The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Bidyut lata Mishra

Others

5.0  

Bidyut lata Mishra

Others

କାର୍ତ୍ତିକ ମାସ

କାର୍ତ୍ତିକ ମାସ

4 mins
523



  ଏଇ ମାସ ଟିକୁ ପୁଣ୍ୟ ମାସ କୁହାଯାଏ।ମାସ ଆରମ୍ଭ ହେଲେ କିନ୍ତୁ ଆମ ଘର ର କାମ ବଢିଯାଏ।ସବୁଠୁ ବେଶି ଦହଗଞ୍ଜ ହୁଏ ମୋ ଧର୍ମ ପତ୍ନୀ ସୁନନ୍ଦା।ବିବାହ ର ୧୫ ବର୍ଷ ମଧ୍ୟ ରେ ଦିନ ଟିଏ ସୁଦ୍ଧା ସୁନନ୍ଦା ମୋ ବୋଉ ସହ ଉଚ୍ଚ ସ୍ୱର ରେ କଥା ହୋଇନି।ଆଜିକୁ ୧୦ ବର୍ଷ ଧରି ବାପା ଆର ପାରି କୁ ଚାଲିଗଲା ପରେ ବୋଉ ତାର ପୁଣ୍ୟ ଅର୍ଜନ ରେ ଦିନେ ହେଳା କରିନି।ବିନା ପିଆଜ ରସୁଣ ର ତରକାରୀ,୨୪ ଏକାଦଶୀ ,ସକାଳୁ ସନ୍ଧ୍ୟା ରେ ପୁରାଣ ପଢା ଆଉ ବର୍ଷ କୁ ଥରେ ଏଇ କାର୍ତ୍ତିକ ମାସରେ ହବିଷ।ସେଥିରେ ମୋର ତିନି ଛୁଆଙ୍କ ଜଞ୍ଜାଳ ବି ତ କମ ନୁହେଁ।ଦୁଇ ଦିନରେ ଥରେ ଆମିଷ ନହେଲେ ଋଚେ ନାହିଁ।ତେଣୁ ସୁନନ୍ଦାକୁ ଏଇ କାର୍ତିକ ମାସର ପ୍ରତ୍ୟକ ଦିନ ମୁଣ୍ଡ ଧୋଇବାକୁ ପଡେ।ବୋଉ କେବେ ସାହାଯ୍ୟ ଟିକେ କରିବା ତ ଦୂରର କଥା ତୁଣ୍ଡ ରେ ଆହା ଟିକେ କରେନି।ପ୍ରତି କଥାରେ ଖୁଣିବ ସୁନନ୍ଦାକୁ।ମୋର ସାନ ତିନି ଭାଇ ଓଡିଶା ବାହାରେ ରୁହନ୍ତି।ବର୍ଷେ ଦୁଇ ବର୍ଷ ରେ ଥରେ ଆସିଲେ ବୋଉ ସେମାନଙ୍କ ଆତିଥ୍ୟର ଟିକେ ଉଣା କରେନି।ସୁନନ୍ଦା ଆଜ୍ଞା ଧୀନ ଛାତ୍ରୀ ପରି ବୋଉର ସବୁ ଆଦେଶ ପାଳନ କରୁଥାଏ।

  

 ଆଉ ଏଇ କାର୍ତ୍ତିକ ମାସ ସାରା ସୁନନ୍ଦା ବୋଉ ପାଇଁ ଚଉରା ମୂଳେ ପଞ୍ଚ ମୁରୁଜରେ ବିଭିନ୍ନ ପ୍ରକାର ଝୋଟି,କପୋତ କପୋତି, ରାଇ ଦାମୋଦର,ରଥ ଏପରି ବିଭିନ୍ନ ଝୋଟି ପକାଏ।ବାଳ ଭୋଗ ପାଇଁ ମୁଗଧୁଆ, ଛେନା,ଶାକର,ବିଭିନ୍ନ ଫଳ କାଟି ସଜାଡ଼ି ଦିଏ।ଗାଁ ର ଆଠ ଦଶ ବିଧବା ଆମ ଚଉରା ମୂଳେ ଆସି ପୂଜାର୍ଚନା କରନ୍ତି।ଗୋଧୂଳି ବେଳକୁ ଗାଧୋଇ ପାଧୋଇ ବୋଉର କାର୍ତ୍ତିକ ପାଇଁ କିଣା ହୋଇଥିବା ସିଙ୍ଗିଲ ଗ୍ୟାସ ଚୂଲା ରେ ସୁନନ୍ଦା ରାନ୍ଧେ ଅନ୍ନ,ମୁଗ ଡାଲମା,ଅଗସ୍ତ୍ୟ ଶାଗ ,ଓଉ ଆମ୍ବିଳ ।କିନ୍ତୁ ବୋଉ ମୁଁହରେ ଦିନୁଟିଏ ମଧ୍ୟ ସୁନନ୍ଦା ପାଇଁ ପ୍ରଶଂସା ଟିକେ ଶୁଣିନି।ଥରେ ବୋଉ ଜିଦି କରି ପୁରୀ ଗଲା ଆଉ ଫେରିଲା ବେଳେ ଥଣ୍ଡା ,ଜର ଆଉ ୧୫ ଦିନ ଧରି ସୁନନ୍ଦା ର ସେବା ଯୋଗୁ ସେ ସୁସ୍ଥ ହେଲା।ତେଣୁ ତା ପରଠୁ ବୋଉ କେବେ ପୁରୀ ଯିବା ନାଁ ଧରେନି।


