Er. Suchismita Satpathy

Children Stories Inspirational

4.0  

Er. Suchismita Satpathy

Children Stories Inspirational

କୁନାର ସେରେଲେକ୍ ଚାଚା

କୁନାର ସେରେଲେକ୍ ଚାଚା

4 mins
198


ହଠାତ କୁନା ତାଙ୍କ ଉପର ଘରୁ କିଛି ଶବ୍ଦ ଶୁଣିବାକୁ ପାଇଲା । କୁନାର ବୟସ ବାର ବର୍ଷ । କିନ୍ତୁ ଖୁବ ବୁଦ୍ଧିମାନ । ବାପା ମାଆ ଉଭୟେ ଚାକିରୀ କରନ୍ତି । ଘରେ ସେ ଏକା ରୁହେ ରାମୁ ସହ । ରାମୁ ତାଙ୍କ ଗାଆଁରୁ ଆସିଛି । ତାଙ୍କ ସହ ରୁହେ ଓ ଯଥା ସମ୍ଭବ କାମରେ ସାହାଯ୍ୟ କରେ । ଏଇ କିଛି ଦିନ ହେବ କୁନା ଘର ଉପର ଘରକୁ ଜଣେ ନୂଆ କରି ରହିବାକୁ ଆସିଛନ୍ତି । ମାତ୍ର ତାଙ୍କୁ କେବେ ବାହାରେ ଦେଖିବାକୁ ମିଳେ ନାହିଁ । ଅନେକ ସମୟରେ କିଛି ଲୋକ ତାଙ୍କ ଘରକୁ ଆସନ୍ତି । ବେଳେବେଳେ ପାଟିତୁଣ୍ଡ ବି ହୁଏ । କୁନା ସବୁ ଶୁଣେ । ବାପା ମାଆ ଫେରିଲେ ତାଙ୍କୁ କୁହେ । ସେମାନେ କୁହନ୍ତି, ତୁ ଏସବୁରେ ମୁଣ୍ଡ ପୁରାନି । ଛୋଟ ପିଲା , ତୋର ଯେତିକି ଆବଶ୍ୟକ ସେତିକି କରି ପାଠ ପଢେ । ଏହାଶୁଣି ସେ ଚୁପ ହୋଇଯାଏ । 

ଅନେକ ସମୟରେ ସେ ବସି ଦୂରଦର୍ଶନରେ ଅପରାଧ ଡାଏରୀ ଦେଖୁଥାଏ । ବେଳେବେଳେ ଚାଚା ଚୌଧୁରୀ କାର୍ଟୁନ ମଧ୍ୟ ଦେଖେ । ସେରେଲେକ ହୋମସଙ୍କର ଅନେକ ବହି ଆଣି ପଢେ । ସବୁବେଳେ ସେଗୁଡାକ କାହିଁକି ପଢୁଛି ବୋଲି ଅନେକ ସମୟରେ ତା ମାଆ ତାକୁ ଗାଳି କରନ୍ତି । ମାତ୍ର ସେ ଶୁଣି ନଶୁଣିଲା ପରି ଚାଲିଯାଏ । 

କିଛି ଦିନ ହେବ ଜଣେ ବ୍ୟକ୍ତି ମୁଣ୍ଡରେ ଟୋପି ଦେଇ ଉକ୍ତ ଭଡାଟିଆଙ୍କ ଘରକୁ ଆସୁଥିବାର କୁନା ଲକ୍ଷ୍ୟ କରୁଥିଲା । ତାକୁ କିଛି ଗୋଟେ ଅଡୁଆ ଲାଗୁଥିଲା ମାତ୍ର ବାପାମାଆଙ୍କ ଡରରେ ଚୁପ ଥିଲା । 

ଦିନେ ହଠାତ ଉପର ଘରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲା । ରାତିରେ ଏପରି କଥା ଶୁଣି ସମସ୍ତେ ବ୍ୟସ୍ତ ହୋଇପଡିଲେ । ପୋଲିସ ଆସିଲେ । ତନାଘନା ଚାଲିଲା । ଏତିକି ଶୁଣି କୁନା ଶୋଇଯାଇଛି । 

