STORYMIRROR

TASNEEM SULTANA LADLEE

Children Stories

3  

TASNEEM SULTANA LADLEE

Children Stories

କର୍ମଯୋଗୀ କଲାମ୍

କର୍ମଯୋଗୀ କଲାମ୍

3 mins
271


ତାମିଲ ପରିବାରରେ ଜନ୍ମିତ ଛୋଟ ପିଲାଟିଏ ।ଗରିବ ପରିବାରରେ ଜନ୍ମ ନେଇ ଥିଲେବି ସେ ହୃଦୟରୁ ଧନୀ ଥିଲା ।ଦାରିଦ୍ର୍ୟ ତା ପାଖରେ ହାର ମାନିଥିଲା ।ସେ ସବୁବେଳେ ଖୁସି ରହୁଥିଲା । ପାହାନ୍ତାରୁ ଉଠି ନିଜ ପାଠ ସାରି ପରିବାରର ଆର୍ଥିକ ବୋଝକୁ କମ କରିବା ପାଇଁ ତେନ୍ତୁଳି ମଞ୍ଜି ବିକିବା ,ନଡିଆ ବିକିବା କାର୍ଯ୍ୟ ସହ ରେଳଷ୍ଟେସନରେ ବୁଲି ବୁଲି ଖବରକାଗଜ ବିକୁଥିଲା ।କିନ୍ତୁ ତା ମଧ୍ୟରେ ସେ ଏକ ବିରାଟ ସ୍ବପ୍ନ ଦେଖୁଥିଲା । ଥରେ ସେ ନଡିଆ ଗଛରେ ଚଢିବାକୁ ଚେଷ୍ଟା କରୁଥିବାବେଳେ ତା ବାପା ତାକୁ କହିଲେ ପୁଅରେ ଚଢ ,ଆହୁରି ଉପରକୁ ଚଢ । ଦିନେ ତୁ ଏହାଠୁ ଅଧିକ ଲମ୍ବ ଓ ଦୂରତାର ସଫଳତା ହାସଲ କରିବୁ । ତା ପିତାଙ୍କ ଭବିଷ୍ୟତ ବାଣୀ ସତ ହେଲା ।ବଡ ହୋଇ ସେ ପିଲାଟି ଦେଶର ଶ୍ରେଷ୍ଠ ବୌଜ୍ଞାନିକ ହେଲା । ଦେଶ ଓ ଜାତିର ନାମ ରଖିଲା । ଦେଶର ସୁରକ୍ଷା ପାଇଁ ଭାରତ ସରକାର ତାକୁ ନୂଆ ନୂଆ ମିଜାଇଲ ନିର୍ମାଣର ଦାଇତ୍ବ ଦେଲେ ।ତା'ର କାର୍ଯ୍ୟ ଦକ୍ଷତା ଦେଖି ସରକାର ତାକୁ ମିଜାଇଲ ମ୍ୟାନର ଅାଖ୍ୟା ଦେଲେ । ସେ ପିଲାଟି ଆଉ କେହି ନୁହେଁ ଆମ ଦେଶର ପୂର୍ବତନ ରାଷ୍ଟପ୍ରତି ପ୍ରଫେସର ଡଃ ଏ.ପି.ଜେ ଅବ୍ଦୁଲ କାଲାମ ।କାଲାମ ଜଣେ କର୍ମଯୋଗୀ ମଣିଷ ଥିଲେ ।ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଭଳି ସମ୍ମାନଜନକ ପଦରେ ଥାଇ ମଧ୍ୟ ତାଙ୍କ ମନରେ ସାମାନ୍ୟ ଗର୍ବ ନଥିଲା ।ରାଷ୍ଟପତି ଥିବା ସମୟରେ ତାଙ୍କୁ ଦେଖା କରିବାକୁ ଆସୁଥିବା ତାଙ୍କ ବ୍ୟକ୍ତିଗତ ଅତିଥିଙ୍କ ଆତିଥ୍ୟ ଖର୍ଚ ନିଜ ରୋଜଗାରରୁ କରୁଥିଲେ ।କଲାମ୍ ସରକାରଙ୍କ ରାଜକୋଷରୁ ଖର୍ଚ କରିବାକୁ ପସନ୍ଦ କରୁ ନଥିଲେ । ସେ ମତ୍ସ୍ୟଜୀବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସାକାହାରୀ ଥିଲେ । ସେ କହୁଥିଲେ ଦେଶକୁ ଆଗକୁ ନେବାକୁ ହେଲେ ଏହାକୁ ଆର୍ଥିକ ଓ ସାମରିକ କ୍ଷେତ୍ରରେ ଅଧିକ ସଶକ୍ତ ହେବାକୁ ପଡିବ ।ରାଷ୍ଟ୍ରପତି ଥିବା ସମୟରେ ହଜାର ହଜାର ବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ଯାଇ ପିଲାମାନଙ୍କ ମଧ୍ୟରେ ଏମିତି ଭାବ ବିନିମୟ କରୁଥିଲେ, ସେ ନିଜକୁ ସେମାନଙ୍କ ଗହଣରେ ହଜାଇ ଦେଉଥିଲେ ।ଇଶ୍ବର ବିଶ୍ବାସୀ କଲାମ ପବିତ୍ର କୋରାନ୍ ପାଠସହ ଗୀତାର ଅନେକ ମନ୍ତ୍ର ମନେରଖି ଥିଲେ ।କର୍ମ ହିଁ ସବୁକିଛି । ସେଥିରୁ ସଫଳତା ମିଳିଥାଏ । ସେଥିପାଇଁ ସେ ଜାଗ୍ରତ ସ୍ବପ୍ନ ଦେଖିବା ପାଇଁ ପିଲାମାନଙ୍କୁ ଉପଦେଶ ଦେଉଥିଲେ । ସେ କହୁଥିଲେ ସ୍ବପ୍ନ ଆମକୁ ଆଗକୁ ଯିବା ପାଇଁ ପ୍ରେରିତ କରିଥାଏ । ସ୍ବପ୍ନ ହାସଲ କରିବା ପାଇଁ ଆମର ଚେଷ୍ଟା ଆମକୁ ଶୋଇବାକୁ ଦେଇ ନଥାଏ 

