Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

puspalata samantary

Others

4.8  

puspalata samantary

Others

କୁକୁର ଗଣତି

କୁକୁର ଗଣତି

2 mins
417


ବଣି ମହାନ୍ତି ପୌର ସଂସ୍ଥାର ସୁପରଭାଇଜର, ପେଚା ସାହୁ ପିଅନ । ସୁପରଭାଇଜର ଟିକିଏ ତୁଣ୍ଡ ଲାଗେ, କେତେଟା ଅକ୍ଷର ଉଚ୍ଚାରଣ କରିବାରେ ଟିକିଏ ଅସୁବିଧା ହୁଏ, କାରଣ ତାଙ୍କ ଜିଭ ଟିକିଏ ଛୋଟ କୁକୁରଙ୍କୁ ତଡି, ଏକାଠି କରି ଗଣିବା କାମ ତାକୁ ସୁପରଭାଇଜର ଦେଇଛନ୍ତି । ଗୋଟାକୁ ତଡି ଆଣିଲା ବେଳକୁ ଆଉ ଗୋଟିଏ ପଳେଇ ଯାଉଛି, ବିରକ୍ତିଆ ହୋଇ ହାତରେ ଧରିଥିବା ମୂଳି ଠେଙ୍ଗାଟା କୁକୁରକୁ ଫିଙ୍ଗିଲା ବେଳକୁ, ବଣିବାବୁ ଆସୁଥିଲେ, କୁକୁରଟା ତାଙ୍କ ଗୋଡ ସନ୍ଧିରେ ଗଳି ପଳେଇଲା ବେଳେ, ଠେଙ୍ଗାଟା ବଣିବାବୁଙ୍କ ଗୋଡରେ ଠାଏକିନା ବାଜିଲା, ଆରେ ମ----ମ---ମତେ ମାରିଦେଲାରେ, ମୋ ନଳି ଗୋଡଟା ଭା---ଭା----ଭାଙ୍ଗିଗଲା । ରାଗିଯାଇ କହିଲେ, ପେ-----ପେ------ପେଚା ତତେ କଣ ଚାକିରି ପି---ପି-----ପିତା ଲାଗୁଛି କିରେ ? ଆଜି ତତେ ଚାକିରିରୁ ବାହାର କରିଦେବି। ପେଚା କୋଉ ଛାଡିବା ଲୋକ ହୋଇଛି, ଟିକିଏ ରହି କହିଲା, ଉଁ---ଯାଉନ ମୁଁ କଣ ଜାଣିଛି ତମ ଗୋଡରେ ବାଜିଯିବ ବୋଲି ? ସେ କୁକୁରଟାକୁ ଘଉଡାଇ ଆଣିଲା ବେଳକୁ ତମେ ଆସିଲ ଭାରି, ଆଉ ମୁଁ କଣ କରିଥାନ୍ତି ଯେ, । ମୋଠୁ ସବୁଦିନ ପରାମର୍ଶ ନେଉଛ, ମତେ ଚାକିରିରୁ ବାହାର କରିଦବ କେମିତି ? ହଁ ସତେ ତ। ହଉହେଲା ଏବେ କହ କୁକୁର ସଂଖ୍ୟା କେତେ ହେଲା ? ସରକାରଙ୍କ ଅର୍ଡର କେତେ କୁକୁର ହେଲେ ଜାଣିଲେ ସେ ବନ୍ଧ୍ୟାକରଣ ବ୍ୟବସ୍ଥା କ----କ---କରିବେ ପରା। ପେଚା କିଛି ସମୟ ଚୁପ୍ ରହି ମନେ ମନେ ହିସାବ କରୁଥିଲା କୁକୁରଙ୍କ ସଂଖ୍ୟା । ବଣିବାବୁ କହିଲେ, ଆରେ ମୁଁ କଣ ପ---ପ--ପଚାରୁଛି ପରା କହୁନୁ କାହିଁକି ? କେତେ ହିସାବ ପକେଇବି ? ହଁ ବାବୁ ଏଇ ଦେଢ ହଜାର କି ଦି ହଜାର ପକେଇ ଦିଅନ୍ତୁ । ଆରେ ତୁ କ---କ---କଣ ମଣିଷ ଟି ? ମନଇଚ୍ଛା କେମିତି ପ---ପ---ପକେଇଦେବି ? ଏତେ ଗୁଡ଼ାଏ କୁକୁର କେମିତି ଗଣିଲୁ ? ନାଇଁ ସାର୍ ଅଣ୍ଡିରା, ମାଈ, ଛୋଟା, କେମ୍ପା, ପିଲାଛୁଆ, ଲାଙ୍ଗୁଡ ଖଣ୍ଡିଆ, କାଠକଟା, ସବୁ ମିଶିଲେ ହବନି ? ନାଇଁ ନାଇଁ ସେମିତି ହେବନି। କେଉଁଥିରୁ କେତେ ଗୋଟେ ମୋଟ ହିସାବ କର। ହଁ ଆଜ୍ଞା ଲେଖନ୍ତୁ, ଅଣ୍ଡିରା ପାଞ୍ଚ ସହ, ମାଈ ସାତଶହ, ପିଲା ଛୁଆ ଚାରିଶହ, ବାକି ସବୁ ଖଣ୍ଡିଆ ଖାବରା ଯାକ ବଳକା ତକ ଆଉ। ଏମିତି ହିସାବ କରୁକରୁ ଜଣେ ବାବୁ ସିଆଡୁ ଆସିଲେ, ଚଢା ଗଳାରେ କହିଲେ, ତୁମ ଭିତରୁ କୁକୁର ଗଣତି ବାଲା କିଏ ସେ ? ପେଚା କହିଲା ମୁଁ ଆଜ୍ଞା, । ଭଦ୍ରବ୍ୟକ୍ତି କହିଲେ ଏଠି ଗୋଟାଏ ପାଲା ଲଗେଇଛ ? କେଉଁ ଆଡୁ କୁକୁର ଗୁଡାକ ଆଣି ଏ ସାହିରେ ଛାଡିଛ ଯେ ସେ ଗୁଡାକ ରାତିରେ ଶୁଆଇ ଦେଉନାହାନ୍ତି, ତାଙ୍କ ଭିତରେ ଝଗଡ଼ା କରି ଆମ ଦୁଆରେ ଏକ, ଦୁଇ କରି ଆମକୁ ନ କଲା ଅବସ୍ଥା କରୁଛନ୍ତି । ଏଗୁଡାକ ଏଠାରୁ ଶୀଘ୍ର ଅନ୍ୟ କୁଆଡକୁ ନିଅ, ନ ହେଲେ ଭାରି ଅସୁବିଧା ହେବ । ପେଚା କହିଲା ସାରେ ମୋତେ ଏ କାମରୁ ନେଇ ଆଉ କୋଉ କାମ ଦିଅ। ଆଜି କୁକୁର ଧରିବି କାଲିକି କହିବ ମାଙ୍କଡଗୁଡାକ ଗଣତି କରିବାକୁ । ମୁଁ ଏ କଥାକୁ ପାରିବିନି, ଏ ଚାକିରୀ ଜମା ଭଲ ନୁହଁ। ବଣିବାବୁ କହିଲେ ମୁଁ ସେ କଥାକୁ ପା--ପା----ପାରିବିନି । ଏକଥା ଶୁଣି ପେଚାର ମୁହଁଟା ଶୁଖିଗଲା । 


Rate this content
Log in