STORYMIRROR

Sunanda Mohanty

Others

3  

Sunanda Mohanty

Others

ମାଆଙ୍କ କରୁଣାରୁ

ମାଆଙ୍କ କରୁଣାରୁ

3 mins
152

ନବରାତ୍ରୀ ଭିତରୁ ଗୋଟିଏ ରାତ୍ରିର କାହାଣୀ । ଝିଅଟି ଦଉଡ଼ି ଦଉଡ଼ି ଆସି, ଗୋଟେ ସୁଡ଼ଙ୍ଗରେ ପଶିଗଲା । ସୁଡ଼ଙ୍ଗ ଭିତରେ ମାଇ କୁକୁରଟା, ପାଞ୍ଚଟା ଛୁଆ କରି ପଡ଼ିରହିଥିଲା, ଯଦି ଭୁକେ ସର୍ବନାଶ । ଯଦି କାମୁଡି ଦିଏ, ଝିଅଟି ଚମକି ପଡ଼ି ଚାହିଁଲା କୁକୁରଟିକୁ । ନା ସେମିତି କିଛିବି ହେଲାନି । ଏକରେ କୁକୁରଟି ଭୋକିଲା, ଦୁଇରେ ମାତୃତ୍ଵ ପରିପୋଷଣରେ ପେଶି ହୋଇ କ୍ଷୁଦାର୍ଥ ଓ ଦୁର୍ବଳ ତଥା ଭୋକିଲା, ତୃତୀୟତଃ, ଝିଅଟି ତାରି ପରି ଶରଣାର୍ଥୀ ନହୋଇଥିଲେ, ଏହି ଅସନା, ସୁଡ଼ଙ୍ଗ ଭିତରକୁ କାହିଁକି ଆସନ୍ତା,?ତଥାପି ତା ସହ ସାଥି ଭିକାରୀ ଭିକାରୁଣୀଙ୍କ ପରି, ଆର୍ଥିକସ୍ଥିତି ସଢି ସଂଖୋଳି ଯାଇନଥିବା, ବୟସ ପରିପାଟୀ ଓ ବଡଘରର ପାଠୁଆ ଝିଅଟିକୁ ସୁଡ଼ଙ୍ଗ ଭିତରକୁ ପଶିଆସିବା ଦେଖି କୁକୁରଟି ବରଂ ବାସଚ୍ୟୁତ ବା ଆକ୍ରମଣ ଭୟରେ ଦୀନହୀନ ଚାହାଣୀରେ ଝିଅଟିକୁ ଚାହିଁଲା ତ ଝିଅଟି ଭ୍ୟାନିଟରୁ ବିସ୍କୁଟ କାଢ଼ି ପକାଉଥିଲା କୁକୁର ଆଡ଼କୁ । ସନ୍ତର୍ପଣ ଓ ଡରରେ ତଥା ବିସ୍ମୟରେ କୁକୁରଟି ବିସ୍କୁଟ ଖାଉଥିଲା ବେଳେ, ଝିଅଟିର ନିଜ ଘରେ ଥିବା ଟମି କଥା ମନେପଡି, ତା ଜୀବନ ଶୈଳୀ ସହ ବୁଲା କୁକୁରଙ୍କ ଜୀବନ ଶୈଳୀ କେତେ ଭିନ୍ନ ଓ ଦୟନୀୟ ଅନୁଭବ କରିବା ସହ ଚୁପଚାପ ତା ସହିତ ନିଜକୁ ତୁଳନା କରୁଥିଲା ଆଜିର ପରିସ୍ଥିତି ଭିତରେ । 