। ୧୯୯୮ ମସିହାରେ ରାଷ୍ଟ୍ରପତି ହେବା ପୁର୍ବରୁ କାଲାମ୍ ସହ ଲେଖକ ଓ୍ବାଇଏସ୍ ରଞ୍ଜନଙ୍କ ଦ୍ବାରା ଲିଖିତ ପୁସ୍ତକ ଥିଲା 'ଭାରତ ୨୦୨୦:ନୂତନ ସହସ୍ର ବର୍ଷ ପାଇଁ ଏକ ଦର୍ଶନ(India 2020:A vision for New Millennium) ।ଏହି ପୁସ୍ତକଟି ଭାରତର ଭବିଷ୍ୟତ ଓ ଏହାର ବିକାଶ ପାଇଁ କାଲାମଙ୍କ ଧାରଣା ବିଷୟରେ ଆଲୋଚନା କରା ଯାଇଛି ।ତାଙ୍କ ଆତ୍ମରଚିତ ପୁସ୍ତକ ଓ୍ବୀଙ୍ଗସ୍ ଅଫ୍ ଫାୟାର୍ ୧୯୯୯ ମସିହାରେ ପ୍ରକାଶିତ ହୋଇଥିଲା ।ଏଥିରେ ଛୋଟ ସହର ରାମେଶ୍ବରମର ଏକ ମଧ୍ୟବିତ୍ତ ଡଙ୍ଗା ଚାଳକଙ୍କ ପୁଅର କ୍ଷେପଣାସ୍ତ୍ର ମଣିଷ(ମିଜାଇଲ ମ୍ୟାନ)ଓ ଦେଶର ରାଷ୍ଟ୍ରପତି ହେବା ପଯ୍ୟନ୍ତ ଯାତ୍ରାର ନିଆରା ସଫଳତା ବିଷୟ ବର୍ଣନା କରାଯାଇଛି ।ଏତଦବ୍ୟତିତ ତାଙ୍କ ଦ୍ବାରା ରଚିତ ୨୫ ଖଣ୍ଡ ପ୍ରମୂଖ ଇଁରାଜୀ ପୁସ୍ତକଗୁଡିକ ହେଲା ମାର୍ଗଦର୍ଶକ ଆତ୍ମା,ଉଜ୍ବଳ ସ୍ପାର୍କ,ମିସନ ଅଫ୍ ଇଣ୍ଡିଆ,ପ୍ରେରଣାଦାୟକ ଚିନ୍ତାଧାରା(ନୀତିବାଣୀ ସିରିଜ),ସାଇଣ୍ଟିଫିକ ଇଣ୍ଡିଆ,ଟାର୍ଗେଟ ତିନି ବିଲିୟନ,ତୁମେ ଅତୁଳନୀୟ,ଟର୍ନିଂ ପଏଣ୍ଟ,ଭାରତର ଆତ୍ମା,ପରିବର୍ତନ ପାଇଁ ଚିନ୍ତାଧାରା,ମୋର ଯାତ୍ରା,ଆସନ୍ତାକାଲିର ଭାରତ ପାଇଁ ଏକ ଦର୍ଶନ ଓ ଗାଇଡିଂ ଲାଇଟ୍ ।କାଲାମଙ୍କ ଲେଖାଗୁଡିକରେ ସହଲେଖକ ମଧ୍ୟ ରହିଛନ୍ତି ।ଏହି ପ୍ରମୂଖ        ସହ-ଲେଖକମାନେ 