ସେହି ଭିତରେ ସେ ସ୍ୱପ୍ନରେ ଦେଖୁଛି ତା ପ୍ରିୟ ସେରେଲେକ ହୋମସ ଓ ଚାଚା ଚୌଧୁରୀ ଉଭୟ ସେହି କେଶର ସମାଧାନ ପାଇଁ ଆସିଛନ୍ତି । 

ସେମାନଙ୍କୁ ଦେଖି କୁନା ଆଶ୍ଚର୍ଯ୍ୟ ହୋଇଗଲା । ଦୁଇଜଣଙ୍କର କାର୍ଯ୍ୟ ଶୈଳୀ ଭିନ୍ନ । କିପରି ଏକ ସଙ୍ଗେ ଏହାର ସମାଧାନ କରିବେ । ଏହା ଭାବି ସେ ଦୁଇଜଣଙ୍କର କାର୍ଯ୍ୟକୁ ଅନୁସରଣ କଲା । 

ପ୍ରଥମେ ଉଭୟେ ସେ ଘରକୁ ଯାଇ ସବୁ ଦେଖିଲେ । ଅନେକ ସମୟ ପରେ ପୋଲିସ କହିଲା ଏହା ଆତ୍ମହତ୍ୟା । ତେଣୁ ତଦାରଖର କିଛି ଆବଶ୍ୟକତା ନାହିଁ । ତାପରେ ସେମାନେ ଚାଲିଗଲେ । 

ଏହାପରେ ଦୁଇ ଜାସୁସ ନିଜ ଶୈଳିରେ କାର୍ଯ୍ୟ ଆରମ୍ଭ କଲେ । କିଛି କ୍ଷଣ ପରେ ଚାଚା ଚୌଧୁରୀ ଏକ କାଗଜର ଖଣ୍ଡ ପାଇଲେ । ତାକୁ ଦେଖିବାରୁ ଜଣା ପଡିଲା ତାହା ଏକ ହୋଟେଲର ବିଲ । ସେରେଲେକ ହୋମସ ମଧ୍ୟ ଆଉ ଏକ ଖଣ୍ଡ ପାଇଲେ । ତାହା ଥିଲା ଚାଚା ପାଇଥିବା କାଗଜର ଏକ ଅଂଶ । ତାକୁ ପାଇଲା ପରେ ଉଭୟେ ସେହି ହୋଟେଲକୁ ଯିବାକୁ ଚାହିଁଲେ । ମାତ୍ର ବାହାରେ ପୋଲିସ । ବାହାରିଲେ ଜଣା ପଡିଯିବ । ସେହି ସମୟରେ ଚାଚା ଚୌଧୁରୀ ସୁବୁକୁ କହିଲେ ନେଇଯିବା ପାଇଁ । ସେ ସଙ୍ଗେସଙ୍ଗେ ଦୁହିଁଙ୍କୁ ବସେଇ ହୋଟେଲରେ ପହଞ୍ଚି ଗଲା । ସେଠାରେ ପହଞ୍ଚି କାଗଜରେ ଲେଖା ଥିବା ରୁମ ନମ୍ବରକୁ ଗଲେ । ଭିତରକୁ କିପରି ଯିବେ ଭାବିଲା ବେଳକୁ ସେରେଲେକ ହୋମସ୍ କହିଲେ ମୁଁ ହୋଟେଲ ବୟ ହୋଇ ଯାଇପାରିବି । ଏହା କହି ଭିତରକୁ ଗଲେ । ସେଠାରେ ଜଣେ ବ୍ୟକ୍ତି ଉକ୍ତ ମୃତ ବ୍ୟକ୍ତିର ଫଟୋ ଧରି କାନ୍ଦିବାର ଦେଖିଲେ । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାପରେ ସେ ଦେଖିଲେ ତାଙ୍କ ହାତରେ ରକ୍ତ ଲାଗିଛି ଯାହାର ଦାଗ ଛାଡିନାହିଁ । ଏହା ଦେଖି ସେ ସନ୍ଦେହ କରି ସେଠାରୁ ଆସିଲେ । ସବୁ କଥା ଚାଚାଙ୍କୁ ବଖାଣିଲେ । ଚାଚା ଶୁଣି କହିଲେ କିଛି ତ ଗଡବଡ ଅଛି । ଏକଥା ଶୁଣି କୁନା କହୁଥାଏ ହଁ ମୁ ବି ସେହିକଥା କେବେଠାରୁ କହୁଛି ହେଲେ କେହି ଶୁଣୁ ନାହାନ୍ତି । 

