କାଠଘୋଡା
କାଠଘୋଡା
3 mins
392
ବାପା ଥିଲା ବେଳେ ସବୁ ଠିକ ଥିଲା. ଜେଜେଙ୍କୁ କହି ବାପା ଯୋଉଦିନ ସହରରେ ଘର କଲେ ଆହୁରି ଭଲ ଭାଗ୍ୟ ଆସିଥିଲା ତାଙ୍କ ଘରକୁ ବୋଲି ଛୋଟୁ ମନେକରିଥିଲା.ଛୋଟୁ ଭାବୁଥିଲା ତା ସାଙ୍ଗମାନଙ୍କ ଭିତରେ ତା ଭାଗ୍ୟ ସବୁଠୁ ଭଲ.ଭାବିଥିଲା ତା ଭାଗ୍ୟ ପରି ଭାଗ୍ୟ କାହାର ଅଛି!କେବଳ ଦୁଃଖ ଥିଲା ଜେଜେ ଓ ଜେଜେମା ଗାଁ ଘର ବିକି ସାରିଲା ପରେ ମଧ୍ୟ ଡାଡି,ମମି ଓ ଛୋଟୁ ପାଖରେ ସହରରେ ରହୁନଥିଲେ. ଗାଁର ସବୁ ଘର ଦ୍ୱାର ବିକା ହୋଇଯିବା ପରେ ମଧ୍ୟ ସେମାନେ ଗାଁ ବଗିଚାରେ ଛୋଟ ଘର କରି ରହୁଥିଲେ. ଆଜି ବି ଛୋଟୁର ମନେପଡେ ତାର ତୃତୀୟ ଶ୍ରେଣୀରେ ପଡ଼ିଥିବା ଜନ୍ମ ଦିନରେ, ଜେଜେ ଜେଜେମା ଗାଁରୁ ବଢ଼େଇ ଲଗେଇ ତା ପାଇଁ ଗୋଟେ କାଠଘୋଡା ତିଆରି କରି ଆଣିଥିଲେ ତ ଡାଡି ସେଇଟିକୁ ଦେଖି ଭାରି ବିରକ୍ତ ହେଇଥିଲେ ଓ କହିଥିଲେ ଆଜିକାଲିର ପୋର୍ଟେବୁଲ ଯୁଗରେ କିଏ ଏମିତି ଖେଳନାରେ ଖେଳେ!ତା ଛଡା ଛୋଟୁ ଦିନକୁ ଦିନ ବଡ଼ ହେଉଛି ତ ଏ କାଠଘୋଡା ଭଳି ଭାରି ଓ ସ୍ଥାନ ମାଡି ବସୁଥିବା ଜିନିଷ ଆଣିବା କଣ ଦରକାର ଥିଲା ବରଂ ଆକୁ ଗାଁକୁ ଫେରେଇ ନିଅ. ଛୋଟୁର ସେଇ କାଠଘୋଡା ଖୁବ ପସନ୍ଦ ଥିଲା ବେଳେ ମମିର ଚୁପି ଚୁପି କଥା ଶୁଣି ଡାଡି ତ ଜେଜେ ଓ ଜେଜେମାଙ୍କୁ ଏତେ କଥା ଶୁଣେଇଲେ ତ ଛୋଟୁର ଆଉ କିଛି କହିବାର ଉପାୟ ନଥିଲା. ସେତିକିବେଳେ ଜେଜେମା ମଧ୍ୟ ଜେଜେଙ୍କୁ ବିରକ୍ତ ହେଉଥିଲା କହିକି ଯେ ତୁମ ଜମାନା ବା ସମୟ ଆଉ ନାହିଁ ବୋଲି କେତେ ବୁଝେଇବି ତୁମକୁ!ଜେଜେ ଫେରିଗଲା ବେଳେ ସାଙ୍ଗରେ କାଠଘୋଡାଟିକୁ ନେଇଯାଉଥିବା ଦେଖି ଛୋଟୁ ତଥାପି ଜେଜେଙ୍କୁ ମନା କରିଥିଲା ହେଲେ ଜେଜେ କହିଥିଲେ ତୁ ଗାଁକୁ ଆସିଲେ ଏହି କାଠଘୋଡା ଉପରେ ବସି ଖେଳିବୁ. ଏଠି ମୁଁ କାଠଘୋଡା ହେଉଛି ଆ ମୋ ପିଠିରେ ବସ.
