STORYMIRROR

DR SAMIR RANJAN BEHERA

Children Stories Tragedy Inspirational

3  

DR SAMIR RANJAN BEHERA

Children Stories Tragedy Inspirational

ଖୁସି ତୁ ଆଉ ମୁଁ

ଖୁସି ତୁ ଆଉ ମୁଁ

3 mins
223


କାହିଁକି କେଜାଣି ତୁ ମୋ ନୟନ ପିତୁଳା ପାଲଟି ଗଲୁଣି ଟିକିଏ ନଦେଖିଲେ ହୃଦୟ ମୋର ଫାଟିଗଲା ପରି ଲାଗେ l ଯେଉଁ ଦିନ ତୁ ଆସିଲୁ ଏ ଦୁନିଆ ରୁ ସେଦିନ ମୁଁ ବନ୍ଧ୍ୟା ଦୋଷ ରୁ ମୁକ୍ତି ପାଇଲି l

ଦୀର୍ଘ 10 ବର୍ଷ ବୈବାହିକ ଜୀବନ ପରେ ଏକ ପ୍ରକାର ଆଶା ଶୂନ୍ୟ ହେଇଯାଇଥିଲି, ଡାକ୍ତର, ମେଡିକାଲ ସାଇନ୍ସ ସବୁ ମନା କରିଦେଇଥିଲେ ଯେ ମୁଁ ଆଉ ମା ହେଇ ପାରିବିନି l ଜନ ସମାଜ ର ଟାହିଟାପରା ଅଶୁଭ ନଜରରେ ମୁଁ ଏକ ପ୍ରକାର ପାଷାଣୀ ପାଲଟି ଯାଇଥିଲି l ହେଲେ ସବୁ ସାଇନ୍ସ ଡାକ୍ତର ଜ୍ୟୋତିଷ କୁ ଭୁଲ ପ୍ରମାଣିତ କରି ତୁ ଯେଉଁଦିନ ମୋ ଗର୍ଭ ରେ ସଂଚାର କଲୁ ଏକ ଅପୂର୍ବ ଅନନ୍ୟ ଅନୁଭୂତି ରେ ଶିହରି ଯାଇଥିଲି l ଡାକ୍ତର ଅଲଟ୍ରାସାଉଣ୍ଡ କରି କହିଲେ ଏଇଟା ଗୋଟେ ବଡ ଟିଉମର ଅପେରସନ ନହେଲେ ମା ଜୀବନ ପ୍ରତି ବିପଦ l

ତୋ ବାପା ଅପେରସନ ପାଇଁ ରାଜି ହେଇଗଲେ, କିନ୍ତୁ ମୁଁ କୌଣସି ପ୍ରକାର ରାଜି ନଥିଲି l ସେଦିନ ରାତିସାରା ତୋ ବାପା ର ମୋର ପ୍ରବଳ ଝଗଡା ହେଇଥିଲା l ମୁଁ ରୋକ ଠୋକ କହିଦେଲି ମୁଁ ଆଉ ବଞ୍ଚେ ବା ମରେ ଡାକ୍ତର ପାଖକୁ ଯିବିନି l ତୋ ବାପା ବି ସେବେଠୁଁ ମୋର ଆଉ ଯତ୍ନ ନେଲେନି କି ଭଲ କଥା ବାର୍ତା କଲେନି l

ତଥାପି ମୁଁ ବିଶ୍ୱାସ ହରେଇ ନଥିଲି l ଭଗବାନଙ୍କ ଉପରେ ମୋର ଅତୁଟ ବିଶ୍ୱାସ ଥିଲା l ସେଇ କାଳିଆ ଠାକୁରଙ୍କ ଭରୋସା ରେ ଦିନ ଗଣି ଚାଲିଲି l

ସେଦିନ ବୋଧେ ନ ମାସ ପୁରି ଆଉ କିଛି ଦିନ ହେଇ ଥାଏ, ମୋର ରାତ୍ରି ରେ ବହୁତ ପେଟ ଯନ୍ତ୍ରଣା ହେଲା, ତୋ ବାପା ରାଗ ଜର୍ଜରିତ ହେଲେ ବି ମୋତେ ହସ୍ପିଟାଲ ନେଇ ଗଲେ l ଡାକ୍ତର ପୁଣି ଅଲଟ୍ରାସାଉଣ୍ଡ କରି କହିଲେ ଲାଷ୍ଟ ଷ୍ଟେଜ କ୍ୟାନ୍ସର ଶୀଘ୍ର ଅପେରସନ କରିବାକୁ ପଡିବ କିନ୍ତୁ ମା ଜୀବନ ପ୍ରତି ସମ୍ପୂର୍ଣ ବିପଦ l ତଥାପି ମୁଁ ଆଶା ହରେଇ ନଥିଲି, ମନରେ ଖାଲି ହରି ହରି ଜପୁ ଥିଲି l

ଅପରେସନ ଚାଲିଥାଏ  ଡାକ୍ତର ଟ୍ୟୁମର ବାହାର କରୁଥିବା ସମୟ ରେ ହଟାତ ଏକ ଶିଶୁ ର କୁଆଁ କୁଆଁ କ୍ରନ୍ଦନ ରେ ହସ୍ପିଟାଲ ପ୍ରକମ୍ପିତ ହେଇ ଉଠିଲା l ଆରେ ଏ କଣ ଏ ତ କୌଣସି ଟ୍ୟୁମର ନୁହଁ ବରଂ ଏକ ଶିଶୁ କନ୍ୟା l OT ର ସମସ୍ତ ଷ୍ଟାଫ ଅବାକ ହେଇ ଚାହିଁ ଥାନ୍ତି ।

