Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Shanti Mishra

Others

3  

Shanti Mishra

Others

କୁହୁଡିଆ ସକାଳ

କୁହୁଡିଆ ସକାଳ

6 mins
657



ଏବେ କଣ ହେବ ! ଲିପିନାନୀ ତା ଶାଶୁଘରର କିଛି ବନ୍ଧୁ ବାନ୍ଧବଙ୍କ ବାହାଘର ଉପଲକ୍ଷେ ଗାଁ କୁ ଯାଇଥିଲା l ବୋଉର ଦେହଖରାପ ଦେଖି ତାକୁ ନେଇ ଆସିଛି ସାଥିରେ l ବୋଉକୁ କେବେ ସହରରେ ରହିବାକୁ ଭଲ ଲାଗେନା l ମାମୁଁ ରହୁଥିଲେ ଭୁବନେଶ୍ବରରେ l ମାମୁଁଙ୍କ ପାଖରେ ରହି ଲିପି ଆଉ ରାଜେଶ୍ ପାଠ ପଢୁଥିଲେ l ବଡ ମାମୁଁଙ୍କର କେହି ପିଲା ଛୁଆ ନଥିଲେ l ତେଣୁ ସେ ଏ ଦୁଇ ଜଣକୁଂ ନେଇ ଆସିଥିଲେ, ବାପା ଚାଲିଗଲା ପରେ l ବୋଉ କେବେବି ଆସେନା ସେମାନକୁଂ ଦେଖିବାକୁ l ଥରଟିଏ ଆସିଥିଲା ସେତିକି l ତାକୁ ଏ ଘୋ ଘା ମଟର ଗାଡି ରିକ୍ସା ପେଂ ପାଂ ଶବ୍ଦ କିଛି ଭଲ ଲାଗିଲାନି ଦୁଇ ଦିନ ରହି ଫେରି ଗଲା l ତା ପରଠୁ ସେ ଆଉ କେବେ ଆସିନି ଭୁବନେଶ୍ବର l

ଯେବେ ଦରକାର ପଡେ ପୂଜା ପର୍ବରେ ରାଜେଶ୍ ଆଉ ଲିପି ସେ ଦୁହେଁ ଘରକୁ ଯାଆନ୍ତି l ବୋଉ ସାନ ଭାଇ ପାଖରେ ରୁହେ l ତା ଦ୍ବାରା ପାଠ ହେଲାନି l ତାର ବି ଗାଁ ଭଲ ତ ସେ ଭଲ l କିନ୍ତୁ ଲିପି ଆଉ ରାଜୁ ଭଲ ପାଠ ପଢୁଥିଲେ l ମାମୁଁ ଜଣେ ସ୍କୁଲ୍ ଶିକ୍ଷକ ଥିଲେ l ତେଣୁ ସେ ଏମାନଙ୍କ ପଢା ପ୍ରତି ବିଶେଷ ଧ୍ୟାନ ଦେଉଥିଲେ l

ପରେ ଲିପିନାନୀ ବାହା ହୋଇ ଦିଲ୍ଲୀ ଚାଲି ଆସିଲାl ତା ପରେ ଇଂଜିନିଅରିଂଗ୍ ପଢିବା ପାଇଂ ରାଜୁ ବି l ଦୀଲ୍ଲୀକୁ ଆସିବାର ଚାରି ବର୍ଷ ପରେ ମାମୁଁ ଚାଲିଗଲେ l ମାଇଂ ତା ଆଗରୁ ଚାଲି ଯାଇଥିଲେ l ରାଜେଶ୍ ଇଂଜିନିଅରିଂଗ ସାରି ଏକ ଛୋଟ କମ୍ପାନୀରେ କାମ ଆରମ୍ଭ କଲା l କମ୍ପାନୀର ମ୍ୟାନେଜରଙ୍କ ଭଉଣୀ ସୁମନ୍ ତା ପ୍ରେମରେ ପଡି ଯାଇଥିଲା ତା ହିରୋ ଚେହେରା ଦେଖି l ସେମାନେ ଏବେ ପ୍ରେମ ବିବାହ କରି ବେଶ୍ ଭଲରେ ଅଛନ୍ତି l ବୋଉ କି ସାନ ଭାଇ ବାହାଘରକୁ ଆସି ପାରି ନଥିଲେ l ବୋଉ ଏତେବାଟ ଏତେବଡ ସହରକୁ ରାଜି ହେଲା ନାହିଁ ଆସିବକୁ ତା ବ୍ୟତୀତ ସାନ ଭାଇ ତା ଗୋଡ ଭାଂଗି ସେତେବେଲେକୁ ଘରେ ପଡିଥିଲା l

