STORYMIRROR

Satyabati Swain

Others

3  

Satyabati Swain

Others

*ଲବ୍ ୟୁ ସ୍କାଇ*

*ଲବ୍ ୟୁ ସ୍କାଇ*

6 mins
482



'ଆକାଶ' ଟିକେ ଆକାଶକୁ ଅନାଇଁଲା।ପାଞ୍ଚ ଦିନ ହେବ ସୂର୍ଯ୍ୟ ଘୋଡ଼ି ଘାଡି ହୋଇ ଶୋଇ ଛନ୍ତି କେଉଁଠି ବୋଧେ।ଶୀତ,କୋହଲା ପାଗ ସେଥିରେ ପୁଣି ଝିପି ଝିପି ବର୍ଷା ।ମଞ୍ଜ ଥରି ଯାଉଥିଲା।ଏମିତି ଖରା ଟିକେ ବହୁଦିନ ଧରି ନ ପଡିଲେ ଆକାଶ ବସ୍ତି ସନ୍ତ ସନ୍ତ ହୁଏ।ନୂଆଁଣିଆଁ ତୁଟା ଫୁଟା ଆଜବେଷ୍ଟ୍ ଘର ସଂତେଇ ଯାଏ।ଖଟ ଖଣ୍ଡେ ଯାହାର ଅଛି ଭଲ।ନଚେତ ତଳେ ସପ ଉପରେ କନ୍ଥା ପକେଇ ଶୋଇଲେ ଦେହ ଖାଲି ଓଦା ଓଦା ଲାଗେ।ଆଗ ଅଖା ପକାଇ ତା ଉପରେ ସପ ଓ କନ୍ଥା ପକାଇ ଶୁଅନ୍ତି ଆକାଶ ବାପା ମା ଓ ସେ।ଏ ବର୍ଷ ଏତେ ଶୀତକୁ ଲଘୁଚାପ ବର୍ଷା।ଦାନ୍ତକୁ ଦାନ୍ତ ବାଜୁଛି।ବାହାରକୁ ବାହାରି ହେଉନାହିଁ।ବାପା ଶୀତରେ କମ୍ପୁଛନ୍ତି।ଡକା ଛାଡ଼ୁଛନ୍ତି ଆକାରେ ମୋ ଉପରେ ଟିକେ ବସିଯା।କମ୍ପ ଆସୁଛି।ନଲେ କାଠିକୁଟା କିଛି ଆଣି ନିଆଁ ଜାଳେ।ମୋତେ ସେକି ପକା ଧନ।ଓହୋ ଓ ଓ ।କି ଶୀତ।ଜୀବନ କାଳ ଭିତରେ ଏମିତି ଶୀତ କେବେ ହୋଇନଥିଲା।ଏ ଶୀତ ମୋ ଜୀବନ ନେଇ ଛାଡିବ।

     ବାପା ଉପରେ ମୁଁ ଯାଇ ନଦି ହୋଇ ପଡିଲି।ସେ ଓହୋ ହେଉ ଥାଆନ୍ତି।ମା ଗରମ ଚା ଓ ମୁଠେ ମୁଢି ଆଣି ଥୋଇଲା।ବାପା ପୁଅ ଦୁହେଁ ଖାଇ ଦିଅ।ଦେହ ଟାଣ ଲାଗିବ ବୋଲି କହିଲା।ବାପା କହିଲେ "ସେ ଉଠିବେ ନାହିଁ କିମ୍ବା କିଛି ଖାଇବେ ନାହିଁ।"ଜୋର ଜବରଦସ୍ତ ମା ବାପାଙ୍କୁ ଉଠାଇଲା।ଦୁନିଆଁ ସାରା ଲୋକଙ୍କୁ ଶୀତ ନା ତୁମକୁ ଏକା ହେଉଛି ଶୀତ କରୁଛି ବୋଲି ସମସ୍ତେ ଯଦି ଘୋଡ଼ିଘାଡି ହୋଇ ଶୋଇବା ପଟକୁ ଦାନା ଆସିବ କୁଆଡୁ।ମା ଗର ଗର ହେଲା।ମେହେନତି କାମିକା ଲୋକଙ୍କୁ ଶୀତ କଣ ଡରାଏ।ଶୀତ ଡରେ ଏଇ ଲୋକମାନଙ୍କୁ କହିଲା ମା।

