STORYMIRROR

pranati Mahapatra

Children Stories Inspirational Children

4  

pranati Mahapatra

Children Stories Inspirational Children

କୌତୁକିଆ ମଣିଷ ଦନେଇ ଅଜା

କୌତୁକିଆ ମଣିଷ ଦନେଇ ଅଜା

3 mins
237


ମୋ ପିଲାବେଳୁ ଶୁଣି ଆସିଛି, ମୋ ପିଲାମାନେ ବି ଶୁଣୁଛନ୍ତି।ଅବଶ୍ୟ ଆମବେଳେ ଜେଜେ ଜେଜେମାଙ୍କୁ ଅଳି କରି ଶୁଣୁଥିଲୁ ବିକ୍ରମ ବେତାଳ କାହାଣୀ ।ଏମିତି ଗପ ଯେ କେବେ ଶେଷ ହୁଏ ନାହିଁ ।କେଜାଣି ଶେଷ ହୁଏ କି ନାହିଁ ,ଜେଜେ ଜେଜେମା ଆଉ କିଛି ଯୋଡା ଯୋଡି କରି ଶୁଣେଇ ଦିଅନ୍ତି ।କେତେବେଳେ କେମିତି ଗୋଟେ ଅଧେ ଜହ୍ନମାମୁଁ ବହି ଆସୁଥିଲା ,ସଂସ୍ଥାପକ :ଚକ୍ରପାଣୀ ଓ ସଞ୍ଚାଳକ :ନାଗି ରେଡଡୀ ଙ୍କର,ଯାହା ମିଳୁଥିଲା ମାତ୍ର ୩ ଟଙ୍କା ରେ ।ଏବେ ଆଉ ବହି ଅପେକ୍ଷା ଦେଖିବାକୁ ବେଶୀ ଭଲ ପାଉଛନ୍ତି ପିଲାମାନେ।


ବିକ୍ରମ ବେତାଳ ତାନ୍ତ୍ରିକ କୁ ମିଶାଇ ଏ କାହାଣୀ ।ଯାହାକୁ ଶୁଣି ଶୁଣି ପଢି ପଢି ମୁଖସ୍ତ କରିଥିଲେ ସେବେଳର ଦନେଇ ,ପିତୃମାତୃ ହୀନ ଛେଉଣ୍ଡ।ୟା ଘରେ ,ତା ଘରେ ଗଣ୍ଡେ ଖାଇ ବଞ୍ଚିଥିଲା ।ଏବେ ସଭିଙ୍କର ପ୍ରିୟ ଦନେଇ ଅଜା ।ଦିନ ତିନି କି ଚାରି ବାଜିଗଲେ ଦନେଇ ଅଜା ବସି ଯାଆନ୍ତି ଗାଁ ମଝିରେ ଥିବା ବଡ଼ ଚଉତରା ଉପରେ ହାତରେ କିଛି ବୁଟ ଭଜା ଧରି ।ପିଲାମାନେ ବି ବୁଟ ଖାଇବାକୁ ଅତି ଆଗ୍ରହରେ ଦନେଇ ଅଜାକୁ ବେଢି ଯାଆନ୍ତି।ବୁଟ ଖିଆ ,ଗପ ଶୁଣିବା ଭିତରେ ଦନେଇ ଅଜା ବହୁତ ଆତ୍ମତୃପ୍ତି ପାଆନ୍ତି।ସତେ ଯେମିତି ଦନେଇ ଅଜା ଖୋଲା ଜହ୍ନମାମୁଁ ବହିଟିଏ। ସାହି ପଡିଶା,ଗାଁ ଗଣ୍ଡାର ବିଭିନ୍ନ ଘଟଣାକୁ ନିଜ ଶୈଳୀରେ ନେଇ ଆରମ୍ଭ କରନ୍ତି ବିକ୍ରମ ବେତାଳ ଗପ।ଧୀର ଧାର ବସ ,ମୁଁ ଆରମ୍ଭ କରୁଛି ଗପ ....



ଅନେକ ଦିନ ତଳେ ଉଜ୍ଜ୍ୱଳ ନଗରରେ ଜଣେ ଖୁବ୍ ନାମଯାଦା ରାଜା ରାଜୁତି କରୁଥିଲେ, ତାଙ୍କର ନାମ ହେଉଛି ବିକ୍ରମାଦିତ୍ୟ । କେତେକ ବିଦ୍ୱାନ କହନ୍ତି, ବିକ୍ରମାଦିତ୍ୟ ତାଙ୍କର ଅସଲ ନାମ ନୁହେଁ, ସେ ହେଉଛି ତାଙ୍କର ଉପାଧି । ସେ ଯାହା ବି ହେଉ, ସେହି ବିକ୍ରମାଦିତ୍ୟ ନାମରେ ସେ ସବୁଠି ମାନ ମର୍ଯ୍ୟାଦା ପାଉଥିଲେ । ସେ ନିଜର ସାଧନା ବଳରେ ଢେର ଢେର ଅସାଧ୍ୟ ବିଦ୍ୟା ସାଧିଥିଲେ । ଶାସ୍ତ୍ର, ସଂହିତା, ସ୍ମୃତି ଇତ୍ୟାଦିରେ ଯେମିତି ସେ ଧୁରନ୍ଧର ଥିଲେ, ଯୁଦ୍ଧବିଦ୍ୟା, ଚିକିତ୍ସା ବିଦ୍ୟା, ଜ୍ୟୋତିଷ ବିଦ୍ୟା, କାରିଗରୀ ବିଦ୍ୟା, ମନ୍ତ୍ର, ଯନ୍ତ୍ର, ତନ୍ତ୍ର ବିଦ୍ୟା, ବେତାଳ ସାଧନା, ନାଗାକ୍ତ ବିଦ୍ୟା, ପଶୁପକ୍ଷୀଙ୍କ ଭାଷାଜ୍ଞାନ, ଧର୍ମନୀତି, ଯୁଦ୍ଧନୀତି, ନ୍ୟାୟନୀତି, ଏପରିକି କିଛି କିଛି ଭୋଜବିଦ୍ୟା ବି ସେ ଜାଣିଥିଲେ । ସେ ନିଜେ ବହୁ ପ୍ରକାର ବିଦ୍ୟାରେ ଖୁବ୍ ଯୋଗ୍ୟର ଥିବାରୁ ତାଙ୍କର ରାଜସଭାରେ ବାଛି ବାଛି ନଅ ଜଣ ଦିଗ୍ବିଜୟୀ ବିଦ୍ୱାନଙ୍କୁ ରଖିଥିଲେ, ସେମାନଙ୍କୁ ନବରତ୍ନ କହନ୍ତି ।


