Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sunanda Mohanty

Others

3  

Sunanda Mohanty

Others

କରୋନା

କରୋନା

2 mins
12.2K


ଲକଡାଉନ ପ୍ରଭାବରେ କେତେକ ଆଶ୍ୱସ୍ତ, କେତେକ ଆଶଙ୍କିତ ପୁଣି କିଏ କେବେ ସ୍ତସ୍ତ୍ର ଓ ଭିତ, ଭବିଷ୍ୟତକୁ ନେଇ, ହେଲେ ମିନି ଅପା ବହୁତ ଖୁସି ଥିଲା, ସବୁଦିନ ଏଇ ପଶୁପକ୍ଷୀ ଗୁଡ଼ାଙ୍କ କଥା ଭାବେ ସେ, ହେଲେ କରିପାରେ କଣ? କିଛି ନାହିଁ, ହେଲେ ଏଇ କେତେଦିନ ଦିନ ହେଲାଣି ମନେ କରି ତଳକୁ ଯାଇ ଦୁଇ ଓଳି କୁକୁରଙ୍କୁ ଖାଦ୍ୟ ଦେଇ ଆସୁଛି । ପରିବା ଚୋପା, ପେଜ ଇତ୍ୟାଦି ଦାଣ୍ଡଦୁଆରେ ରଖା ଯାଇଥିବା କୁଣ୍ଡରେ ବୁଲା ଷଣ୍ଢ ଛେଳି ଇତ୍ୟାଦିଙ୍କ ପାଇଁ ଢାଳି ଆସୁଛି। ମାଙ୍କଡ଼ ମାନେ ଖାଇବାକୁ ନପାଇ ଘରେ ଉତ୍ପାତ କରନ୍ତି, ହେଲେ ଏଵେ କଅଁଳିଥିବା ପତ୍ର ଗୁଡିକ ଧୂଳି ମଳି ଜମି ନଥିବାରୁ ସେମାନଙ୍କୁ ଖାଇବାରେ ଆଉ ଅସୁବିଧା ନାହିଁ ଅନୁଭବ କରି ନିଜ ଭିତରେ ବହେ ଆମୋଦ ଅନୁଭବ କରୁଛନ୍ତି ମିନିଅପା । ତଥାପି ମାଙ୍କଡ଼ ମାନଙ୍କୁ ଓ ବୁଲା ଗୋରୁ ଗାଇ ଛେଳିଙ୍କୁ ଖାଦ୍ୟ ଦିଆ ଯାଉଥିବାର ଦୃଶ୍ୟରେ ଆମୋଦିତ ମିନିଅପା।କରୋନା ନ ଆସିବା ପୁର୍ବରୁ ମଣିଷର ଏ ଚେତନା ଓ ଚୈତନ୍ୟ କୋଉଠି ଥିଲା କେଜାଣି। 

       ସରକାରଙ୍କର ବହୁମୁଖୀ ବାସ୍ତବ ଧର୍ମୀ ଯୋଜନା ଭିତରୁ ପାଞ୍ଚ ଟଙ୍କିଆ ଡାଲମା ଭାତର ପ୍ରସାରଣ ସିନା ବନ୍ଦ ହେଇଛି ହେଲେ ଭଲ ହେଇଛି ବୋଲି ମିନି ଅପା ମନେ ମନେ କୁରୁଳୁ ଥିଲେ ଏଇଥି ପାଇଁ ଯେ ଗରିବ ଭୋକି ଦୁଃଖି ପାଗଳ, ଭିକାରୀ ଅପେକ୍ଷା ବେଶି ଭଲ ଲୋକ ମାନେ ହିଁ ଫାଇଦା ମାରୁଥିଲେ, ଏଵେ ବରଂ ସେମାନେ ସମେସ୍ତେ ସେ ସୁଯୋଗ ପାଉଛନ୍ତି । ଗଛପତ୍ର ଗୁଡା ସବୁଜିମାରେ ଭରି ଯାଇଛନ୍ତି ଆଉ ମନ ଭରି ଖୁବ କିଚିରି ମିଚିରି ହଉଛନ୍ତି, ମିନିଅପାଙ୍କ ତଳପଟ ଘରେ ଝରକା ଡେଇଁ କେତେ ପ୍ରକାର ଚଢେଇ ମାନେ ଚାଲିଆସୁଛନ୍ତି । କରୋନା ତାଙ୍କୁ ସ୍ବାଧୀନତାର ସ୍ୱାଦ ଚଖେଇ ଦେଇଛି ଏକ ରକମର ।

