STORYMIRROR

TASNEEM SULTANA LADLEE

Children Stories Inspirational Children

4  

TASNEEM SULTANA LADLEE

Children Stories Inspirational Children

କ୍ରୋଧ

କ୍ରୋଧ

2 mins
383

କ୍ରୋଧ


ଉଷା ଶ୍ରେଣୀର ସବୁଠାରୁ ଶୃଙ୍ଖଳିତ ପିଲା । ସେ ପାଠ ପଢାସହ ଖେଳରେ ମଧ୍ୟ ବିଶେଷ ଋଚି ରଖେ। ସେଇଥି ପାଇଁ ତାକୁ "ଶ୍ରେଣୀ କ୍ରିକେଟ ଟିମ"ର କ୍ୟାପଟେନ ଋପେ ନିର୍ବାଚିତ କରାଯାଇଛି ।ଉଷାର କ୍ୟାପଟେନସିପରେ ତାଙ୍କ ଦଳ ତିନି ତିନି ଥର ଜିଣି ଥିବାରୁ ସେ କ୍ରିଡା ଶିକ୍ଷକଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା । ବିଦ୍ୟାଳୟରେ ଉଷା ଜୁନିୟର ଥିଲେ ମଧ୍ୟ ତା'ର ପ୍ରତିଭା ଯୋଗୁଁ ସେ "ବିଦ୍ୟାଳୟ ସ୍ତରୀୟ ଟିମ"ରେ ମଧ୍ୟ କ୍ୟାପଟେନ ପଦର ଅଧିକାରି ହୋଇଗଲା ।

ସେଇ ବର୍ଷ ବିଦ୍ୟାଳୟରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣାମେମେଣ୍ଟର ଆୟୋଜନ କରାଯାଇ ଥାଏ । ସମସ୍ତଙ୍କ ନଜର ଉଷା ଉପରେ ଥାଏ । ପ୍ରଧାନ ଶିକ୍ଷକ ଓ କ୍ରିଡା ଶିକ୍ଷକ ଉଷାର ଦକ୍ଷତା ଉପରେ ଆଲୋଚନା କରୁଥାନ୍ତି । ଟୁର୍ଣାମେଣ୍ଟ ଦିନ ଯେତିକି ପାଖେଇ ଆସୁଥାଏ ଖେଳାଳୀମାନଙ୍କ ଉତ୍ସାହ ସେତିକି ବଢି ବଢି ଯାଉଥାଏ । ଶେଷରେ ଖେଳ ଆରମ୍ଭ ହେଲା । ଉଷା ସେଇ ଟିମରେ ସେଞ୍ଚୁରି ମାରି ସମସ୍ତଙ୍କ ହୃଦୟ ଜିତିଥିଲା । ହେଲେ ସେ ଅଧିକ ସମୟ ପିଚ୍ ରେ ତିଷ୍ଟି ରହି ପାରିଲା ନାହିଁ ।ଅପର ପକ୍ଷ ଟିମ କ୍ୟାପଟେନଙ୍କ ବଲରେ ସେ ବୋଲଡ ଆଉଟ ହୋଇଗଲା ।ସେ ଯିବା ପରେ ପରେ ଅନ୍ୟ ଖେଳାଳୀମାନେ ଚାପଗ୍ରସ୍ତ ହୋଇ ଖେଳିଲେ ।ଜଣେ ପରେ ଜଣେ ରନ ଆଉଟ ହେଲେ । ଏହିପରି ସେମାନଙ୍କ ସ୍କୋର ୨୦୫ରନ୍ ମଧ୍ୟରେ ସୀମିତ ରହିଲା ।

ମଧ୍ୟାହ୍ନ ବିରତି ପରେ ଦ୍ବିତୀୟ ରାଉଣ୍ଡ ଖେଳ ଆରମ୍ଭ ହେଲା । ଉଷା ଟିମକୁ ଠିକ ଭାବରେ ପରିଚାଳନା କରି ପାରିଲା ନାହିଁ । ଏମାନଙ୍କ ଦୁର୍ବଳ ଫିଲଡିଂ ଯୋଗୁଁ ଅପର ପକ୍ଷ ଟିମ ଚୌକା, ଛକା ମାରି ଧୁଆଁଧାର ବ୍ୟାଟିଂ କଲେ ।କୌଣସି ଫିଲଡର କ୍ୟାଚ ହାତଛଡା କଲେ ଉଷା କ୍ରୋଧିତ ହୋଇ ସେମାନଙ୍କୁ ଖରାପ ବ୍ୟବହାର ଦେଖାଉଥାଏ। ଶେଷରେ ଅପର ପକ୍ଷ ଟିମ ବିଜୟର ଟିକା ପିନ୍ଧି ଟ୍ରଫି ପାଇଲା। ଉଷା "ମ୍ୟାନ ଅଫ୍ ଦି ମ୍ୟାଚ" ହୋଇଥିଲେ ମଧ୍ୟ ଟିମ୍ ପରାସ୍ତ ହୋଇଥିବାରୁ ସେ ମନେ ମନେ ବହୁତ କ୍ରୋଧିତ ହେଉଥିଲା ।ଏଇଥି ପାଇଁ ସେ ପ୍ରତିପକ୍ଷ ଟିମ୍ କ୍ୟାପଟେନଙ୍କୁ ହ୍ୟାଣ୍ଡସେକ୍ ମଧ୍ୟ କଲା ନାହିଁ ।ଖେଳ ପରେ ମଧ୍ୟ