ବାହାଘର ବଡ଼ ଧୁମ୍ ଧାମରେ ହୋଇଥିଲା ସତ କିନ୍ତୁ ତା ତରଫରୁ କିଛି ହୋଇନଥିଲା l ଯାହା ହୋଇଥିଲା ସୁମନ୍ ର ଘର ଲୋକଙ୍କ ତରଫରୁ l ଭୋଜିଭାତ ଠୁ ଆରମ୍ଭ କରି ସବୁକିଛି l ତା ପାଖରେ ସେତେବେଳେ ସେପରି ସମ୍ବଳ ନଥିଲା ଏତେ ବଡ ବାହାଘରର ଆୟୋଜନ କରିବା ପାଇଂ l ଲିପିନାନୀ ବୋଉକୁ ଚିଠି ଦ୍ବାରା ଜଣେଇଥିଲା ସତ କିନ୍ତୁ ବୋଉ ଏଥିରେ କୌଣସି ମନ୍ତବ୍ୟ ବା ପ୍ରତିକ୍ରିୟା ଦେଖେଇ ନଥିଲା l ଏକ ରକମ କହିବାକୁ ଗଲେ ବୋଉ କେବେଠାରୁ ଏ ସଂସାର ପ୍ରତି ବିତସ୍ପୃହ ଓ ଉଦାସୀନ l

ପାଂଚ ବର୍ଷ ହୋଇ ଗଲାଣି ଏହା ଭିତରେ l ଏବେ ସେ କଣ କରିବ l ସେ ଲିପିନାନୀ ଠାରୁ ମାତ୍ର ପଚାଶ୍ ମାଇଲ୍ ଦୁରରେ ରୁହେ l ବୋଉ ଏତେ ବାଟ ଆସିଛି ଯେତେବେଳେ ତା ଘରକୁ ତ ନିହାତି ଆଣିବା ରାଜେଶ୍ ର କର୍ତବ୍ୟ l ଲିପି ନାନୀ ବି ଛାଡିବନି l ପାଟି କରିବ ବାଧ୍ୟ କରିବ ବୋଉକୁ ନେଇ କିଛି ଦିନ ରାଜେଶ୍ ତା ପାଖରେ ରଖ ବୋଲି କହିବl କିନ୍ତୁ ତାର ବଡ ସମସ୍ୟା ହେଲା ସେ ସୁମନ୍ କୁ କିପରି ଏ ବିଷୟରେ କହିବ l ସେ କିପରି ଏକଥାକୁ ଗ୍ରହଣ କରିବ l ବୋଉର ଜୀବନ ଶୈଳୀ ଆଉ ସୁମନ୍ ର ଜୀବନ ଶୈଳୀ ଭିତରେ ଆକାଶ ପାତାଳର ପ୍ରଭେଦ l

ଦୁଇ ଜଣ ଦୁଇ ଜଣଙ୍କ ସହିତ ଖାପ ଖୁଆଇ ଚଳିବା ସମ୍ପୁର୍ଣ ଅସମ୍ଭବ l ହେଉ ପଛେ ଦିନେକି ଦୁଇଦିନ ପାଇଂ l ଲିପିନାନୀ ଫୋନ୍ କରିସାରିଲାଣି ଦିଥର ବୋଉକୁ ଆସି ନେଇଯିବା ପାଇଂ l କଣ ସେ କରିବ ବୋଉ ଆସିଲା ଦିନରୁ ତାର ଡରରେ ଦିନ ବିତୁଛି l କୌଣସି କାମରେ ମନ ଲାଗୁନି l ସୁମନ୍ ର ଜିନ୍ ଓ ଟପ୍ ପିନ୍ଧା ବେଶ, ଗାଡି ଚଳେଇ ବାହାରେ ସବୁବେଳେ ବୁଲିବା ବୋଉକୁ କେବେ ବି ପସନ୍ଦ ଆସିବ ନାହିଁ l ସୁମନ୍ କୁ ବୁଝେଇବକୁ ବି ଡର ଲାଗୁଛି l ତାର ଏତେ ସାହସ ନାହିଁ l ତାର ମ୍ୟାନେଜରଙ୍କ ଭଉଣୀ ପ୍ରଥମତ, ତା ପରେ ଏତେ ବଡ ଲୋକର ଝିଅ l ଆଡମ୍ବ ରରେ ଚଳି ଆସିଛି l ବୋଉ ପରି ଲୋକ ସେ ଦେଖିଥିବକି ନାହିଁ ସଂଦେହ l ବୋଉର ଅତି ସାଧା ସିଧା ଜୀବନ ଶୈଳୀ ସଂଗକୁ କଥା ବାର୍ତାରେ ବିଶେଷ ଶାଳୀନତା ନଥାଏ l ଆଗ ପଛ ବିଚାର ନକରି ଯାହା ମୁହଁକୁ ଆସେ ଗପି ଯାଏ l ସେଥିପାଇଂ ସେ ସୁମନ୍ କୁ ନେଇ କେବେ ଗାଁକୁ ଯାଇ ନଥିଲା ବୋଉ ସଂଗେ ଦେଖା କରିବା ପାଇଂ l

