ଲୋଭୀ ଠେକୁଆ
ଲୋଭୀ ଠେକୁଆ
ଚାଷୀ ଟିଏ ନାଁ ତାର ରବି l କ୍ଷେତରେ ସେ ଭଳି ଭଳି ପନିପରିବା ଚାଷ କରେ l ଗାଜର ଚାଷ ରେ ତାର ଭାରି ଆଗ୍ରହ l ସେଥିରୁ ସେ ବେଶ ଭଲ ରୋଜଗାର କରେ l ସେଥିପାଇଁ ସେ ସେଇ ଚାଷ ପ୍ରତି ଖୁବ ଯତ୍ନ ଶୀଳ l
ତା କ୍ଷେତ ନିକଟରେ ଏକ ଛୋଟିଆ ବନ ଟିଏ l ସେଠି ରହୁଥିଲେ ଠେକୁଆ ଚାରି ଜଣ l ଭାରି ବନ୍ଧୁତା ସେମାନଙ୍କ ମଧ୍ୟରେ l ନାମ ତାଙ୍କର ଟିକୁ, ନିକୁ, ସିପୁ ଓ ଜିନୁ l ଯୁଆଡେ ବି ସେମାନେ ଯାଆନ୍ତି ମିଳିମିଶି l
ଦିନେ ପ୍ରଭାତ ରେ ସଭିଏଁ କଅଁଳିଆ ଖରାରେ ଧବଳ ଦେହକୁ ଚମକାଇ ବାର୍ତ୍ତାଳାପ ରେ ମସଗୁଲ ଥାନ୍ତି l ରିକୁ ପ୍ରସ୍ତାବ ଦେଲା -ଆମେ ଆଜି ରବି ର କ୍ଷେତ କୁ ଯିବା ଆଉ ମନ ଭରି ଗାଜର ଖାଇବା l କିନ୍ତୁ ଜିନୁ ତୁ ଟିକେ ସାବଧାନ!
ସେ ଏପରି କହିବାର କାରଣ ଜିନୁ ଗୋଟିଏ ଗୁଣ ତାଙ୍କୁ ସବୁ ବେଳେ ଖୁବ ହଇରାଣ କରେ l ସେ ଭାରି ଲୋଭୀ, ଖାଦ୍ୟ ଦେଖିଲେ ସେ ଆଉ କିଛି ବିଚାର କରିବା ଅବସ୍ଥା ରେ ନଥାଏ l ଜିନୁକହିଲା ମୋ ତରଫରୁ ମୁଁ କିଛି ଅସୁବିଧା ହେବାକୁ ଦେବିନି ଚାଲ ଯିବା l
ସମସ୍ତ ଠେକୁଆ ପହଞ୍ଚିଲେ ତା କ୍ଷେତ ନିକଟରେ l ସୁନ୍ଦର ଗାଜର ଗୁଡିକୁ ଦେଖି କିଏ ସମ୍ଭାଳେ l ଖୁସି ରେ ଖାଇବା ରେ ଲାଗିଲେ l କିନ୍ତୁ ଖୁବ ଯତ୍ନଶୀଳ ଥିଲେ ଟିକୁ, ନିକୁ ଓ ସିପୁ l ଚାରିଆଡ଼କୁ ନିଘା ରଖି ଖାଉଥାନ୍ତି l କୋଉଠୁଁ କଣ ଶବ୍ଦ ଶୁଣିଲେ ଦୌଡି ଚାଲି ଯାନ୍ତି ବୁଦା ଉହାଡ଼କୁ l ଜିନୁ କିନ୍ତୁ ଗୋଟିଏ ନିଶା ରେ ଖାଇ ଚାଲିଥିଲା l ପୁଣି ଖାଇଲା ବେଳେ ଭାବୁଥାଏ ତାର ପେଟରେ ଆହୁରି ଜାଗା ଥାନ୍ତା କି! ଏକା ଥରେ ଦୁଇ ତିନି ଦିନ ପାଇଁ ଖାଇ ଯାଆନ୍ତି l