        କୌଣସି ଗୋଟିଏ ଅଲୌକିକ ଘଟଣା ଜଣେ ମାମୁଲି ଗରିବ ପ୍ରଜାଠୁ ଶୁଣିଲେ ବି ସେ ନିଜେ ସେହି ଆଡକୁ ଯାଇ ତାହାର ପ୍ରତିକାର କରୁଥିଲେ । ଦୁଃଖୀରଙ୍କି, ଅତିଥି, ଅଭ୍ୟାଗତ, ଏମିତି କେହି ବି ତାଙ୍କର ଦୁଆରରୁ ନିରାଶ ହୋଇ ଫେରୁ ନଥିଲେ । ସେଥିପାଇଁ ଚାରିଆଡେ ଲୋକେ ତାହାଙ୍କୁ ଧନ୍ୟ ଧନ୍ୟ ବୋଲି କହୁଥିଲେ । ମହାରାଜା ବିକ୍ରମାଦିତ୍ୟ ତାଙ୍କର ଅମଳରେ ଏମିତି ସବୁ ଅନେକ ଅଦ୍ଭୁତ ଘଟଣାରେ ତାହାଙ୍କ ପାଖରେ ଗୁହାରୀ କଲା ଲୋକମାନଙ୍କୁ ସାହାଯ୍ୟ କରିଥିଲେ । ତାଙ୍କର ଜନ୍ମ ରହସ୍ୟ ବି ଏକ ଅଲୌକିକ ଘଟଣାରେ ଭାରି କଉତୁକିଆ ।

ଯେତେ ଚେଷ୍ଟା କଲେ ବି ବେତାଳ କୁ ରାଜା ବିକ୍ରମ ତାନ୍ତ୍ରିକ ପାଖକୁ ଧରି ନେଇ ପାରନ୍ତି ନାହିଁ କି ସର୍ତ୍ତ ରଖି ପାରନ୍ତି ନାହିଁ।ପୁଣି ତହିଁ ପରଦିନ ବେତାଳ ଧରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବିକ୍ରମ।


ଘଟଣା କ୍ରମରେ କେତେବେଳେ ଶେଷ ହୁଏ ,ପିଲାମାନେ ବି ଜାଣି ପାରନ୍ତି ନାହିଁ।ନିଜ ଜନ୍ମ ବୃତାନ୍ତ ବି ପିଲାମାନଙ୍କୁ ଗପ ଛଳରେ କହି ଚାଲନ୍ତି ଅଜା ।ହେଲେ ଅଜା ବୋଧହୁଏ ନିଜ ଠିକଣା, ବାପା ବୋଉ କିଏ ପାଇ ନାହାଁନ୍ତି ବୋଧହୁଏ କାହାର ଚକ୍ରବ୍ୟୁହ ମଧ୍ୟରେ ଫସି ଯାଇଛନ୍ତି ।



ଆଜିକୁ ଚାରି ଦିନ ହେଲା ଦନେଇ ଅଜା ଆଉ ଚଉତରା ପାଖରେ ଦିଶୁ ନାହାଁନ୍ତି ।କଣ ହୋଇଛି, କଣ ହୋଇଛି ବୋଲି ପିଲାମାନେ ଘରେ ଜଣେଇଲେ ।

ଗାଁ ଲୋକ କିଛି ମିଶି ଦନେଇ ଅଜା ରହୁଥିବା ଘରେ ପହଞ୍ଚି କବାଟ ଯେତେ ବାଡେଇଲେ ବି କବାଟ ଖୋଲିଲା ନାହିଁ ।କବାଟ ଭାଙ୍ଗି ଲୋକମାନେ ଭିତରେ ପଶି ଦେଖିଲେ ଦନେଇ ଅଜା ଗୋଟିଏ ମସିଣାରେ ଶୋଇଛନ୍ତି।ତାଙ୍କ ଚାରି ପାଖରେ ବିକ୍ଷିପ୍ତ ହୋଇ ପଡିଛି କେତେ କେଜାଣି ଜହ୍ନମାମୁଁ ବହି ।କେତୋଟି ବହିରେ ଖୋଲା ହୋଇଛି ବିକ୍ରମ ବେତାଳ ଗପର ଉପର ମଲାଟର ଛବି ।

ଦନେଇ ଅଜା ଆଜି ଜହ୍ନମାମୁଁ ହୋଇ ରହିଗଲେ ସମସ୍ତଙ୍କ ମାନସ ପଟରେ ...


Rate this content
Log in