Shanti Mishra

Children Stories

3  

Shanti Mishra

Children Stories

ଲଲିପପ୍

ଲଲିପପ୍

2 mins
207




ସର୍ତ୍ତ ଥିଲା ସେ ଯୋଉ ପ୍ରକୋଷ୍ଠରେ ପଶିବେ ସେ ପ୍ରକୋଷ୍ଠରେ ଥିବା ବାକ୍ସରୁ ଯୋଉଟାକୁ ଖୋଲିବେ ସେଥିରେ ଥିବା ଖାଦ୍ୟକୁ ତା ଙ୍କୁ ଖାଇବାକୁ ପଡିବ l ନଚେତ୍ ସେ ପ୍ରକୋଷ୍ଠରୁ ଆଉ ବାହାରକୁ ବାହାରି ପାରିବେନି l ସବୁ ବାକ୍ସରେ ବିଭିର୍ଣ୍ଣ ପ୍ରକାର ଖାଦ୍ୟ ହିଁ କେବଳ ଅଛି l ଓଃ ଏଥିରେ ଏତେ ଭାବିବାର କଣ ଅଛି l ତାଙ୍କୁ ତ ସବୁ ପ୍ରକାର ଖାଦ୍ୟ ଖାଇବାକୁ ଭଲ ଲାଗେ l ସବୁ ପ୍ରକୋଷ୍ଠ ଗୁଡିକ ଏକା ପରି ବି ଦିଶୁଛି l ତେଣୁ ଆଗ ପଛ କିଛି ନଭାବି ସେ ଗୋଟିକରେ ପଶିଗଲେ l

ଗୁଡାଏ ରଙ୍ଗୀନ ବାକ୍ସ ସେ ପ୍ରକୋଷ୍ଠ ଭିତରେ l ଲୋଭ ସମ୍ବରଣ କରିବା ଅସମ୍ଭବ l ଶୀଘ୍ର ଗୋଟାଏ ବାକ୍ସ ଖୋଲି ଦେଖିଲେ ସେଥିରେ ଏକ ବଡ ଲଲିପପ୍ ଥିଲା l ନିଶ୍ଚିନ୍ତ ମନରେ ଚାଟି ଚାଟି ଖାଇବାକୁ ଲାଗିଲେ l କି ସ୍ଵାଦ l ସତରେ ଅପୂର୍ବ l ସତେକି ଲୋକଙ୍କ ବର୍ଣ୍ଣିତ ଅମ୍ବୃତର ସ୍ଵାଦ l ଚାଟି ଚାଲିଲେ ଶେଷ ପର୍ଯ୍ୟନ୍ତ l ସ୍ଵାଦରେ କୌଣସି ପରିବର୍ତ୍ତନ ହେଉ ନାହିଁ l ଯେତେ ଖାଇଲେ ଆହୁରି ଖାଇବାକୁ ଇଚ୍ଛା l କିନ୍ତୁ ସରି ସରି ଆସୁଛି ଲଲିପପ୍ ଟି l ହଁ ସରୁ ଆହୁରି ଏତେ ବାକ୍ସ ଅଛି l ଆହୁରି ମିଳିଯିବ ନିଶ୍ଚୟ l ଏ ସ୍ଵାଦ ପାଟିରୁ ଛାଡିବା ସମ୍ଭବ ନୁହେଁ l