ଡାକ୍ତର ମହାପାତ୍ର ନିଜକୁ ବିଶ୍ୱାସ କରିପାରୁନଥାନ୍ତି, ଏହା କେମିତି ସମ୍ଭବ, "ମୋ ଆଖି ମୋ ଜ୍ଞାନ ଆଜି ଯାଏ ତ ଭୁଲ ହେଇନି, ମୁଁ ବାର ବାର ରିପିଟ କରି ଅଲଟ୍ରାସାଉଣ୍ଡ କରିଛି ହେଲେ ସେଇଟା ଗୋଟେ serosal myoma ଥିଲା କିଛି ବି fetal part ମୁଁ ଦେଖିନି, so how it is possible l"

" ମିସେସ ସାମନ୍ତରାୟ ଆପଣଙ୍କ ଭକ୍ତି ର ଶକ୍ତି ବୋଧେ ଆଜି ମେଡିକାଲ ସାଇନ୍ସ କୁ ହରେଇଦେଲା, ଏ ଝିଅ ସାଧାରଣ କନ୍ୟା ନୁହଁ ଏ ସାକ୍ଷାତ ଦେବୀ ମା ଆପଣଙ୍କ ଗର୍ଭ ରେ ଥିଲା l"

ମୋ ଉଦ୍ଦେଶ୍ୟରେ ଏତିକି କହି ଡା ମହାପାତ୍ର ବାହାରକୁ ଚାଲିଗଲେ l

ହୃଦୟର କୋହ ଆଉ ଅଟକି ପାରୁନଥାଏ ଉଥାଳ ତରଙ୍ଗ ପରି ମୋର ବକ୍ଷ ଚିରି ସବୁ କୋହ ବେଦନା ବାହାରି ଆସୁଥାଏ l

ମୋତେ ବିଶ୍ୱାସ ହେଉନଥାଏ ସ୍ୱୟଂ ମା ତା ଭକ୍ତର ଜୀବନ ରକ୍ଷା ପାଇଁ ଆଜି ମୋ କୋଳ ମଣ୍ଡନ କରିଛନ୍ତି l

ମୁଁ ଆଉ କୋହକୁ ରୋକି ନପାରି ତୋତେ ମୋ ଵକ୍ଷରେ ଜୋରେ ଜାବୁଡି ଧରିଲି l ମୋତେ କ୍ୟାବିନ ସିଫ୍ଟ କରାଗଲା l ସେତେବେଳକୁ ତୋ ବାପା ବି ଆଉ ତାଙ୍କ କୋହ ସମ୍ଭାଳି ନ ପାରି ତୋତେ ମୋତେ ଖୁବ ଜୋର ରେ ଜାବୁଡି ଧରିଲେ, ଖିସି ର ଲୋତକ ସ୍ରୋତ ଅବିରତ ବୋହିଯାଉଥାଏ l ସେଦିନ ତୋ ବାପା ଏତେ ଖୁସି ଥିଲେ ଯେ ମୁଁ 10 ବର୍ଷ ଭିତରେ ବି ଏତେ ଖୁସି ଦେଖିନଥିଲି l

କିନ୍ତୁ ଦଇବର କଣ ଇଛା ଥିଲା ଜାଣେନି l ତୋ ବାପାଙ୍କ ସେଇ ଆଲିଙ୍ଗନ ଶେଷ ଆଲିଙ୍ଗନ ଥିଲା l ଖୁସି ରେ ଆତ୍ମ ହରା ହେଇ ମିଠା ଆଣିବାକୁ ବଜାର ଆଡକୁ ବାହାରି ଯାଇଥିଲେ କିନ୍ତୁ ଆଉ ଫେରିଲେଣି, ଏକ ସଡ଼କ ଦୁର୍ଘଟଣା ରେ ତୋ ବାପା ଆମକୁ ଛାଡି ଚାଲିଗଲେ l ନିୟତି ର କି ନିୟମ ଥିଲା ଜାଣେନି, ତୋତେ ଆମ କୋଳ କୁ ଦେବା ପାଇଁ ତୋ ବାପା କୁ ନେଇଗଲେ କି କଣ ଆଜି ଯାଏ ବି ସେ ପ୍ରଶ୍ନ ସେଇ ଅନ୍ତୟାମୀକୁ ପଚାରି ଆସିଛି l ସେଇଦିନ ଠୁ ଛାତିକି ପଥର କରିଛି, ସବୁ ଦୁଃଖ ତୋ ମୁହଁ କୁ ଚାହିଁ ଭୁଲିଯାଇଛି l ତୋ ଭିତରେ ମୁଁ ମୋ ଦୁନିଆ ଦେଖିଛି ତୋ ଭିତରେ ତୋ ବାପାଙ୍କ ସତ୍ତା ବି ଅନୁଭବ କରିଛି l

ସେଇ ଦିନଠୁଁ ଏ ଘରେ କେବଳ ଖୁସି ତୁ ଆଉ ମୁଁ ଅଛୁ ଆଉ ଆକାଶରେ ତାରା ହେଇ ମିଟି ମିଟି କରି ଚାହିଁ ରହି ଥାନ୍ତି ତୋ ବାପା l

      


Rate this content
Log in