STORYMIRROR

Trilochan Karjee

Others

5.0  

Trilochan Karjee

Others

ମାଗଣା ଖିଆ

ମାଗଣା ଖିଆ

1 min
1.0K


ନିର୍ବାଚନ ଯେତେ ପାଖେଇ ଆସିବାର ଖବର ଶୁଣି ଆମ ଗାଁର ଅବନୀ ଭାଇନାଙ୍କ ଖୁସି କହିଲେ ନସରେ।

ଦଳୀୟ ପ୍ରାର୍ଥୀଙ୍କ ଫଟୋ ଏବଂ ଚିହ୍ନର ବ୍ୟାନର ଓ ପ୍ଲାକାଡ ଧରିବା ତାର ଯେମିତିକି ଗୋଟେ ନିଶା ପାଲଟି ଯାଏ।

ଦିନବେଳା ମାଂସ ଭାତ ଖାଇସାରି ପ୍ରଚାର କାମରେ ଲାଗିପଡେ ଓ ରାତି ହେଲେ ମିଳିଥିବା ଟଙ୍କାରେ ପେଟେ ମଦ ପିଇ ତା ସ୍ତ୍ରୀ ସହିତ ଝଗଡ଼ା କରିବା ଆରମ୍ଭ କରିଦିଏ।

ସେ ରାଜନୀତିର ର ଅକ୍ଷର କଥା ଜାଣେନି ଅଥଚ ଏତିକି ଜାଣେ ପ୍ରଚାରରେ ସାମିଲ ହେଲେ କୁଆଡ଼େ ମାଗଣା ଖାଇବାକୁ ମିଳେ। କିଛି ଟଙ୍କା ପଇସା ମଧ୍ୟ ମିଳେ।

ସବୁ କୁଜି ନେତାମାନଙ୍କ ଠାରୁ ତାକୁ ଅଫର ଆସେ।

କେବଳ ଗୋଟିଏ ଦଳରେ ସ୍ଥାୟୀ ହୋଇ ରୁହେନି। ଯୋଉ ଦଳର ନେତା ଡାକିଲେ ସେ ତା ସହିତ ମିଶିଯାଏ। ଏହି ସମୟରେ ଏମିତି ସୁଯୋଗ କିଏ ବା ହାତଛଡ଼ା କରିବ।

ସେ କିନ୍ତୁ ଜାଣି ପାରେନା ଯୋଉ ଦଳୀୟ ଟଙ୍କାରେ ଖର୍ଚ୍ଚ କରି ମାଗଣା ସବୁ ଦିଅନ୍ତି ଏବଂ ସେଇ ଦଳ ବିଜୟ ହୋଇ ସରକାର ଗଠନ କଲା ପରେ ଆମ ଠାରୁ ଟିକସ ଆଦାୟ କରି ଟଙ୍କା ନେଇଯିବ। ସବୁ ଦର ଆକାଶଛୁଆଁ ହୋଇଯିବ। ସେତେବେଳେକୁ ହୁଏତ ମାଗଣା ଖିଆର ସ୍ବପ୍ନ ଭଲ ଭାବରେ ଦେଖିବାକୁ ମିଳିବ।

ଏକଥା କାହିଁ ଅବନୀ ଭାଇନା ମୁଣ୍ଡରେ ପଶିଲା ଭଳିଆ ଲାଗୁନଥିଲା।

ତ୍ରିଲୋଚନ କାର୍ଯୀ

ପାତ୍ରପୁର,ଗଂଜାମ


Rate this content
Log in