 ଅହଲ୍ୟା ମାଉସୀ ମୋ ବୋଉ ର ସାନ ଭଉଣୀ।ମଉସା ତହସିଲଦାର ଥିଲେ ଆଉ ଏକ ମାତ୍ର ପୁଅ ଏବେ sub-collector।ମଉସା ଗତ ବର୍ଷ ୭୫ ବର୍ଷ ବୟସରେ ଆରପାରିକୁ ଚାଲିଗଲେ।ମାଉସୀ ପ୍ରତି ବର୍ଷ କାର୍ତ୍ତିକ ମାସରେ ବୋଉ ପାଇଁ ନୁଆଁ ଲୁଗା,ମୁଗ,ସାରୁ ,କଦଳୀ ଏପରି ଜିନିଷ ନେଇ ଆସେ।ଆଉ ଏଇବର୍ଷ ମାଉସୀର ପ୍ରଥମ କାର୍ତ୍ତିକ ହବିଷ।ତେଣୁ ସୁନନ୍ଦା ମଧ୍ୟ ମାଉସୀ ପାଇଁ ନୁଆଁ ଲୁଗା,ଆଉ କିଛି ଫଳମୂଳ କିଣି ମାଉସୀ ଙ୍କ ପାଖକୁ ଯିବାକୁ ଚାହିଁଲା।ମଉସା ଯିବାର ବାର ଦିନ ପରଠୁ ସମୟ ଅଭାବରୁ ଯାଇ ପାରିନି।ସୁନନ୍ଦା କଥାରେ ରାଜି ହୋଇ ଦୁହେଁ ବାହାରିଲୁ ଭୁବନେଶ୍ୱର।

 

ମାଉସୀ ଙ୍କ ଏକମାତ୍ର ପୁଅ ସବକଲେକ୍ଟର ଆଉ ବୋହୁ ଅଧ୍ୟାପିକା।ଆମେ ଦୁହେଁ ସେଠି ପହଁଚିଲା ବେଳକୁ ମାଉସୀ ଘରେ ଏକା ଥାନ୍ତି।ରଙ୍ଗୀନ ଶାଢ଼ୀ ସହ ହାତରେ ଦୁଇପଟ ସୁନା ଚୁଡି।ମାଉସୀ ଟିକେ ଅବସାଦ ଗ୍ରସ୍ତ ଲାଗୁଥାନ୍ତି।ଘରେ କେୟାର ଟେକର ଟିଏ ଥାଏ।ଦାଣ୍ଡ ଚଉରାରେ ମୁରୁଜ ଚିତା ପଡିଥାଏ।ସୁନନ୍ଦାକୁ ଅହଲ୍ୟା ମାଉସୀ ଭାରି ସ୍ନେହ କରେ।ଆମକୁ ପାଖରେ ବସେଇ ମଉସାଙ୍କ କଥା ଗପି ଚାଲିଲା।ସୁନନ୍ଦା କଥା ଭୁଲେଇବାକୁ ମାଉସୀଙ୍କୁ ନେଇଥିବା ସମ୍ବଲପୁରୀ ଶାଢ଼ୀ ଟି ଦେଲା ଆଉ ଖାଇବା ପିଇବା କଥା ପଚାରିଲା।ମାଉସୀ ମୁଗ ଡାଲି,ସାରୁ କଦଳୀ ଏସବୁ ଦେଖି କହିଲେ କଣ ସୁକୁ ନାନି ଏସବୁ ପଠେଇଛି।କିନ୍ତୁ ମା'ରେ ମୁଁ ତ ଆଉ ତା ଭଳି କାର୍ତିକ କରି ପୁଣ୍ୟ ଅର୍ଜନ କରିପାରିନାହିଁ।ମୋର ଏସବୁ କଣ ହେବ।

