Aravinda Das

Others

0.2  

Aravinda Das

Others

ମା

ମା

2 mins
619


କୋର୍ଟରେ ସେଦିନ ପ୍ରବଳ ଭିଡ଼।

ପୋଲିସ ଭ୍ୟାନରୁ ଓଳ୍ହାଇ ଥିବା

ହତ୍ୟାକାରିଣୀକୁ ଦେଖିବାକୁ ଲୋକଙ୍କର ଏତେ କୌତୁହଳ ବୋଧେ ନିକଟ ଅତୀତରେ ଦୃଶ୍ୟମାନ ହୋଇନଥିଲା।

-ଏଇ ସ୍ତ୍ରୀଲୋକ ମାରିଛି ?କେତେ ନିରୀହ ଦିଶୁଛି ,ଅଥଚ ଏମିତି ନୃଶଂସ କାମ କେମିତି ନିଜ ହାତରେ କଲା ?"ଲୋକମାନେ ଧୀର ସ୍ୱରରେ ଆଲୋଚନା କରୁଥିଲେ।

କୋର୍ଟ ଭିତରେ ଅଭିଯୁକ୍ତଙ୍କ ପାଇଁ ଉଦ୍ଦିଷ୍ଟ କାଠ ଗଡାରେ ଠିଆ ହୋଇଥିଲା ମହିଳା ଜଣକ।

ବିଚାରପତି ପ୍ରଶ୍ନ କଲେ, " ତମେ ଏ ହତ୍ୟା କରିଛ ନା କାହାକୁ ବଞ୍ଚାଇବାକୁ ଏମିତି କହୁଛ ?ନଡରି ସତ କଥା କୁହ।"

- ହଁ,ସତ କହୁଛି; ମୁଁ ତାକୁ ମାରିଛି।ମୋର ଆଉ କିଏ ଅଛି ଯେ, ତାକୁ ବଞ୍ଚାଇବାକୁ ମୁଁ ମିଛ କହିବି ?

- ତାକୁ ହତ୍ୟା କରି ତମେ ଅନୁତପ୍ତ ?

- ନର ପିଶାଚଙ୍କୁ ମାରିବା କଣ ଅପରାଧ ?ମୁଁ କାହିଁକି ଅନୁତାପ କରିବି ?

ଜଜ୍ ପୁଣି ପ୍ରଶ୍ନ କଲେ,"ତମେ କାନୁନ କୁ ହାତକୁ କାହିଁକି ନେଲ ? ଜାଣିଛ ତ ହତ୍ୟା ଅଭିଯୋଗ ପ୍ରମାଣିତ ହେଲେ ତୁମକୁ ମୃତ୍ୟୁଦଣ୍ଡ ମିଳିପାରେ ବୋଲି ?

ଟିକେ ଚୁପ୍ ରହିଲା ସେ।ଶାଢ଼ୀ କାନିରେ ମୁହଁ ପୋଛି କହିଲା,"ତାକୁ ମାରିବା ଛଡ଼ା ଅନ୍ୟ ଉପାୟ ନଥିଲା ।ବାକି ଜୀବନ କାହାପାଇଁ କଳଙ୍କ ବୋହି ଅଭିଶପ୍ତ ଭାବେ ବଞ୍ଚିବା ଅପେକ୍ଷା ମରିଯିବା ଭଲ।ମୋତେ ଆପଣ ମୃତ୍ୟୁଦଣ୍ଡ ଦିଅନ୍ତୁ ସାର୍।

ସ୍ତବ୍ଧ ହୋଇଗଲେ ଜଜ୍।ଲୋକମାନେ ବି ଆଶ୍ଚର୍ଯ୍ୟ।କେତେ ଦମ୍ଭ ଏ ମହିଳା'ର ?ଜଜ ନିଜ ରାୟ ସଂରକ୍ଷିତ ରଖି ଆଗାମୀ ଶୁଣାଣି ସପ୍ତାହକ ପାଇଁ ସ୍ଥଗିତ ରଖିଲେ।

କୋର୍ଟ ବାହାରକୁ ଆସିଲାବେଳେ ଜଣେ ମହିଳା,ଉକ୍ତ ହତ୍ୟାକାରିଣୀ ମହିଳାଙ୍କ ପାଖକୁ ଆସି କାନ୍ଦି କାନ୍ଦି କହିଲେ,"ମୋତେ କ୍ଷମା କରିଦିଅନ୍ତୁ।ସେଦିନ ବହୁତ ଅଭିଶାପ ଦେଇଥିଲି ଆପଣଙ୍କୁ ଏମିତି ରାକ୍ଷସ କୁ ଜନ୍ମ ଦେଇଛନ୍ତି ବୋଲି।ହେଲେ ଆଜି ମୋ ଭୁଲ ବୁଝି ପାରୁଛି।ମୁଁ ସେଇ ବଳତ୍କାର ଶିକାର ହୋଇଥିବା ଝିଅର ମା।"

ପୋଲିସ ସହିତ ଆଗେଇବା ପୂର୍ବରୁ ଅଭିଯୁକ୍ତା, ସେଇ ମହିଳାଙ୍କୁ କହିଲା,

-ଝିଅକୁ କହିବେ,ଯଦି ପାରିବ କ୍ଷମା କରିଦେବ ମୋତେ।

ବଳତ୍କାରୀ କଣ କାହାର ପୁଅ ହୋଇପାରେ ? ଗତକାଲି ନିଜକୁ ଆପଣଙ୍କ ଓ ଆପଣଙ୍କ ଝିଅ ସ୍ଥାନରେ ରଖି ଅନେକ ଚିନ୍ତା କରି ସଇତାନକୁ ଶେଷରେ ମାରିଦେଲି।ବିଶ୍ବାସ କରନ୍ତୁ ସେତେବେଳେ ମୋ ମୁଣ୍ଡରେ କେଵଳ ଗୋଟାଏ ଜିନିଷ ପଶିଥିଲା, ମୁଁ ବି କେଵଳ ଗୋଟେ ମା ।"

😢(@ଅରବିନ୍ଦ ଦାସ)


Rate this content
Log in