     ଟିଭି ଦେଖିବାକୁ ଯାଇ ବଡ ବୋର ହେଇଯାନ୍ତି ମିନି ଅପା । କୋଉଠି ହତ୍ୟା, କୋଉଠି ଆକସିଡେଣ୍ଟ, କୋଉଠି ଧର୍ଷଣ, କୋଉଠି ବାଡିଆ ବାଡ଼ି, ସେସବୁ ଖବରରୁ ମୁକ୍ତି ପାଇ ଆଉ କୋଉ ଚାନେଲ ଲଗାନ୍ତି ତ ଖାଲି ଶାଶୁ ବୋହୁ ଟକର ତ କୋଉଠି ପାରିବାରିକ ଚକ୍ରାନ୍ତ, ପୁଣି କୋଉଠି ନରବଳି ତ କୋଉଠି ଅଶ୍ଳୀଳ ଗୀତ ନାଚ,ପୁଣି କୋଉ ଚାନେଲରେ ୱାଇଲଡ ଲାଇଫ ନାମରେ ମଣିଷ ଭକ୍ଷ କରୁଛି ଜିଅନ୍ତା ଜୀବଜନ୍ତୁ, ଛି ଛି ଅଭକ୍ଷ, ଯା ହେଉ ସେସବୁ ବି ଛଡେଇ ନେଇଛି କରୋନା । ହେଲେ ସେଦିନ ଏମିତି ସବୁ କିଛି କରୋନା ସପକ୍ଷ ରେ କହି ପରିବାର ଲୋକଙ୍କର ଆକ୍ରୋଶର ଶିକାର ହଉ ହଉ ହଠାତ ଦେଖାଗଲା ବାଦୁଡ଼ିଟିଏ ଘରକୁ ପଶି ଆସି ବାଟ ନ ପାଇ ଫ୍ୟାନରେ ବାଜି ତଳେ ପଡିଗଲା ତ ଦୌଡ଼ି ଆସିଲେ ସମେସ୍ତେ ।

     କିଏ ଡେଟଲ କିଏ କପଡା, କିଏ ତାପାଇଁ ଖାଦ୍ୟ, ତ କିଏ କାଗଜ ପେଟି ରହିବା ପାଇଁ, ପୁଣି ପ୍ରାର୍ଥନା ତାର ଆରୋଗ୍ୟ ପାଇଁ, କିଛି ଖାଉନଥିଲା ବାଦୁଡ଼ିଟା । ଉଡିବାକୁ ଚେଷ୍ଟା କରି ଉଡିବି ପାରୁନଥିଲା ହେଲେ ତା ସେବାରେ ସମସ୍ତଙ୍କର କିଛି ନା କିଛି ସମୟ ଯାଉଥିଲା ତା ଉପଚାରରେ । ଏଇ ବାଦୁଡ଼ିକୁ ମାରି ଲୋକେ ଖାଆନ୍ତି କଫ କାଶ ଶ୍ୱାସ ପାଇଁ, "ଏଵେ ତ କରୋନା ପାଇଁ ଏହି ପକ୍ଷୀ ମାରି ଖାଇଲେ ହୁଅନ୍ତା ବୋଧେ,"ମିନି ଅପା କହୁଥିଲେ ତ ସ୍ୱାମୀ, ପୁଅ, ଝିଅ, ସମେସ୍ତେ ବଡ଼ବଡ଼ ଆଖିରେ ତାଙ୍କୁ ଚାହିଁ କହୁଥିଲେ, ଏମିତି କଣ କହୁଛୁ, ପକ୍ଷୀଟି ଭଲ ହେଇଯାଉ । ହେଲେ ପକ୍ଷୀଟି ତା ପରଦିନ ସକାଳକୁ ଜୀବନ୍ତ ନଥିଲା, ବାଡ଼ିପଟେ ତାକୁ ପୋତା ପୋତି କରି ସମସ୍ତଙ୍କ ମନ ଦୁଃଖ, ମିନି ଅପା କିନ୍ତୁ ହଠାତ ପ୍ରଳାପ କରୁଥିଲେ, ଯାହେଉ, ଆମଘରେ ଶାନ୍ତିରେ ମଲା, ନହେଲେ ତା ଦେହରୁ କରୋନା ଭାଇରସ ଆସିବ କହି ମାରିଦେଇ ଥାଆନ୍ତେ । କେହିକିଛି ବୁଝିବା ପୂର୍ବରୁ ମିନି ଅପା ଖାଲି ଗୁଣୁଗୁଣଉ ଥିଲେ ଧନ୍ୟବାଦ କରୋନା ହେଲେ କିଛି ସମୟ ଶୂନ୍ୟକୁ ଅନେଇ ଦାଣ୍ଡଦୁଆରେ ଥିବା ବରଗଛରୁ କାଳେ ପୁଣି ବାଦୁଡ଼ି ଘରକୁ ଚାଲିଆସିବ, ସେଥିପାଇଁ ସ୍କ୍ରିନ ଟାଣିଲା ବେଳେ ପୋଲିସ ଗାଡିର ସାଇରନ ଶୁଭୁଥିଲା ଦୂରରୁ।


Rate this content
Log in