 ତୁ ତ ଜାଣୁ ତୋ ଦିଅର sub collector ସେ ବାହାରେ ରୁହେ ମାସକୁ ଥରେ ବା ଦୁଇଥର ଆସେ ,ଟିକି ତୋ ଜା' ଅଧ୍ୟାପିକା ଏଇ ଭିତରେ ସେ ଆମେ ତିନି ପିଲାଙ୍କ (ଦୁଇ ନାତି,ଓ ମୁଁ) ଢେର ଯତ୍ନ ନିଏ।କହୁନୁ ମୋର କଣ କୋଉ ପିଲାଠୁ କମ ଯତ୍ନ ନିଏକି?


ସକାଳୁ ଜଳଖିଆ ,ମେଡ଼ିସିନ ସବୁ ମନେ ପକାଇ ଖୁଆଏ। ହୁଏତ ମୁଁ କାର୍ତ୍ତିକ ମାସରେ ଅରୁଆ ଭାତ ,ମୁଗ ଡାଲି ଖାଇ ହବିଷ କରେନି କିନ୍ତୁ ସନ୍ଧ୍ୟା ରେ ଟିକି ନିଜେ କାର୍ତ୍ତିକ ପୁରାଣ ଗାଏ ,ଏବେ ନୁହେଁ ତ ମଉସା ଶଶୁର ଥିବା ବେଳୁ। ମୁଁ ଜାଣେ ସୁକୁ ନାନି ଶୁଣିଲେ ନାକ ଟେକି କହିବ ଯେ ମୁଁ ହବିଷ କରୁନି,ଚବିଶି ଏକାଦଶୀ କରୁନି ,ପିଆଜ ରସୁଣ ଖାଉଛି।କିନ୍ତୁ ମୋ ସ୍ୱାସ୍ଥ୍ୟ ଖରାପ କରି ମୋ ପିଲାଙ୍କୁ ହଇରାଣ କରିବାକୁ ମୁଁ ଚାହେଁନି।କେତେ କଷ୍ଟ ସହି ଏମାନଙ୍କୁ ମଣିଷ କରିଛି,ସେମାନଙ୍କୁ କଷ୍ଟ ହେଲେ ମୋତେ ପାପୀ ଲାଗିବ।


   ସେତେବେଳେ ମାଉସୀଙ୍କ ବୋହୁ ଟିକି ପିଲା ମାନଙ୍କୁ ସ୍କୁଲରୁ ନେଇ ନିଜେ କଲେଜ କାମ ସାରି ଫେରିଥିଲା।ସଂଗେ ସଂଗେ ଫ୍ରେସ ହୋଇ ସମସ୍ତଙ୍କ ପାଇଁ ବାଢିଥିଲା ଖାଇବା।ଅରୁଆ ଭାତ,ଡାଲି, କଦଳୀ ଭଜା,ଘାଣ୍ଟ ତରକାରୀ,ଦହି ବାଇଗଣ।ସମସ୍ତଙ୍କ ସହ ଖୁସିରେ ବସି ଖାଇଲା ବେଳେ ମାଉସୀଙ୍କ ମୁଁହକୁ ଦେଖୁଥିଲି ,ଅତି ଆନନ୍ଦରେ ସେ ଖାଇଚାଲୁଥିଲେ।ବୋଉ ମୁହଁରେ ହବିଷ ଖାଇଲା ବେଳେ ଖୁସି ପରି ,ଶୁଣି ଥିବା କଥାଟିଏ ମନେ ପଡ଼ିଲା,"ମନ ଯଦି ରଙ୍ଗା ତ ଗଡ଼ିଆ ଲାଗଇ ଗଙ୍ଗା।"

  