     ବାପା ଆଗରୁ ହାତୀ ଅଟକାଇ ଦେଉଥିଲେ।ହେଲେ କିଡିନ୍ ରୋଗଟି ବାହାରି ବାପାଙ୍କ ବୟସପଣ ରଦି କରିଦେଲା।ଏବେ ସେ ସବୁ କାମକୁ ଡରୁଛନ୍ତି।ସେଇ ରିକ୍ସା ଚଳେଇ ଦୁଇ ଦୁଇଟି ଝିଅଙ୍କୁ ଯାଇ କିଛି ପଢ଼ାଇ ବାହା ତୋଳା କରିଛନ୍ତି।ମୋତେ ବି ଏମ୍ ଏ ପଢ଼ାଇ ପାରିଛନ୍ତି।ଶାଳ ଗଛରେ ପୋକ ପଶିଲେ ଯାହା ବାପାଙ୍କ ଅବସ୍ଥା ଏବେ ସେଇଆ।କେଜାଣି ଏ ଗରିବ ଗୁରୁବା ଲୋକଙ୍କ ପାଇଁ,ପ୍ରାକୃତିକ ବିପର୍ଯ୍ୟୟ,ଶୀତ ଓ ରୋଗ ଆସନ୍ତି କାହିଁକି??

     ମୁଁ ବାଇଶି ବର୍ଷର ଭେଣ୍ଡା ପୁଅ।କିନ୍ତୁ ବେରୋଜଗାରିଆ।କୋଡ଼ ପୋଛା ପୁଣି ପୁଅଟିଏ ବୋଲି ବାପା ମା ମୋତେ ରଜାପୁଅ ପରି ପାଳିଛନ୍ତି।ଖରାତରାକୁ ବାହାର କରି ନାହାନ୍ତି।ପିଲା ବେଳୁ ଏମିତି ଗେଲ ବସରର କରିଦେଲେ ଯେ ଟିକେ ଓଦା ହେଲେ ମୋ ଦେହ ଖରାପ ହୋଇଯାଉଛି।ଭାରି ଇଚ୍ଛା ବାପାଙ୍କୁ ଗୋଟେ ଜ୍ୟାଜେଟ୍ ଦିଅନ୍ତି।ସବୁଠାରୁ ଦାମୀ ଶୀତ ବସ୍ତ୍ର।ଟୋପି,ଯୋତା,ଗ୍ଲୋବସ୍,ଓ ଜ୍ୟାକେଟ୍।ଆଉ ତାଙ୍କୁ ଶୀତ କରନ୍ତା ନାହିଁ।କିନ୍ତୁ ତା ଦେଇ ତ ଖଡା ସିଝିବନି।ରୋଜଗାର କଲେ ସିନା।ସିମେଣ୍ଟ ଗୋଡି ଫେଣ୍ଟି ତାଙ୍କ ବସ୍ତି କାଶୀ ଦିନକୁ ତିନିଶହରୁ ଉର୍ଦ୍ଧ ଟଙ୍କା ରୋଜଗାର କରୁଛି।ପାଠ ପଞ୍ଚମ।କିନ୍ତୁ ମୁଁ....ଦିନେ ଯାଇଥିଲି ଗୋଟି ସିମେଣ୍ଟ ଫେଣ୍ଟାବାକୁ। ପାଞ୍ଚ ମହଲା ଉପରକୁ ଗୋଟି ସିମେଣ୍ଟ ବୋହିବାକୁ ।ହେଲେ ତିନିଶହ କୋଡିଏ ଟଙ୍କା ମଜୁରୀ ସିନା ଆଣିଲି,ଡାକ୍ତରଙ୍କୁ ଗଣିଲି କିନ୍ତୁ ପାଞ୍ଚଶହ।ଶରୀପୀଡ଼ା ଜ୍ୱର ହୋଇଗଲା ଯେ ପନ୍ଦର ଦିନ ଘରୁ ଉଠିନି।ବାପା ମା ଜାଣିଲେ ମନ ଦୁଃଖ କରିବେ ବୋଲି କଥାଟା ଲୁଚାଇଥିଲି।ହେଲେ ମୋ ହାତ ଫୋଟକା ଓ ତିନି ଶହ କୋଡିଏ ଟଙ୍କା ଦେଖି ବାପା ମା ଅନୁମାନ କରିନେଲେ କଥାଟା।ତାଙ୍କ ପଢୁଆ ପୁଅ ଦିନ ମଜୁରିଆ ହେବ!!!ଏଇ କଥାଟା ଭାରି ନାପସନ୍ଦ ଥିଲା ସେ ଦୁଇ ଜଣଙ୍କର।ଭାରି ହୋଇଗଲା ତାଙ୍କ ମନ।ଏତେ ପଢି ତାଙ୍କ ପୁଅ ମୂଲ ଲାଗିବ!!!

