Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Maheswar sahoo

Children Stories

2  

Maheswar sahoo

Children Stories

କ୍ରୋଦ୍ଧି ସିଂହ

କ୍ରୋଦ୍ଧି ସିଂହ

4 mins
352


ଜଙ୍ଗଲଟି ବହୁତ ବଡ଼ ଥିଲା । ଜଙ୍ଗଲରେ ରହୁଥିଲେ ସବୁ ଜାତିର ପଶୁ ଓ ପକ୍ଷୀ । ଜଙ୍ଗଲରେ ଦୁଇଟି ସିଂହ ରହୁଥିଲେ । ସିଂହ ଦୁଇଟି ମଧ୍ୟରେ ସବୁବେଳେ ଝଗଡ଼ା ଚାଲିଥାଏ । ଜଣେ ସିଂହ ବହୁତ ରାଗି ଥିଲା ବେଳେ ଅନ୍ୟ ଜଣଙ୍କ ବହୁତ ଶାନ୍ତ, ଶିଷ୍ଠ ଓ ଭଦ୍ର ଥିଲା । ଅନ୍ୟ ନିରୀହ ପ୍ରାଣୀ ମାନେ ଏମାନଙ୍କ ଝଗଡ଼ାରେ ବଳି ପଡୁଥିଲେ । ପଶୁମାନଙ୍କର କୌଣସି ସ୍ୱାଧୀନତା ନ ଥିଲା । ସମସ୍ତେ ବାହାରକୁ ବାହାରିବାକୁ ଭୟ କରୁଥିଲେ । କକୁଆ ଭୟ ମାଡି ଆସିଲା ଭଳି ଜଙ୍ଗଲଟି ବହୁତ ସୁନ ସାନ ଲାଗୁଥିଲା । ଶାନ୍ତ ସରଳ ସିଂହଟି ବିଚାର କଲା କଣ ଏମିତି ପ୍ରାଣୀ ମାନେ ହନ୍ତ ସନ୍ତ ହୋଇ ଜୀବନ କଟେଇବେ । ଏହି ଜଙ୍ଗଲର କଣ କୌଣସି ନ୍ୟାୟ ବିଚାର ରହିବ ନାହିଁ । ଏମିତି ସବୁବେଳେ ଭାବି ଚାଲେ । ସେହି ଜଙ୍ଗଲ ମଧ୍ୟରେ ଗୋଟିଏ ମହାବଳ ବାଘ ଥାଏ । ବାଘଟି ବହୁତ ସାହସୀ ଥିଲା । ସେ ନିରୀହ ସିଂଘଟିର ବନ୍ଧୁ ଥିଲା । ଦିନେ ନିରୀହ ସିଂହ ଓ ବାଘ ଦୁଇଜଣ ଗୋଟିଏ ସଭା କଲେ । 