ହେଲେ ଅରୁଣ ତିଓ୍ବାରି,ଓ୍ବାଇଏସ ରଂଜନ,ଶ୍ରୀଜନ ପାଲ ସିଂ,ସିବାଥାନୁ ପିଲାଇ ଓ ଭି ପୋନରାଜ । ଏହି ବ୍ୟକ୍ତିତ୍ବକୁ ପାଇ ଏ ଦେଶ ମାଟି ଧନ୍ୟ ହୋଇଥିଲା ।୨୦୧୫ ମସିହା ଜୁଲାଇ ୨୭ ତାରିଖରେ ଆଇଆଇଏମ୍ ସିଲଙ୍ଗରେ  ପିଲାମାନଙ୍କୁ ସୁନ୍ଦର ବିଶ୍ବ ନିର୍ମାଣର ବାର୍ତ ଦେଉଥିବା ସମୟରେ ସେହି କର୍ମଯୋଗୀ କଲାମ ସେଇଠାରେ ଟଳିପଡି ସବୁଦିନ ପାଇଁ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ଦେଶର ଏହି ମହାନ ସନ୍ତାନକୁ ଭାରତ ସରକାରଙ୍କ ତରଫରୁ ୧୯୮୧ ମସିହାରେ ପଦ୍ମଭୂଷଣ,୧୯୯୦ ମସିହାରେ ପଦ୍ମ ବିଭୂଷଣ , ୧୯୯୭ ମସିହାରେ ଇନ୍ଦିରାଗାନ୍ଧି ଜାତୀୟ ସଂହତି ସମ୍ମାନ ଓ ଭାରତ ରତ୍ନ ସମ୍ମାନରେରେ ସମ୍ମାନିତ କରାଯାଇଥିଲା ।୨୦୧୦ରେ ମିଳିତ ଜାତିସଂଘ ୧୫ ଅକ୍ଟୋବରକୁ ବିଶ୍ବ ବିଦ୍ୟାର୍ଥି ଦିବସ ଋପେ ପାଳନ କରିବା ପାଇଁ ଘୋଷଣା କଲେ ।ସେଇ ଅନୁଯାଇ ପ୍ରତିବର୍ଷ ୧୫ ଅକ୍ଟୋବରକୁ ବିଶ୍ବ ବିଦ୍ୟାର୍ଥି ଦିବସ ଋପେ ପାଳନ କରାଯାଏ ।


Rate this content
Log in