ଅତ୍ୟଧିକ କ୍ରୋଧ ଯୋଗୁଁ ସେ ତା ସାଥୀ ଖେଳାଳୀମାନଙ୍କୁ ଖରାପ ବ୍ୟବହାର ଦେଖାଇବାକୁ ପଛେଇଲା ନାହିଁ ।ଉଷା ସେମାନଙ୍କ ଠାରୁ କମ୍ ବୟସ୍କ ଥିବାରୁ ଉଷାର ଏପରି ବ୍ୟବହାରରେ ସେମାନେ ବ୍ୟତିଥ ହେଲେ ।

ତା ଆର ଦିନ ଏକଥା ବିଦ୍ୟାଳୟରେ ଚର୍ଚା ହେଲା । ଉଷା ପରି ଶୃଙ୍ଖଳିତ ପିଲାଠାରୁ ଏପରି ବ୍ୟବହାର କେହିବି ଆଶା କରି ନଥିଲେ ।ଏହି ସମୟରେ କେହି ଜଣେ ଆସି ଖବର ଦେଲେ ଯେ ଉଷା କ୍ରୋଧରେ ଜର୍ଜରିତ ହୋଇ ନିଜର ମୁଣ୍ଡକୁ କାନ୍ଥରେ ପିଟି ଫଟେଇ ଦେଇଛି । ଦେହ ସାରା ରକ୍ତରେ ଭିଜି ଯାଇଛି ।


ଏ ଖବର ଶୁଣି ପ୍ରଧାନ ଶିକ୍ଷକଙ୍କ ସମେତ କ୍ରିଡା ଶିକ୍ଷକ ଓ ଅନ୍ୟ ଖେଳାଳୀମାନେ ତାକୁ ଡାକ୍ତରଖାନାରେ ଭର୍ତି କଲେ । ସଂଧ୍ୟାରେ ସମସ୍ତେ ତାକୁ ଘରେ ଦେଖା କରିବାକୁ ଗଲେ । 

କ୍ରିଡା ଶିକ୍ଷକ କହିଲେ- ପିଲାଏ, ଖେଳରେ ହାରିବା ଓ ଜିତିବା ଲାଗି ରହିଥାଏ । ଏହାକୁ ଶୃଙ୍ଖଳିତ ଭାବେ ମାନି ନେବା ଜଣେ ଖେଳାଳୀର ମହାନତା ଅଟେ । ଖେଳୁଆଳର ମନୋଭାବ ନେଇ ଖେଳରେ ଅଂଶ ଗ୍ରହଣ କରିବା ଓ ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଜଣେ ଶୃଙ୍ଖଳିତ ଖେଳାଳୀର ପରିଚୟ ଅଟେ ।ଉଷାର କ୍ରୋଧ ଯୋଗୁଁ ଫିଲଡିଂର ପରିଚାଳନା ଠିକ ଋପେ ହୋଇ ପାରିଲା ନାହିଁ ।ଯାହାଫଳରେ ବିଚଳିତ ଫିଲଡରମାନେ ସହଜସାଧ୍ୟ କ୍ୟାଚ ଗୁଡିକୁ ହାତଛଡା କଲେ ।

ଉଷା ନିଜର ଭୁଲ ବୁଝି ପାରି ସେଥିପାଇଁ ଅନୁତପ୍ତ ବୋଲି କହିଲା । ସମସ୍ତ ଖେଳାଳୀମାନେ ତା'ର ମ୍ୟାନ୍ ଅଫ୍ ଦି ମ୍ୟାଚ ସଫଳତା ପାଇଁ ତାସହ ହ୍ୟାଣ୍ଡସେକ କଲେ ।


କ୍ରିଡା ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ପାଖରେ ସମସ୍ତ ଟିମ୍ କଥା ଦେଲେ ଏଥର ଆମେ ଏକ ମନ ଓ ଏକ ପ୍ରାଣରେ ଖେଳୁଆଳର ମନ ନେଇ ଖେଳିବା ।ଆମ ବିଦ୍ୟାଳୟ ପାଇଁ ସୁନାମ ଆଣିବା ।



Rate this content
Log in