STORYMIRROR

ଦୀପଙ୍କର ଦାସ

Others

3  

ଦୀପଙ୍କର ଦାସ

Others

କିଛି ପ୍ରଶ୍ନ

କିଛି ପ୍ରଶ୍ନ

2 mins
313

ସବୁଦିନ କଲେଜରୁ ଫେରିଲା ପରେ ଗାଆଁ ମନ୍ଦିରର ବର ଗଛ ତଳେ ବସି ଖଟି ଚାଲେ। ମୋ ଗାଆଁ ର ସବୁ ସାଙ୍ଗ ସେଠି ବସି ଖଟି କରନ୍ତି। ସବୁ ମାନେ ଅବଦୁଲ, ରସିଦ, ମହମ୍ମଦ, ଅଝର ଆଉ ମୁଁ ।ପାଖ ବସ୍ତିରେ ଘର ସେମାନଙ୍କର । ଜାତିବାଦ ଆମକୁ ଅଟକି ପାରେନି, ସମ୍ପର୍କର ଦ୍ୱାହି ପ୍ରତିଦିନ ଟାଣି ଆଣେ ସେଇ ବର ଗଛ ପାଖକୁ। କଥା ଚାଲେ ରାଜନୀତି ର , କ୍ରିକେଟ୍ ର,କରୋନା ପରିସ୍ଥିତି ର ଏମିତି ସବୁ ବିଭିନ୍ନ ବିଷୟରେ। ପାଖ ବସ୍ତିରେ ତାଙ୍କ ଘର।ମୁଁ ଖୋଜୁ ଥିବା ପ୍ରଶ୍ନର ଉତ୍ତର ସେମାନେ ଦିଅନ୍ତି।ସେମାନେ ଖୋଜୁଥିବା ପ୍ରଶ୍ନର ଉତ୍ତର ମୁଁ ଦିଏ।ଅନେକ ପ୍ରଶ୍ନ ପୁଣି ସେମିତି ପ୍ରଶ୍ନରେ ରହିଯାଏ।


                 ସେଦିନ ମୁଁ ଉଦାସ ଥିଲି । ଅନେକ ଚେଷ୍ଟା ପରେ ମଧ୍ୟ ଲୁଚେଇ ପାରିଲିନି ମୋର ଉଦାସ ପଣ କୁ।ସାଙ୍ଗ ମାନେ ପଚାରିଲେ କଣ ହେଲା ତୋର?


        ଉତ୍ତର ଦେଲି ଛାଡ଼ ସେ ସବୁ ଆଉକିଛି କଥା ହେବା।କିନ୍ତୁ ସାଙ୍ଗ ମାନେ ପେଟର କଥା କୁ ପାଟିକୁ ନେଇ ଆସନ୍ତି।ପଚାରିଲେ କୁହ କଣ ହେଲା?


            ମୋର ସବୁବେଳେ ଚିନ୍ତା ଆସେ ମୁଁ ମୋର ସ୍ବପ୍ନ ର ଚାକିରିଟିଏ କରିପାରିବି କି ନାହିଁ।ମୋର ସେ ପାଣି ଲାଗି ଦମ୍ଭ ଭାଙ୍ଗି ବାକୁ ବସିଥିବା କାନ୍ଥ ଘରକୁ ଦମ୍ଭ ଭାଙ୍ଗିବା ଆଗରୁ ସଜାଡି ପାରିବିକି ନାହିଁ। ବାପା ମା ଭାଇ ଭଉଣୀକୁ ଭଲ ଖାଇବାକୁ ପିନ୍ଧିବାକୁ ଦେଇ ପାରିବି କି ନାହିଁ। ସୁଖ ଶାନ୍ତି ଟିକେ ଦେଇପାରିବି କି ନାହିଁ। ଏଇ ସବୁ।

                   ସେମାନେ ହସିଲେ ବହୁତ୍ ଜୋରରେ ଆଉ କହିଲେ ତୁମ ସମସ୍ୟା ତ ବହୁତ୍ ସରଳ ଆଉ ଚେଷ୍ଟା କଲେ ସମାଧାନ ବି ପାଇଯିବ। ହେଲେ ଆମ ସମସ୍ୟାର ସମାଧାନ କିଏ କରିବ ????ଆମେ ପଚାରୁ ଥିବା ପ୍ରଶ୍ନ ର ଉତ୍ତର କିଏ ଦେବ??

