STORYMIRROR

T.Durga Prasad Rao

Others

5.0  

T.Durga Prasad Rao

Others

କାପୁରୁଷ

କାପୁରୁଷ

1 min
14.7K


ବିବେକର ନିଦ୍ରା ଯିବା ପରେ

କାୟାର ଅପର ପାର୍ଶ୍ୱରୁ

ଅମା ଅନ୍ଧକାର ଭିତରୁ

ଭିଡ଼ି ମୋଡ଼ି ଏକ କରାଳ ଛାୟାଟିଏ

ସୁଯୋଗ ଅପେକ୍ଷାରେ

ଲୁଚିଥିବା ଯାଗାରୁ

ସନ୍ତର୍ପଣରେ ବାହାରି ଆସେ

ଘଟାଇଯିବାକୁ ନିଜ ଇପ୍ସିତ

ଯେତେ ଅନୁଚିତ କର୍ମ

ଭଦ୍ର ସକରାତ୍ମକ ମନ

ଯାହା କରାଇ ଦିଏନି କେବେ ବି

ସମାଜର ଭୟରେ

ଭାରି ଇଚ୍ଛା ତାର

ଘଟାଇଯିବାକୁ ଏମିତି କିଛି

ବର୍ବରତା, ନାରକୀୟ କର୍ମ

ଯେଉଁଥିରେ ସେ ଅଟ୍ଟହାସ ସହ

ବଳି ପକାଇବ ନିଜର ବିବେକକୁ

ଶୁପ୍ତ ଅବସ୍ଥାରେ

ଆଃ! ସବୁ ବନ୍ଧନ ଖୋଲିଦେଇ

ଉଦାମତା ଆଉ ଉନ୍ମାଦନାରେ ହଜି

ଖୋଲା ଅପ୍ରତିହତ ଆକ୍ରମଣରେ

ପରାସ୍ତ କରିବ ସେ ବିବେକକୁ

ପରନ୍ତୁ,

ତିଳେ ବି ଚେଇଁ ଉଠିଲେ ବିବେକ

ତାର ସବୁ ସ୍ଵପ୍ନ ଯେ ପାଉଁଶ ହୋଇଯିବ

ଅପେକ୍ଷା କରିବାକୁ ହେବ ତାକୁ ପୁଣି ଏକ ଯୁଗ।

ଟି.ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