ସେ ଦିନଟି ଗଲା ତା ପରଦିନ ସେରେଲେକ ହୋମସ୍ ହୋଟେଲ ଯାଇ ଉକ୍ତ ବ୍ୟକ୍ତିଙ୍କୁ ଭେଟିଲେ ଏକ ବ୍ୟାପାରର ବାହାନା କରି । କଥାରେ କଥାରେ ସେ ସେହି ହତ୍ୟା କଥା କହି କହିଲେ ଶୁଣିବାକୁ ପାଇଲି ସେଠି ଯେଉଁ ତଥ୍ୟ ମିଳିଛି ସେଥିରୁ କିଏ ହତ୍ୟାକରୀ ଜଣାପଡିଯାଇଛି । ଆଜି ସନ୍ଧ୍ୟା ସୁଧା ପୋଲିସ ତାକୁ ଧରିବ । ଇତି ମଧ୍ୟରେ ଚାଚା ଆସି କହିଲେ ଚାଲ ଯିବା ପୋଲିସ ସନ୍ଧ୍ୟା ବେଳକୁ ଆସି ସେ ତଥ୍ୟକୁ ସେଠାରୁ ନେଇ ହତ୍ୟାକରୀକୁ ଧରିବ । ଏହା କହି ଉଭୟେ ସେଠାରୁ ବିଦାୟ ନେଇ ପୋଲିସର ସହାୟତାରେ ସେହି ଘରେ ଲୁଚି ରହିଲେ । କିଛି କ୍ଷଣ ପରେ ହୋଟେଲର ସେ ଲୋକଟି ଆସି ସତକୁ ସତ ପହଞ୍ଚି ଗଲା । ତା ପାଖରେ ଏକ ଚାବି ଥିଲା । ସେହିପରି ଟୋପି ପିନ୍ଧି ଆସିଥିବାରୁ କୁନା କହିଲା ଏ ଲୋକଟି ଆସି ସବୁବେଳେ ପାଟିକରେ । 

କିଛି କ୍ଷଣ ପରେ ଉକ୍ତ ଲୋକଟି ଘର ଭିତରେ ପଶି ଖୋଜାଖୋଜି ଆରମ୍ଭ କଲା । ଇତି ମଧ୍ୟରେ ଲୁଚିଥିବା ସମସ୍ତେ ବାହାରକୁ ଆସି ଉକ୍ତ ବ୍ୟକ୍ତିକୁ କାବୁ କରିନେଲେ । 

ସବୁଦିନ ପରି ସେରେଲେକ ହୋମସ୍ ନିଜ ଠାଣିରେ ଟୋପି ପିନ୍ଧି ଓ ସିଗାରେଟ ଲଗାଇ ତାକୁ ଧମକେଇ ପଚାରିଲେ,ଓ ଚାଚା ଚୌଧୁରୀ ସୁବୁ ଦ୍ୱାରା ଡରେଇ ପଚାରିବାରେ ସେ କହିଲା,ସେ ହିଁ ହତ୍ୟାକରୀ । ଏବଂ ମୃତକ ଜଣକ ତା ବାପା । ସେ ତା ଉପରେ ରାଗି ସବୁ ସମ୍ପତ୍ତି ସହରର ଅନାଥ ଆଶ୍ରମକୁ ଦାନ କରିବାକୁ ଆସି ଏଠାରେ ଥିଲେ । ଓ ବାରମ୍ବାର କହିବା ସତ୍ତ୍ୱେ ମାନିଲେନି ତ ସମ୍ପତ୍ତିର ସବୁ କାଗଜପତ୍ର ଯାହା ସେ ପ୍ରଥମେ ତାରି ନାଆଁରେ କରିଥିଲେ ତାକୁ ଧରି ତାଙ୍କୁ ତକିଆ ଦ୍ୱାରା ମୁହଁକୁ ଚାପି ମାରିଦେଲେ । 

