କେମିତି ଥିଲା ଆମ ପିଲାଦିନ
କେମିତି ଥିଲା ଆମ ପିଲାଦିନ
ଆଜି ଟିଭିରେ କିଛି ବର୍ଷା ଦିନରେ ସାବଧାନର କଥା ଶୁଣୁଥିଲି, ପଛକୁ ଫେରିଗଲା ମନ ଆହୁରି ପଛକୁ ସେ ଥିଲା ପିଲାଦି ନ। ଏମିତି ବର୍ଷାରେ ଭିଜି ଭିଜି ସ୍କୁଲ ଯାଉଥିଲୁ ,କେତେବେଳେ ନିଜ ଛତା ପୁଣି କେତେବେଳେ ଆଉ କାହା ଛତା ରେ ଦୁଇ ତିନି ଜଣ ଜାକି ହୋଇ, ଆଉ କେବେ ନିଜ ବହି କୁ ମୁଣ୍ଡ ରେ ଦେଇ ।ସ୍କୁଲ ଯିବା ବାହାନା କି ବର୍ଷାରେ ଭିଜିବା କିଛି ବୁଝା ପଡୁନଥିଲା। ସେ ଯାହାହଉ ଅଧା ଓଦା ବହି ଖାତା ଆଉ ଅଧା ଓଦା ଆମେ ସବୁ ସାଙ୍ଗ , ପାଣି ଯଦି ଅଧିକ ଅଛି ତା ଉପେରେ ଛପ ଛପ ହେବା, ଡେରି ହେଲେ କାନ ଧରି ଶ୍ରେଣୀ ବାହାରେ ଛିଡ଼ା ହେବା। ଥରେରଥଯାତ୍ରା ଉପରେରଚନା ଆସିଥିଲା ବୋଧେ ଦ୍ୱିତୀୟ ଶ୍ରେଣୀ ହେବ କି କଣ, ଜୀବନର ପ୍ରଥମରଚନା ଲେଖା। ବାବା ବହୁତ ଖୁସ ରେ ପାଖରେ ବସେଇ ଗୋଟେ ଗୋଟେ ଶବ୍ଦ କହୁଥାନ୍ତି, ଯେମିତି କି ଆଷାଢ଼ ମାସ ଦ୍ଵିତୀୟା ତିଥି , ମାନେ କିଛି ବୁଝି ହଉ ନଥାଏ ହେଲେ ପୁରା ବାକ୍ୟ ଟା ମୁହଁରେ ଥାଏ।
ନୂଆ ନୂଆ ଖାତା ବହିର ବାସ୍ନା କିଛି ଅଲଗା।ମନରେ ଖୁସିର ଲହରୀ ଭାଙ୍ଗୁଥାଏ କେତେବେଳେ ସ୍କୁଲ ଖୋଲିବ , ଆମେ ସବୁ ନୂଆ ଶ୍ରେଣୀ ରେ ବସିବା । କେମିତି ଥିବେ ଆମ ଶ୍ରେଣୀ ସାର ଆଉ ଦିଦି। ଖେଳଛୁଟି ରେ ସ୍କୁଲସାମ୍ନାରେ ଗୁପ୍ଚୁପ ଵାଲା ମଉସା ଆଜି ମଧ୍ୟ ସେଇଥି ଅଛନ୍ତି, ହୋ ହୋ ଶବ୍ଦ କରି ମାଡିଯିବୁ gupchup ଗାଡି ଚାରିପଟେ ଏମିତି ଗୋଲ ରେ ଠିଆ ହେବୁ କି ନିଜେ ମଉସା ଭୁଲିଯିବ ପଇସା ଗଣିବା, ଘରେ ମନା କରିଥିବେ ice cream କେବେ ଖାଇବୁନି ,କୋଉ ସାଙ୍ଗ ଯଦି ନାଲି କମଳା ଧଳାରଙ୍ଗ cream ଖାଇଲା ଟିକେ ହାତରେ ଧରି ଚାଟି ଦେବା ଯେ କି ସୁଖ ମିଳୁଥିଲା ସେ ଏବେ ଯେତେ ବଡ଼ ice cream ପାର୍ଲର ଯାଇ ଖାଇଲେ ମିଳିବନି। ନିଜ ବହି ଆଣିବାରେ ଡେରି ହୋଇଯାଇଥିବ ସାଙ୍ଗ ସେଇ ବହି ମାର୍କେଟ ରୁ କିଣି ମଲାଟ ମଡ଼େଇ ଯଦି ନେଇ ଆସିଲା ଆଖିଟା ତାହାରି ଉପେରେ ଦିନକୁ ଦଶ ଥର ପହଁରୁଥିବ, ଠିକ ସେତିକିବେଳେ ଦୋକାନରୁ ବହି ସରି ଯାଇଥିବ, ଯେତେ ଭଲ ଜିନିଷ ସାମ୍ନାରେ ଥିଲେ ମଧ୍ୟ ମନ ଥିବ ବହି ପାଖରେ।
ଆଜି ସମୟ ବଦଳି ଯାଇଛି।ପିଲାଙ୍କ ପାଇଁ ଟିକିନିଖି ସବୁ ରେଡିରହୁଛି।ଅଭାବର ମାନେ କଣ ବୁଝିବାକୁ ସୁଯୋଗ ଦିଆଯାଉ ନାହିଁ ।ସେ ସମୟରୁ ଏ ସମୟ ଆକାଶ ପାତାଳ ଫରକ।