କରୋନା
କରୋନା
ମାମା, ମାମା ମତେ ଭୋକ ଲାଗିଲାଣି କିଛି ଟିଫିନ କରିଦିଅ ଜଲଦି।ପୁଅ କଥା ଶୁଣି ଅନୁରାଧା ଟିକେ ଚିଡି ଚିଡା ହୋଇ ରୋଷେଇ ରୁମକୁ ଗଲେ।କହିଲେ,କି କରୋନା ଆସିଲା ବାହାର ଖାଇବା ସବୁ ବନ୍ଦ।ସନ୍ଧ୍ୟା ସମୟରେ ଟିଫିନ କରିବାରୁ ତ ମୁକ୍ତି ଥିଲି। ଏମିତି ଗୁଣୁଗୁଣୁ ହୋଇ ପୁଅ ପାଇଁ ଟିଫିନ କଲାବେଳେ ପଛପଟୁ ଧଡ଼ ଧଡ଼ ର କିଛି ଆବାଜ ଶୁଣାଗଲା।ପଛକୁ ବୁଲି ଦେଖିଲା ବେଳକୁ ସ୍ୱାମୀ ଅନୁପ ହାତରୁ ପାଣି ଗ୍ଲାସ ତଳେ ପଡ଼ିଗଲା।ଅନୁରାଧା ପାଟି କରି ଉଠିଲେ ଗଲା ଗଲା ସବୁ ଗଲା, ମୋ ରୋଷେଇ ଘରକୁ ଆହୁରି ବିନା ହାତ, ମୁଁହ ନ ଧୋଇ ତୁମେ କେମିତି ଆସିଗଲ??ଶୀଘ୍ର ଯାଇ ପ୍ରଥମେ ସାବୁନ ରେ ଗୋଡ, ହାତ ଧୁଅ ତାପେର ଆସ।ଅନୁପ କହି ଉଠିଲେ ଯେମିତି ଯେତେ ସବୁ କରୋନା ଆମରି ଘରେ ପଶି ଆସିବ।
ପୁଅ ସିପୁନ ବାପାଙ୍କ କଥାରେ ତାଳ ଦେଇ କହିଲା।ହଁ ବାବା, ମାମା ମତେ ବି ଦିନକୁ ଦଶ ଥର ହାତ ଧୋ, ଗୋଡ ଧୋ,ମୁଁହ ଧୋ କହି କହି ବିରକ୍ତିଆ କରୁଛନ୍ତି।ଏମିତିରେ ବି କେହି ସାଙ୍ଗ, ସାଥି ସହ ଖେଳିବାକୁ ତ ମାମା ଛାଡୁନାହଁନ୍ତି।କହୁଚନ୍ତୁ କଣ ଗୋଟେ ଲକ ଡାଉନ ହେଇଚି କରୋନା ପାଇଁ ।
ଅନୁରାଧା ଗରମ ଗରମ ଚୁଡା ଉପମା କରି ବାପ, ପୁଅକୁ ଡାକ ଛାଡିଲେ।ଶୀଘ୍ର ହାତ,ମୁଁହ ଧୋଇକି ଆସ ନହେଲେ ଥଣ୍ଡା ହୋଇଯିବ।ଅନୁପ ଓ ସିପୁନ ହାତ ଧୋଇ ଖାଇବାକୁ ଗଲେ।ସିପୁନ କହି ଉଠିଲା ବାବା, ତମେ ଏତେ ଡେରି ଯାଏଁ କୋଠେ ଥିଲ??ଅନୁପ କହିଲେ ନାଇଁ ବା କୁଆଡେ ନାଇଁ ଏମିତି ଘରେ ବସି ବସି ବିଜାର ହଉଥିଲି ତ ସାଙ୍ଗମାନଙ୍କ ସହ ଟିକେ ନଈ କୂଳଆଡେ ବୁଲିବାକୁ ଯାଇଥିଲି।
ଅନୁରାଧା କହିଲେ, କଣ କହିଲ?ନଈ କୂଳ ଆହୁରି ପୁଣି ସାଙ୍ଗମାନଙ୍କ ସହ ?ସତରେ ଅନୁପ ତମେ ଏମିତି ମୁର୍ଖମାନଙ୍କ ପରି ଭଳି କାମ କେମିତି କରି ପାରୁଛ???ଏତେ ସବୁ ହେଲାପରେ ବି ।ତୁମେ କଣ ପାଇଁ ବୁଝୁନ?ଅନୁରାଧା ଟିଭି ଅ