     କାରଣ ବାପା ମା ଏମ୍. ଏ. ଯାଏ ପଢ଼ାଇ ଆଶାର ପୁଟୁଳିଟିଏ ପିଠିକୁ ପକାଇ ଜବର ହୋଇ ବସିଥିଲେ।ତାଙ୍କ ବସ୍ତିର ସବୁଠାରୁ ପଢୁଆ ପୁଅ ତାଙ୍କର 'ଆକାଶ,ଆକା'।ସେ ଗୋଟେ ବଡ଼ ଅଫିସର ହେବ।କେବଳ ନାଁଟି ଦସ୍ତଖତ ଜାଣିଥିବା ତା ବାପା ମା କେମିତି ବୁଝନ୍ତେ ଆଜିକାଲି ଏମ୍ ଏ ପାସ୍ ତାଙ୍କ ଦସ୍ତଖତ ପଢା ସଙ୍ଗେ ସମାନ ବୋଲି।ରିକ୍ସା ବାଲା ମଙ୍ଗୁଳି ପୁଅ ଆକାଶ ଏମ୍ ଏ ପଢ଼ିଛି ଶୁଣିଲେ ତା ବସ୍ତିର ଖଟିଖିଆ ମଜୁରିଆଙ୍କ ଆଖି ଫାଡ଼ି ହୋଇଯାଏ।ସମସ୍ତେ କୁହନ୍ତି "ମଙ୍ଗୁଳି ରେ ତୋର ଦୁଃଖର ଦିନ ସଇଲା ଜାଣ।ଏଥରକ ଗୋଡ଼ ଉପରେ ଗୋଡ଼ ପକାଇ ଅୟସ କରିବୁ।"ସମସ୍ତଙ୍କ କଥା ଶୁଣି ଆକାଶ ମିଛୁଟାରେ ଅନିଚ୍ଛା ସତ୍ତ୍ୱେ ହସିଦିଏ।କାହିଁକି ନା ସେ ଜାଣିଛି ଏମ୍ ଏ ର ମୂଲ୍ୟ କଣ ଇ ଓ ଡିଜିଟାଲ ଯୁଗରେ।

     ଆକାଶ ଆଖିରେ ସୂର୍ଯ୍ୟ ପାଖେ ପହଂଚିବା ମେଞ୍ଚାଏ ନାମ ହିଁନ ଆଶାର ଇନ୍ଦ୍ରଧନୁ ଚିକ୍ ମିକ୍ କରେ।କିଡ଼ିନ୍ ଖରାପ ହୋଇ ଯିବାରୁ ବାପା ଆଉ ରିକ୍ସା ଚଳାଇବାକୁ ଡାକ୍ତର ମନା କରିଛନ୍ତି।ତାକୁ ହିଁ କିଛି କରିବାକୁ ପଡିବ।ପିଲା ଦିନୁ ବାପା ମୋତେ କୋଳରେ ବସାଇ କୁହନ୍ତି ମୋ "ଆକା ବଡ଼ ଅଫିସର ହେବ।ଦେଖିବ ଆକା ବୋଉ,ଆକା ମୋର ବସ୍ତିର ନାଁ ରଖିବ।ଆମେ ରିଫ୍ୟୁଜି ବେଙ୍ଗାଳୀ ବୋଲି ସରକାରଙ୍କ ଯୋଜନା ଆମ ପାଇଁ କାମ କରୁନି।ଭୋଟର ଆଇଡି କାର୍ଡ ଖଣ୍ଡେ କରିବେ କରିବେ ବୋଲି ଦଶ ବର୍ଷ ହୋଇଗଲାଣି ଯେ ହୋଇ ପାରୁନି।ଏଣୁ ସରକାରୀ ଯୋଜନାର କୌଣସି ଫାଇଦା ସେ ପାଇଁ ପାରୁ ନାହାନ୍ତି।ମୋ ପୁଅ ଅଫିସର ହେଲେ ମୋର ସରକାରୀ ସାହାଯ୍ୟ କଣ ଦରକାର।