ଶେଷରେ ଅନ୍ୟ ଉପାୟ ନପାଇ ସେ ସୁମନ୍ କୁ ସତକଥା ଖୋଲି କହିଲା l ବୋଉ ଆସିଛି ତାକୁ ସେ ଆସନ୍ତା ଶୁକ୍ର ବାର ଦିନ ଅଫିସରୁ ଫେରିଲା ବେଳେ ଲିପିନାନୀ ଘରୁ ଯାଇ ନେଇ ଆସିବl ସପ୍ତାହେ ରହି ସେ ଫେରି ଯିବ ଲିପିନାନୀ ପାଖକୁ l ତା ସହିତ ଖାପ୍ ଖୁଆଇ ଚଳେଇ ନେବାକୁ ଅନୁରୋଧ କରିଲା l ସୁମନ୍ କେବଳ ହସିଲା କିଛି କହି ନଥିଲା l

ପୂର୍ବ ଯୋଜନା ଅନୁଯାୟୀ ସେ କାଲି ଅଫିସ୍ ରୁ ଅଧା ଦିନ ଛୁଟି ନେଇ ଲିପିନାନୀ ଘରକୁ ଯାଇ ବୋଉକୁ ନେଇ ଆସିବ l ବୋଉ ଆସିବା ଏକ ଅହେତୁକ ଖୁସି ସତ କିନ୍ତୁ ଘରେ ଅଶାନ୍ତି ଗଣ୍ଡଗୋଳ କିପରି ନଲାଗିବ ସେଥିପାଇଂ ବି ମନରେ ବଡ ଡର l ପ୍ରେମ ବିବାହରେ ସବୁ କଥାରେ ଏତେ ଡର ଥାଏ ସେ ଜାଣିଥିଲେ….ଜାଣିଥିଲେ କଣ ବା ସେ କରିଥାନ୍ତା, ସୁମନ୍ ସଂଗେ ବିବାହ କରି ନଥାନ୍ତା ! ଏତେ ବଡ଼ ସୁଯୋଗକୁ ହାତ ଛଡା କରି ଦେଇଥାନ୍ତା ! ଅନାୟସରେ ଘରକୁ ଆସୁଥିବା ଲକ୍ଷ୍ମୀକୁଂ ଦୂରେଇ ଦେଇ ଥାନ୍ତା ! ନା, ଏତେ ବଡ ମୂର୍ଖ ତ ସେ ନୁହେଁ l