    ଦୁଇ ଜଣ ସଭା କରୁଥିଲା ବେଳେ ରାଗୁଆ ସିଂହଟି ଆସି ପହଞ୍ଚି ଗଲା ଓ କହିଲା ତମ ଦୁଇଜଣଙ୍କ ସାହସ କେମିତି ହେଲା ଏମିତି ବସି କଥା ବାର୍ତ୍ତା ହେବାକୁ । ୟେ ଜଙ୍ଗଲ ମୋର । ଏହି ଜଙ୍ଗଲର ରାଜା ମୁଁ ଅଟେ । ମୋ ବିନା ଏଇ ଜଙ୍ଗଲରେ କୌଣସି ପତ୍ରଟିଏ ମଧ୍ୟ ଛିଡା ଯିବ ନାହିଁ । ବାଘ ସିଂହ କଥାରେ ରାଗି ଗଲା ଓ କହିଲା ମୁଁ ହେଉଛି ମହାବଳ ବାଘ । ମୁଁ ଚାହିଁଲେ ତୁମକୁ ୟେ ଜଙ୍ଗଲରୁ ବାହାର କରି ପାରିବି । ୟେ ଜଙ୍ଗଲ ମୋ ବାପା ଓ ଗୋସିବାପା ମାନେ ତିଆରି କରିଛନ୍ତି । ଆଉ ତମେ ଆମ ଉପରେ ଦାଦା ଗିରି କରି ପାରିବ ନାହିଁ । ଏମିତି କହି ବାଘ ଗର୍ଜନ କରିବାକୁ ଲାଗିଲା । ହେଲେ ସିଂହକୁ ବାଘ କଥାରେ ଆହୁରି ଅଧିକ ରାଗ ଆସିଲା । ସେ ଏତେ ରାଗି ଯାଇଥିଲା ଯେ ପୁରା ନିଆଁ ଭଳି ଜଳି ଗଲା । ବାଘ ଉପରକୁ ଲମ୍ଫପ୍ରଦାନ କଲା । ବାଘ ଓ ସିଂହର ଲାଗିଲା ଘୋର ଲଢେଇ । କେହି କାହାରିକୁ ଛାଡିବାର ନ ଥିଲେ । ଦୁଇ ଜଣଙ୍କ ଲଢେଇରେ ଜଙ୍ଗଲ କମ୍ପି ଉଠୁଥିଲା । ହେଲେ ନିରୀହ ସିଂଘଟି ବିଚରା କାହାକୁ ବୁଝେଇବ । ଗର୍ଜନ କରି ମଝିରେ ମଝିରେ କହିଦେଉଥାଏ ଶାନ୍ତ ହେଇ ଯାଅ । ଶାନ୍ତ ହେଇଯାଅ । ହେଲେ କେହି ନ ଶୁଣି କାମୁଡ଼ା ରାମ୍ପୁଡ଼ା ହେଉଥାନ୍ତି । ଗଡି ଯାଉଥାନ୍ତି ଏପଟରୁ ସେପଟ । 