  ଡାକ୍ତରୀ ଛାତ୍ରୀ ହିସାବରେ, ଅଧୁନା ମାନ ସମ୍ମାନ ସବୁ ସୂତାଗ୍ରେ ଝୁଲୁଥିଲା ମାଧବୀର । ହଷ୍ଟେଲରୁ ଏକାକୀ ବଜାର ଆସିଥିବା ବେଳେ, ଦଳେ ଲଫଙ୍ଗା ପିଲା ତାକୁ ପିଛା କରିଥିଲେ । ପ୍ରଥମେ ଡରୁ ନଥିବା ମାଧବୀ, ନିର୍ଯ୍ୟାତନାର ଚରମ ପରିଣତି ପୂର୍ବରୁ ଅଣନିଃଶ୍ୱାସୀ ହୋଇ ଦଉଡ଼ି ଥିଲା, ସେମାନେବି ପଛରେ ଦୌଡ଼ୁଥିବା ଅବସ୍ଥାରେ ଲାଇନ୍ ଚାଲିଯିବା ଫଳରେ ମାଧବୀ ଏଇ ସୁଡ଼ଙ୍ଗ ଭିତରେ ପଶିଯାଇଥିଲା । ଫୋନ୍ କାଢିବାକୁ ସାହାସ ନଥିଲା । ଫୋନ୍ ବାଜିଲେ କେହି କିଛି ସୁରାକ ପାଇଯିବେ ଭାବି ଫୋନ ସୁଇଚ ଅଫ କରିଦେଇ କୁକୁର ପାଖେ ପହଞ୍ଚି, ଭାବୁଥିଲା, ଭଗବାନ ଆଜି, କୁକୁର ରୂପରେ ତା ପାଖେ ଉପସ୍ଥିତ । 

ତାର ଗଳ୍ପଟିଏ ମନେ ପଡ଼ୁଥିଲା । ସରଳ ଓ ନିଷ୍କାମ କର୍ମଯୋଗର ଭକ୍ତିରେ ମୁଗ୍ଧ ହୋଇ, ବଡମନ୍ଦିରକୁ ଲାଗି ସାଧୁଙ୍କ ପାନଦୋକାନକୁ ଜଗନ୍ନାଥ ଓ ବଳଭଦ୍ର ଦୁଇ ଭାଇ, ବାଳକ ବେଶରେ ଆସି ପାନ ଖାଇସାରିବା ପରେ ସାଧୁ ପଇସା ମାଗିବାରୁ ବାପା ଆସିଲେ ଦେଇଦେବେ କହି କିଛିଦିନ ପାନ ଖାଇସାରିବା ପରେ, ସାଧୁ ଯେବେ ତୁମ ବାପା ଆସୁନାହାନ୍ତି କି ତୁମେ ପଇସା ନଦେଇ ଏମିତି ପାନ ଖାଉଛ, ମୁଁ ପଇସା କେମିତି ପାଇବି ପଚାରିବାରୁ, ଦୁଇ ବାଳକ ନିଜ ଗାମୁଛା ବନ୍ଧକ ଥୋଇ ପାନ ଖାଇଚାଲିଲେ । ତୁମ ବାପାଙ୍କୁ ଚିହ୍ନିବି କେମିତି ପ୍ରଶ୍ନରେ, ଦୁଇ ବାଳକ ଉତ୍ତର ରଖିଥିଲେ, ଆମ ବାପା ହାତୀରେ ବସିଥିବେ । ତାଙ୍କ ମୁଣ୍ତ ଉପରେ, ଛତ୍ରୀ, ତଥା ଆଲଟ ଚାମର ଥିବ । ସାଧୁ ସରଳ ବିଶ୍ୱାସରେ ଗାମୁଛା ରଖି ବଡ ସାନ ଦୁଇଭାଇଙ୍କୁ, ପାନ ଦେଲେ ସତ, ହେଲେ, ତହିଁ ଆରଦିନ, ଜଗନ୍ନାଥ ଓ ବଳଭଦ୍ରଙ୍କ ଉତ୍ତରୀୟ ନଥିବା ଦେଖି, ପୂଜକ, ପଢ଼ିହାରୀ, ଇତ୍ୟାଦି ସମସ୍ତ ସେବକ ଖୋଜି ନପାଇ, ରାଜାଙ୍କୁ ଖବର ଦେଲେ । ରାଜା ହାତୀ ପିଠିରେ ସିଂହାସନରେ ବସି, ତାଙ୍କ ଟହଲିଆମାନଙ୍କ ଆଲଟ ଚାମର ସେବା ସହ ବାହାରିଲେ ମନ୍ଦିର ଅଭିମୁଖେ । ସରଳ ବିଶ୍ୱାସୀ ସାଧୁ, ଦୌଡ଼ିଲେ ରାଜାଙ୍କ ପାଖକୁ ଓ ତୁମ ଦୁଇ ପୁଅ, ଗାମୁଛା ବନ୍ଧକ ରଖି ମୋଠୁ ପାନ ଖାଇଛନ୍ତି, ମୋ ପଇସା ଦିଅ, ତୁମ ଦୁଇ ପୁଅଙ୍କ ଗାମୁଛା ନିଅ । ସେ ଦୁଇ ବାଳକ କହିଥିଲେ, ଆମ ବାପା ହାତୀ ପିଠିରେ ବସି ଆଲଟ ଚାମର, ପାତ୍ରୀ ଛତ୍ରୀ ଭିତରେ ଆସିବେ । ରାଜା ଆଶ୍ଚର୍ଯ୍ୟ ହୋଇ, ସେହି ଗାମୁଛା ଦେଖି ବିସ୍ମୟାଭୂତ କବଳିତ ହୋଇ, ସାଧୁଙ୍କୁ କୁଣ୍ଢେଇ ପକାଇ କାନ୍ଦି ଉଠିଥିଲେ । କାରଣ ସେହି ଗାମୁଛା ଦୁଇଟି, ସାଧାରଣ ଗାମୁଛା ନଥିଲା, ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ରଙ୍କର ଖଣ୍ଡୁଆ ପାଟ । ଧନ୍ୟ ତୁମେ ସାଧୁ, ତୁମେ ସ୍ଵଚକ୍ଷୁରେ ଠାକୁରଙ୍କୁ ଦର୍ଶନ କରିପାରିଲେ କହି, ଭୋ ଭୋ କାନ୍ଦୁଥିଲେ । ଆଜି ନବରାତ୍ରୀ ଭିତରେ, ମାଆ ଦୁର୍ଗାଙ୍କୁ ଭକ୍ତିରେ ଭାବୁ ଭାବୁ, ମାଧବୀ ମଧ୍ୟ କାନ୍ଦିପକେଇବା ଭିତରେ, ଭିକାରୀ ଓ ଭିକାରୁଣୀ ଦୁହିଁଙ୍କ ଉଚ୍ଚାରଣରେ ଚମକି ପଡିଲେ ମାଧବୀ । ଏ ଝୁଅ, ଆମ ଜାଗା ଛାଡ଼ି ଚାଲିଯିବା ପାଇଁ ବଡ ପାଟିରେ କହୁଥିଲେ ସେମାନେ । 

