STORYMIRROR

Kalpana Kumari Pradhan

Children Stories Inspirational

3  

Kalpana Kumari Pradhan

Children Stories Inspirational

ଖେଳ ହେଲା କାଳ

ଖେଳ ହେଲା କାଳ

2 mins
225

ନାଁ ଟି ତାର ତୋଫାନ, ବାପା ମାଙ୍କ ଏକ ମାତ୍ର ପୁଅ l ଅତି ଗେଲବସର ହୋଇଥାଏ l ନିଧିବନ ପଲ୍ଲୀରେ ସେ ରହୁଥାଏ l ପ୍ରବାଦ ଅଛି -

 "ତୁଳସୀ ଦୁଇ ପତ୍ରରୁ ବାସେ ଆଉ ବିଛୁଆତି କୁଣ୍ଡିଆ ହୁଏ "

ସେହିପରି ତାର ଗୁଣ ପିଲା ଦିନରୁ ହିଁ ପରିସ୍ପୁଟିତ ହୋଉଥିଲା ତା ଆଚରଣରୁ l ପଶୁପକ୍ଷୀଙ୍କ ପ୍ରତି ସ୍ନେହ ଶ୍ରଦ୍ଧା କମ ତାଙ୍କୁ ଦେଖିଲେ ଯେପରି ଏକ ପାଗଳାମି ସୃଷ୍ଟି ହୁଏ ତା ମନରେ l ସେମାନେ ନାନା ପ୍ରକାରର ହଇରାଣ ହରକତ କରି ମଜା ଦେଖେ l

ଯେପରି ଛୋଟ ଛୋଟ କୀଟ ପତଙ୍ଗ ଧରି ସେମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ ଛିଣ୍ଡେଇବ l କେଉଁଠି କୁକୁରଟିଏ ଶୋଇଥିଲେ ତାଲାଙ୍ଗୁଡ଼ରେ ଓଜନିଆ ଇଟା ହେଉ ଅବା ପଥର ବାନ୍ଧିବ l

ପକ୍ଷୀମାନଙ୍କ ବସାରୁ ଅଣ୍ଡା ଚୋରି କରିବ l ସମସ୍ତେ କଷ୍ଟରେ ଛଟପଟ ହେଲାବେଳେ ଆନନ୍ଦ ନେବ l

ବାପା ମା'ଙ୍କୁ ମିଛ କହିବ l କିଏ ଗୁରୁଜନ ତାକୁ ଏ କାର୍ଯ୍ୟରୁ ନିବୃତ୍ତି ହେବାକୁ କହିଲେ ତାଙ୍କୁ ରୋକ ଠୋକ ଜବାବ ଦିଏ l

କୌଣସି ପ୍ରକାର ଶିଷ୍ଟାଚାର, ସଂସ୍କାର ତା ପାଖରେ ନ ଥାଏ l

ମା ବାପା ବି ବହୁତ ମନ ଦୁଃଖ କରନ୍ତି, କିନ୍ତୁ କରିବେ କଣ ଅତି ଗେଲ୍ଲହାର ପରିଣତି ଇଏ l ତାକୁ ଯଦି ଛୋଟ ଛୋଟ ଭୁଲରୁ ସୁଧାରିବାକୁ ଚେଷ୍ଟା କରନ୍ତେ ହୁଏ ତ ଆଜି ପରିସ୍ଥିତି କିଛି ଅଲଗା ହୋଇଥାନ୍ତା l

ଏତିକିରେ ତା ଗୁଣ ଗାନ ସରିନି l ବୟସ୍କ ଅସହାୟ ଲୋକଙ୍କୁ ବି ସେ ଖୁବ ହଇରାଣ କରେ l ବୃଦ୍ଧ ଲୋକ ମାନଙ୍କ ଜଷ୍ଟି ଲୁଚାଇ ଦିଏ l କେହି ଅନ୍ଧ ଯଦି ପଥ ପଚାରେ ତାକୁ ନେଇ ଅବାଟରେ ଛାଡିଦିଏ l ସିଏ କଣ୍ଟା ଝଣ୍ଟା ମାଡ଼ିଯାଏ ଓ କ୍ଷତାକ୍ତ ହୁଏ l ତୋଫାନ ମହା ଆନନ୍ଦ ପାଏ l