ପୂର୍ବ ଯୋଜନା ଅନୁଯାୟୀ ତାପର ଦିନ ସନ୍ଧ୍ୟା ଛଅଟା ସୁଧା ସେ ବୋଉକୁ ଆଣି ଘରେ ପହନ୍ଚିଲା l ଘରେ ଆସି ଘରର ବାତାବରଣରେ ଏକ ଅସ୍ବାଭାବିକ ପରିବର୍ତ୍ତନ ଦେଖି ପ୍ରଥମେ ସେ ସ୍ତବ୍ଧ ଚକିତ ହୋଇଗଲା l ସୁମନ୍ ଶାଢୀ ଗହଣା ସହିତ ମୁଣ୍ଡରେ ସିନ୍ଦୁର ପିନ୍ଧିଛି l ଆସି ବୋଉକୁ ମୁଣ୍ଡିଆ ମାରି ଘର ଭିତରକୁ ବହୁ ଆଦର ଯତ୍ନ ସହକାରେ ସଂଗରେ ନେଇଗଲା l ବୋଉ ଯୋଉ ପ୍ରକୋଷ୍ଠରେ ରହିବ ସେ ପ୍ରକୋଷ୍ଠରେ ଠାକୁରଙ୍କ ମୂର୍ତ୍ତି l କାନ୍ଥ ସାରା ବିଭିନ୍ନ ଦେବା ଦେବୀଙ୍କ ଫୋଟୋ ଲଗେଇ ଦେଇଛି l ଘର ଭିତରୁ ଚନ୍ଦନ, ଧୂପ, ଦୀପର ବାସ୍ନା ଆସୁଥାଏ l ବୋଉ ବହୁତ ଖୁସି ହୋଇ ସୁମନ୍ କୁ ଆଶିର୍ବାଦ ଢାଳି ଗଲା l ଥରକୁ ଥର ଠାକୁରକୁଂ ଯାଇ ପ୍ରଣାମ କରୁ ଥାଏ l

ଆଉ ତ ଆଉ ରାତ୍ର ଭୋଜନର ବ୍ୟବସ୍ଥା ଦେଖି ସେ ଆଖିକୁ ବିଶ୍ୱାସ କରି ପାରିଲାନି l ବୋଉର ଯାହା ସବୁ ପସନ୍ଦ ସେଇଆ ସବୁ ରନ୍ଧା ହୋଇଛି l ଭାତ, ହରଡ ଡାଲି, ବଡି ଦିଆ ଶାଗ, ସନ୍ତୁଳା, ବାଇଗଣ ଭଜା l ନିଜେ ରାଜେଶ୍ ବି କୋଉକାଳୁ ଏ ସବୁ ଖାଦ୍ୟ ଖାଇନାହିଁ l

ବୋଉ ବହୁତ ଖୁସି l ରାଜେଶ୍ ଭାବିନେଲା ହୁଏତ ଏହା ସିନେମାର ଟ୍ରେଲର ମାତ୍ର l କାଲିକୁ ସୁମନ୍ ତା ପୂର୍ବ ଅବସ୍ଥାକୁ ଫେରି ଆସିବ l କାରଣ ଯାହା ବି ହେଉ ସେ ବହୁତ ଖୁସି ବୋଉକୁ ଖୁସି ହବା ଦେଖି l ନା ! ସପ୍ତାହେ ହୋଇଗଲାଣି ସୁମନ୍ ର ଆବଭାବରେ କିଛି ପରିବର୍ତନ ହୋଇ ନାହିଁ l ବୋଉ ପସନ୍ଦ ମୁତାବକ ତାକୁ ସବୁ ସୁଖ ସୁବିଧା ସେ ଯୋଗେଇ ଚାଲିଛି l ବୋଉର ପସନ୍ଦ ଅପସନ୍ଦ କଥା ସେ ଲିପିନାନୀକୁ ଫୋନ୍ କରି କେତେବେଳେ ସବୁ ତଥ୍ୟ ସଂଗ୍ରହ କରି ନେଇଛି ରାଜେଶକୁ ଜଣା ନଥିଲା l

ସୁମନ୍ ପାଖରେ ସବୁ ଥିଲା କିନ୍ତୁ ମା’ ଟିଏ ନଥିଲା l ସେ ମାତୃହୀନା ବାଲ୍ୟ କାଳରୁ l ଏବେ ବୋଉକୁ ଦେଖି ତାର ସେ ଅଭାବ ଦୂର ହୋଇଗଲା ବୋଲି ତାର ମନେ ହେଲା l ମା’ ତ ମା’ ସେ ସହରରେ ରୁହନ୍ତୁ ବା ଗାଁରେ ରୁହନ୍ତୁ, ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ, ଶିକ୍ଷିତା ହୁଅନ୍ତୁ ବା ମୁର୍ଖ କିଛି ଯାଏ ଆସେ ନା, ତାଂକ ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ସବୁଥିରେ ଯେତେ ଅଲଗା ପରିଲକ୍ଷିତ ହୋଇ ଥାଉ ପଛେ କିନ୍ତୁ ସ୍ନେହ ଶ୍ରଧାରେ କେବେ ଭିନ୍ନତା ନଥାଏ l ତାହା ସବୁବେଳେ ଏକା ପରି l

