ମାମୁଁଘର ଗାଁ
ମାମୁଁଘର ଗାଁ
ଗାଁଟିର ନାଁ ହେଉଛି ଆନନ୍ଦପୁର ।ଲିଜା ମାମୁଁଘର ଗାଁ । ଏଇ ଗାଁଟି ସହ ଲିଜାର ଅନେକ ସ୍ମୃତି ରହିଛି ।ସବୁଠୁ ବଡ ସ୍ମୃତି ହେଉଛି ଲିଜା ମାମୁଁ ଓ ତାଙ୍କ ସାଙ୍ଗମାନଙ୍କୁ ନିଜ ଗାଁରେ ରୋଜଗାରର ବାଟ ମିଳିଯିବା । ଲିଜା ପିଲାବେଳର ପ୍ରଥମ ସାଙ୍ଗ ସୀମା ଓ ମାମିର ମାମୁଁଘର ମଧ୍ୟ ଏଇ ଗାଁ। ବଣଜଙ୍ଗଲ ଘେରା ଏହାର ପରିବେଶକୁ ଦେଖିଲେ ମନ ଖୁସିରେ ଭରି ଯାଏ । ପ୍ରତି ବର୍ଷ ଖରାଛୁଟିରେ ଲିଜା ମାମୁଁଘରକୁ ଗଲେ ତିନି ସାଙ୍ଗଙ୍କ ଖଟି ଖୁବ ଜମେ । କରୋନା ଯୋଗୁଁ ଗଲା ବର୍ଷ ମାର୍ଚ ମାସରେ ଲକଡାଉନ ହୋଇଗଲା ।ସୀମା ଓ ମାମି ମାମୁଁଘର ଏଇ ଗାଁକୁ ଆସି ପହଞ୍ଚି ଯାଇଥିଲେ ।ଏକଥା ଲିଜାକୁ ମାମି ଫୋନ କରି କହିଲା ।ମାମୁଁଘରୁ ମାଉସି ବୋଉକୁ ମଧ୍ୟ ଫୋନ କରି ସମସ୍ତଙ୍କ ଆସିବା ନେଇ କହୁଥାଏ । ଲିଜାର ମନ ଉଚ୍ଛନ ହେଉଥାଏ ।ଶେଷରେ ବାପାଙ୍କ ସହ ଲିଜା ଏଇ ଗାଁକୁ ଆସିଲା। ତିନି ସାଙ୍ଗ ଏକାଠି ହୋଇ କାହିଁ କେତେ ଗପସପରେ ମଜ୍ଜି ଗଲେ।ଗାଁ ଜଙ୍ଗଲୁ କୋଳି ଖାଇବା ଓ ଆଈ ସହ ଜଙ୍ଗଲ ମଧ୍ୟରେ ବିଭିନ୍ନ ଔଷଧୀୟ ବୃକ୍ଷଗୁଡିକୁ ବୁଲି ବୁଲି ଦେଖିବା ତିନି ସାଙ୍ଗଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା । ମାଉସୀ ଶିକ୍ଷୟତ୍ରୀ ଥିଲେ ।ସନ୍ଧ୍ୟାବେଳେ ତିନି ସାଙ୍ଗ ତାଙ୍କ ପାଖରେ ଗଣିତ ,ବିଜ୍ଞାନ ଓ ଲିଜା ବାପାଙ୍କ ପାଖରେ ସାହିତ୍ୟ ଓ ଇଂରାଜି ପାଠ ପଢିବାରେ ଲାଗି ପଡିଲେ। ଏମିତି ପାଖାପଖି ମାସେ ବିତି ଗଲା । ଏଇ ଗାଁରେ ଲିଜାର ମାମୁଁଙ୍କ ସମେତ ସୀମା ଓ ମାମିର ମାମୁଁ ମଧ୍ୟ ଗୁଜରାଟର ସୂତାକଳରେ କାମ କରୁଥିଲେ । ସେଠାରେ କରୋନା ବ୍ୟାପିବା ଯୋଗୁଁ ମାଲିକମାନେ ସେସବୁ କଳ ବନ୍ଦ କରିଦେଲେ । ଲିଜା ମାମୁଁ ଓ ତାଙ୍କ ସାଙ୍ଗମାନେ ଭିଟାମାଟିକୁ ଫେରିବାକୁ ବାଧ୍ୟ ହେଲେ । ସେମାନେ ବହୁତ କଷ୍ଟରେ ଅଖିଆ ଅପିଆ ଟ୍ରକରେ ଓ ବହୁତ ବାଟ ଚାଲି ଚାଲି କୋଡିଏ ଦିନ ପରେ ଗାଁରେ ପହଞ୍ଚି ବିଦ୍ୟାଳୟରେ ଆସି ରହିଲେ । ଲିଜା ମାଉସି କହୁଥିଲା ଏମାନେ ୧୪ ଦିନ ସଙ୍ଗରୋଧରେ ରହିବେ ।