ଦିନେ ସେ ଘରେ ଖାଇ ବାହାରକୁ ବାହାରୁଥିବା ବେଳେ ଦେଖିଲା ତାଙ୍କ ଛାତ ଓ ଭଗ୍ନ ବାଡ଼ ଯେଉଁଠି ମିଶିଛି ସେଠି ଏକ ଫାଙ୍କ ସୃଷ୍ଟି ହୋଇଛି l ସେଇ ଫାଙ୍କ ଦେଇ ଏକ ମାଙ୍କଡ଼ର ଲାଞ୍ଜ ଝୁଲି ପଡିଛି l ଆର ପ୍ରକୃତି ଏ ଗୋଟେ ସୁଯୋଗ ମନେ କଲା ମାଙ୍କଡ଼କୁ ହଇରାଣ କରିବାର l ସଙ୍ଗେ ସଙ୍ଗେ ଓହଳିପଡ଼େ ଲାଞ୍ଜକୁ ଧରି l ମାଙ୍କଡ଼ଟି ଥିଲା ଖୁବ ବଳିଷ୍ଠ, ତାକୁ କଷ୍ଟ ହେବାରୁ ସେ ହୁଙ୍କାର ଦେଇ ଡେଇଁ ପଡେ ଅନ୍ୟ ଜାଗାକୁ l ତା ଫଳ ସ୍ୱରୂପ ତୋଫାନ ଟାଣି ହୋଇ ଅଟକି ଯାଏ ସେ ଜାଗରେ l ସେ ଏପରି ଅତର୍କିତ ପରିସ୍ଥିତି ପାଇଁ ଜମା ବି ପ୍ରସ୍ତୁତ ନ ଥାଏ l

ବେକ ସେ ଗର୍ତ୍ତରେ ଅଟକି ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗେ ସେ l ଧାର ଧାର ବହି ପଡ଼ୁ ଥାଏ ରକ୍ତ l ତା ଚିତ୍କାର ଶୁଣି ଧାଇଁ ଆସନ୍ତି ତା ମା l ପୁଅର ଏକି ଅବସ୍ଥା! ବିକଳରେ ଦଉଡନ୍ତି ସାହାଯ୍ୟ ପାଇଁ l ଏହି ସମୟରେରେ ଗୋଟିଏ ଗୋଟିଏ ମୁହୂର୍ତ୍ତ ବ୍ୟଥାର ଚରମ ସୀମା ଟପିଯାଉଥାଏ ତୋଫାନ ପାଇଁ l ସେ କୃତ କର୍ମର ଫଳ ଭୋଗୁଛି ବୋଲି ମର୍ମେ ମର୍ମେ ବୁଝିଥିଲା l

ପ୍ରଥମେ ଲୋକମାଙ୍କର ପାଟିରୁ ବାହାରିପଡ଼େ ତମ ପୁଅକୁ ଯେମିତି ସେମିତି ଫଳ ଆଜି ପାଇଚି l କିନ୍ତୁ ତତକ୍ଷଣାତ ଲାଗିପଡ଼ନ୍ତି ତାକୁ ସେଥିରୁ ଉଦ୍ଧାର କରିବା ପାଇଁ l ବହୁ କଷ୍ଟରେ ତାକୁ ସେଠୁଁ ରକ୍ଷା କଲେ l କିନ୍ତୁ ସେତେବେଳକୁ ସେ ମୃତ୍ୟୁର ସନ୍ନିକଟ ପ୍ରାୟ l ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତର ଖାନରେ ପଡେ l ସୌଭାଗ୍ୟ ବଶତଃ ବଞ୍ଚି ଯାଏ l ତା ମା'ଙ୍କର ପ୍ରାର୍ଥନା ବୋଧେ ତାକୁ ମୃତ୍ୟୁ ମୁଖରୁ ଟାଣି ଆଣେ l ପୁରା ସୁସ୍ଥ ହେବା ପାଇଁ ଦୀର୍ଘ ଏକ ବର୍ଷ ବିତିଗଲା l ସେ ହରାଇଲା କିନ୍ତୁ ନିଜର ବାକ ଶକ୍ତି l ସବୁବେଳେ ନିଜର ଭୁଲ ପାଇଁ ରହେ ଅନୁତପ୍ତ l


Rate this content
Log in