padmaja pati

Others

3  

padmaja pati

Others

କିଏସେ ଗରୀବ ?

କିଏସେ ଗରୀବ ?

2 mins
365


ପରମାନନ୍ଦ ବାବୁ ପାଖ ତହସିଲ ଅଫିସର କିରାଣୀ l ଘରେ ତାଙ୍କର ବୁଢ଼ୀ ମାଆ, ସ୍ତ୍ରୀ ଓ ଦୁଇଟି ପୁଅ l ବଡ଼ ପୁଅ ପଞ୍ଚମ ଓ ସାନ ପୁଅ ତୃତୀୟ ଶ୍ରେଣୀରେ ପ୍ରୋଜେକ୍ସ ସ୍କୁଲରେ ପାଠ ପଢ଼ନ୍ତି l

ବଡ ପୁଅ ବର୍ଷକର ହୋଇଥିବା ସମୟରେ ସେ ଘର ପାଇଁ ଲୋନ କରି କାମ ଆରମ୍ଭ କରିଥିଲେ l ଏବେ ଦ୍ବି ମହଲା ଘର କାମ ଶେଷ l ନିଜ ପରିବାରକୁ ଛାଡ଼ି ଆଉ ପାଞ୍ଚଟି ପରିବାର ସେ ଘରେ ଖୁସିରେ ରହି ପାରିବେ l ବୁଢ଼ୀ ମା ତାଙ୍କର ଏବେ ବି ପରିଶ୍ରମ କରିବାକୁ ଭଲ ପାଆନ୍ତି l ଚାଷବାସ, ବାଡ଼ି ବଗିଚା ଖବର ବୁଝିବାରେ ତାଙ୍କ ସମୟରେ କଟେ l ସ୍ତ୍ରୀ ସୁଗୃହିଣୀ l ମୋଟା ମୋଟୀ ଭାବେ କହିବାକୁ ଗଲେ ତାଙ୍କର ଏକ ହସଖୁସିରେ ଭରା ପରିବାର l

ତଥାପି... ଅଫିସରେ ତାଙ୍କ ପାଖକୁ ଆସୁଥିବା ଫାଇଲ ବିନା ଲାଞ୍ଚରେ ଆଗକୁ ଯିବା କଷ୍ଟ l ସକାଳୁ ସକାଳୁ ଜମିବାଡ଼ି କାମପାଇଁ ତାଙ୍କ ଘର ଆଗରେ ଭିଡ଼ ଜମେ l

.. ଗତ ରବିବାର ସକାଳ କଥା l ପରମାନନ୍ଦ ବାବୁ ଘର ଅଗଣାରେ ବସି ଚା ପିଉଥିଲେ l ପାଖ ଗାଁ ର ପରିବା ଦୋକାନୀ ମଧୁ ସାହୁ ଆସି ପହଁଚିଲେ ତାଙ୍କ ଜମି ବିକ୍ରି ସକାଶେ ପରାମର୍ଶ ପାଇଁ l ଆର ମାସରେ ତାଙ୍କ ଝିଅ ବାହାଘର l ପରମାନନ୍ଦ ବାବୁଙ୍କୁ ଭଲ ଭାବେ ଜଣା ମଧୁ ସାହୁଙ୍କ ବଚନ କେବଳ ମଧୁର l ତାଙ୍କ କାମ କଲେ ଚା କପେ ମଧ୍ୟ ମିଳିବା କଷ୍ଟ l ସେ ମଧୁ ସାହୁକୁ କହିଲେ, "ଭାଇ, ସରକାରଙ୍କ ନୀତି ନିୟମ କଡା ହେବାରେ ଲାଗିଛି l ମାସକ ଭିତରେ ଜମି ବିକ୍ରି ଅସମ୍ଭବ l

ତୁମେ ଅନ୍ୟ କିଛି ରାସ୍ତା ଦେଖ l ମଧୁ ସାହୁ ନିରାଶ ହୋଇ ଫେରିଗଲା l

ଏତିକିବେଳେ ତାଙ୍କ ଘରର ଲୁଗାପଟା ସଫା କରୁଥିବା ଲୋକଟି ବ୍ୟସ୍ତ ହୋଇ ପହଞ୍ଚିଲା l ମନେ ମନେ ବିରକ୍ତ ହେଲେ ପରମାନନ୍ଦ ବାବୁ l ଛୁଟି ଦିନଟାରେ ବି ଲୋକ ଉଠେଇ ବସେଇ ଦେବେନି l ସେ କହିଲେ, "କଥା କ'ଣ ?

ଲୋକଟି କହିଲା, "ଆଜ୍ଞା, ଲୁଗାପଟା ସଫା କରିବା ପୂର୍ବରୁ ମୁଁ ଭଲ ଭାବରେ ଦେଖେ l ଯଦି ଭୁଲରେ କିଛି ରହି ଯାଇ ଥିବ l ଆପଣଙ୍କ ସାର୍ଟ ଝାଡ଼ିଲା ବେଳକୁ ଚାରୋଟି ପାଞ୍ଚଶ ଟଙ୍କିଆ ନୋଟ ତଳେ ପଡିଗଲା l ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି l ଟଙ୍କା ନିଅନ୍ତୁ l ମୋର ତେଣେ ବହୁତ କାମ l ମୁଁ ଯାଉଛି ଆଜ୍ଞା l"

ଲୋକଟିକୁ ହତବାକ ହୋଇ ଚାହିଁ ରହିଥିଲେ ପରମାନନ୍ଦ ବାବୁ l ସେ ଦରଭଙ୍ଗା ଚାଳଘରେ ରହେ l ଖଟି ଖଟି ଅତିବେଶିରେ ଦିନକୁ ଦୁଇ ଶହ ଟଙ୍କା ପାଉଥିବ କି ନାହିଁ l ତା'ର ପର ଧନ ଉପରେ ଲୋଭ ନାହିଁ l ଅଥଚ ସେ..... l କିଏ ସେ ଗରୀବ? ସେ ନିଜେ ନା ଲୁଗା ସଫା କରୁଥିବା ଲୋକଟି ?


..






Rate this content
Log in