ସଙ୍ଗରୋଧ ବିଷୟରେ ସମସ୍ତେ ଟିଭିରେ ଖବର ଦେଖି ଥିଲେ ।୧୪ ଦିନ ପରେ ମାମୁଁଙ୍କ ଠାରୁ ତାଙ୍କ କଷ୍ଚକର ଯାତ୍ରା ବିଷୟରେ ଶୁଣି ତିନି ସାଙ୍ଗ କାନ୍ଦ ି ପକାଇଲେ । ଲିଜା ରାତିରେ ଶୋଇବାବେଳେ ଏ ବିଷୟରେ ଭାବୁ ଥାଏ । ମନରେ ଅନେକ ପ୍ରଶ୍ନ ଉଙ୍କ ି ମାରୁଥାଏ । କ'ଣ ଆମ ରାଜ୍ୟରେ କିଛି କାମଦାମ ନାହିଁ ! ! ସକାଳ ହେଲା ସେ ବାପାଙ୍କୁ ପ୍ରଶ୍ନ ପଚାରିଲା ।ଆମ ଆଖପାଖରେ କ'ଣ ରୋଜଗାରର କୌଣସି ବାଟ ନାହିଁ ? ଏଇ ସମୟରେ ଲିଜା ବାପାଙ୍କ ମାମୁଁଘରକୁ ଆସିବା ଖବର ଶୁଣି ଦେବୁ ଅଙ୍କଲ ବାପୁାଙ୍କୁ ସାକ୍ଷାତ କରିବା ପାଇଁ ଆସି ପହଞ୍ଚ ିଲେ ।ଦେବୁ ଅଙ୍କଲ ଆଗରୁ ସେନାବାହିନୀରେ ଥିଲେ ।ଅବସର ପରେ ଏବେ ଏଇ ଗାଁରେ ନୂଆ ଖୋଲିଥିବା ବ୍ୟାଙ୍କରେ ମ୍ୟାନେଜର ପଦରେ ରହିଛନ୍ତି । ଲିଜା ,ପୂଜା ଓ ମାମିକୁ ଏକାଠି ଦେଖି ସେ ଖୁସି ହେଲେ । ଲିଜା ମାଉସୀ ସମସ୍ତଙ୍କ ପାଇଁ ଚା ଆଣିଲେ । ସମସ୍ତେ ଦେବୁ ଅଙ୍କଲଙ୍କୁ ସେଇ ପ୍ରଶ୍ନ ପଚାରି ବସିଲେ । ଅଙ୍କଲ କହିଲେ ମୁଣ୍ଡ ଖଟେଇଲେ ଗାଁରେ ମଧ୍ୟ ରୋଜଗାର ସମ୍ଭବ ।ସରକାର ଏବେ ଲକଡାଉନ ଯୋଗୁଁ ବେରୋଜଗାର ହୋଇଥିବା ଯୁବକମାନଙ୍କ ଅନେକ ରୋଜଗାରର ଯୋଜନା କରିଛନ୍ତି । ଏଇ ଚା'ପାନ ଭିତରେ ସେସବୁ ଆଲୋଚନା ହେଲା ।ଲିଜା ମାମୁଁ, ସୀମା ଓ ମାମିର ମାମୁଁ ମଧ୍ୟ ଏଇ ଆଲୋଚନାରେ ଭାଗ ନେଲେ ।ଶେଷରେ ମାଛ ଚାଷ କରିବା ବିଷୟରେ ନିଷ୍ପତି ହେଲା । ଦେବୁଅଙ୍କଲ ୨ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ କରି ମାଛ ଚାଷ ଆରମ୍ଭ କରିବାର ପ୍ରସ୍ତାବ ଦେଲେ । ଲିଜା ବାପା ଉକ୍ତ ଋଣ ପାଇବା ପାଇଁ ସାକ୍ଷୀଋପେ ରହିବା ପାଇଁ ରାଜି ହେଲେ । ଏହିପରି ଲିଜାର ମାମୁଁ ଓ ତାଙ୍କ ଦୁଇ ସାଙ୍ଗଙ୍କ ପାଇଁ ରୋଜଗାରର ବାଟ ଫିଟିଲା ।ଏଥର ଲିଜା ମାମୁଘର ପରିବାର ଓ ତା ସାଙ୍ଗ ସୀମା ଓ ମାମିଙ୍କ ମୁହଁରେ ଖୁସିର ଲହର ଖେଳିଗଲା ।ଚାକିରି ରୋଜଗାରର ଏକମାତ୍ର ବିକଳ୍ପ ନୂହେଁ । ଏକଥା ସମସ୍ତେ ବୁଝିଗଲେ।
