Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Seetaram Dash

Others

3  

Seetaram Dash

Others

ମା

ମା

2 mins
473



କିଛିଦିନ ହେବ ଆମ ଗାଁର ଭଗିଆ ନେଉଳ ଛୁଆଟିଏ ବଣରୁ ଧରି ଆଣିଛି। ଅତି ଛୋଟ ଛୁଆଟିଏ, ଖାଇବା ଶିଖିନି। ତୁଳାରେ କ୍ଷୀର ଦିଆଯାଉଛି। ନେଉଳ ଛୁଆଟିକୁ ପାଇ ଘରେ ସମସ୍ତେ ଖୁସି। କିନ୍ତୁ ନେଉଳର ମା ଦିନ ରାତି ଘର ପାଖରେ ବୋବାଉଛି। ତାର ସେ ଶବ୍ଦ କେବେ ବନ୍ଦ ହେଉନି। ମୁଁ ବେଳେବେଳେ ଭାବେ ସେ ଖାଉଛି କେତେବେଳେ, ବୋଧେ ପିଲାଟି ହରାଇ ଭୋକ ଶୋଷ ଭୁଲିଯାଇଛି। ବେଳେବେଳେ ନିଜ ଜୀବନକୁ ପାଣି ଛଡେଇ ଛୁଆଟି ପାଖକୁ ଚାଲି ଆସୁଛି। ତା ମୁହଁରେ ମୁହଁ ଘସୁଛି, ବହୁତ ଚେଷ୍ଟା କରୁଛି ଛୁଆଟିକୁ ମୁକୁଲାଇବା ପାଇଁ କିନ୍ତୁ ନିରୁପାୟ। ଭଗିଆର ସାନ ପୁଅ ତା ଅଜାଙ୍କୁ ପଚାରିଲା ଆମେ ଏତେ ଲୋକ ଆଉ ଆମ କୁକୁର ବି ଅଛି, ନେଉଳକୁ ଡର ଲାଗୁନି, ଛୁଆ ପାଖକୁ ଚାଲି ଆସୁଛି? ଅଜା କହିଲେ, ସେ ପରା "ମା"। ପଶୁ ହେଉ କି ମଣିଷ "ମା" ମାନେ ହିଁ ସବୁବେଳେ ଏମିତି......।


ଫନୀ ଚାଲିଗଲା, କିନ୍ତୁ ସାଥିରେ ନେଇଗଲା ଅନେକ ଜୀବନ। ମଣିଷ ମାନେ ତ ଆଶ୍ରୟ ନେଇଗଲେ ନିରାପଦ ସ୍ଥାନରେ କିନ୍ତୁ ଅନେକ ଜୀବଜନ୍ତୁ ପଶୁପକ୍ଷୀ ମାନଙ୍କର ଜୀବନ ମାଟିରେ ମିଶିଗଲା। ଏମାନଙ୍କ ମଧ୍ୟରେ ଥିଲା ଏକ ନବଜାତ ବାନର ଶିଶୁ। ମା'ଟି ଶତଚେଷ୍ଟା ସ୍ଵତ୍ତ୍ୱେ ବଞ୍ଚାଇ ପାରିଲାନି ତାର ଅମୂଲ୍ୟ ରତ୍ନକୁ। ହେଲେ ବାତ୍ୟା ଯିବାର ଆଜକୁ ନ ଦିନ ହେଲାଣି ଛୁଆଟିକୁ ସେମିତି ଧରିଛି। ନା ଅଛି ଖାଇବା ନା ପିଇବା। କେତେବେଳେ ହାତରେ ଉଠାଇବାକୁ ଚେଷ୍ଟା କରୁଛି ତ କେତେବେଳେ ମୁହଁରେ ମୁହଁ ଲଗେଇ ଗେଲ କରୁଛି। କେତେବେଳେ ମାଛି ମାନଙ୍କୁ ହାତରେ ଘଉଡ଼ାଉଛି ତ କେତେବେଳେ ନିରବରେ ଅନୁଭବ କରୁଛି ଜୀବନର ଚିର ସତ୍ୟକୁ। ଏବେ ଛୁଆ ମାଙ୍କଡଟି କନା ଖଣ୍ଡେ ଭଳି ହୋଇ ଗଲାଣି, ଦ୍ରୁଗନ୍ଧ ଆଉ ମାଛି ଭେଡି ଗଲେଣି ତଥାପି ସେମିତି ଧରି ବୁଲୁଛି ତା ମା । ସତରେ ପଶୁ ହେଉ ବା ମଣିଷ, ମା ତ ମା।



ପୂଜା ଅପା ବଡ଼ ଦୁଃଖିନିଟିଏ। ବିବାହର ତିନି ବର୍ଷରେ ସ୍ୱାମୀ ଆର ପାରିକୁ ଚାଲିଗଲେ। ବର୍ଷକର ପୁଅକୁ ଛାଡିଦେଲେ ନିଜର ବୋଲି କେହି ନାହିଁ। ପୂଜା ଅପା ଜଣେ ଶିକ୍ଷୟିତ୍ରୀ। ସମସ୍ତେ କହିଲେ ଟାଉନ ଝିଅ, ଚାକିରୀ ବି କରିଛି। ପୁଣି ବିବାହ କରିନେବ। ବୟସ ବି ବହୁତ କମ, ସତେଇଶି କି ଅଠେଇଶ ହେବ। କିନ୍ତୁ ପୂଜା ଅପା ପୁଅ ମୁହଁକୁ ଚାହିଁ ଦିନ କାଟିବାକୁ ଲାଗିଲେ, ଅନେକ ଭଲ ପ୍ରସ୍ତାବ ବି ଆସିଥିଲା କିନ୍ତୁ ପୂଜା ଅପା ଥିଲେ ସ୍ଥିର ନିଶ୍ଚିତ। ଆଜି ପୁଅ ୨୦ ବର୍ଷର ହେଲାଣି। ପୂଜା ଅପା ନିଜ ଛୋଟ ସଂସାରକୁ ନେଇ କିନ୍ତୁ ବହୁତ ଖୁସି।


Rate this content
Log in