   ସେଦିନ କେତେ କଷ୍ଟରେ ସେ ଭୀତତସ୍ତ୍ର ଅବସ୍ଥାରେ ହଷ୍ଟେଲ ଫେରିଲେ, ଜୀବନ ସାରା ମନେ ରହିଲା । ସବୁ ଶୁଣି ଭିକାରୀ ଦମ୍ପତ୍ତି ଆସି ତାଙ୍କୁ ଛାଡ଼ିଦେଇ ଯାଇଥିବାରୁ, ବୁଲା କୁକୁର ଓ ଭିକାରୀଙ୍କ ଥଇଥାନ ପାଇଁ ଡାକ୍ତର ମାଧବୀ ନିଜ ଜୀବନର ସମସ୍ତ ଉପାର୍ଜନ ବିନିମୟ କରି ମଧ୍ୟ ସେ ଦିନର ସୁଡ଼ଙ୍ଗ ଭିତର ଅନୁଭୂତି ସହ ସେହି କୁକୁରଟିର ସହମତି ଓ ଭିକାରୀ ଦମ୍ପତ୍ତିଙ୍କର ସହାନୁଭୂତି ମନେପକାଇ, ଜୀବନ କାଳ ଭିତରେ ସେମାନଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ଆଜି ପର୍ବରେ ମନେ ପକାଉ ଥିଲେ ମାଧବୀ । 



Rate this content
Log in