     ଆକାଶ ଦୀର୍ଘଶ୍ଵାସ ଛାଡିଲା।ତା ବାପାଙ୍କର ଯେଉଁ ବିଶ୍ୱାସ ସେ କେମିତି ପୂର୍ଣ୍ଣ କରିବ??ହେ ଭଗବାନ କିଛିତ ରୋଜଗାର ପନ୍ଥା ଟିଏ ଦିଅ।ଟିଉସନ କରି କେତେଦିନ ବାପାଙ୍କ ରୋଗ ପାଇଁ ଓ ଘର ଖର୍ଚ୍ଚ ତୁଲାଇ ପାରିବ??କେତେ ପରୀକ୍ଷା ଦେଲାଣି।କେଉଁଠି ବାଜୁନାହିଁ।କଣ କରିବ??ମାର ବି ବୟସ ହେଲାଣି।ସେ ଘର ଘର ବୁଲି କାହାର ଝାଡୁ ପୋଛା କରୁଥିଲା କି ବାସନ ମାଜୁଥିଲା।ଆଉ ସେ ପାରୁନି।କେବଳ ଫନିବାବୁ ଙ୍କ ଘରେ ମା କାମ କରୁଛି।ଫନି ବାବୁ ଓ ତାଙ୍କ ମିସେସ୍ ଶୁଭ୍ରା ମାମ୍ ଖୁବ ଭଲ ପାଆନ୍ତି ମାଙ୍କୁ।ତାଙ୍କର ଦୁଇଟି ଝିଅ।ବଡ଼ ଝିଅ ବଂଶୀକା,ବୋନି ଇଂଲଣ୍ଡରେ ପାଠ ପଢେ।ଛୁଆ ବେଳେ ଭାରି କୌତୁକିଆ ଦେଖା ଯାଉଥିଲା। ବଂଶୀକା ମହାପାତ୍ର;ସୁଦୁ ଫୁଲେଇ ଟା।ସାନ ଝିଅ ମନିକା,ମୋନି,ଷ୍ଟାଣ୍ଡର୍ଡ଼ ଫୋରରେ ପଢୁଛି।ତାକୁ ବି ଆକାଶ ଟିଉସନ କରୁଛି।

     ଆଜି ଯାହା ପାଗ ପଦାକୁ ବାହାରି ହେ

ଉନି।ତଥାପି ମା କହିଲା ମନିକା,ମୋନି ଛୁଆ ମାଙ୍କୁ ପଢେଇବାକୁ ଯିବୁନି କିରେ??କାଲି ରାତି ପ୍ଲାଇଟିରେ ବୋନି ମା ଇଂଲଣ୍ଡରୁ ଆସିଛନ୍ତି।ତୋ କଥା ପଚାରୁ

ଥିଲେ।କେଉଁ ଗୋଟେ ବଡ଼ କମ୍ପାନୀ ଏଇଠି ଖୋଲିବେ।ତୁ ଯାଉନୁ କହିବୁ ତୋତେ ଗୋଟିଏ ଚାକିରୀରେ ରଖିଦେବେ।ମୁଁ ତୋ କଥା କହିଛି ବୋନି ମାଙ୍କୁ।