ବହୁତ ଡେରି ହୋଇଯାଇଥିଲା ସୁନନ୍ଦାକୁ ଡାକିବାକୁ ଗଲା ବେଳେ ଟିକି ସହ ସୁନନ୍ଦାର କଥା ବାର୍ତ୍ତା ଶୁଭିଲା,"ଅପା ବାବା ଚାଲିଗଲା ପରେ ବୋଉ ବି ଧଳା ଲୁଗା ପିନ୍ଧି ବିନା ପିଆଜ ରସୁଣ ଖାଦ୍ୟ ଖାଇ କେଇ ମାସ ରହିଲେ।କିନ୍ତୁ ବୋଉଙ୍କ ଆଖିରେ ସବୁଦିନ ବାବାଙ୍କର ଅଭାବ ବୋଧ ଟି ଦେଖୁଥିଲି,ବାବା ଅତି ଆଦରରେ ଆଣିଥିବା ରଙ୍ଗୀନ ଶାଢ଼ୀ ଗୁଡିକୁ ଦେଖିଲା ମାତ୍ରେ ବୋଉଙ୍କ ଦୁଃଖ ଦୁଇଗୁଣ ବଢ଼ୁଥିଲା।ଶେଷରେ ବୋଉଙ୍କୁ ତୁମ ଦିଅର ମୁଣ୍ଡ ଛୁଆଁଇ ରଙ୍ଗୀନ ଶାଢ଼ୀ ପିନ୍ଧିବା ଆଉ ପିଆଜ ରସୁଣ ଖାଇବାକୁ ବାଧ୍ୟ କରିଥିଲେ।ବାବା ବୋଉ ଙ୍କୁ ଭାରି ଭଲ ପାଉଥିଲେ ଅପା ଆଉ ସ୍ୱର୍ଗ ରେ ରହି ମଧ୍ୟ ସେ ବୋଉ ଙ୍କର କଷ୍ଟ ଅନୁଭବ କରୁଥିବେ।ଏଇ କାର୍ତିକ ମାସରେ ବି ବୋଉ ଯଦି କାର୍ତ୍ତିକ ହବିଷ କରି ଗୋଟିଏ ଥର ଖାଇ ରହିବେ ତେବେ ତାଙ୍କର diabetics ଆଉ ବ୍ଲଡ଼ପ୍ରେସର ଦୁଇଗୁଣ ବଢିଯିବ।ତେଣୁ ବାବାଙ୍କ ଅଭାବ ବୋଧ ତାଙ୍କ ମନରେ ଅଛି ଆଉ ଆମ ମନରେ ବି କିନ୍ତୁ ସେଥିପାଇଁ ସେ ସମ୍ପୂର୍ଣ୍ଣ ନିଜକୁ ପରିବର୍ତ୍ତନ କରି କଷ୍ଟ ପାଆନ୍ତୁ ଆମେ ଚାଂହୁନା।ଫେରିଲା ବେଳେ ମାଉସୀ ସୁନନ୍ଦା କୁ ଚୁଡି ସିନ୍ଦୁର ଦେଉଥିଲେ।


ମାଉସୀ,ତାଙ୍କ ବୋହୁ ଆଉ ନାତି ମାନଙ୍କ ସ୍ନେହ ପ୍ରେମରେ ଭରପୁର ପରିବାରକୁ ଦେଖି ଖୁସିରେ ଆଖିରୁ ଦୁଇଟୋପା ଲୁହ ଆସିଗଲା,ଜଗନ୍ନାଥଙ୍କୁ କହିଉଠିଲି ଏଇମିତି ସବୁ ଶାଶୂ ହୋଇଯାନ୍ତେ ନି।ମାଆ ପେଟ ର ଭଉଣୀ ହେଲେ ବି କେତେ ଭିନ୍ନ ମୋ ବୋଉ ଆଉ ଅହଲ୍ୟା ମାଉସୀ।ମାଉସୀଙ୍କ କଥାଟି ମନରେ ପ୍ରତିଧ୍ବନିତ ହେଉଥିଲା,"ଆଲୋ ମା ସୁନନ୍ଦା ମୁଁ କାର୍ତ୍ତିକ ହବିଷ କରି ପୂଣ୍ୟ ଅର୍ଜନ କରିବି ବୋଲି ଯଦି ଅସୁସ୍ଥ ହୁଏ ତାହା ହେଲେ ମୋ ବୋହୁ ପୁଅ ଯେଉଁ କଷ୍ଟ ପାଇବେ ତାର ପାପ ବି ମୁଁ ମୁଣ୍ଡେଇବି ନା।ତେଣୁ ଏଇ ବାର୍ଦ୍ଧକ୍ୟ ଅବସ୍ଥା ରେ ସୁସ୍ଥ ରହିବାକୁ ସବୁ ଚେଷ୍ଟା କଲେ ପରେ ତେଣିକି ଜଗନ୍ନାଥଙ୍କ ଇଛା।ଠାକୁର ମୋ ପିଲାଙ୍କୁ ଭଲ କରିଥାନ୍ତୁ।"


Rate this content
Log in