ଏହିସମୟ ରେ କାହାର ସ୍ଵର ଦୂର ରୁ ଶୁଭେ l ଏ ନିଶ୍ଚୟ କ୍ଷେତ ର ମାଲିକ ଭାବି ସମସ୍ତେ ଖପ ଖାପ ଡେଇଁ ଲୁଚି ଗଲେଣି ବୁଦା ଉହାଡ଼ରେ କିନ୍ତୁ ଏ କଣ ଜିନୁ ସେଠି ସେମିତି ଅଛି l ଚାଷୀ ଆଡ଼କୁ ତାର ନଜର ହିଁ ନାହିଁ l ଚାଷୀ କିନ୍ତୁ ଦେଖିଦିଏ ତାକୁ l ସେ ତା ଆଡ଼କୁ ମାଡି ଆସିଲା ବେଳେ ତିନି ସାଙ୍ଗ ମିଶିକି ଟାଣି ଆଣନ୍ତି ତାକୁ l ଏହିପରି ବର୍ତ୍ତିଯାଏ ଆସନ୍ନ ବିପତ୍ତିରୁ ଲୋଭୀ ଠେକୁଆ ଜିନୁ l
କ୍ଷେତ ର ଏପରି କ୍ଷୟ କ୍ଷତି ଦେଖି ରାଗ ରେ ଲାଲ ରବି l ସେ ଜାଣି ସାରି ଥିଲା ଏ ସବୁ ସେଇ ଠେକୁଆ ଙ୍କ କରାମତି l ତେଣୁ ସେମାନଙ୍କୁ ପାନେ ଦେବା ପାଇଁ ଏକା ଉପାୟ ପଞ୍ଚିଲା l ଗୋଟିଏ ଜାଗାରେ ଗୁଡ଼ାଏ ଗାଜର ଏକତ୍ରିତ କଲା, ଏବଂ ତା ପାଖରେ ଫାସ ବସାଇଲା l
ଜିନୁ ର ମନ ତ ଗାଜର ରେ l ସାଙ୍ଗ ମାନେ ବହୁତ ବୁଝାଇଲେ, ଆରେ ଆଜି ତୁ ଅଳ୍ପକ ରେ ବର୍ତ୍ତି ଗଲୁ l ନହଲେ ଆଜି ଚାଷୀ ଘରେ ଆଜି ତୋ ମାଂସ ଝୋଳ ହୋଉଥାନ୍ତା l ତେଣୁ ଏତେ ଲୋଭ କରେନି ଅଳ୍ପରେ ସନ୍ତୁଷ୍ଟ ରହ l ତା ମନ କି ମାନେ ଆଖି ଆଗରେ ନାଚୁଥିଲା ଲାଲ ଗାଜର l ସମସ୍ତଙ୍କ ବାରଣ ସତ୍ୱେ ପହଞ୍ଚେ ପୁଣି ରବିର କ୍ଷେତରେ l
ଏଠି ସେଠି ଅନ୍ୱେଷଣ କରୁ କରୁ ଆଖିରେ ପଡ଼େ ଗାଜରର ପାହାଡ଼ l ଆଗ ପଛ ବିଚରା ନ କରି ଦୌଡି ଯାଏ l ଫସି ଯାଏ ଚାଷୀ ର ଫାସରେ l ଛଟପଟ ହୁଏ ସେଥିରୁ ମୁକୁଳିବା ପାଇଁ କିନ୍ତୁ ଦୃଢ଼ ଭାବରେ ଗୋଡ଼ ଛନ୍ଦି ହୋଇଯାଏ l ଆଖିରୁ ବହିପଡେ ଧାର ଧାର ଲୁହ l ମନେ ପଡ଼େ ସାଙ୍ଗ ମାନଙ୍କ ଆକଟ l କିନ୍ତୁ ଆଉ କିଛି ମୂଲ୍ୟ ନାହିଁ ତା ଗ୍ଲାନିର l ଜଡ଼ ପରି ପଡିରହେ ମୃତ୍ୟୁର ଅପେକ୍ଷାରେ l
ଚାଷୀ ଆସି ଠେକୁଆ କୁ ଦେଖି ଖୁବ ଆନନ୍ଦିତ ହୁଏ l ତାକୁ ସେଠାରୁ ନେବାବେଳେ ଖବର ପହଞ୍ଚେ ସାଙ୍ଗ ମାନଙ୍କ ପାଖରେ l କ୍ଷିପ୍ର ଗତିରେ ଦୌଡି ଯାଇ ଦେଖନ୍ତି ତା ଲୋଭର ପରିଣାମ l ଯେଉଁଥିରୁ ତାକୁ ନିବୃତ୍ତି ପାଇଁ ସେମାନେ ସବୁବେଳେ ଚେଷ୍ଟିତ ଥିଲେ କିନ୍ତୁ ଥରେ ସେ ଯଦି ଚାହିଁଥାନ୍ତା ଆଜି ଏ ପରିଣତି ପାଇନଥାନ୍ତା l