    ବଂଶୀକା,ବୋନି ଫୁଲେଇ ଆସିଛି!!!ଵୋନି କଥା ଶୁଣି ଆକାଶ ଯୁବ ପ୍ରାଣକୁ ଟିକେ ଖୁସି ଛୁଇଁଲା।ଵୋନି ସହ ତା ଶୈଶବ ଓ କୈଶୋର ଜଡିତ।ମା ସଂଗେ ଫନି ବାବୁଙ୍କ ଘରକୁ ଯାଏ।ତାଙ୍କ ଅଇଁଠା ଓ ଵୋନି ପୁରୁଣା କଲମ,ପେନ୍ସିଲ,ଖାତା ଆଣି ସେ ଏତେ ଯାଏ ପଢି ପାରିଛି।ଵୋନି କିନ୍ତୁ ଯେତିକି ଫୁଲେଇ,ସେତିକି ଫାଜିଲ୍।ଉପରେ ପଡେ।ସ୍କାଇ ସ୍କାଇ କହି ନଦି ହୁଏ।ଛୁଟି ଝିଙ୍କେ,ଖତେଇ ହୁଏ।ମୋତେ ଭାରି ରାଗ ମାଡ଼େ ଵୋନିକୁ।ମାଲିକ ଝିଅ ଯାହା କଲେ ବି ସହିବା ନ୍ୟାୟରେ କିଛି କୁହେ ନାହିଁ।ସତ କିନ୍ତୁ ଵୋନି ମୋର ଆଦୌ ପସନ୍ଦ ନୁହେଁ।ତଥାପି ଵୋନିକୁ ଦେଖିବାକୁ ମନ କହିଲା।ଆଠ ବର୍ଷ ପରେ ସେ ଘରକୁ ଫେରିଛି।କେତେ ବଡ଼ ହୋଇଯିବଣି।ବଦଳି ଯାଇଥିବ ଇଂଲଣ୍ଡରେ ରହି।

    ଯଦିଓ ଅତ୍ୟନ୍ତ ଶୀତୁଆ ଖରାପ ପାଗ ତଥାପି ଵୋନିକୁ ଦେଖିବା ନିଶାଟା ମୋତେ ଟାଣି ନେଲା ଫନି ବାବୁଙ୍କ ଘରକୁ।ମୋନିର ଟିଉସନଟା ବି ହୋଇଯିବି ଏବଂ ଦେଖିନେବ ଇଂଲଣ୍ଡ ଫେରନ୍ତା ଵୋନି ସାହେବାଣୀକୁ।

    ଟିଉସନ ଅଧା ହେଲାଣି ତଥାପି ଵୋନିର ଦେଖା ନ ଥାଏ।ମନଟି ଛକ ପକ ହେଉଥାଏ।ଫୁଲେଇ ଟା କେମିତି ଦେଖା ଯାଉଥିବ ଭାବି ଭୁଲ୍ ଭାଲ୍ ପଢ଼ାଇ ଦେଉଥାଏ।ମୋନି ଭୁଲ୍ ଟା ଧରି କହୁଥାଏ ଆକା ଭାଇ ଆଜି କଣ ହୋଇଛି କି ତୁମର!!!ଭୁଲ୍ ଭାଲ୍ ପଢ଼ାଉଛ।

    ଛୁଆଟି ମୋ ଭୁଲ ଧରୁଥିବାରୁ ଖରାପ ଲାଗୁଥାଏ।କିନ୍ତୁ ମୁଁ କଣ କରିବି ମୋ ମନ ତ ଵୋନି ପାଖରେ ଥାଏ।ମନ ନାମକ ଚିଜ ଟି ସେମିତି।ଧନୀ କି ଗରିବରେ କିଛି ଫରକ୍ ପକାଏନି। ଯୌବନ,ଯୁବ ସୁଲଭତା କଣ ଗରିବ ଧନୀ ଦେଖେ!!!ସେ କୁତ୍ କୁତ୍ କରିବା କଥା;କରେ।ମୋତେ କରୁଛି;ମୁଁ ବା କଣ କରି ପାରିବି?? ଭାବନା ସମୁଦ୍ରରେ ପହଁରୁଥିବା ବେଳେ ଶୁଭ୍ରା ମାମ୍ ଗରମ ପକୁଡି ଓ କପେ ଚା ଦେଇ କହିଲେ––"ଆକାଶ ! ବାବୁ ଓ ମୁଁ ଟିକେ ରୁଦ୍ର ବାବୁଙ୍କ ଘରୁ ଆସୁଛୁ।ତାଙ୍କ ମିସେସ୍ ଶିଡିରୁ ପଡି ଅବସ୍ଥା ଗୁରୁତର।ଏଇ ଯିବୁ ଆସିବୁ।ତୁ ଟିକେ ଥିବୁ ଘରେ ଆମେ ଆସିବା ଯାଏ।ଵୋନି ବି ଆସିଛି।ସେ ତୋତେ ଦେଖା କରିବାକୁ କହୁଥିଲା।ଶୋଇ ପଡିଛି ଏବେ।ଆମେ ଆସିବା ଭିତରେ ସେ ବି ଉଠି ପଡିଥିବ।କଥା ବାର୍ତ୍ତା ହେଉଥିବ।ଆମେ ଆସିବା ଯାଏ ଘର ଛାଡି ଯିବୁନି"।