ବଡ ଖୁସିରେ ଦ୍ଵିତୀୟ ବାକ୍ସ ଟି ଖୋଲିଲେ l ଏଇଟା କି ଜିନିଷ ତାଙ୍କୁ ଜଣା ନାହିଁ ଯଦିଓ ଖାଇବାକୁ ତ ହେବ ସର୍ତ୍ତ ଅନୁସାରେ l ଏ ହେ କି ପିତା l ମୁହଁ ବିକୃତ୍ତ କରି ଖାଇ ଚାଲିଲେ ବାଧ୍ୟ ହୋଇ l ଏ ଖାଦ୍ୟକୁ ଶୀଘ୍ର ଶେଷ କରି ଆର ବାକ୍ସ ଟି ଖୋଲିବାରେ ଲାଗି ଗଲେ l ତା ପର ବାକ୍ସ ଟିର ଖାଦ୍ୟ ଭୀଷଣ କଷା l ତା ପର ବାକ୍ସ ଟିର ଭୀଷଣ ରାଗ l ଆଖି କାନ ବନ୍ଦ କରି କେବଳ ଖାଇ ଚାଲିଲେ l ଲଲିପପ୍ ର ସ୍ଵାଦ ମନରେ ଏବେ ବି ଅଛି l କାଳେ ଆଉ ଥରେ ଲଲିପପ୍ ଟାଏ ମିଳିଯିବ ସେଇ ଲୋଭରେ ସବୁ ବାକ୍ସକୁ ଧୀରେ ଧୀରେ ଖୋଲି ବାରେ ଲାଗିଗଲେ l କିନ୍ତୁ ସବୁ ବାକ୍ସ ଶେଷ ହୋଇଗଲା କିନ୍ତୁ ଲଲିପପ୍ ଆଉ ମିଳିଲାନି l

ଲଲିପପ୍ ର ଲୋଭରେ ଯେତେ ବିକୃତିଆ ସ୍ଵାଦର ଖାଦ୍ୟ ଅଛି ଏ ପୃଥିବୀରେ ସବୁ ସେ ଚାଖିଦେଲେ l କେବେ ମୁଣ୍ଡ ଜଳି ଯାଉଥାଏ ତ କେବେ ତଣ୍ଟି ଖସ ଖସ ହେଉଥାଏ l କେବେ ଛାତି ଜଳୁ ଥାଏ ତ କେବେ ଆଖିରୁ ଲୁହ ଝରି ଅସୁଥାଏ ତଥାପି ଲଲିପପ୍ ର ଲୋଭ ଛାଡି ନପାରି ଶେଷ ବାକ୍ସ ଯାଏ ଖୋଲି ଗଲେ l ଏ ବାକ୍ସ ନହେଲେ ନାହିଁ ଆର ବାକ୍ସରେ ଥାଇ ପାରେ ହେଇ ହେଇ ସବୁ ବାକ୍ସ ଶେଷ ହୋଇଗଲା l କିନ୍ତୁ ଲଲିପପ୍ କୋଉଠି ମିଳିଲାନି l ଏବେ ଏ ପ୍ରକୋଷ୍ଠରୁ ସେ ମୁକ୍ତି ଚାହାଁନ୍ତି l ଏହା ଭିତରେ ସେ ଶ୍ଵାସରୁଦ୍ଧ ହୋଇ ଯାଉଛନ୍ତି l ଆଉ ଏ ଆସ୍ଵାଦ ଖାଦ୍ୟ ଖାଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ l ସେ ଜାଣିଗଲେ ଏ ଜନ୍ମରେ ତାଙ୍କୁ ଆଉ ଚାଖିବାକୁ ଲଲିପପ୍ ର ସ୍ଵାଦ ମିଳିବନି l

କିନ୍ତୁ ସେ ଲଲିପପ୍ ର ସ୍ଵାଦ କେବେ ଭୁଲିବାର ନୁହେଁ l ଏ ଜନ୍ମରେ ମିଳିଲାନି ତ ନାହିଁ ଆଉ ଏକ ଜନ୍ମର କାମନା ରଖି ଏ ସଂସାରୁ ବିଦାୟ ନବାକୁ ଇଚ୍ଛା ତାଙ୍କର l ଲଲିପପ୍ ମିଳିଥିଲା ଶୈଶବର ମିଠା ନେଇ l ତା ପର ମୁହୁର୍ତ୍ତ ଗୁଡିକ ଜୀବନର ହଜାର ପ୍ରକାର ଅଜଣା ସ୍ଵା ଦରେ ଭରି ଯାଇଥିଲା l ତଥାପି ଏ ଜୀବନ ପ୍ରତି ବା ସଂସାର ପ୍ରତି ବିତୃଷ୍ଣା ଆସି ନଥିଲା l ଆର ଜନ୍ମରେ ପୁଣି ଥରେ ଆସି ସେ ଲଲିପପ୍ ଚାଖିବାର କାମନା ରଖି ସେ ଫେରି ଯାଇଥିଲେ l



Rate this content
Log in