ଏହା ଶୁଣି ଚାଚା ଚୌଧୁରୀ ଓ ସେରେଲେକ ହୋମସ୍ ଆଶ୍ଚର୍ଯ୍ୟ ହେବା ସହ ସମ୍ପତ୍ତିର ଲୋଭ ମଣିଷକୁ କେତେ ତଳକୁ ଖସେଇଦେଇପାରେ ତାହା ହିଁ କଥା ହେଉଥିଲେ । 

ଇତି ମଧ୍ୟରେ ପୋଲିସ ହତ୍ୟାକରୀକୁ ହାତକଡି ପିନ୍ଧାଇ ହାଜତକୁ ନେଇଗଲା । 

କୁନା ଖୁସି ହୋଇ ତାଳି ମାରି ଉଠିଲା । ଇତି ମଧ୍ୟରେ ତାର ନିଦ ଭାଙ୍ଗିଗଲା । ସେ ତାଳି ମାରିବା ଦେଖି ବାପାମାଆ ପଚାରିଲେ କଣ ହେଲା । ସେତେବେଳକୁ କୁନା ଭାବିପାରୁନଥିଲା ଯେ ସେ ସ୍ୱପ୍ନରେ ଚାଚା ଚୌଧୁରୀ ଓ ସେରେଲେକ ହୋମସଙ୍କୁ ଉକ୍ତ ହତ୍ୟାର ରହସ୍ୟ ଉନ୍ମୋଚନ କରିବାର ଦେଖୁଥିଲା । 

ଇତଃସ୍ତତଃ ହୋଇ ପଚାରିଲା କଣ ସେ ହତ୍ୟାର କିଛି ତଥ୍ୟ ମିଳିଲା । ନାଆଁ କହି ବାପାମାଆ ବାହାରକୁ ଗଲେ ଓ ସାଥିରେ କୁନା ବି । ପୋଲିସ ସମସ୍ତଙ୍କୁ ପଚରା ଉଚରା କରୁଥିବାର ଦେଖି କୁନା କହିଲା ତାଙ୍କ ପୁଅ ହୋଟେଲରୁ ଆସନ୍ତି ଦେଖାକରିବାକୁ ଓ ବହୁତ ପାଟିତୁଣ୍ଡ ହେବାର ସେ ଘରେ ଥାଇ ଶୁଣେ । କୁନା ଏକଥା କହିବା ଦେଖି ବାପା ମାଆ ବିରକ୍ତି ଭାବ ପ୍ରକାଶ କଲେ । ଏହା ଦେଖି ପୋଲିସ ଆସି କୁନାକୁ ପଚାରିଲା । ଓ କୁନା ନିର୍ଭୀକ ଭାବେ କହିଲା ହୋଟେଲର ନାଁ । ଏହା ଶୁଣି ପୋଲିସ ଫୋନକରି ଅନ୍ୟ ପୋଲିସ ଦ୍ୱାରା ପ୍ରକୃତରେ ମୃତ ବ୍ୟକ୍ତିଙ୍କ ପୁଅକୁ ଧରି ତା ଠାରୁ ସବୁ ସତ କଥା ଆଦାୟ କଲା । କୁନା ଓ ତା ବାପାମାଆ ଘରକୁ ଆସି କୁନାକୁ ଧନ୍ୟବାଦ ଦେବା ସହ କିପରି ଜାଣିଲା ପଚାରିବାରେ କହିଲା,ସ୍ୱପ୍ନରେ ଚାଚା ଚୌଧୁରୀ ଓ ସେରେଲେକ ହୋମସ୍ ଏହି ରହସ୍ୟର ପର୍ଦ୍ଦାଫାସ କରିବାର ସେ ଦେଖିଛି ତେଣୁ କହିଦେଲା । 

ତା କଥା ଶୁଣି ବାପା ତାର କହିଲେ ଦିନଯାକ ସେଇ ତୋର ସେରେଲେକ ଚାଚାକୁ ଦେଖିଦେଖି ତୋ ମୁଣ୍ଡ ଖରାପ ହୋଇଯାଇଛି । ଧନ୍ୟ ତୁ ଓ ତୋ ସେରେଲେକ ଓ ଚାଚା । 

ଏହା ଶୁଣି କୁନା ଖୁସିହେବା ସହ ତା ମାଆ ହସି ହସି ବେଦମ୍



Rate this content
Log in