍କର ଆତ୍ମ ତୃପ୍ତି । ଏକ ଅଲଗା ପ୍ରକାର ଖୁସି ଅନୁଭବ କରନ୍ତି । ମୁଁ ଆଜି ମାଁ ହାତ ରନ୍ଧା ବୋଲି ବେଶି ଖାଇ ଥିଲି । ମାଁ କୁ କହିଲି, " ମାଁ ଆଜି ବହୁତ ଦିନ ପରେ ତୋ ହାତ ରନ୍ଧା ଖାଇ ମାମୁଁ ଘର କଥା ମନେ ପଡିଗଲା। ଛୁଆ ବେଳେ ତୋ ସାଂଗରେ ମାମୁଁ ଘରକୁ ଯାଉଥିଲୁ ଆଉ ଆଈ ଖୁସି ହୋଇ କେତେ ପ୍ରକାର ରୋଷେଇ କରି ଖୁଆଉ ଥିଲେ। ଆଜି ତୋ ହାତ ରନ୍ଧା ରେ ସେଇ ମହକ ଥିଲା ।" ମନଟା ମୋର ତୃପ୍ତ ହୋଇ ଯାଇଥିଲା । ମୁଁ କହିଲି ," ଏତେ ବଢିଆ ଖାଇବା ପରେ , ବଢିଆ ନିଦ ଟେ ନିହାତି ଦରକାର । ମୁଁ ଚାଲିଲି ଶୋଇବାକୁ । ମୋତେ କେହି ଉଠାଇବନି।" ମାଁ କହିଲା," ଶୋଇବ ଯଦି ଶୋଇପଡ, ହେଲେ ସନ୍ଧ୍ଯା ଆଗରୁ ଉଠି ପଡିବ।"କିନ୍ତୁ ସନ୍ଧ୍ଯା ଆଗରୁ କାହାରି ନିଦ ଭାଂଗି ଲାନି , ସୁଜାତା ଙ୍କୁ ଛାଡି । ମାଁ ତୁଳସୀ ଚଉରା ରେ ସନ୍ଧ୍ଯା ଦେଇ ଶଙ୍ଖ ଟା ଫୁଙ୍କି ବାରୁ ସମସ୍ତଙ୍କ ନିଦ ଭାଙ୍ଗିଲା । ମୋତେ ଲାଗୁଥାଏ ମୁଁ ଏବେ ବି ଗାଁ ରେ ଅଛି ।


Rate this content
Log in