ନ କରି କହିଲେ ଦେଖ ଡକ୍ଟର, ପୋଲିସ କେମିତି ଦିନ ରାତି ଏକ କରି ଆମମାନଙ୍କ ସୁରକ୍ଷା ପାଇଁ କାମ କରୁଛନ୍ତି।ଆମେରିକା, ଉଇରୋପେ,ଇଟାଲୀ ଚାରି ଆଡ଼େ ହା ହା କାର ପଡ଼ିଗଲାଣି।ଆଉ ଇଟାଲୀ କଥା ତ ଛାଡ ତମେ ଯେମିତି କରୋନାକୁ ମଜାରେ ନେଉଛ ସେ ବି ସେମିତି ନେଲା ଆଉ ତାର ପରିଣାମ ସବୁଠୁ ବେଶି କ୍ଷତି ସେଠି।ନେଡି ଗୋଡ଼ କହୁଣୀକୀ ବହିଗଲେ ଆଉ କଣ ଲାଭ ଅଛି?ପ୍ରତିଦିନ ନିୟୁଜ ରେ ଏହି ଖବର ଆଉ ସେଥିପାଇଁ ସରକାରଙ୍କ ଲକ ଡାଉନ କରିଛନ୍ତି ତଥାପି ତମର ସାଙ୍ଗ ସାଥି ନିଶା ଛାଡିନି?ଅନୁପ କହି ଉଠିଲା ହଁ ଯେ?ଅନୁରାଧା କହିଲେ ହଁ ଯେ ପୁଣି କଣ?ନାଇଁ କିଛି ନାଇଁ ଏଇଟା ତ ଆମ ଗାଁ ଆମେ କଣ ସହରରେ ଅଛେ ଯେ ଏ ସବୁ ବେମାର ଆମକୁ ହେବ??ଅନୁରାଧା କହିଲେ ତମେ ସିନା ସହର ଠାରୁ ଦୂରରେ ଅଛ ହେଲେ ତମ ଗାଁରେ ଜମ୍ମୁ, ସୁରାଟରେ କାମ କରୁଥିବା ସବୁ ପିଲା ତ ଗାଁକୁ ଆସିଛନ୍ତି ନା?ଅନୁପ କହିଲା ହଁ ଠିକ କଥା।ସତରେ କରୋନା ବହୁ ବିପଦ।ସିପୁନ କହିଲା ବାବା, ମାମା ଯାହା କହିଲେ ବୁଝିଲ ତ?ଏଥର ଆଉ ବାହାରକୁ ଆଉ ସାଙ୍ଗ ସାଥି ମିଶିବା ବନ୍ଦ କର।ନ ହେଲେ ଆମେ ହିଁ ବିପଦକୁ ଟାଣି ଆଣିବା।
ରାତି ନ ପାଉଣୁ ଦାଣ୍ଡରେ ଅନୁପ ଅନୁପ ବୋଲି କିଏ ଗୁରାଳି ଛାଡ଼ୁଛି?ଅନୁରାଧା,ଅନୁପକୁ କହିଲେ ଯାଇକି ଦେଖ ତ କିଏ?ଅନୁପ ଯାଇ ଦେଖିଲେ ତାଙ୍କର ଖଟି କରୁଥିବା ସାଙ୍ଗମାନେ ଆସି ଡାକୁଛନ୍ତି।କଣ ଅନୁପ ଆଜି
ଯିଵାନିକି?ନଈ କୂଳକୁ?ଅନୁପ କହିଲେ ନା ନା ଆଉ ଭୁଲ କରିବାନି।
କରୋନା ପାଇଁ ସାଙ୍ଗ ସାଥି ହୋଇ ମିଶିବା ,ଗୁଲି ଖଟି କରିବା ସବୁ ବନ୍ଦ।ସଜାଗ ହୁଅ, ସୁରକ୍ଷିତ ରୁହ।ଦିନକୁ ଦିନ କରୋନା ରୋଗୀ ସଂଖ୍ୟା ବଢିବାରେ ଲାଗିଛି।ଏମିତି ଅନେକ କିଛି ଅନୁପ ସାଙ୍ଗ ସାଥୀଙ୍କୁ କହିଲା।ଅନୁପ କଥାରେ ସବୁ ସାଙ୍ଗ ଯେଝା ଘରକୁ ଗଲେ ଆଉ ତା ପରଠୁ ସବୁ ବନ୍ଦ।ଅନୁପ,ଅନୁରାଧାଙ୍କୁ କହିଲା ସତରେ ତମେ ସମସ୍ତଙ୍କୁ ବିପଦରୁ ରକ୍ଷା କରି ଦେଲ।