    ବାଘ ଓ ସିଂହର ଲଢେଇରେ ଅନ୍ୟ ପଶୁମାନେ ବହୁତ ଖୁସି ହେଉଥାନ୍ତି । କେହି କାହାରିକୁ ଛାଡିବାର ନାହିଁ । ସେଇ ବାଟ ଦେଇ ଶିଆଳଟିଏ ଯାଉଥିଲା । ଦେଖିଲା ବାଘ ଓ ସିଂହଙ୍କର ଲଢେଇ । ଆଉ ଚିନ୍ତା କଲା ଏଇ ଦୁଇଜଣ ଜଙ୍ଗଲରେ ଯିବ ଜନ୍ତୁଙ୍କର ବଞ୍ଚିବା କଷ୍ଟ କରି ଦେଲେଣି । ଏମାନଙ୍କୁ ଶାସ୍ତି ମିଳିବା ଦରକାର । ତେଣୁ ବିଲୁଆ ବଡ଼ ଚତୁର ଯେ । ନିଜର ବୁଦ୍ଧି ଖର୍ଚ୍ଚ କଲା । ଭାବିଲା ଏମାନେ ଦୀର୍ଘ ସମୟ ଧରି ଲଢ଼ିଲେଣି ତେଣୁ ଏମାନେ ଯଦି ଆଉ କିଛି ସମୟ ଲଢ଼ିବେ ତେବେ ନିଶ୍ଚୟ ମୃତ୍ୟୁ ମୁଖକୁ ଜିବେ । ଏମିତି ଭାବି ହୁକେ ହୁ ଆରମ୍ଭ କଲା ଆଉ କହିଲା ମହାବଳ ବାଘ କେବେ ହାରି ପାରେନା । ପ୍ରାଣ ଯାଉ ହେଲେ ପଣ ରହୁ । ମହାବଳ କେବେ ପଛ ଘୁଞ୍ଚା ଦିଏନି କି ଦେବେନି । ମହାବଳ ହାରିବା ଅବସ୍ଥା ଦେଖି ଉଷକେଇବା ଲକ୍ଷରେ ଲାଗି ପଡିଲା ଶିଆଳ । ହାରି ବାକୁ ଯାଉଥିବା ମହାବଳ ଦେହରେ ଏକ ନୂତନ ଶକ୍ତିର ସଞ୍ଚାର ହେଲା । ଶିଆଳ କଥା ଶୁଣି ଭାବିଲା ଯଦି ମୁଁ ହାରିଯାଏ ତେବେ ଆଉ ଜଙ୍ଗଲରେ ମୁହଁ ଦେଖେଇ ହେବ ନାହିଁ । ତେଣୁ ପ୍ରଖର ବେଗରେ ସମ୍ପୂର୍ଣ ଶକ୍ତି ଲଗେଇ ଝାମ୍ପି ମାରିଲା ମହାବଳ । ଆହୁରି ରକ୍ତାକ୍ତ ହେଇ ଗଲା ସିଂହ । ହେଲେ ସିଂହ ବଞ୍ଚିଥିବା ଯାଏ ପଛ ଘୁଞ୍ଚା ଦିଏ ନାହିଁ । ସିଂହ ମଧ୍ୟ ଆକ୍ରମଣ କରିଥିଲା ରାଜା ଭଳି । ସେ ଯଦି ହାରିଯାଏ ତେବେ ଜଙ୍ଗଲରେ ରହିବା କଷ୍ଟ । ତେଣୁ ହାରିବା ଠାରୁ ଲଢ଼ି ଲଢ଼ି ମରିବା ଭଲ । ଏମିତି ଭାବି ମହାବଳ ଉପରେ ଆକ୍ରମଣ କରିଚାଲିଥାଏ । ଏମିତି ଆକ୍ରମଣ ଓ ପ୍ରତ୍ୟାକ୍ରମଣ ମଧ୍ୟରେ ଉଭୟ ଶୋଷ ଓ ଭୋକରେ ଜର୍ଜରିତ ହୋଇଗଲେ । ଏବେ ସାହା କହିଲେ ଶିଆଳ । ହେଲେ କେହି ଶିଆଳକୁ ପାଣି ମାଗିପାରୁନାହାନ୍ତି କାରଣ ଜଣେ ବିଶ୍ରାମ ନେବାକୁ ଚାହିଁଲେ ଅନ୍ୟ ଜଣଙ୍କର ଆକ୍ରମଣର ଶିକାର ହେବାକୁ ପଡିବ । ବାଘ ଭାବୁଥାଏ ଯଦି ମୁଁ ଏଇ ଛାର ଶିଆଳକୁ ସାହାଯ୍ୟ ମାଗିବି ନାଁ ନାଁ ଏଇଟା ସମ୍ଭବ ନୁହେଁ । ସିଂହ ମଧ୍ୟ ଏମିତି ଭାବୁଥାଏ । ଦୁହିଁଙ୍କ ମଧ୍ୟରେ ଲଢେ଼ଇ ଦୁଇ ଦିନ ଚାଲିଗଲା । ହେଲେ କେହି କାହାକୁ ଛାଡିବାର ନୁହେଁ । ଦୁହେଁ ବହୁତ ଜିଦି ଖୋର ଆଉ ଶିଆଳ ଏପଟ ସେପଟ ହେଇ ଯିଏ ଟିକେ ବସିବାକୁ ଯାଉଛି କି ଥକି ପଡୁଛି ତାକୁ ଉସୁକେଇବାରେ ବ୍ୟସ୍ତ ଥାଏ । ମହାବଳ ଟିକେ କ୍ଲାନ୍ତ ହୋଇ ବସି ପଡିଲେ ଶିଆଳ କହୁଥାଏ ଶେଷରେ ହାରି ଗଲତ । ହଉ ହରିଗଲ ହାରି ଗଲ ଏବେ ଏଠୁ ପଳେଇ ଯାଅ । ନ ହେଲେ ସିଂହ ତମକୁ ମାରିଦେଵ । ସିଂହ ଟିକେ ଥକି ବସିଗଲେ ସେମିତି ସିଂହକୁ କହୁଥାଏ । ସିଂହ କହୁଥାଏ ନାହିଁ ନାହିଁ ମୁଁ ହାରିବା ଲୋକ ନୁହେଁ । ମାରିବା ଯାଏ ଲଢ଼ିବି । ଏମିତି କହି ମାଡି ବସୁଥାଏ ସିଂହ ମହାବଳ ବାଘ କୁ । ଶେଷରେ ଦୁଇଜଣଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥାଏ । ଶେଷରେ ଦୁଇଜଣଙ୍କ ପାଦ ଆଉ ଚଳିଲା ନାହିଁ । ଶୋଷରେ ପାଟି ଶୁଖି ଯାଉଥାଏ । ଦୁହେଁ ପାଣି ଖୋଜିବା ଲକ୍ଷରେ ଦେଖିଲେ ଆଖ ପାଖରେ କୌଣସି ପୋଖରୀ କି ଝରଣା ନାହିଁ । କୁଆଡେ ଜିବେ । ଶିଆଳକୁ ନେହୁରା ହେଲେ ଆମେ ଆଉ ଲଢ଼ି ପାରିବୁନି ପାଣି ମୁନ୍ଦାଏ ଦେ । ଶିଆଳ କହିଲା ପାଣି ପିଇବାକୁ ହେଲେ ତୁମକୁ ଏଠାରୁ ଦୁଇ ମାଇଲ ବାଟ ଯିବାକୁ ପଡ଼ିବ । ଯାଇପାରିବତ ଆସ । ହେଲେ ଦୁଇଜଣଙ୍କ ପାଦ ଆଉ ଉଠୁ ନ ଥାଏ । ଶେଷରେ ଚତୁର ଶିଆଳ କହିଲା ତମେ ପାଣି ନୁହେଁ ରକ୍ତ ପିଇବ କି କୁହ?

