କରୋନା ଦୁର୍ଦ୍ଦଶାରେ ଚାଷୀ
କରୋନା ଦୁର୍ଦ୍ଦଶାରେ ଚାଷୀ
କରୋନା ଲାଗି ଚାଷିମାନେ ଯେତିକି କ୍ଷତି ସହିଛନ୍ତି ପ୍ରକୃତରେ ଭାରି କଷ୍ଟକର। ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କଠୁ ପରିବା କିଣାକିଣି କରିବା ସମୟରେ ମୂଲଚାଲ କରିବା ଠିକ୍ ନୁହଁ। ସମସ୍ତେ ଏକଥା ବୁଝିବା ଦରକାର। ପରିବା କିଣିଲା ବେଳେ ଆଜି ସେହି ଚାଷୀକୁ ଦେଖି ଭାରି କଷ୍ଟ ଲାଗିଲା।ଦରକୁ ନେଇ ଗୋଟିଏ ବ୍ୟକ୍ତିଙ୍କର ଚାଷୀଙ୍କ ସହ ଚାଲିଥିଲା ମୁଲଚାଲ।ମଣିଷମାନଙ୍କର ପ୍ରକୃତରେ ପ୍ରକୃତି ଖରାପ।
ଆଲୁତୁଫାଲୁତରେ ସହ ସହ ଟଙ୍କା ଖର୍ଚ କରୁଥିବେ କିନ୍ତୁ ପରିବା କିଣିଲା ବେଳକୁ ଦରଦାମକୁ ନେଇ ମୂଲଚାଲ କରନ୍ତି। ସେ ବ୍ୟକ୍ତି ଜଣକ ଚାଲିଗଲା ପରେ ଚାଷିସହ କଥାବାର୍ତ୍ତା କଲାବେଳେ ଜାଣିବାକୁ ପାଇଲି ବେପାରୀମାନେ ଚାଷୀ ମାନଙ୍କ ଠାରୁ ଜବରଦସ୍ତି କମ୍ ମୂଲ୍ୟରେ ନେଇ ଚଢା ଦରରେ ଗ୍ରାହକ ମାନଙ୍କୁ ବିକ୍ରି କରୁଛନ୍ତି। ସେ ଚାଷୀଟି ଯେତିକି ଦୁଃଖ ପ୍ରକାଶ କରୁଥିଲା ପ୍ରତିବର୍ଷ କଣ ନା କଣ ହୋଇ ଦାଉ ସାଧୁଛି ଚାଷିକୂଳକୁ।ସବୁ ବର୍ଷ ବାତ୍ୟା,ମରୁଡିରେ ବିଶେଷ କ୍ଷତି ହେଉଥିଲା।
କିନ୍ତୁ ଏ ବର୍ଷ କି ମହାମାରୀ କରୋନା ଆସିଲା ଜୀବନରେ କେବେ ଦେଖିନଥିଲି।ବାହାରକୁ ବାହାରିଲେ କରୋନାର ଭୟ।ପେଟ ପାଇଁ ଦାନା ଆଗ ।ଟମାଟ, ବାଇଗଣ, ପିଆଜ, କୋବି ଚାଷ କରିଥିଲି ଅଦିନିଆ ବର୍ଷାରେ କିଛି ଖରାପ ହୋଇଯାଇଥିଲା ଆଉ କଣ ଟିକେ ଚାଷ ଜମିରେ ଥିଲା ତାକୁ ବିକ୍ରି କରିବାକୁ ଭାବିଥିଲି।
ଦୂର ଯାଗାକୁ ଯାଇ ପାରୁ ନାହିଁ, ଯାନବାହାନ ମଟରଚଳାଚଳ ବନ୍ଦ। କରୋନା ଲାଗି ଭୟ ଲାଗୁଛି।ତଥାପି ବଞ୍ଚିବୁ କେମିତି? ପଚାଶ ହଜାର ଟଙ୍କା ଋଣ କରି ପ୍ରାୟ ଚାରି ଏକର ଜମିରେ ବିଲାତି ଚାଷ କରିଥିଲି ।କଟକଣା ଲାଗୁ ହେବା ପୂର୍ବରୁ କିଛି ବିକ୍ରି କରିଥିଲି ।ଲକ୍ ଡାଉନ ପରେ ବଜାରକୁ ଆଣି ପାରିଲି ନାହିଁ। ଯାହା ଫଳରେ କ୍ଷେତରେ ଟ୍ରିପ୍ ଟ୍ରିପ୍ ବିଲାତି ପଚିଶଢି ଗଲାଣି।ଅଧିକାଂଶ ଗଛରେ ପାଚି ଝଡି ପଡିଲାଣି। ଏମିତି ଅବସ୍ଥାରେ ଋଣ ଟଙ୍କା ତଥା ଧାରକରଜ କେମିତି ସୁଝିବି?କେନ୍ଦ୍ର ସରକାରଙ୍କର ତରଫରୁ ଚାଷୀମାନଙ୍କୁ ଏ ପରିସ୍ଥିତିରେ ଯେଉଁ ସାହାର୍ଯ୍ୟ ମିଳିଛି ଉତ୍ପାଦନ ଖର୍ଚ ଠାରୁ ବହୁତ କମ୍ ଯାହାକୁ ସମୁଦ୍ରକୁ ସଂଖେ ପାଣି ସଦୃଶ।