STORYMIRROR

jyotsna mayee panda

Others

3  

jyotsna mayee panda

Others

କିଛି ସ୍ମୃତି (ଅଣୁ ଗଳ୍ପ )

କିଛି ସ୍ମୃତି (ଅଣୁ ଗଳ୍ପ )

2 mins
189


ନୀଳ ବଉଦର କାନ୍ଧରେ ଯେମିତି ଆଜି ତୁମେ ସବାର ହୋଉ ଆସୁଛ l ତାରା ଫୁଲ ବିଞ୍ଚି ଦେଇ କହୁଛ "ଦେଖ ମା ମୁଁ ଆସିଛି କେବଳ ତୋ ପାଇଁ... ବିନ୍ଦୁ ବିନ୍ଦୁ ହୋଇ ବର୍ଷାଛିଟା ଯେମିତି ମୋ ଆଖି କୁ ଆଜି ଓଦା କରିଦେଉଛି ବାପା l ପୁଣି କିଛି କ୍ଷଣ ପରେ ଲୁଚି ଯାଉଛ ସେ କଳା

ମେଘର ଛାତିରେ ଅଦୃଶ୍ୟ ହୋଇଯାଉଛ ସେ ନୀଳ ଲୋହିତ ବଳୟ ଭିତରେ l ମୁଁ ବିବର୍ଣ୍ଣ କରୁଣ ପୂର୍ଣ୍ଣିମା ଟିଏ ଭଳି ତୁମ କୁ ଖାଲି ଅପଲକ ନୟନ ରେ ଚାହିଁଛି l ଜୀବନରେ ଅତିକ୍ରମ କରି ଆସିଛି ଅନେକ ପଥ ହେଲେ ତୁମ ସ୍ମୃତି ଠିକ ସେମିତି ହୋଇ ରହିଛି ଉଜ୍ଜୀବିତ l ଏ ସଂଘର୍ଷମୟ ଜୀବନ ରେ ତୁମେ ହିଁ ଥିଲ ମୋର ପ୍ରେରଣା ଉତ୍ସ l ହେଲେ ନିସ୍ଵ କରି ଚାଲିଗଲ ସେ ଅଫେରା ରାଇଜକୁ l ସ୍ମୃତି ହୋଇ ରହିଗଲ ସବୁଦିନ ପାଇଁ ମୋ ଭଗ୍ନ ହୃଦୟରେ......

ମୁଁ ଆଉ କାନ୍ଦୁ ନାହିଁ ତୁମ ପାଇଁ କାରଣ ତୁମେ ସବୁବେଳେ ମୋ ସାଥିରେ ଅଛ l ତୁମ ସଂସ୍କାର ତୁମ ଆଦର୍ଶକୁ ପାଥେୟ କରି ଆଜି ମୁଁ ଦୁନିଆରେ ବାଟ ଚାଲୁଛି l ତୁମେ ଦେଇଥିବା ପ୍ରତ୍ୟେକ ଉପଦେଶ ଆଜି ମୋ ଜୀବନର ପଥ ପ୍ରଦର୍ଶକ ହୋଇ ଆସୁଛି l ସେଥିପାଇଁ ମୋ ସ୍ମୃତିରେ ଆଜି ତୁମେ ବଞ୍ଚିଛ l ଆଜି ବି ମନେ ପଡୁଛି ସେ ଶୈଳ କଳ୍ପର କେଇଟି ପଦ...ଯାହା ତୁମେ ସବୁବେଳେ ମୋ ପାଇଁ ଗାଉଥିଲ..

"ମାଟି କୁ କେବେ ତୁ ଫାଟି ଯା ବୋଲି କହିବୁ ନି ଝିଅ

ପୋତି ହୋଇଯିବ ଆକାଶ..."

ଆଜି ମୁଁ ଜୀବନ ଚର୍ଯ୍ୟାର ମସୃଣ ବାସ୍ତବତା ଭିତରେ ସେ ଉକ୍ତି ଟି ମରମେ ମରମେ ଅନୁଭବ କରି ପାରୁଛି ବାପା l ସେଇ ସମ୍ପର୍କର ସୂତା ଖିଅକୁ ମୋ ସ୍ମୃତିରେ ଆଜି ବି ବାନ୍ଧି ରଖିଛି ଆଉ ଜନ୍ମ ଜନ୍ମ ପାଇଁ ବାନ୍ଧି ରଖିଥିବି କେବଳ ତୁମକୁ ନେଇ l ଜନ୍ମ ଜନ୍ମ ପାଇଁ ମୁଁ ତୁମ କୋଳରେ ଜନ୍ମ ନେବି ତୁମ ଝିଅ ହୋଇ....।



Rate this content
Log in