ଦୁହେଁ ଏକ ସାଙ୍ଗରେ କହିଲେ ," ଏଁ ରକ୍ତ ! କଉଠି ଅଛି କୁହ ? ଜଲ୍ଦି କୁହ ।"

 ଶିଆଳ କହିଲା ଗୋଟେ କାମ କର ଦୁଇ ଜଣ ଜଣେ ଅନ୍ୟର ତଣ୍ଟିକୁ ଫୁଟେଇ ଦିଅ ଆଉ ପ୍ରବଳ ରକ୍ତ ବାହାରିବ । ଆଉ ଯିଏ ପ୍ରଥମେ ଅନ୍ୟର ଫୁଟେଇବ ସିଏ ପ୍ରଥମେ ତାର ଶୋଷ ମେଣ୍ଟେଇବ । ବାଘ ଓ ସିଂହ ଦୁଇ ଜଣ ଶିଆଳ କଥାରେ ବହୁତ ଉତ୍ସାହିତ ହୋଇ ଗଲେ । ହଁ ବିପଦ ସମୟରେ ଏକ ଭଲ ବୁଦ୍ଧି ଦେଇଛ ଶିଆଳ ଭାଇ କହି ଦୁହେଁ ଦୁହିଁଙ୍କ ତଣ୍ଟିକୁ ଫୁଟେଇ ଦେଇ ରକ୍ତ ପିଇବାରେ ଲାଗିଲେ । ହେଲେ ରକ୍ତ ପିଇଲେ ଶୋଷ ମେଣ୍ଟିଯାଏ ସିନା । ନିଜ ରକ୍ତରେ କାହାର ଶୋଷ ମେଣ୍ଟିଛି ଯେ । ଦୁହେଁ ପ୍ରାଣ ତ୍ୟାଗ କରିଥିଲେ ଓ ଶିଆଳର ଚାଲାକି ପାଇଁ ପୁରା ଜଙ୍ଗଲ ସୁରକ୍ଷିତ ହୋଇ ଯାଇଥିଲା । ନିରୀହ ସିଂହ ବିଲୁଆକୁ ମନ୍ତ୍ରୀ କରି ନିଜ ଜଙ୍ଗଲର ଦାୟିତ୍ୱ ନେଇ ରାଜା ଭାବରେ ସୁଖରେ ରାଜ୍ୟର ଭାର ନେଇ ସୁଖ ସ୍ୱଚ୍ଛନ୍ଦରେ ରାଜ୍ୟ ଶାସନ କରିଥିଲେ । ସେଇ ଦିନ ଠାରୁ ଜଙ୍ଗଲରେ କୌଣସି ଦୁଃଖ ଆସି ନ ଥିଲା ।


Rate this content
Log in