ବୋଉ ରହୁ ରହୁ ମାସେ ରହିଗଲାଣି l କେହି ଯିବାର ନାମ ଧରୁ ନହାଁନ୍ତି ନା ସୁମନ୍ କିଛି କହୁଛି ନା ବୋଉ l ଲିପିନାନୀ ଏହା ଭିତରେ ପାଂଚ ଥର ଫୋନ୍ କରି ସାରିଲାଣି କହିଲେ ସେ ଆସିକି ବୋଉକୁ ନେଇ ଯିବ l ସୁମନ୍ ସଂଗେ ବି ଦେଖା ହୋଇଯିବ କିନ୍ତୁ ସୁମନର ପୁରା ମନ l ବୋଉ ତାଙ୍କ ପୁଅ ଘରେ ଅଛନ୍ତି ଯିବାକୁ ତର ତର ଏତେ କାହିଁକି l ଆଉ କିଛି ଦିନ ରୁହନ୍ତୁ l ବୋଉ ରହୁ ରହୁ ଆହୁରି ଦୁଇ ମାସ ରହିଗଲା l ଏବେ ତାର ତା ଗାଁ ତା ସାନ ପୁଅ ବୋହୁ ନାତି ନାତୁଣୀଙ୍କ କଥା ମନେ ପଡିଲାଣି l ସେ ଯିବାକୁ ବ୍ୟସ୍ତତା ଦେଖେଇଲାଣି l

ସୁମନ୍ ରାଜେଶ୍ କୁ କହିଲା ବୋଉକୁଂ ତାଙ୍କ ଗାଁରେ ଯାଇ ଛାଡି ଦେଇ ଆସିବାକୁ l ତାର ଯଦିଓ ଯିବାକୁ ଇଛା ଅଛି ସେ କିନ୍ତୁ ଏଥର ଯାଇ ପାରିବନି ଭବିଷ୍ୟତରେ କେବେ ସୁବିଧା ଦେଖି ଗାଁ ଆଡେ ବୁଲିଯିବ l ଗଲା ବେଳେ ବୋଉର ଯେତିକି ମନ ଦୁଖ୍ ସୁମନ୍ ର ବି ସେତିକି l କିନ୍ତୁ ସୁମନ୍ କହିଥିଲା ସବୁ ବର୍ଷ ସେ ଯେପରି ଏଠାକୁ ଆସି ତାଙ୍କ ପାଖେ ରହିବେ l ସବୁବେଳେ କାହିଁକି ଗୋଟିଏ ପୁଅ ପାଖରେ ରହିବେ l ରାଜେଶ୍ ବି ତ ତାଙ୍କର ପୁଅ l କୃତ୍ୟ କୃତ୍ୟ ହୋଇଗଲା ରାଜେଶ୍ l ଯାହା ଶୁଣୁଛି ତାହା କଣ ସତ୍ୟ l

ବାଟ ଯାକ ରାଜେଶ୍ କେବଳ ଭାବି ଚାଲିଥାଏ l ସେ ସୁମନ୍ କୁ ଯାହା ଭାବିଥିଲା ସୁମନ୍ ତା ଠାରୁ ଶହେ ଗୁଣେ ଭଲ, କେତେ ଅଲଗା l ଏବେ ସେ ମାନିଗଲା ଯୋଉ ମହା ପୁରୁଷ କହି ଯାଇଛନ୍ତି “ବହିର ମଲାଟରୁ ବହି ଭିତରର ବିଷୟ ବସ୍ତୁକୁ ଅନୁମାନ କରିବା ଠିକ୍ ନୁହେଁ l”ତାହା ଅକ୍ଷରେ ଅକ୍ଷରେ ସତ୍ୟ l ସେ ସିନା ଏ କଥାର ମହତ୍ବ ଆଜି ବୁଝିଲା l ବହୁତ ଲୋକ ବହୁତ ଆଗରୁ ଏ କଥା ବୁଝି ସାରିଛନ୍ତି l

ବୋଉ ଗଲାବେଳେ କିନ୍ତୁ ବେଶ୍ ଅଭିମାନ କରିକି ଗଲା ଏତେ ସୁନ୍ଦର ,ଗୁଣର ବୋହୁ ତାଙ୍କର ତା ସହିତ ରାଜେଶ୍ ଆଗରୁ କାହିଁ ମିଳେଇ ନଥିଲା ବୋଲି l



Rate this content
Log in