      ତୁମେ ତ ସ୍ଵପ୍ନ ଦେଖୁଛ ଭବିଷ୍ୟତ ବିଷୟରେ ଆମର ଯେ ପ୍ରତି କ୍ଷଣେ ଅନ୍ଧାର ,ତୁମେ ଅନ୍ଧାର ରେ ଶୋଇଯାଅ ଆଉ ଆମ ପାଇଁ ସବୁବେଳେ ଅନ୍ଧାର ।ନିସ୍ତାର ଟିକେ ବି ନାହିଁ।

           ତୁମେ ସ୍ବପ୍ନ ଦେଖୁଛ ତୁମ ଭଙ୍ଗା ଘରକୁ ସଜାଡ଼ିବ କିନ୍ତୁ ଆମର ଆଜି ଘର ଥାଇ ମଧ୍ୟ ଛାଡ଼ି ବାକୁ ପଡୁଛି।

ତୁମେ ସ୍ବପ୍ନ ଦେଖୁଛ ତୁମ ଘର ଲୋକଙ୍କୁ ଭଲ ଖାଇବାକୁ ଆଉ ପିନ୍ଧିବାକୁ ଦେଇ ପାରିବ କି ନାହିଁ।ଆମେ ତ ଭାବୁଛୁ ତାଙ୍କୁ ଟିକେ ସୁରକ୍ଷା ଦେଇପାରିବାକି ନାହିଁ ଖାଇବା ପିନ୍ଧିବା ଦୂରର କଥା।

    ତୁମେ ଖୋଜୁଛ ଶାନ୍ତି।ଆମେ ଖୋଜୁଛୁ ମୁକ୍ତି

ଏ ପ୍ରଶ୍ନ ଅବଦୁଲ, ରସିଦ, ମହମ୍ମଦ, ଅଝର ର । ଏ ପ୍ରଶ୍ନ ସମସ୍ତ ଆଫଗାନିସ୍ତାନର । ପ୍ରଶ୍ନ ମୋତେ,ପ୍ରଶ୍ନ ତୁମକୁ ,ପ୍ରଶ୍ନ ଆପଣଙ୍କୁ,ପ୍ରଶ୍ନ ସମଗ୍ର ବିଶ୍ୱକୁ??କିଏ ଦେବ ତାର ଉତ୍ତର???


ସାରା ପୃଥିବୀ ପାଖରେ ନାହିଁ ମୁଁ କେମିତି ଦେବି।

 ଆପଣ ଭାବୁଥିବେ ଆଫଗାନିସ୍ତାନର ପିଲା ମାନେ ମୋର ବନ୍ଧୁ ହେଲେ କେମିତି?? କହିଲି ନା ଆମ ଗାଆଁ ପାଖ ଛୋଟ ବସ୍ତି ରେ ତାଙ୍କ ଘର ।ଗାଆଁ ହେଲା ହିନ୍ଦୁସ୍ଥାନ ଆଉ ବସ୍ତି ଆଫଗାନିସ୍ଥାନ। ହଁ ମୁଁ କେବେ ଯାଇନି ଆଫଗାନିସ୍ଥାନ କିନ୍ତୁ "ବସୁଧୈବ କୁଟୁମ୍ବକମ୍ "ଭାବନାରେ ବୁଝେ ତାଙ୍କର ଭାବନାକୁ। ଆମେ କଣ ଏତେ ଦୁର୍ବଳ ତାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ପାରିବାନି।


ବସୁଧୈବ କୁଟୁମ୍ବକମ୍ ଭାବନା ମିଥ୍ୟା ନୁହେଁ ତ।

ସମୟ ସରିଯିବା ପୂର୍ବରୁ ଉତ୍ତର ଦିଅନ୍ତୁ ନ ହେଲେ ବଳି ପଡ଼ିଯିବ ମୋ ସାଙ୍ଗ ଅବଦୁଲ, ରସିଦ, ମହମ୍ମଦ, ଅଝର ଆଉ ଆଫଗାନ ଭାଇ ଭଉଣୀ।



Rate this content
Log in