Priyadarsini Das.PriYa❤️

Children Stories Tragedy

3  

Priyadarsini Das.PriYa❤️

Children Stories Tragedy

କର୍ମ ର ଫଳ (ବିନା ସର୍ତ୍ତ ରେ)

କର୍ମ ର ଫଳ (ବିନା ସର୍ତ୍ତ ରେ)

2 mins
269



  କିରଣ ବାବୁ ଙ୍କ ବାଡି ରେ ବହୁତ ବଡ ବଡ ଗଛ ।ମଝି ବାଡି ରୁ କିଛି ଗଛ ସେ କାଟି ବି ସାରିଲେଣି ।କିନ୍ତୁ ପାଚେରୀ ପାଖେ ପାଖେ ସବୁ ଗଛ ଏବେ ବି ଅଛି ।ଆଉ ସେହି ସବୁ ଗଛରେ ବିଭିନ୍ନ ପକ୍ଷୀ ବସା ବାନ୍ଧି ରହିଥାନ୍ତି ।କିଚିରି ମିଚିରି ଶବ୍ଦରେ ସେ ଅଞ୍ଚଳ ଟା ପୁରି ଉଠେ ।ଭାରି ଖୁସି ରେ ଥାନ୍ତି ପକ୍ଷୀ ଦଳ । ଦିନ ତମାମ୍ ଖାଦ୍ୟ ଅନ୍ବେଷଣ, କୁନି ପକ୍ଷୀର ଯତ୍ନ ଏମିତି ସବୁ ରେ ବିତିଯାଏ ।ରାତି ହେଲେ ଆଉ କିଛି ଶୁଭେନି ।ପୁଣି ଅପେକ୍ଷା ଥାଏ ସକାଳକୁ , କେତେବେଳେ ପକ୍ଷୀ ଦଳ ଚେଁ ଚେଁ କରିବେ ।


   ଦିନକର କଥା ।କିରଣ ବାବୁ ଙ୍କ ଘରକୁ କେହି ଜଣେ ଆସି ସେ ଗଛ ବିଷୟରେ କଥା ହେଉଥାନ୍ତି ।ପକ୍ଷୀ ମାନେ ଯାହା ବୂଝିଲେ କି ଗଛ ଟା କାଟି ଦିଆ ଯିବ । ଚିନ୍ତା ରେ ଭାଙ୍ଗି ପଡିଲେ ।କଣ କରିବେ ଭାବିଲେ ।


   କିରଣ ବାବୁ ଙ୍କ ଦୁଆର ମୁହଁ ରେ ଯାଇ ବହୁତ ଜୋର୍ ରେ କିଚିରି ମିଚିରି କରିଲେ ।

କିରଣ ବାବୁ ବାହାରି ଆସି କହୁଥାନ୍ତି ଆଉ କେଇଟା ଦିନ ରହିଯାଅ ।ତାପରେ ଏ ଚେଁ ଚାଁ ଶବ୍ଦ ଆଉ କରି ପାରିବନି ।ପକ୍ଷୀ ଦଳ ତାଙ୍କ ଭାଷାରେ ମିନତୀ କରୁଥାନ୍ତି ।କିନ୍ତୁ କିଏ ବା ଶୁଣିବ ତାଙ୍କ କଥା ।


    କିଛି ଦିନ ପରେ ଗଛ କଟା ହେଇଗଲା । ପକ୍ଷୀ ମାନଙ୍କ ବସା ସବୁ ଭାଙ୍ଗିଗଲା ।ଗଛ କଟା ଶୁଣିବା ଠୁ ମା ପକ୍ଷୀ ଟିଏ କିରଣ ବାବୁଙ୍କ ସାମନା ଘରର ସ୍କାଇଲାଇଟ୍ ରେ ଟିକି ବସା ଟିଏ କରିଥାଏ । ସବୁ ପକ୍ଷୀ ଉଡି ଗଲେ , କିନ୍ତୁ ଭାରି ମନ ଦୁଃଖ ରେ ।

 

   ସେ ଟିକି ବସା ସମସ୍ତଙ୍କ ପାଇଁ ନିଅଣ୍ଟ ପଡିଲା । କିଛି ଦିନ ଭିତରେ ପାଖରେ ଆଉ ଜଣଙ୍କ ବାଡି ର ଗଛରେ ବସା ସବୁ ବାନ୍ଧିଲେ ।କଷ୍ଟ ହେଲା ସତ କିନ୍ତୁ ପୁଣି ଥରେ ପକ୍ଷୀ ଦଳ ବାସ ବନେଇ ପାରିଲେ ।


   କିନ୍ତୁ ନଜର ଥାଏ କିରଣ ବାବୁଙ୍କ ବାଡି କୁ ।ସେ ବାଡି ତାଙ୍କ ଜନ୍ମ ସ୍ଥାନ ଥିଲା ।କେତେ ସ୍ମୃତି ସବୁ ଜଡିତ ଥିଲା ।ହେଲେ ସବୁ କିଛି ଚାଲିଗଲା ।


  କିଛି ଦିନର ପରିଶ୍ରମ ପରେ ପୁଣି ପକ୍ଷୀ ଦଳ କିଚିରି ମିଚିରି ଆରମ୍ଭ କରିଦେଲେ ।ପୁଣି ମଜାରେ ରହିଲେ ।


   ଦିନ କର କଥା ।ଗୋଟିଏ ମେସିନ୍ ଆସି କିରଣ ବାବୁଙ୍କ ଘରକୁ ଭାଙ୍ଗୁଥାଏ । ବୁଝିଲା ବେଳକୁ ଜଣା ପଡିଲା ସେ ଜାଗା କୁଆଡେ ସରକାରଙ୍କର ।ସେଇଥି ପାଇଁ ଭାଙ୍ଗି ଦିଆ ହେଉଥାଏ ।କିରଣ ବାବୁ ଖାଲି ସମସ୍ତ ଙ୍କ ଗୋଡ ଧରୁଥାନ୍ତି ।


   ପକ୍ଷୀ ଦଳ ଏ ସବୁ ଦେଖୁଥିଲେ ।

ବୁଢୀ ପକ୍ଷୀ ଟି ତା ର କିଚିରି ମିଚିରି ରେ କହୁଥାଏ ....କେତେ ନିଷ୍ଠୁର ତୁମେ ମଣିଷ ଜାତି ।ଆମ ଘର ଭାଙ୍ଗିବା ଆଗରୁ ଥରେ ବି ଭାବନା କିନ୍ତୁ ଆଜି ନିଜର ପାଳି ପଡିବାରୁ ବୁଝିଲ ତ....?


  କରିଲା କର୍ମ ର ଫଳ ପରା ଏଇଠି ହିଁ ମିଳେ.........ଆଉ ସେ ଫଳ ରେ କିଛି ସର୍ତ୍ତ ନଥାଏ ।


Rate this content
Log in