    ଯଦିଓ ମୋତେ ଡର ଲାଗୁଥାଏ ମାମ୍ ନଥିବେ ସେ ଵୋନି ଚଣ୍ଡି ଫୁଲେଇ ଫାଜିଲ୍ ଟା ଯଦି ମୋତେ କିଛି କହିବ?ତଥାପି ମୁଣ୍ଡ ହଲେଇ ରହିବା ସ୍ୱୀକୃତି ଦେଲି।ମାମ୍ ଓ ବାବୁ ରୁଦ୍ର ବାବୁଙ୍କ ଘରକୁ ଗଲେ।ମୋନିର ପଢା ସରିଗଲା।ସେ ବସି ଲାପଟପ୍ ଖେଳରେ ମଜିଗଲା।ମୁଁ ବାଲ୍କୋନିରେ ବସି ଵୋନି ଉଠିବାକୁ ଅପେକ୍ଷା କରି ଫୋନ୍ ରେ ଫେସବୁକ୍ ଦେଖୁଥାଏ।ହଠାତ ଗୋଟେ ମୁଲାୟମ ହାତ ମୋ ଆଖି ବୁଜି ଧରିଲା ପଛପଟୁ।ଏ ହାତ ଯେ ଵୋନି ଫୁଲେଇର ହୋଇଥିବ ମୁଁ ନିଃସନ୍ଦେହ ଥିଲି।ମୁଁ କହିଲି ଵୋନି ଫାଜିଲ୍।

    ଓଃ.. ଖିଲି ଖିଲି ହସରେ ଫାଟି ପଡିଲା ବାଲ୍କୋନି।ଗୋଟିଏ ଫରେନ୍ ଟୋନ୍ ଶୁଭିଲା ୱାଓ!ତୁ ତାହେଲେ ଚିହ୍ନି ପାରିଲୁ,'ସ୍କାଇ'।ମୁଁ ଚକିତ ହୋଇଗଲି।ଇସ୍!ସେ ମୋ ଆଗକୁ ବୁଲି ପଡି ମୋ କୋଳରେ ବସି ପଡିଲା ଓ ମୋ ଗାଲରେ ଗୋଟେ ଉଷୁମ କିସ୍ ଦେଇଦେଲା।ଏଇ ଟିକକ ପୂର୍ବରୁ ଶୀତରେ ଥରୁଥିବା ଦେହ ମୋର ଝାଲେଇ ଗଲା।ଵୋନି ଟିକେ ବି ବଦଳିନି କେବଳ ଚେହେରାକୁ ଛାଡି।ଆଗ ଅପେକ୍ଷା ଡେଙ୍ଗା ଓ ନାଲି ମିଶା ଗୋରା ଦିଶୁଛି।କଥା କହିବା ଭଙ୍ଗୀ କିନ୍ତୁ ଇଂରେଜୀ ଇଂରେଜୀ ବାସୁଛି।

    ମୋ ଢିଲା ଅବସ୍ଥା ଦେଖି ସେ ଆହୁରି ଜୋର୍ ରେ ହସି ଉଠିଲା ଓ କହିଲା "ତୁ ଟା ଭାରି ହ୍ୟାଣ୍ଡସମ ଚୋଖା ଟୋକା ହୋଇ ଯାଇଛୁବେ।"ତା ଓଡ଼ିଆ କଥା ବଙ୍କା ବଙ୍କା ମୋତେ ଓଡ଼ିଆ କମ୍ ଇଂରେଜୀ ଇଂରେଜୀ ବେଶୀ ଲାଗୁଥାଏ।ସେ ମୋ ହାତ ଧରି ତା ରୁମ୍ କୁ ଟାଣି ନେଲା।କହିଲା ଏତେ ଶୀତରେ ବାଲ୍କୋନିରେ କେହି ବସେ!!!ଉଁ.....

