ଲିମା ର ଦୁଷ୍ଟାମୀ
ଲିମା ର ଦୁଷ୍ଟାମୀ
ସ୍କୁଲ ରୁ ଫେରୁ ଥିଲା ଲିମା l ଦେଖିଲା ଆଗରୁ ତାଙ୍କ ଗାଁ ର ଜଣେ ବୟସ୍କ ଲୋକ ( ସମ୍ପର୍କୀୟ ଜେଜେ ହେବେ )ବଙ୍କୁଲିବାଡ଼ି ଟିଏ ଧରି ନଇଁ ନଇଁ ଆସୁଛଛନ୍ତି l ବୁଦ୍ଧି ଟି ତାର ଭାରି ଦୁଷ୍ଟ l ମିଛ କହି କାହାକୁ ହଇରାଣ ହରକତ କରିବାରେ ତାକୁ ଭାରି ଭଲ ଲାଗେ l
ଜେଜେ ଡାକ ଛାଡିଲେ :-ଆଲୋ ନାତୁଣୀ, ମୁଁ ଶୁଣିଲି ଆମ ଗାଁ ରେ ଥିବା ଦୁଇଟି ନଳ କୂପରୁ ଗୋଟିଏ ଭାଙ୍ଗି ଯାଇଛି l ତମ ସ୍କୁଲ ପାଖର ନା ଠାକୁରାଣୀ ମୂଳ ର?
ଲିମା :ଆରେ ଜେଜେ ଏଠିକି କଣ ଆସିଛ! ଆମ ସ୍କୁଲ ପାଖ ନଳକୂପ ଭାଙ୍ଗି ଯାଇଛି l
ଏପରି କହି ତାଙ୍କୁ ଗାଁ ଶେଷ ଠାକୁରାଣୀ ମୂଳ କୁ ଯିବାକୁ କହିଲା l ମନେ ମନେ ଖୁସି ହୋଉଥାଏ l ସେ ଜାଣିଛି କେଉଁଟି ଠିକ ଅଛି l ସେ ମିଛ କହିବା ପୂର୍ବରୁ ଥରେ ବି ତାଙ୍କ ବୟସ କଥା ଚିନ୍ତା କଲା ନାହିଁ l ଥର ଥର ପାଦ ରେ ବଂକୁଲି ବାଡ଼ି ସହାୟତା ରେ ସେ ସେଠି ପହଁଚି ସବୁ ଜାଣି ଦୁଃଖିତ ହେଲେ l ନିଜକୁଭାରି ଅସହାୟ ମନେ କରୁଥାନ୍ତି ସେ l କ୍ଲାନ୍ତ ହୋଇ ପାଖରେ ଥିବା ଆମ୍ବ ଗଛ କୁ ଆଉଜି ପଡ଼ନ୍ତି l ଖାଲି ବାଲ୍ଟି ଟିକୁ ଧରି ଭୋ ଭୋ ହୋଇ କାନ୍ଦି ପକାନ୍ତି l
ସେ ପାଖ ଦେଇ ସେଇ ଗ୍ରାମ ର ବଧୂ ଟିଏ ଯାଉଥିଲା l ସେ ତାଙ୍କ ଠାରୁ ସବୁ କଥା ଶୁଣିଲା l ତାଙ୍କୁ ଆଶ୍ୱାସନା ଦେଲା ଏବଂ ତାଙ୍କ ପାଇଁ ପାଣି ବୋହି ଆଣିଦେଲା l ସେ ବହୁତ ଖୁସି ହେଲେ, ନିଜର ନିତ୍ୟ କର୍ମ ସାରି ଫେରିଲେ l ବୋହୂ ଟିକୁ ଆଶ୍ରିବାଦ ଦେଲେ l
ଏପଟେ ଲିମା ଦିନେ ପୋଖରୀ କୁ ସ୍ନାନ କରିବାକୁ ଯାଇଥିଲା l ପୋଖରୀ ଭିତରେ ତା ସାଙ୍ଗ ଆଗରୁ ଥାଏ l ତାକୁ ଲିମା ପଚାରିଲା ଆରେ ପାଣି ଭିତରେ ପାହାଚ ଭାଙ୍ଗି ଯାଇଥିଲା ସେ ଜାଗାରେ ପଥର ପଡିଛି l ସେ ବି ତା ଭଳି କହିଲା ଆରେ ଆସୁନୁ କେବେଠୁଁ ସେ କାମ ସାରିଲାଣି l ସେ ତର ତର ହୋଇ ଗୋଡ ବଢ଼ାଇଦେଲା l ଗୋଡ ମୋଡି ହୋଇ ପଡିଲା l ହାଡ଼ ଭାଙ୍ଗିଗଲା l ବହୁତ କଷ୍ଟ ପାଇଲା l ସେ ସମୟରେ ସେ କରିଥିବା କର୍ମ ପାଇଁ ସବୁବେଳେ ଗ୍ଲାନି ଅନୁଭବ କଲା l
ତା ପର ଠୁଁ ସେ କୌଣସି ଅସହାୟ ଲୋକ କୁ ମିଛ କହିଲା ନାହିଁ l ସମସ୍ତ ଙ୍କ ପ୍ରତି ସେବା ମନୋବୃତ୍ତି ପୋଷଣ କଲା l ବିଶେଷ କରି ସେଇ ଜେଜେ ଙ୍କ ର ବହୁତ ଯତ୍ନ ନେଲା l ତାଙ୍କରି ମଇଳା ଜାମା ସଫା କରିଦେଲା l ତାଙ୍କ ପାଇଁ ପାଣି ମଧ୍ୟ୍ୟ ଆଣିଦିଏ l କାରଣ ଏହି ପରିଣତ ବୟସ ରେ ସେ ଏକା ରହୁଥିଲେ l