ଜେଜେ ସେଇ ଗଲେ ଯେ ଗଲେ ଆଉ ଫେରିଲେନି କାରଣ ଖୁବ ଶୀଘ୍ର ଆଗପଛ ହୋଇ ଜେଜେ ଓ ଜେଜେମା ଚାଲିଗଲେ ଆକାଶର ତାରା ହେବାକୁ. ଛୋଟୁ ଆସ୍ତେ ଆସ୍ତେ ବଡ଼ହେଲା ବେଳେ କାଠଘୋଡା ଯେ ଆମ ଓଡ଼ିଆମାନଙ୍କ ଆରାଧ୍ୟ୍ୟ ଜଗନ୍ନାଥ ଓ ତାଙ୍କ ବଡ଼ଭାଇ ବଳଭଦ୍ରଙ୍କ ଅତିପ୍ରିୟ ଏକଥା ଜାଣି ଥରେ ସେହି ଜେଜେ ଆଣିଥିବା କାଠଘୋଡାରେ ବସି ଜଗନ୍ନାଥ ଠାକୁର ହୋଇ ଜେଜେମାଙ୍କୁ ମାଣିକ ଗଉଡ଼ୁଣୀର ଅଭିନୟ କରିବାକୁ କହିବାକୁ ଭାବୁଥିବା କଥା ସତ ହେଲାନି ତାର କେବଳ ସ୍ବପ୍ନ ହୋଇ ରହିଗଲା. ଭାଗ୍ୟ ମଧ୍ୟ ସହିଲାନି ଯେ ଡାଡିଙ୍କର କମ୍ପାନୀ ଚାକିରୀରୁ ଛଟେଇ ହେବା ପରେ ତାଙ୍କ ଗାଡି, ଘରର ଆସବାସ ପତ୍ର ଆସ୍ତେ ଆସ୍ତେ ବିକ୍ରୀ ହେବା ପରେ ଡାଡି ମଧ୍ୟ ହଜିଗଲେ କୁଆଡେ. ଲୋକେ କହୁଥିଲେ ପେଟ ପାଇଁ ନାଟ କରିବାକୁ ହୁଏତ କୁଆଡେ କାଠଘୋଡା ହୋଇଯାଇଥିବେ ମିଷ୍ଟର ଦାସ ବାବୁ. ମମି ମଧ୍ୟ ଚାଲିଗଲା ଚିନ୍ତାରେ ଆରପୁରକୁ ତ ଛୋଟୁ ବଡ଼ ହେଉ ହେଉ ବି ଆଧାରୁ କାଠଘୋଡା ପାଲଟି ଯିବା ପୂର୍ବରୁ ଗାଁ ଘର ମନେପକାଇ ଖୁବ,ଗାଁକୁ ଗଲା. ସେଠି ଜେଜେଙ୍କ କାଠ ଘୋଡାଟିକୁ ଝାଡ଼ି ଝୁଡି ସଫା କରୁ କରୁ ଘୋଡା ପେଟ ତଳେ ଗୋଟେ ଡ୍ର ଥିବା ଦେଖି ତା ଭିତରୁ ଚିଠିଟିଏ ପାଇଲା ଯୋଉଥିରେ ଜେଜେ ଲେଖିଥିଲେ ଜୀଵନ ଏକ କାଠଘୋଡା ଛୋଟୁ. ହାରିଯିବୁନି. ଏହା ପରଠୁ ସେହି ଚିଠିରୁ ପ୍ରେରଣା ପାଇ ଆଗକୁ ବଢ଼ିବା ଶିଖିଗଲା ଛୋଟୁ . ଜେଜେଙ୍କ କଥା ମନେପଡୁଥିଲା ତାର.ଛୋଟୁ ଭିତରେ ଆତ୍ମପ୍ରତେୟ ସୃଷ୍ଟି ହୋଇସାରିଥିଲା. ଆଜି ସେ ଗୋଟେ ବଡ଼ ଗୋଦାମର ମାଲିକ. ଜୀଵନର ଚଳପଥରେ ଡାଡିଙ୍କୁ ଫେରି ପାଇବା ସହ କାଠଘୋଡାଟିକୁ ଗୋଦାମ ଆଗରେ ଏବେବି ରଖିଛି ଛୋଟୁ. ତାକୁ ଲାଗେ ଜେଜେ କହୁଛନ୍ତି ଚାଲ ମୋର ଘୋଡା ଚାଲ ଚାଲ.ପ୍ରତିବର୍ଷ ରଥଯାତ୍ରାରେ ପୁରୀକୁ ଆସି ରଥରେ ଲଗାଯାଇଥିବା କାଠଘୋଡା ଗୁଡିକୁ ଅପଲକ ଆଖିରେ ଦେଖୁଥିଲା ବେଳେ ଡାଡି ଛୋଟୁ କାନ୍ଧରେ ହାତ ଥୋଇ କହନ୍ତି କାଠଘୋଡା ଲଗାଇ ଜଗନ୍ନାଥ ଶିକ୍ଷା ଦେଉଛନ୍ତି ଜୀଵନକୁ ଆଗକୁ ନେବାକୁ ହେଲେ ନିଜକୁ କାଠଘୋଡାଟିଏ ହେବାକୁ ପଡିବ. ଏକଥା ସତ ବୋଲି ମୁଁ ଏବେ ବୁଝୁଛି ପୁଅ. ବାପା ଓ ପୁଅ ଦୁହେଁ କାନ୍ଦି ପକେଇଲା ବେଳେ ରଥ ବଢୁଥାଏ ଆଗକୁ.