      ସେ ତା ରୁମ୍ କୁ ନେଇ ଡ୍ରେସିଂ ଟେବୁଲ ଆଗରେ ବସାଇ ମୋତେ କହିଲା ଦେଖ୍ ଦେଖ୍ ତୁ କେମିତି ଲାଜରେ ଲାଲ ଗାଜର ପରି ଦିଶୁଛୁ??ତୋ ଶରୀର ବଡ଼ ସିନା ହୋଇ ଯାଇଛି ,ତୁ କିନ୍ତୁ ଛୁଆ ଦିନର ସେଇ ଡରୁଆ ସ୍କାଇ ହୋଇ ରହିଛୁ।ବୁଦୁ....

      ଦେଖ୍ ତୋ ପାଇଁ କଣ ଆଣିଛି??

  ଜ୍ୟାକେଟ୍,ଟୋପି, ଯୋତା ଓ ଗ୍ଲୋବସ୍!!!ମୋ ଆଖି ଟେରା ହୋଇଗଲା।ଵୋନି ଚଣ୍ଡି ମୋ ମନ କଥା କେମିତି ଜାଣିଲା ଯେ ଏସବୁ ଜିନିଷ ମୁଁ ମି ବାପାଙ୍କ ପାଇଁ କିଣିବାକୁ ଚାହୁଁଛି ଅଥଚ ଅର୍ଥାଭାବରୁ କିଣି ପାରୁନି କି ବାପାଙ୍କୁ ଦେଇ ପାରୁନି!!

    ଏହେ କଣ ଏତେ ଭାବୁଛୁ!!ଦେଖ୍ ତ ତୋ ପସନ୍ଦ ହେଉ ହେଉଛି କି ନାହିଁ।

    ବାଇଶି ବର୍ଷରୁ ମୁଁ ବାର ବର୍ଷର କିଶୋର ହୋଇଗଲି।ଭୋ ଭୋ ହୋଇ କୁଣ୍ଢେଇ ଧରିଲି ଵୋନିକୁ।ଵୋନି ତୁ କଣ ଭଗବାନ!କେମିତି ଜାଣିଲୁ ମୋର ଏସବୁ ନିହାତି ଆବଶ୍ୟକ ଥିଲା।ଏ ଶୀତରେ ମୋ ବାପାଙ୍କୁ ଏସବୁ ଦେବାକୁ ଚାହୁଁଥିଲି।

    ହେ ଏ ଏ ସ୍କାଇ!!ଏଇଟା ତୋର ଏ ବର୍ଷର ଇଚ୍ଛା ନଥିଲା।ପିଲା ଦିନୁ କେତେଥର ଏଇ କଥା ଟା ପରା ମୋତେ କହିଛୁ।ସେଇପାଇଁ ଆସିଲା ବେଳେ ମୁଁ ତୋ ପାଇଁ ଏତକ ନେଇ ଆସିଛି।

    ଓହୋ ହୋ ..ଵୋନିକୁ ଧରି ମୁଁ ଖୁସିରେ ଘିର୍ ଘିର୍ ଘରାଏ ବୁଲି ଗଲି।ଵୋନି ମୋତେ ତା ବେଡ୍ ଉପରେ ପକାଇ ମୋ ଛାତିରେ ମୁଣ୍ଡ ଗୁଞ୍ଜି କହୁଥିଲା "ଆଇ ଲବ୍ ୟୁ ସ୍କାଇ।ଵୋନି ମୋ ଓଠ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା ମୋ ଛାତି ଉପରେ ପଡି।ମୁଁ ପୋଡିଯାଉଥିଲି ଵୋନି ତତଲା ନିଃଶ୍ବାସରେ।

    ଵୋନି ମୋ ପାଇଁ ଶୀତୁଆ ରାତିର ଗରମ ଅନୁଭବଟିଏ ।ତା କମ୍ପାନୀର ମ୍ୟାନେଜର୍,ତା ଜୀବନ ସାଥୀ ମୁଁ ଆକାଶ ମଣ୍ଡଳ।

    



Rate this content
Log in